ଏଇ ଭାରତରେ

ଗାଁର ଜଣେ ସାଧାରଣ ଯୁବକ ହେଲେ ବି ତାଙ୍କ ଅସାଧାରଣ ପ୍ରତିଭା ଅନେକଙ୍କୁ ବିସ୍ମିତ କରିଛି। ତେଲଙ୍ଗାନାର ଏହି ଯୁବକ ଜଣକ ହେଉଛନ୍ତି ୩୦ ବର୍ଷୀୟ ରାଜୁ ମୁପ୍ପାରୁପୁ। ରହନ୍ତି ଓ୍ବାରଙ୍ଗଲ ଜିଲାର ଗୋପାଳପୁରମ ଗାଁରେ। ଏବେ ସେ ମକା ଉପରେ ଥିବା ଖୋଳପାରୁ କଲମ ତିଆରି କରିଛନ୍ତି। ଏହା ପୂର୍ବରୁ ସେ ରାସ୍ତାକଡ ଲାଇଟ ପାଇଁ ସେନସର ଓ ବ୍ୟାଟେରିଚାଳିତ ସାଇକେଲ ନିର୍ମାଣ କରିସାରିଛନ୍ତି। ଏହି ପରିବେଶ ଉପଯୋଗୀ କଲମ ହେଉଛି ତାଙ୍କ ତୃତୀୟ ଆବିଷ୍କାର। ଚାଷୀମାନେ ମକା ଉପରୁ ଖୋଳପା ଛଡାଇ ତାଙ୍କୁ ପୋଡିବା ଦ୍ୱାରା ପରିବେଶ ପ୍ରଦୂଷଣ ହୁଏ। ଏହାକୁ ରୋକିବା ପାଇଁ ରାଜୁ ଖୋଳପାର ଉପଯୋଗ କରି କଲମ ତିଆରି କରିବା ଆରମ୍ଭ କରିଛନ୍ତି। ମକା ଖୋଳପାରୁ ନିର୍ମିତ କଲମ ମଧ୍ୟ ପ୍ଲାଷ୍ଟିକ କଲମ ବ୍ୟବହାର କମାଇବ ଓ ଏହା ଦ୍ୱାରା ପରିବେଶ ପ୍ରଦୂଷଣ ହ୍ରାସ ପାଇବ ବୋଲି କହନ୍ତି ରାଜୁ। ସେ ଆଖପାଖରୁ ମକା ଖୋଳପା ସଂଗ୍ରହ କରି ତାକୁ ସଫା କରୁଛନ୍ତି ଓ ଏକ ଲୁହା ରଡରେ ତାକୁ ଗୁଡାଇ ଅଠା ଲଗାଇ ସିଲିଣ୍ଡର ଆକାରର କରୁଛନ୍ତି। ପରେ ସମାନ ମାପରେ କାଟି ଗୋଟିଏ ପାର୍ଶ୍ୱରେ ରିଫିଲ ସେଟ୍‌ କରୁଛନ୍ତି। ମକା ଖୋଳପାରେ ମଧ୍ୟ କଲମ ପାଇଁ କ୍ୟାପ ପ୍ରସ୍ତୁତ ହେଉଛି। ୧୦ ମିନିଟ୍‌ରେ ସେ ଗୋଟିଏ କଲମ ତିଆରି କରୁଛନ୍ତି।
ଏହି କଲମକୁ ଓ୍ବାରଙ୍ଗଲ ଗ୍ରେଟର ମ୍ୟୁନିସିପାଲ କର୍ପୋରେଶନ କମିଶନର ପ୍ରମିଳା ଶତପଥୀଙ୍କୁ ରାଜୁ ଉପହାର ଦେବା ପରେ ସେ ତାଙ୍କ ଅଫିସ ଲାଗି ୧୦୦ ଟି କଲମ ଅର୍ଡର ଦେଇଛନ୍ତି। ଗୋଟିଏ କଲମର ଦାମ ୧୦ ଟଙ୍କା। ରାଜୁ ୧୦୦ ଟି କଲମ ଏବେ ସୁଦ୍ଧା ଦେଇ ସାରିଲେଣି ଓ ଆଉ ୯୦୦ କଲମ କାମ ଜାରି ରଖିଛନ୍ତି। ତେଲଙ୍ଗାନା ଷ୍ଟେଟ ଇନୋଭେଶନ ସେଲ ରାଜୁଙ୍କ ଏହି କଲମକୁ ମଧ୍ୟ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦୀପାବଳିରେ ମା’ ଲକ୍ଷ୍ମୀ ଓ ମା’ କାଳୀଙ୍କୁ ପୂଜା କରାଯାଉ ଥିତ୍ବାବେଳେ ବୃଦ୍ଧଙ୍କୁ ପୂଜା କରିବାର ଏକ ନିଆରା ପରମ୍ପରା ପ୍ରଚଳିତ ହୋଇଆସୁଛି ଛତିଶଗଡ଼ର ଯଶପୁର...

ଏଇ ଭାରତରେ

ଏଥର ଚଢ଼ିବେ ବାଉଁଶ ସାଇକେଲ। ଏହା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିତ୍ବ, କିନ୍ତୁ ସତ। ଏମିତିକା ସାଇକେଲ ନିର୍ମାଣ କରିଛନ୍ତି ମହାରାଷ୍ଟ୍ରର ଏକ ଦମ୍ପତି। ଭାରତୀୟ ବାୟୁସେନାର...

କୁହାବୋଲା ସାହିତ୍ୟ

ଧ୍ରୁବ ଚରଣ ଘିବେଲା ସମୟ ସୁଅରେ ସବୁ କିଛି ବଦଳିଲା ଭଳି ସାହିତ୍ୟର ଗତି, ପ୍ରକୃତି, ଧାରା ବି ତହିଁରୁ ବାଦ୍‌ ପଡ଼ିଯାଇ ନାହିଁ ।...

ଏଇ ଭାରତରେ

କୃଷିରେ ମହିଳାଙ୍କ ଭାଗୀଦାରି ବଢ଼ିବାରେ ଲାଗିଛି। କିନ୍ତୁ ଏମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶର ମହିଳା ଚାଷୀ କନକଲତାଙ୍କୁ ନେଇ ଚର୍ଚ୍ଚା ଜୋର। କାରଣ, ସେ ଦିନକୁ ୭...

ଭୁଲ୍‌ ନେତୃତ୍ୱ

ଆକାର ପଟେଲ କିଛି ମାସ ପୂର୍ବେ ମୋ ଲିଖିତ ବହିଟି ପ୍ରକାଶ ପାଇଥିଲା। ଭାରତରେ ମୁଖ୍ୟତଃ ବାସ୍ତବ ତଥା ତଥ୍ୟଭିତ୍ତିକ ଏବଂ ଇତିହାସ ସମ୍ପର୍କିତ ବହି...

ଏଇ ଭାରତରେ

ବ୍ରେଷ୍ଟଫିଡିଂ ବା ସ୍ତନ୍ୟପାନକୁ ନେଇ ରହିଥିବା ସାମାଜିକ ଓ ଧାର୍ମିକ କଟକଣା ବିରୋଧରେ ଲଢ଼େଇ କରୁଛନ୍ତି କେରଳର ଡ. ଏମ୍‌.ଐଶ୍ୱର୍ଯ୍ୟା। ସେ କୋଏମ୍ବାଟୁର ପାରେଣ୍ଟି ନେଟ୍‌ଓ୍ବର୍କ...

ଏଇ ଭାରତରେ

ଦେଶରେ ବେଳେବେଳେ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି ହେଉଥିବାବେଳେ ଉତ୍ତରପ୍ରଦେଶର ମିରଟରେ ବାସକରୁଥିବା ଜଣେ ମୁସଲମାନ୍‌ ମହିଳା ସାମ୍ପ୍ରଦାୟିକ ସଦ୍‌ଭାବର ଉଦାହରଣ ପାଲଟିଛନ୍ତି। ୪୨ ବର୍ଷ ବୟସ୍କା...

ସବୁଜ ଅର୍ଥନୀତିର ପଥପ୍ରଦର୍ଶକ

ବ୍ୟକ୍ତିତ୍ୱ/ଶିବ ପ୍ରସାଦ ପୁହାଣ ପ୍ରଖ୍ୟାତ ଭାରତୀୟ ପରିବେଶ ଅର୍ଥଶାସ୍ତ୍ରୀ ତଥା ଜାତିସଂଘ ପରିବେଶ କାର୍ଯ୍ୟକ୍ରମ (ୟୁଏନ୍‌ଇପି) ର ଗୁଡ୍‌ଓ୍ବିଲ ଆମ୍ବାସାଡର ପବନ ସୁଖଦେବ ୨୦୨୦ର ଟାଇଲର୍‌...

Advertisement
Archives

Model This Week