Posted inଖେଳ

ଆଇପିଏଲ୍‌ରେ କୋଭିଡ୍‌ର କଳାବାଦଲ: ବିଦେଶୀ ଖେଳାଳିଙ୍କୁ ପଠାଇବା ବ୍ୟବସ୍ଥା କରିବ ବିସିସିଆଇ

ନୂଆଦିଲ୍ଲୀ/ମେଲବୋର୍ନ,୨୮ା୪(ପି.ଟି.)-ଭାରତରେ କୋଭିଡ୍‌ର ଦ୍ୱିତୀୟ ଲହରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ହାରରେ ବୃଦ୍ଧି ପାଉଥିବାରୁ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଅଂଶଗ୍ରହଣ କରିବାକୁ ଆସିଥିବା ବିଦେଶୀ ଖେଳାଳିଙ୍କ ଲାଗି ଏହା ଚିନ୍ତାର କାରଣ ହୋଇଛି। ସଂକ୍ରମିତଙ୍କ ଲାଗି ଦେଶରେ ଅକ୍ସିଜେନ ଓ କିଛି ଗୁରୁତ୍ୱପୂର୍ଣ୍ଣ ଔଷଧର ଅଭାବ ଦେଖା ଦେଇଥିବାରୁ ଅନେକ ପ୍ରାଣ ହରାଉଛନ୍ତି। ତେଣୁ ଟୁର୍ନାମେଣ୍ଟ ଶେଷ ହେଲେ ନିଜ ଦେଶକୁ କିପରି ସୁରକ୍ଷିତ ଭାବେ ଫେରିବେ ସେ ନେଇ ବିଦେଶୀ ଖେଳାଳିମାନେ ଆଶଙ୍କାରେ ରହିଛନ୍ତି। କରୋନା ଏହାର କାୟାବିସ୍ତାର କରି ଚାଲିଥିବାରୁ ଆଗକୁ ଭାରତକୁ ଯାତାୟାତ କଟକଣା ଆଶଙ୍କାକୁ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି ବିଦେଶୀ ଖେଳାଳି। ଭୟରେ ଆଣ୍ଡ୍ର୍ୟୁ ଟାଇ ଆଗୁଆ ଅଷ୍ଟ୍ରେଲିଆ ଫେରିଯାଇଛନ୍ତି। କେନ୍‌ ରିଚାର୍ଡସନ ଓ ଆଡାମ ଜାମ୍ପା ବାଙ୍ଗାଲୋରସ୍ଥିତ ରୟାଲ ଚ୍ୟାଲେଞ୍ଜର୍ସ ବାୟୋ-ବବଲ ଛାଡ଼ି ସୋମବାର ଘରମୁହାଁ ହୋଇଛନ୍ତି। ଏହାର ଦିନକ ପରେ ଅଷ୍ଟ୍ରେଲିଆ ମେ’ ୧୫ ତାରିଖ ପର୍ଯ୍ୟନ୍ତ ଭାରତରୁ ବିମାନ ଯାତ୍ରାକୁ ସସ୍‌ପେଣ୍ଡ କରିଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତରଫରୁ କିନ୍ତୁ ବିଦେଶୀ ଖେଳାଳିଙ୍କୁ ନିର୍ଭର ପ୍ରତିଶ୍ରୁତି ଦିଆଯାଇଛି। ମେ’୩୦ରେ ଟୁର୍ନାମେଣ୍ଟ ଶେଷ ହେବାମାତ୍ରେ ଖେଳାଳିମାନଙ୍କୁ ସୁରକ୍ଷିତ ଭାବେ ସେମାନଙ୍କ ଘରେ ପହଞ୍ଚାଇବା ଦାୟିତ୍ୱ ଆମର ବୋଲି ବୋର୍ଡର ସିଓଓ ହେମାଙ୍ଗ ଅମିନ ପ୍ରକାଶ କରିଛନ୍ତି। କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ସେମାନଙ୍କ ଫେରିବା ଲାଗି ଏକ ସ୍ବତନ୍ତ୍ର ବିମାନର ବ୍ୟବସ୍ଥା କରିବ ବୋଲି ମୁମ୍ବାଇ ଇଣ୍ଡିଆନ୍ସର ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ କ୍ରିସ୍‌ ଲିନ୍‌ ଆଶା ପ୍ରକାଶ କରିଥିଲେ। କାରଣ ପ୍ରତିଟି ଅଷ୍ଟ୍ରେଲିଆ ଖେଳାଳିଙ୍କର ପ୍ରତିଟି ଆଇପିଏଲ ଚୁକ୍ତିର ୧୦ ପ୍ରତିଶତ ଅର୍ଥ କ୍ରିକେଟ ଅଷ୍ଟ୍ରେଲିଆ ପାଣ୍ଠିକୁ ଯାଇଥାଏ ବୋଲି ସେ ଦର୍ଶାଇଛନ୍ତି। ଏଣେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ସ୍ପଷ୍ଟ କରିଦେଇଛନ୍ତି ଯେ, ତାଙ୍କ ଦେଶର ଯେଉଁମାନେ ଆଇପିଏଲ୍‌ ସହ ସଂଶ୍ଲିଷ୍ଟ ଅଛନ୍ତି ସେମାନଙ୍କୁ କୌଣସି ସରକାରୀ ସହାୟତା ଦିଆଯିବ ନାହିଁ। ସେମାନଙ୍କୁ ନିଜସ୍ବ ବ୍ୟବସ୍ଥାରେ ଫେରିବାକୁ ହେବ। କାରଣ ସେମାନେ ଅଷ୍ଟ୍ରେଲିଆ ଜାତୀୟ ଦଳ ସହ ନୁହେଁ ଘରୋଇ ଭାବେ ଭାରତ ଗସ୍ତ କରିଛନ୍ତି। ଭାରତରେ ବର୍ତ୍ତମାନ ଦୈନିକ ହାରାହାରି ୩ଲକ୍ଷରୁ ଊର୍ଦ୍ଧ୍ୱ ନୂଆ କରୋନା ସଂକ୍ରମିତ ବାହାରୁଛନ୍ତି। ଦୈନିକ ୨,୦୦୦ରୁ ଅଧିକ ଲୋକ ପ୍ରାଣ ହରାଉଛନ୍ତି। କରୋନା ରୋଗୀଙ୍କ ଲାଗି ଦେଶରେ ଅକ୍ସିଜେନ୍‌ ଓ କିଛି ଗୁରୁତ୍ୱପୂର୍ଣ୍ଣ ଔଷଧର ଅଭାବ ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀଙ୍କୁ ବିଶ୍ୱକପ୍‌ ଲାଗି ରାଜି କରାଇବା ପ୍ରସଙ୍ଗରେ କ’ଣ କହିଲେ ରୋହିତ? ଦଳ ଘୋଷଣା ପୂର୍ବରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୮।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରାଯିବା ବାକି ଅଛି। ହେଲେ କେଉଁ ଖେଳାଳିଙ୍କୁ ଚୟନ କରାଯିବ, କାହାକୁ ନୁହେଁ, ତାହାକୁ ନେଇ...

ଚେନ୍ନାଇରେ ସାମିଲ ହେଲେ ଏହି ଘାତକ ବୋଲର୍‌, ୪ ବଲ୍‌ରେ ରୋହିତ-ବିରାଟ-ପନ୍ତଙ୍କ ଉଇକେଟ ନେଇ ଥିଲେ ଚର୍ଚ୍ଚାରେ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ମଝିରୁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)ରୁ ବାଦ୍‌ ପଡ଼ିଛନ୍ତି ଷ୍ଟାର କ୍ରିକେଟର ଡିଭନ୍‌ କନଓ୍ବେ। ସର୍ବାଧିକ ରନ୍‌ ସ୍କୋର କରିଥିବା ଏହି କ୍ରିକେଟର ପୁରା...

ପଡ଼ିଆକୁ ଓହ୍ଲାଇବା ମାତ୍ରେ ଇତିହାସ ରଚିବେ ରୋହିତ ଶର୍ମା

ରୋହିତ ଶର୍ମା ପ୍ରଥମ ସିଜିନ ଅର୍ଥାତ୍‌ ୨୦୦୮ ଠାରୁ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ର ଏକ ଅଂଶ ରହିଆସିଛନ୍ତି। ରୋହିତ ହେଉଛନ୍ତି ଆଇପିଏଲର ଅନ୍ୟତମ...

ଆଇପିଏଲ୍‌ ମଝିରେ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୮।୪: ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ୨୦୨୪ରେ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରୁଛି, କିନ୍ତୁ ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି। ଗତ ସିଜନରେ ସିଏସ୍‌କେ...

ଟି -୨୦ ବିଶ୍ୱକପ ଚୟନ ଖବରକୁ ଖଣ୍ଡନ ରୋହିତ ଶର୍ମା, ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୮।୪: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ମିଡିଆ ରିପୋର୍ଟକୁ ଅସ୍ବୀକାର କରିଛନ୍ତି। ଯେଉଁଥିରେ ଦାବି କରାଯାଉଥିଲା ଯେ, ଟି -୨୦ ବିଶ୍ୱକପ ଚୟନକୁ...

ମୁମ୍ବାଇ ଇଣ୍ଡିଆନ୍ସ ସହ ଗୁଜରାଟ ଟାଇଟାନ୍ସକୁ ବି ଡୁବେଇଦେଲେ ହାର୍ଦ୍ଦିକ ପାଣ୍ଡ୍ୟା: ପୂର୍ବତନ କ୍ରିକେଟର୍‌ ଆଣିଲେ ଅଭିଯୋଗ

ନୂଆଦିଲ୍ଲୀ,୧୮।୪: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଗୁଜରାଟ ଟାଇଟାନ୍ସ ଆଇପିଏଲ ୨୦୨୨ ଜିତିଥିଲା। ଏହା ପରେ, ଗୁଜରାଟ ଆଇପିଏଲ ୨୦୨୩ରେ ରନର୍‌ ଅପ୍‌ ହୋଇଥିଲା। କିନ୍ତୁ ଏହି...

କୋହଲିଙ୍କଠାରୁ ପ୍ରେରଣା ପାଇ ୟୁପିଏସ୍‌ସିରେ ତୃତୀୟ ସ୍ଥାନ ହାସଲ କଲେ ଅନନ୍ୟା: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୮।୪: ଭାରତର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି ଦୁନିଆର ଅନ୍ୟତମ ଲୋକପ୍ରିୟ ଆଥଲେଟ ଅଟନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ତାଙ୍କର ୮୦୦ ମିଲିୟନରୁ ଅଧିକ ଫଲୋଅର୍ସ...

ଗୁଜରାଟ ଟାଇଟନ୍ସକୁ ୬ ଉଇକେଟରେ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ

ଅହମଦାବାଦ,୧୭ା୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ)ରେ ଗୁଜରାଟ ଟାଇଟନ୍ସକୁ ୬ ଉଇକେଟରେ ହରାଇ ତୃତୀୟ ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରଥମେ ବ୍ୟାଟିଂ କରି ଟାଇଟନ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri