ଓଡ଼ିଆ ଆଇପିଏସ୍‌ ଅଧିକାରୀଙ୍କୁ ଗୁରୁତ୍ୱ

ଭୁବନେଶ୍ୱର,୧୭ା୭(ବ୍ୟୁରୋ):  ନିକଟରେ ରାଜ୍ୟର ୩ଜଣ ଓଡ଼ିଆ ଅଫିସରଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ କରାଯାଇଛି। ଦୀର୍ଘ ଦିନ ପରେ ଓଡ଼ିଆ ଅଧିକାରୀଙ୍କୁ ଏଭଳି ପଦବୀରେ ଅବସ୍ଥାନ କରି ରାଜ୍ୟରେ ଓଡ଼ିଆ ଓ ଅଣଓଡ଼ିଆ ଅଫିସରଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧକୁ ଘୋଡ଼ାଇବାକୁ ଚେଷ୍ଟା କରାଯାଇଛି। ରାଜ୍ୟ ପୋଲିସ ବିଭାଗରେ ଗତ କିଛିବର୍ଷ ହେଲା ଅଣଓଡ଼ିଆ ଅଫିସର ସର୍ବୋଚ୍ଚ ତଥା ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହି ଆସୁଥିବା ଦେଖିବାକୁ ମିଳୁଛି। କେବଳ ସେତିକି ନୁହେଁ, ଅଧିକାଂଶ ଅଣଓଡ଼ିଆ ପୋଲିସ ଅଫିସରଙ୍କୁ ଅବସର ପରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କ୍ୱାସି ଜୁଡିସିଆଲ (ଅର୍ଦ୍ଧ ନ୍ୟାୟ) ପଦବୀରେ ଅବସ୍ଥାପିତ କରାଯାଉଥିବା ନଜିର ରହିଛି। ଅପରପକ୍ଷରେ ବହୁ ଦକ୍ଷ ଓଡ଼ିଆ ଅଧିକାରୀ ଥିଲେ ସୁଦ୍ଧା ସେମାନଙ୍କୁ ଏକ ପ୍ରକାର କୋଣଠେସା କରି ରଖାଯାଉଛି। ବିଶେଷଭାବେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଇଙ୍ଗିତରେ ଏଭଳି କରାଯାଉଥିବା ବିଭିନ୍ନ ସମୟରେ ଆଲୋଚନା ହୋଇଆସୁଛି।
ଉଚ୍ଚ ପଦରେ ଥିବା ଅଣଓଡ଼ିଆ ଅଫିସରମାନେ ସେମାନଙ୍କୁ ସୁହାଉଥିବା ତଥା ସେମାନଙ୍କ ପାଇଁ ଅନୁଗତ ଥିବା ଅଧିକାରୀଙ୍କୁ ଭଲ ସ୍ଥାନରେ ବସାଇ ନିଜ ସ୍ଥିତିକୁ ମଜଭୁତ୍‌ କରୁଛନ୍ତି। ଏମିତିକି ଜଣ ଜଣଙ୍କ ପାଖରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପଦବୀ ରହିଥିବା ଉଦାହରଣ ରହିଛି। ରାଜ୍ୟରେ ଅଣଓଡ଼ିଆ ଆଇପିଏସ୍‌ ଅଫିସରଙ୍କ ତୁଳନାରେ ଓଡ଼ିଆ ଅଧିକାରୀଙ୍କ ସଂଖ୍ୟା କମ୍‌ ଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଏଭଳିସ୍ଥିତିରେ ରାଜ୍ୟ ପୋଲିସ ବିଭାଗର ଭାବମୂର୍ତ୍ତି ସୁଧାରିବା ଉଦ୍ଦେଶ୍ୟରେ ଗତ ମାସ ୨୪ତାରିଖରେ ୩ ବରିଷ୍ଠ ଓଡ଼ିଆ ଅଫିସରଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦ ଦିଆଯାଇଛି। ୧୯୯୨ ବ୍ୟାଚ୍‌ ଆଇପିଏସ୍‌ ଅଫିସର ଲଳିତ ଦାସଙ୍କୁ ଗୋଇନ୍ଦା ବିଭାଗର ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି। ସେ ଏହା ପୂର୍ବରୁ ମୁଖ୍ୟାଳୟର ଅତିରିକ୍ତ ଡିଜି ଭାବେ କାର୍ଯ୍ୟ କରୁଥିଲେ। ସେହିପରି ଗୃହରକ୍ଷୀ ଏବଂ ଅଗ୍ନିଶମ ବିଭାଗର ଆଇଜି ଥିବା ଅସିତ ପାଣିଗ୍ରାହୀଙ୍କୁ ଭିଜିଲାନ୍ସ ଆଇଜି ଭାବେ ଅବସ୍ଥାପିତ କରାଯାଇଛି। ପରିବହନ କମିଶନର ଥିବା ସଞ୍ଜୀବ ପଣ୍ଡାଙ୍କୁ କ୍ରାଇମବ୍ରାଞ୍ଚର ଅତିରିକ୍ତ ଡିଜି
ଭାବେ ନିଯୁକ୍ତ କରାଯାଇଛି। ଦକ୍ଷ ଅଧିକାରୀଙ୍କୁ ଉପଯୁକ୍ତ ସ୍ଥାନରେ ଅବସ୍ଥାପିତ କରାଗଲେ ସେମାନେ ନିଜର ଦାୟିତ୍ୱକୁ ଠିକ୍‌ଭାବେ ତୁଲାଇ ପାରିବେ। ତେଣୁ କୌଣସି ପାତରଅନ୍ତର ନ କରାଯାଇ ଯେଉଁମାନେ ଦକ୍ଷ ସେମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦ ଦିଆଯିବା ଉଚିତ ବୋଲି ଅବସରପ୍ରାପ୍ତ ବରିଷ୍ଠ ପୋଲିସ ଅଧିକାରୀ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଏହିଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି, ହ଼୍ବାଇଟ ହାଉସର ବଡ଼ ଘୋଷଣା

ଓ଼୍ବାଶିଂଟନ,୧୩।୬: ହ଼୍ବାଇଟ ହାଉସ ଘୋଷଣା କରିଛି ଯେ ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ମନଇଛା ଘରଭଡା ବଢାଇପାରିବେ କି ମାଲିକ? ଓଡ଼ିଶାରେ ଭଡାଘର ଏଗ୍ରିମେଣ୍ଟକୁ ନେଇ ବଦଳିଲା ନିୟମ

ଭୁବନେଶ୍ୱର,୧୩ା୬: ରାଜ୍ୟରେ ଘର ଭଡ଼ା ବ୍ୟବସ୍ଥାକୁ ଆଧୁନିକ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ, ୨୦୨୬’ର ଚିଠା ପ୍ରକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri