Posted inଖେଳ

ୟୁରୋକପ୍‌ ଫୁଟବଲ କ୍ୱାର୍ଟରରେ ଇଟାଲୀ, ନେଦରଲାଣ୍ଡର ବିପର୍ଯ୍ୟୟ

ଲଣ୍ଡନ,୨୮।୬: ଚଳିତ ୟୁରୋକପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟରେ ଚେକ୍‌ ଗଣରାଜ୍ୟ ଓ ଇଟାଲୀ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ରବିବାର ଅନୁଷ୍ଠିତ ରାଉଣ୍ଡ ଅଫ୍‌ ୧୬ର ପ୍ରଥମ ମ୍ୟାଚ୍‌ରେ ଚେକ୍‌ ଗଣରାଜ୍ୟ ୨-୦ ଗୋଲରେ ନେଦରଲାଣ୍ଡ୍ସକୁ ହରାଇ ବିପର୍ଯ୍ୟୟ ଘଟାଇବା ସହ କ୍ୱାର୍ଟରକୁ ଉଠିଛି। ପ୍ରଥମାର୍ଦ୍ଧରେ ନେଦରଲାଣ୍ଡ୍ସ କେତୋଟି ସୁବର୍ଣ୍ଣ ସୁଯୋଗ ହରାଇଥିଲା। ସେଣ୍ଟର ବ୍ୟାକ୍‌ ମାଥିସ୍‌ ଡି ଲିଟ୍‌ ୫୫ତମ ମିନିଟ୍‌ରେ ରେଡକାର୍ଡ ପାଇ ପଡିଆ ବାହାରକୁ ଯାଇଥିଲେ। ଏହାର ପ୍ରଭାବ ନେଦରଲାଣ୍ଡ୍ସ ପ୍ରଦର୍ଶନ ଉପରେ ପଡିଥିଲା। ଚେକ୍‌ ଗଣରାଜ୍ୟ ତରଫରୁ ଟୋମାସ ହୋଲ୍ସ ୬୮ ଓ ପାଟ୍ରିକ୍‌ ସିକ୍‌ ୮୦ତମ ମିନିଟ୍‌ରେ ଗୋଲ ଦେଇ ଦଳକୁ ୨-୦ରେ ଅଗ୍ରଣୀ କରାଇଥିଲେ। ଏହାପରେ ଯଥାସମ୍ଭବ ପ୍ରୟାସ କରିଥିଲେ ମଧ୍ୟ ନେଦରଲାଣ୍ଡ୍ସ ଗୋଲ ଦେଇପାରି ନ ଥିଲା। ଫଳରେ ଚେକ ଗଣରାଜ୍ୟ ବିଜୟୀ ହୋଇଥିଲା। ଶନିବାର ଇଟାଲୀ ୨-୧ ଗୋଲରେ ଅଷ୍ଟ୍ରିଆକୁ ପରାସ୍ତ କରି କ୍ୱାର୍ଟରକୁ ଉନ୍ନୀତ ହୋଇଛି। ଏହାପୂର୍ବରୁ ପ୍ରଥମ ମ୍ୟାଚ୍‌ରେ ଡେନମାର୍କ ୪-୦ ଗୋଲ ଓ୍ବେଲ୍ସକୁ ହରାଇ ପ୍ରଥମଦଳ ଭାବେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲା। ସ୍ଥାନୀୟ ଓ୍ବିମ୍ବଲେ ଷ୍ଟାଡିୟମରେ ଅଷ୍ଟ୍ରିଆକୁ ହରାଇବା ପାଇଁ ଇଟାଲୀକୁ ଖୁବ୍‌ ସଂଘର୍ଷ କରିବାକୁ ପଡିଥିଲା। ଅତିରିକ୍ତ ସମୟରେ ଇଟାଲୀ ତରଫରୁ ବିଜୟ ସୂଚକ ଗୋଲ ଦିଆଯାଇଥିଲା। ପ୍ରଥମ ଥର ପାଇଁ ଅଷ୍ଟ୍ରିଆ ଗ୍ରୁପ୍‌ ପର୍ଯ୍ୟାୟରେ ପ୍ରବେଶ କରିଥିଲା। ଏହାପୂର୍ବରୁ ପ୍ରତିଥର ଅଷ୍ଟ୍ରିଆ ଗ୍ରୁପ୍‌ ପର୍ଯ୍ୟାୟରେ ପରାସ୍ତ ହୋଇ ଟୁର୍ନାମେଣ୍ଟରୁ ବାଦ୍‌ ପଡିଆସୁଥିଲା। ଏଥିସହି ଇଟାଲୀ କ୍ରମାଗତ ଦ୍ୱାଦଶ ବିଜୟ ହାସଲ କରିଛି। ଇଟାଲୀ ପ୍ରଭାବ ବିସ୍ତାର କରି ଖେଳିଥିଲେ ମଧ୍ୟ ଗୋଲ ଦେବାକୁ ସଂଘର୍ଷ କରୁଥିବାର ଦେଖାଯାଇଥିଲା। ଇଟାଲୀ ଏବେ ମ୍ୟୁନିକ୍‌ରେ ଶୁକ୍ରବାର କ୍ୱାର୍ଟର ଫାଇନାଲ ମ୍ୟାଚରେ ରବିବାର ଦ୍ୱିତୀୟ ରାଉଣ୍ଡ ଅଫ୍‌ ୧୬ ମ୍ୟାଚ ବିଜେତା ଗତଥରର ଚାମ୍ପିୟନ ପର୍ତ୍ତୁଗାଲ କିମ୍ବା ବିଶ୍ୱର ୧ ନମ୍ବର ଦଳ ବେଲ୍‌ଜିୟମକୁ ଭେଟିବ।
ମ୍ୟାଚ ପ୍ରଥମ ଓ ଦ୍ୱିତୀୟାର୍ଦ୍ଧରେ କଡ଼ା ସଂଘର୍ଷ ଦେଖିବାକୁ ମିଳିଥିଲା ଓ ଗୋଲ ହୋଇପାରି ନ ଥିଲା। ଅତିରିକ୍ତ ସମୟରେ ଅର୍ଥାତ୍‌ ୯୫ତମ ମିନିଟ୍‌ରେ ଓ୍ବିଙ୍ଗର ଫେଡେରିକୋ ଚିଏସା ପ୍ରଥମ ଗୋଲ ଦେଇ ଇଟାଲୀକୁ ଅଗ୍ରଣୀ କରାଇଥିଲେ। ଏହାପରେ ୧୦୫ତମ ମିନିଟ୍‌ରେ ମାଟେଓ ପେସିନା ଗୋଲ ଦେଇ ଇଟାଲୀକୁ ୨-୦ରେ ଅଗ୍ରଣୀ କରାଇଥିଲେ। ଏହାପରେ ଅବଶ୍ୟ ଅଷ୍ଟ୍ରିଆ ମ୍ୟାଚ୍‌କୁ ପ୍ରତ୍ୟାବର୍ତ୍ତନ କରିଥିଲା। ୧୧୪ତମ ମିନିଟ୍‌ରେ ଅଷ୍ଟ୍ରିଆର ସାସା କାଲାଜିଚ୍‌ ଗୋଲ ଦେଇ ପରାଜୟ ବ୍ୟବଧାନକୁ କମାଇଥିଲେ। ଏହାପରେ ଉଭୟ ଦଳ ତରଫରୁ କୌଣସି ଗୋଲ ହୋଇ ନ ଥିଲା। ଶେଷରେ ଇଟାଲୀ ବିଜୟୀ ହୋଇଥିଲା ଓ ଅଷ୍ଟ୍ରିଆ ଟୁର୍ନାମେଣ୍ଟରୁ ବାଦ୍‌ ପଡିଥିଲା। କ୍ରମାଗତ ୧୨ଟି ବିଜୟ ହାସଲ କରିଥିବା ଇଟାଲୀ ଗତ ୩୧ଟି ମ୍ୟାଚରେ ଅପରାଜେୟ ରହିଛି। ୨୫ଟିରେ ବିଜୟୀ ହୋଇଥିବା ବେଳେ ୫ଟି ମ୍ୟାଚ ଇଟାଲୀ ଡ୍ର ରଖିଛି। ୨୦୧୮ରେ ଇଟାଲୀ ଶେଷଥର ପାଇଁ ମ୍ୟାଚ ହାରିଥିଲା। ସେତେବେଳ ପର୍ତ୍ତୁଗାଲ ଇଟାଲୀକୁ ହରାଇଥିଲା। ପୁଣି ଗତ ୧୮ଟି ୟୁରୋକପ୍‌ ମ୍ୟାଚରେ ଇଟାଲୀ ମାତ୍ର ୨ଟିରେ ପରାଜିତ ହୋଇଛି। ଦଳ ବିଜୟରେ ଇଟାଲୀ କୋଚ୍‌ ରୋବେର୍ଟୋ ମାନସିନି ଖୁସି ଜାହିର କରିଛନ୍ତି। ଅନ୍ୟପଟେ ଅଷ୍ଟ୍ରିଆ କୋଚ୍‌ ଫ୍ରାଙ୍କୋ ଫୋଡା ପରାଜୟ ପାଇଁ ଅସନ୍ତୋଷ ପ୍ରକଟ କରିଛନ୍ତି।
ଇଟାଲୀର ବିଶ୍ୱ ରେକର୍ଡ
ଏହି ମ୍ୟାଚରେ ଇଟାଲୀ ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ମୋଟ ଉପରେ ୧୯ ଘଣ୍ଟାଧରି ଇଟାଲୀ ଗୋଲ ବରଣ ନ କରିବାରେ ନିଜ ରେକର୍ଡକୁ ପଛରେ ପକାଇ ବିଶ୍ୱରେକର୍ଡ ସ୍ଥାପନ କରିଛି। କିନ୍ତୁ ୨୫ ମିନିଟ୍‌ ପରେ ଇଟାଲୀ ଗୋଲ ବରଣ କରିଥିଲା। ୧,୧୬୮ ମିନିଟ୍‌ ଧରି ଇଟାଲୀ ଗୋଲକିପର ଜିଆନଲୁଇଗି ଡୋନ୍ନାଦୁମ୍ମା ଦମ୍‌ଦାର ପ୍ରଦର୍ଶନ କରି ସବୁ ଆକ୍ରମଣକୁ ପ୍ରତିହତ କରିବାରେ ସକ୍ଷମ ହୋଇଥିଲେ। ଅଷ୍ଟ୍ରିଆ ଫରଓ୍ବାର୍ଡ ସାସା କାଲାଜିଚ୍‌ ହେଡ୍‌ ଜରିଆରେ ମ୍ୟାଚର ୧୧୪ତମ ମିନିଟ୍‌ରେ ଗୋଲ ଦେଇଥିଲେ ଓ ଇଟାଲୀ ଗୋଲ ବରଣ କରିଥିଲା। ପୂର୍ବରୁ ମଧ୍ୟ ଦୀର୍ଘ ସମୟଧରି ଗୋଲ ବରଣ ନ କରିବାରେ ଇଟାଲୀ ନାମରେ ରେକର୍ଡ ଥିଲା। ୧୯୭୨ରୁ ୧୯୭୪ ମଧ୍ୟରେ ଇଟାଲୀ ୧,୧୪୩ ମିନିଟ୍‌ ଧରି ଗୋଲ ବରଣ କରି ନ ଥିଲା। ଏହାର ଶ୍ରେୟ ସେତେବେଳର ଗୋଲକିପର ଡିନୋ ଜୋଫ୍‌ଙ୍କୁ ଦିଆଯାଇଥିଲା।
କ୍ୟାପଶନ: ବିଜୟ ହାସଲ ପରେ ଇଟାଲୀ ଖେଳାଳି ଖୁସି ମନାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇତିହାସ ରଚିଲେ ଚହଲ: ଆଇପିଏଲ୍‌ରେ ଏମିତି କାରନାମା କରିବାରେ ପ୍ରଥମ ବୋଲର

ନୂଆଦିଲ୍ଲୀ,୨୩।୪: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ...

ଅରେଞ୍ଜ କ୍ୟାପ୍‌ ଉପରେ କୋହଲଙ୍କ କବ୍‌ଜା: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

ନୂଆଦିଲ୍ଲୀ,୨୩।୪: ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲିଙ୍କ ଆଭିମୁଖ୍ୟ ଆଇପିଏଲ ୨୦୨୪ ରେ ଜାରି ରହିଛି। ବିରାଟ କୋହଲି ୮ଟି ମ୍ୟାଚରେ ହାରାହାରି ୬୩.୧୭ରେ ୩୭୯ ରନ...

ହଠାତ୍‌ ପଡ଼ିଆ ମଝିରେ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା: ଜାଣନ୍ତୁ କାହିଁକି

ମୁମ୍ବାଇ,୨୩।୪: ରାଜସ୍ଥାନ ରୟାଲ୍ସର ଓପନର୍‌ ଯଶସ୍ବୀ ଜୟସ୍ବାଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬୦ ବଲରେ ୧୦୪ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ...

ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ

ଭୁବନେଶ୍ୱର,୨୩।୪: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ବା ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ ଭାବେ ବିଶ୍ୱଜିତ ବିଶ୍ୱାଳ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୪ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ରୁଡ୍‌ଙ୍କୁ କ୍ୟାରିୟରର ବଡ଼ ଟାଇଟଲ

ବାର୍ସିଲୋନା, ୨୩ା୪ (ଏପି): କାସ୍ପର ରୁଡ୍‌ ବାର୍ସିଲୋନା ଓପନ ଟେନିସ ଚାମ୍ପିୟନ ହୋଇଛନ୍ତି। ଟୁର୍ନାମେଣ୍ଟର ଫାଇନାଲରେ ସେ ଷ୍ଟିଫାନସ ସିତ୍‌ସିପାସଙ୍କୁ ୭-୫, ୬-୩ରେ ହରାଇ ଦେଇଛନ୍ତି।...

ବାଗାନ ମୁକାବିଲା ପାଇଁ ଓଡ଼ିଶା ଏଫ୍‌ସି ପ୍ରସ୍ତୁତ

ଭୁବନେଶ୍ୱର, ୨୩।୪ (ତପନ ସ୍ବାଇଁ): ଇତିହାସ ସୃଷ୍ଟି ହୋଇସାରିଛି। ଓଡ଼ିଶା ଏଫ୍‌ସି ପ୍ରଥମ ଥର ପାଇଁ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ସେମିଫାଇନାଲରେ ପ୍ରବେଶ କରିଛି।...

ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିବା କୋହଲିଙ୍କୁ ପଡ଼ିଲା ମହଙ୍ଗା, ବିସିସିଆଇ ନେଲା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୨।୪: ଆଇପିଏଲ ୨୦୨୪ରେ କୋଲକାତା ନାଇଟ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ରବିବାର ଏକ ମ୍ୟାଚ ହୋଇଥିଲା। ଯେଉଁଥିରେ କେକେଆର୍‌ ୧ ରନ୍‌ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri