ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନର ପ୍ରଭାବ ଏବେ କୃଷିକୁ ପ୍ରଭାବିତ କରିବାରେ ଲାଗିଛି। ଫସଲ ନଷ୍ଟ ହେବା ଦ୍ୱାରା ମୁଖ୍ୟତଃ କ୍ଷୁଦ୍ର ତଥା ନାମମାତ୍ର ଚାଷୀମାନେ ନାହିଁ ନ ଥିବା କ୍ଷତି ସହୁଛନ୍ତି। ସେମାନଙ୍କ ପାଇଁ କୃଷିବୀମାର ବ୍ୟବସ୍ଥା ରହିଥିତ୍ଲେ ବି ଭାରତରେ ଏଡି ବର୍ଗର ପ୍ରାୟ ୬୦% ଚାଷୀ ଏହା ବୀମାରୁ ବଞ୍ଚିତ ହେଉଛନ୍ତି। ଏଣୁ ଏଭଳି ସମସ୍ୟା ସୁଧାରିବା ଲାଗି ଯତୀନ ସିଂ ଏବଂ ଧ୍ୟାନେଶ ଭଟ୍ଟଙ୍କ ପ୍ରୟାସ ପ୍ରଶଂସନୀୟ। ଏମାନେ ‘ଗ୍ରାମ କଭର’ ନାମକ ଷ୍ଟାର୍ଟଅପ ପ୍ରତିଷ୍ଠା କରି ବିଭିନ୍ନ ଋଣପାଇବାରୁ ବଞ୍ଚିତ ନାମମାତ୍ର ଚାଷୀଙ୍କୁ ବୀମା ଯୋଜନାରେ ଯୋଡୁଛନ୍ତି। ଚାଷୀମାନେ ବୀମାର ସର୍ବନିମ୍ନ ପ୍ରିମିୟମ ୩୫ ଟଙ୍କା ଦେଇ ଜଳବାୟୁ ଜନିତ ଫସଲ କ୍ଷତି ୪୫ ଦିନ ମଧ୍ୟରେ ବୀମାର ସବିଶେଷ ବିବରଣୀ ସହ କ୍ଷତିପୂରଣ ପାଇପାରୁଛନ୍ତି। ପ୍ରିମିୟମର ସର୍ବୋଚ୍ଚ ସୀମା ରଖାଯାଇଛିି ୨୦୦ ଟଙ୍କା। ୨୦୧୮ରେ ଯତୀନ ଓ ଧ୍ୟାନେଶ ‘ଗ୍ରାମ କଭର’ ଗଠନ କରିବା ପରେ ଏବେ ସୁଦ୍ଧା ପଶ୍ଚିମବଙ୍ଗ, ଆସାମ, ଉତ୍ତରାଖଣ୍ଡ, ଆନ୍ଧ୍ରପ୍ରଦେଶ ଏବଂ ତେଲଙ୍ଗାନା ଆଦି ରାଜ୍ୟରୁ ୫୦,୦୦୦ ଚାଷୀଙ୍କୁ ବୀମାଭୁକ୍ତ କରିସରିଲେଣି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବି ଚାଷୀ ମାନେ ଅନ୍ତର୍ଭୁକ୍ତ ହେବାର ବ୍ୟବସ୍ଥା କରୁଛନ୍ତି। ଯେଉଁମାନେ ଏହା ଅଧୀନକୁ ଆସୁନାହାନ୍ତି ସେମାନଙ୍କୁ ତାଙ୍କ ଷ୍ଟାର୍ଟଅପ ବୀମାଭୁକ୍ତ କରାଉଛି। ତାଙ୍କ ଷ୍ଟାର୍ଟଅପ ସହ ବିଭିନ୍ନ ଇନସ୍ୟୁରାନ୍ସ କମ୍ପାନୀଗୁଡ଼ିକ ଅଂଶୀଦାର ଭାବେ କାର୍ଯ୍ୟ କରୁଛନ୍ତି। ଗତ ତିନ ବର୍ଷର ଏହି ଯୋଜନା ଶତ ପ୍ରତିଶତ ସଫଳ ହୋଇଛିି। ୨୦୨୧ରେ ଗ୍ରସ୍‌ ପ୍ରିମିୟମ ୧୦୦ କୋଟି ଟଙ୍କା ଟପିଯିବ ବୋଲି କହନ୍ତି ଯତୀନ।


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri