ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଓ ନିରନ୍ତର ପ୍ରୟାସ ଦ୍ୱାରା ସବୁ ସମ୍ଭବ। ଯାହା ପ୍ରମାଣିତ ହୋଇଛି ଋତ୍ୱିକ ଭଟ୍ଟାଚାର୍ଯ୍ୟଙ୍କ କ୍ଷେତ୍ରରେ। ଜଣେ ପ୍ରତିଷ୍ଠିତ ସ୍କ୍ବାଶ୍‌ ଖେଳାଳି ଭାବେ ବହୁ ଖ୍ୟାତି ଅର୍ଜନ କରିବା ପରେ ଆଦିବାସୀ ପିଲାମାନଙ୍କୁ ଏହି ଖେଳ ପ୍ରତି ଆକୃଷ୍ଟ କରିବାକୁ ଉଦ୍ୟମ କରିଛନ୍ତି ା ସେ ମହାରାଷ୍ଟ୍ରର ରାୟଗଡ ବ୍ଲକର କାଲୋଟେ-ମୋକ୍ଷୀ ଗାଁରେ ଏକ ଏକାଡେମୀ ଗଠନ କରି ସେଠାକାର ପିଲାମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। ଏହି ଗଁାର ଲୋକ ସଂଖ୍ୟା ୨୦୦୦। ଗଁା ପିଲାମାନଙ୍କର ଆଗ୍ରହ ଦେଖି ଆଖପାଖ ଅଞ୍ଚଳର ପିଲାମାନେ ବି ଏଠାରେ ପ୍ରଶିକ୍ଷଣ ନେଉଛନ୍ତି। ମୋଟ ପ୍ରଶିକ୍ଷଣ ନେଉଥିବା ୨୦୦ ପିଲାଙ୍କ ମଧ୍ୟରୁ କାଲୋଟେ-ମୋକ୍ଷୀର ୧୦୦ ଜଣ ଅଛନ୍ତି। ପଢିବା ସମୟକୁ ଛାଡିଦେଲେ ଯେ କୌଣସି ସମୟରେ ପିଲାମାନେ ଏଠାକୁ ଆସୁଛନ୍ତି। ଭୋର ୩ଟାରୁ ରାତି ୧୧ଟା ଯାଏ ଏହା ଖୋଲା ରହୁଛି ା ଗରିବ ପିଲାଙ୍କୁ ଏଥିପାଇଁ କୌଣସି ଦେୟ ଦେବାକୁ ପଡୁନି ା କେବଳ ସ୍କ୍ବାଶ୍‌ ନୁହେଁ ଫୁଟବଲ ଓ ଅନ୍ୟ ଖେଳ ଉପରେ ମଧ୍ୟ ପ୍ରଶିକ୍ଷଣ ଦେବା ଲାଗି ଋତ୍ୱିକ ବ୍ୟବସ୍ଥା କରିଛନ୍ତି ା ଏହି ସବୁ ଖେଳରେ ତାଙ୍କ ଏକାଡେମୀ ପିଲାମାନେ ରାଜ୍ୟ ଓ ଜାତୀୟ ସ୍ତରରେ ଖୁବ୍‌ ଭଲ ପ୍ରଦର୍ଶନ କରୁଛନ୍ତି। ଏବେ କାଲୋଟ-ମୋକ୍ଷୀ ଗଁା କ୍ୱାଶ କ୍ୟାପିଟାଲ ପାଲଟିଯାଇଛି। ଋତ୍ୱିକ ମଧ୍ୟ ଆଦିବାସୀମାନଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ଲାଗି କାର୍ଯ୍ୟ କରୁଛନ୍ତି। ତାଙ୍କ ଏକାଡେମୀର ନାମ ରଖିଛନ୍ତି ସ୍କ୍ବାଶ ଟେମ୍ପଲ ଆଣ୍ଡ ରୟାଲ ଟ୍ରେନିଂ ଏକାଡେମୀ। ବାସ୍ତବରେ ଏହି ଏକାଡେମୀ ଗରିବ ଆଦିବାସୀ ପିଲାଙ୍କ ପାଇଁ ଏକ ମନ୍ଦିର ହୋଇଯାଇଛି। ଏବେ ସୁଦ୍ଧା ଏଠାରୁ ବିଭିନ୍ନ ଖେଳରେ ୪୦ରୁ ଊର୍ଦ୍ଧ୍ୱ ପିଲା ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରିସାରିଲେଣି। ମୁଖ୍ୟତଃ ସ୍କ୍ବାଶରୁ ଅଧିକ ପିଲା ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଏ’ ରୁ ‘ବି’

ଗତ କିଛି ବର୍ଷ ମଧ୍ୟରେ ଭାରତର ମାନବ ଅଧିକାର ରେକର୍ଡ ଉପରେ ଅନ୍ତର୍ଜାତୀୟ ସ୍ତରରେ ତୀକ୍ଷ୍‌ଣ ନଜର ରଖାଯାଇଛି। ନିକଟରେ ମଣିପୁରରେ ଦେଖାଦେଇଥିବା ଜାତିଆଣ ବିବାଦରେ...

ମହାତ୍ମା ଓ ମଜଦୁର

ଅଷ୍ଟାଦଶ ଶତାବ୍ଦୀରେ ଇଉରୋପର ଶିଳ୍ପ ବିପ୍ଳବ ପରେ ଯେଉଁ ବୁର୍ଜୁଆ ଗୋଷ୍ଠୀର ଆବିର୍ଭାବ ଘଟିଲା, ସେମାନେ ଶ୍ରମ ତୁଳନାରେ ପୁଞ୍ଜିକୁ ଅଧିକ ଗୁରୁତ୍ୱ ଦେଲେ ଏବଂ...

ନୈତିକତାର ନତମସ୍ତକ ନ ହେଉ

ମଣିଷ ସମାଜରେ ସର୍ବଶ୍ରେଷ୍ଠ ପ୍ରାଣୀ ହିସାବରେ ମର୍ଯ୍ୟାଦାର ସହ ବଞ୍ଚିଥାଏ କେବଳ ନୀତି, ନୈତିକତା, ଆଦର୍ଶ, ବିବେକ, ନିଷ୍ଠା ଆଦିର ପରିପୂର୍ଣ୍ଣ ଜୀବନକୁ ପାଥେୟ କରି,...

ଏଇ ଭାରତରେ

ଏମିତି ଘର, ଯାହା ମାଟିରେ ରହିବ ପୁଣି ପାଣିରେ ଭାସିବ। ଏଭଳି ଏକ ଆମ୍ଫିବିୟସ (ଉଭୟ ମାଟି ଓ ପାଣିରେ ରହି ପାରୁଥିବା) ଘର ନିର୍ମାଣ...

ଏଇ ଭାରତରେ

ଜିଆଖତରୁ ବର୍ଷକୁ ୧.୫ କୋଟି ଟଙ୍କା ରୋଜଗାର କରୁଛନ୍ତି କଶ୍ମୀରର ଅବଦୁଲ ଅହାଦ ଲୋନ୍‌। ସେ ତାଙ୍କର ୫ ଏକର ପରିମିତ ଆପଲ ଓ ଓ୍ବାଲ୍‌ନଟ୍‌...

ବିଭାଗର ନାମ ଭିଜିଲାନ୍ସ

ହରିଶଙ୍କର ମିଶ୍ର ଆମ ରାଜ୍ୟରେ ଯେଉଁ ପ୍ରବକ୍ତାମାନେ ରାଜ୍ୟ ଦୁର୍ନୀତିମୁକ୍ତ ବୋଲି ପ୍ରଚାର ସର୍ବସ୍ବ ଡିଣ୍ଡିମ ପିଟୁଛନ୍ତି ସେମାନେ ନିଶ୍ଚିତ ଦୁର୍ନୀତିକୁ ରାଜ୍ୟର ନୀତି ଭାବେ...

ଓଡ଼ିଆ ଭାଷା ସାହିତ୍ୟରେ ‘ବର୍ଣ୍ଣବୋଧ’

ବିିପିନ ବିହାରୀ ରାଉତ ଚକା ଚକା ଭଉଁରି, ମାମୁ ଘର ଚଉଁରି’, ‘ରାତି ପାହିଲାଣି ରାବଇ କାଉ, ଉଠ ଉଠ ମଠ ନ କର ଆଉ’,...

ଡଙ୍ଗା ଯାଉଛି କୁଆଡ଼େ

ଗୁଜରାଟ ପୋରବନ୍ଦର ଉପକୂଳରେ ତଟ ସୁରକ୍ଷା ବାହିନୀ, ଆତଙ୍କବାଦୀ ନିରୋଧୀ ସ୍କ୍ବାଡ୍‌ (ଏଟିଏସ୍‌) ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବୋର୍ଡ(ଏନ୍‌ସିବି)ର ମିଳିତ ଅଭିଯାନରେ ୮୬ କେ.ଜି. ଡ୍ରଗ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri