ଦୃଢ଼ ଇଚ୍ଛାଶକ୍ତି ଓ ନିରନ୍ତର ପ୍ରୟାସ ଦ୍ୱାରା ସବୁ ସମ୍ଭବ। ଯାହା ପ୍ରମାଣିତ ହୋଇଛି ଋତ୍ୱିକ ଭଟ୍ଟାଚାର୍ଯ୍ୟଙ୍କ କ୍ଷେତ୍ରରେ। ଜଣେ ପ୍ରତିଷ୍ଠିତ ସ୍କ୍ବାଶ୍ ଖେଳାଳି ଭାବେ ବହୁ ଖ୍ୟାତି ଅର୍ଜନ କରିବା ପରେ ଆଦିବାସୀ ପିଲାମାନଙ୍କୁ ଏହି ଖେଳ ପ୍ରତି ଆକୃଷ୍ଟ କରିବାକୁ ଉଦ୍ୟମ କରିଛନ୍ତି ା ସେ ମହାରାଷ୍ଟ୍ରର ରାୟଗଡ ବ୍ଲକର କାଲୋଟେ-ମୋକ୍ଷୀ ଗାଁରେ ଏକ ଏକାଡେମୀ ଗଠନ କରି ସେଠାକାର ପିଲାମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। ଏହି ଗଁାର ଲୋକ ସଂଖ୍ୟା ୨୦୦୦। ଗଁା ପିଲାମାନଙ୍କର ଆଗ୍ରହ ଦେଖି ଆଖପାଖ ଅଞ୍ଚଳର ପିଲାମାନେ ବି ଏଠାରେ ପ୍ରଶିକ୍ଷଣ ନେଉଛନ୍ତି। ମୋଟ ପ୍ରଶିକ୍ଷଣ ନେଉଥିବା ୨୦୦ ପିଲାଙ୍କ ମଧ୍ୟରୁ କାଲୋଟେ-ମୋକ୍ଷୀର ୧୦୦ ଜଣ ଅଛନ୍ତି। ପଢିବା ସମୟକୁ ଛାଡିଦେଲେ ଯେ କୌଣସି ସମୟରେ ପିଲାମାନେ ଏଠାକୁ ଆସୁଛନ୍ତି। ଭୋର ୩ଟାରୁ ରାତି ୧୧ଟା ଯାଏ ଏହା ଖୋଲା ରହୁଛି ା ଗରିବ ପିଲାଙ୍କୁ ଏଥିପାଇଁ କୌଣସି ଦେୟ ଦେବାକୁ ପଡୁନି ା କେବଳ ସ୍କ୍ବାଶ୍ ନୁହେଁ ଫୁଟବଲ ଓ ଅନ୍ୟ ଖେଳ ଉପରେ ମଧ୍ୟ ପ୍ରଶିକ୍ଷଣ ଦେବା ଲାଗି ଋତ୍ୱିକ ବ୍ୟବସ୍ଥା କରିଛନ୍ତି ା ଏହି ସବୁ ଖେଳରେ ତାଙ୍କ ଏକାଡେମୀ ପିଲାମାନେ ରାଜ୍ୟ ଓ ଜାତୀୟ ସ୍ତରରେ ଖୁବ୍ ଭଲ ପ୍ରଦର୍ଶନ କରୁଛନ୍ତି। ଏବେ କାଲୋଟ-ମୋକ୍ଷୀ ଗଁା କ୍ୱାଶ କ୍ୟାପିଟାଲ ପାଲଟିଯାଇଛି। ଋତ୍ୱିକ ମଧ୍ୟ ଆଦିବାସୀମାନଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ଲାଗି କାର୍ଯ୍ୟ କରୁଛନ୍ତି। ତାଙ୍କ ଏକାଡେମୀର ନାମ ରଖିଛନ୍ତି ସ୍କ୍ବାଶ ଟେମ୍ପଲ ଆଣ୍ଡ ରୟାଲ ଟ୍ରେନିଂ ଏକାଡେମୀ। ବାସ୍ତବରେ ଏହି ଏକାଡେମୀ ଗରିବ ଆଦିବାସୀ ପିଲାଙ୍କ ପାଇଁ ଏକ ମନ୍ଦିର ହୋଇଯାଇଛି। ଏବେ ସୁଦ୍ଧା ଏଠାରୁ ବିଭିନ୍ନ ଖେଳରେ ୪୦ରୁ ଊର୍ଦ୍ଧ୍ୱ ପିଲା ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରିସାରିଲେଣି। ମୁଖ୍ୟତଃ ସ୍କ୍ବାଶରୁ ଅଧିକ ପିଲା ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିଛନ୍ତି।
ଆପଣଙ୍କ ବୟସ କେତେ
ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍ଲାଇଟ୍ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…
ଆମେ କେମିତି ପୃଥିବୀକୁ ଦେଖୁଛୁ
ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…
ଅଦେଖା ଚାପ
ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…
ଏଇ ଭାରତରେ
ଦେବେନ୍ଦ୍ର କୁମାରଙ୍କ ଜୀବନ ସଂଘର୍ଷ ଅତ୍ୟନ୍ତ ପ୍ରେରଣାଦାୟୀ। ତାଙ୍କୁ ମାତ୍ର ୨ ବର୍ଷ ବୟସ ହୋଇଥିବାବେଳେ ତାଙ୍କ ମାତାପିତାଙ୍କ ଦେହାନ୍ତ ହୋଇଗଲା। ସେତେବେଳେ ଦେବେନ୍ଦ୍ରଙ୍କ ପାଖରେ ରହିଗଲା…
ସମୟ-ସମାଜ-ମଣିଷ
ଏହି ସଂସାରରେ ସମୟ, ସମାଜ ଏବଂ ମଣିଷ ଏହି ତିନୋଟି ଗୋଟିଏ ସୂତାରେ ବନ୍ଧା ହୋଇଥିବା ଫୁଲ ଭଳି। ସମୟ କାହାରିକୁ ଅପେକ୍ଷା କରେନାହିଁ। ଏହା ନିରନ୍ତର…
ବିଭାଜିତ ବିଶ୍ୱ ବ୍ୟବସ୍ଥା
ପଚିଶବର୍ଷ ପୂର୍ବେ, ପୃଥିବୀର ଗତିପଥ ବଦଳିଯାଇଥିଲା। ପ୍ରାୟ ନୂତନ ସହସ୍ରାବ୍ଦୀର ସେହି ପ୍ରାରମ୍ଭିକ ସମୟରେ ଆମେରିକା ଏବଂ ରୁଷିଆରେ ନୂଆ ରାଷ୍ଟ୍ରପତି କ୍ଷମତାକୁ ଆସିଥିଲେ। ହେଲେ ୧୧…
ଆର୍ଥିକ କ୍ଷମତା ଓ ପ୍ରତିଭା
ଭାରତ ଭଳି ବିକାଶଶୀଳ ଦେଶରେ ଶିକ୍ଷାକୁ ସର୍ବଦା ରାଷ୍ଟ୍ର ଗଠନର ସବୁଠାରୁ ବଡ଼ ମାଧ୍ୟମ ବୋଲି ବିଚାର କରାଯାଇଛି । ହେଲେ ବିଡମ୍ବନାର ବିଷୟ , ଏବେ…
ମାର୍ବଲ୍ ମନ୍ଦିରର ଉତ୍ଥାନ
ମାର୍ୱଲ ମନ୍ଦିରଗୁଡ଼ିକୁ ଦେଖିଲେ ପ୍ରଥମେ ଏହା ଚାରିପାଖର ପରିବେଶ ନଜରକୁ ଆସେ। ଭିକ୍ଟୋରିଆନ୍ ଶୈଳୀର ଲନ୍, ମୋଗଲ ଆମୋଦପ୍ରମୋଦ ବଗିଚାର ଭ୍ରମ ସୃଷ୍ଟି କରୁଥିବା ଝରଣା ଏବଂ…

