ଆସ ଗଛ କାଟି ଅକ୍ସିଜେନ୍‌ ଖୋଜିବା

ଡ. ଭାରତ ଭୂଷଣ ରଥ

 

କରୋନା ପୁଣି ଲେଉଟିଲା। ଲେଉଟାଣି କରୋନା ଖୁବ୍‌ ଦମ୍ଭର ସହିତ ଲେଉଟିଛି। ଏବେ କରୋନାର ନୂଆ ରୂପ ଏବଂ ନୂଆ ତମାସା। ସତରେ ଜନଜୀବନ ଅସ୍ତବ୍ୟସ୍ତ। ତେବେ ଏଥର ମାନବଶରୀରରେ ଅମ୍ଳଜାନ (ଅକ୍ସିଜେନ୍‌)ର ଅଭାବ ହେବା ଏକ ନୂତନ ଲକ୍ଷଣ। କରୋନା ସଂକ୍ରମିତ ହେଉ ହେଉ ବ୍ୟକ୍ତି ଶରୀରରେ ଅମ୍ଳଜାନର ଅଭାବ ପରିଲକ୍ଷିତ ହେଉଛି। ଠିକ୍‌ ସମୟରେ ଅମ୍ଳଜାନ ମିଳିଗଲେ ପ୍ରାଣୀ ବଞ୍ଚିଯାଉଛି। କାରଣ କେବଳ କରୋନାର ଔଷଧୀୟ ଚିକିତ୍ସାବଳରେ ସମସ୍ତ ରୋଗୀଙ୍କର ବଞ୍ଚିବା ସମ୍ଭବ ହେଉନି। ଦିନକୁଦିନ ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଡାକ୍ତରଖାନାରେ ଅକ୍ସିଜେନର ଅଭାବ ଏବଂ ରୋଗୀଙ୍କର ପଞ୍ଜୀକରଣ ପାଇଁ ଶଯ୍ୟାର ଅଭାବ। ଏପରି ଅବସ୍ଥା ହୋଇଛି ଯେ, ଅନେକ ବଡ଼ ବଡ଼ ଚିକିତ୍ସାଳୟର ପ୍ରସିଦ୍ଧ ଡାକ୍ତରମାନେ କେବଳ ଅକ୍ସିଜେନ୍‌ ଅଭାବରୁ ରୋଗୀଙ୍କୁ ବଞ୍ଚେଇପାରୁ ନାହାନ୍ତି। ଡାକ୍ତର ଆଜି ହତବାକ୍‌। ମାନବ ଜ୍ଞାନବିଜ୍ଞାନର ଶ୍ରେଷ୍ଠ ସୀମାରେ ପହଞ୍ଚିସାରି ଚନ୍ଦ୍ରପୃଷ୍ଠରେ ଘର କରିବା ପାଇଁ ପ୍ରସ୍ତୁତ ହେଉଛି ସତ, କିନ୍ତୁ ସେ ନିଜେ ଯେଉଁଠାରେ ସ୍ଥାୟୀ ଭାବରେ ବସତିସ୍ଥାପନ କରିଛି ସେଠାରେ ପ୍ରାଣବାୟୁର ଅଭାବ ପରିଲକ୍ଷିତ ହେଉଛି। ଏହାଠାରୁ ଦୁଃଖଦ ଚିତ୍ର ଆମ ସମ୍ମୁଖରେ ଆଉ କ’ଣ ବା ଥାଇପାରେ?
ଏଥର ଭାରତର ରାଜଧାନୀ ଦିଲ୍ଲୀ ଅକ୍ସିଜେନ୍‌ ଅଭାବରୁ ବିଶେଷ ଭାବରେ ହନ୍ତସନ୍ତ ହେଉଛି। ଦିଲ୍ଲୀ! ବାବୁଭାୟାଙ୍କର ସହର। ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଦେଶର ସମସ୍ତ ଶ୍ରେଷ୍ଠ ଅଧିକାରୀ ଏବଂ ବିତ୍ତଶାଳୀ ଦିଲ୍ଲୀର ନାଗରିକ। ସେହିଠାରେ ହିଁ ଭାରତର ଭାଗ୍ୟ ନିର୍ଦ୍ଧାରଣ ହୁଏ। କିନ୍ତୁ ଭାରତର ଭାଗ୍ୟ ନିର୍ଦ୍ଧାରଣ କରୁଥିବା ସୌଖୀନ ସହରଟିରେ ବାସକରୁଥିବା ସରଳ ଏବଂ ନିରୀହ ନାଗରିକମାନେ ଯେ କେତେ ଅସୁରକ୍ଷିତ ଏହାର ଜ୍ୱଳନ୍ତ ପ୍ରମାଣ ପ୍ରତ୍ୟେକଙ୍କର ଚକ୍ଷୁସାମ୍ନାରେ ନିତି ଦୃଷ୍ଟିଗୋଚର ହେଉଛି।
ତେବେ ପ୍ରଶ୍ନ ଉଠେ କରୋନାର ଦ୍ୱିତୀୟ ଲହର ଆରମ୍ଭ ହେଲା ମହାରାଷ୍ଟ୍ରର ମୁମ୍ବାଇ ସହର, ଛତିଶଗଡ଼ ଏବଂ ଗୁଜରାଟର କିଛି ଅଞ୍ଚଳରୁ। ଏହାପରେ କରୋନା ଦିଲ୍ଲୀ ସହରକୁ ଗ୍ରାସକଲା। ତେବେ ଅନ୍ୟ ସ୍ଥାନଗୁଡ଼ିକ ଅପେକ୍ଷା ଦିଲ୍ଲୀ ଅକ୍ସିଜେନ୍‌ ଅଭାବରୁ ବିଶେଷଭାବରେ ପ୍ରଭାବିତ କାହିଁକି? ଏହାର କାରଣ ମଧ୍ୟରୁ ଗୋଟିଏ ପ୍ରମୁଖ କାରଣ ହେଲା ଦିଲ୍ଲୀର ଦୂଷିତ ଜଳବାୟୁ। ବିଗତ ଦଶନ୍ଧି ଧରି ଦେଖାଯାଉଛି ଦିଲ୍ଲୀର ବାୟୁମଣ୍ଡଳରେ ପ୍ରଦୂଷଣ ଏକ ସମସ୍ୟା ହୋଇ ଉଭା ହୋଇଛି। ତେବେ ଏ ସମସ୍ୟାର ନିରାକରଣ ପରିବର୍ତ୍ତେ ଦିଲ୍ଲୀରେ ଦିନୁଦିନ କଳକାରଖାନା, ଯାନବାହନ ଏବଂ ବୃହତ୍‌ ଅଟ୍ଟାଳିକାମାନ ବୃଦ୍ଧି ପାଉଛି। ପ୍ରତ୍ୟେକ ବିକାଶଶୀଳ କାର୍ଯ୍ୟ ପାଇଁ ଦିଲ୍ଲୀରେ ଥିବା ବିଶାଳ ବୃକ୍ଷମାନ ବଳିପଡୁଛନ୍ତି। ସବୁଠାରୁ ବଡ଼ କଥା ହେଲା ଦିଲ୍ଲୀ ଏତେ ବିକଶିତ ହୋଇଛି ଯେ, ବୃକ୍ଷରୋପଣ ପାଇଁ ସ୍ଥାନାଭାବ ପରିଲକ୍ଷିତ ହେଲାଣି। ଯେଉଁ ଅଳ୍ପକିଛି ଗଛ ସେଣ୍ଟ୍ରାଲ ଦିଲ୍ଲୀରେ ଅଛି ତାହା ପର୍ଯ୍ୟାପ୍ତ ପରିମାଣରେ ଅକ୍ସିଜେନ୍‌ ଯୋଗାଇଦେବାରେ ସମର୍ଥ ନୁହେଁ। ଏହାର ଅର୍ଥ ହେଲା ଦିଲ୍ଲୀର ଜନସାଧାରଣ ଦିନରେ ଚବିଶ ଘଣ୍ଟା ସୁସ୍ଥ ବାୟୁ ଟିକେ ମଧ୍ୟ ପାଇପାରୁନାହାନ୍ତି। ଯେଉଁ ବାୟୁ ମଣିଷଜୀବନର ପ୍ରଥମ ଆବଶ୍ୟକତା ଏବଂ ଯେଉଁ ବାୟୁ ମାଧ୍ୟମରେ ଆତ୍ମା ଏହି ଶରୀର ଭିତରେ ପ୍ରବେଶକରି ଶରୀରକୁ ପରିଚାଳିତ କରେ ଯଦି ତାହା ନ ମିଳେ; ତା’ହେଲେ ପ୍ରାଣୀ ବଞ୍ଚିବ କେମିତି? କିନ୍ତୁ ଏ କ୍ଷେତ୍ରରେ ମୁମ୍ବାଇର ନାଗରିକ ସାମାନ୍ୟ ଭାଗ୍ୟବାନ କାରଣ ବମ୍ବେ ସହର ବିସ୍ତୀର୍ଣ୍ଣ ସମୁଦ୍ରଜଳରାଶିର ତଟବର୍ତ୍ତୀ ଅଟେ। ସମୁଦ୍ର ଜଳରୁ ସ୍ବାଭାବିକ ଅକ୍ସିଜେନ୍‌ ପାଇବାରେ ବମ୍ବେ ସହରକୁ ଅସୁବିଧା ହୁଏନାହିଁ। ଛତିଶଗଡ଼ ଏବଂ ଅନ୍ୟ ରାଜ୍ୟଗୁଡ଼ିକ ବୃକ୍ଷରାଜିରେ ପରିପୂର୍ଣ୍ଣ। ଯଦିଓ ଭାରତର ପ୍ରତି ଗାଁଗହଳିରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ବୃକ୍ଷଲତା ଏବଂ ଅରଣ୍ୟ ପଶୁପକ୍ଷୀମାନେ ବିନାଶଶୀଳ ଅବସ୍ଥାରେ ଅଛନ୍ତି ତଥାପି ବର୍ତ୍ତମାନ ପରିସ୍ଥିତିରେ ଅନ୍ୟ ସ୍ଥାନରେ ଅକ୍ସିଜେନ୍‌ ଅଭାବ ବିଶେଷଭାବେ ଦେଖାଯାଇନି।
ପରିବେଶରୁ ଅକ୍ସିଜେନ୍‌ ନ ପାଇବା ଦ୍ୱାରା ଦିଲ୍ଲୀର କରୋନାଗ୍ରସ୍ତ ରୋଗୀଟିଏ ଅତିଶୀଘ୍ର ଅକ୍ସିଜେନ୍‌ ଆବଶ୍ୟକ କରୁଛି। ଯେହେତୁ କରୋନା ଶ୍ୱାସପ୍ରଶ୍ୱାସକୁ ପ୍ରଥମେ କବଳିତ କରି ତା’ପରେ ଫୁସଫୁସ୍‌କୁ ନିଜ ନିୟନ୍ତ୍ରଣରେ ଆଣୁଛି ତେଣୁ ପ୍ରଚୁରମାତ୍ରାରେ ଅକ୍ସିଜେନ୍‌ ଗ୍ରହଣ କଲେ ଯାଇ ରୋଗୀ ସୁସ୍ଥ ରହିପାରିବ। ଅପରପକ୍ଷେ ହଠାତ୍‌ ଏତେ ପରିମାଣରେ କୃତ୍ରିମ ଅକ୍ସିଜେନ୍‌ ସିଲିଣ୍ଡର ପ୍ରସ୍ତୁତକରି ଦିଲ୍ଲୀକୁ ପଠାଇବା ସମ୍ଭବ ହୋଇପାରୁନି। ଓଡ଼ିଶା ସମେତ ଯେଉଁ କେତେକ ରାଜ୍ୟ ଏବଂ ଦେଶ ଏଭଳି ବିଷମ ସ୍ଥିତିରେ ଦିଲ୍ଲୀକୁ ସହାୟତାର ହାତ ବଢ଼ାଇଛନ୍ତି ସେମାନେ ନିଶ୍ଚୟ ମାନବିକତାର ପରିଚୟ ଦେଇଛନ୍ତି। ତେବେ ଓଡ଼ିଶା ସରକାର ଏବଂ ଜନସାଧାରଣ ମଧ୍ୟ ଏହି ସମୟରେ ଉଚିତ ଶିକ୍ଷାଗ୍ରହଣ କରି ନିଜ ପରିବେଶରେ ପର୍ଯ୍ୟାପ୍ତ ବୃକ୍ଷରୋପଣ କରିବା ସହିତ ଭବିଷ୍ୟତରେ ଦିଲ୍ଲୀ ଭଳି ହତାଶ ହେବାଠାରୁ ବର୍ତ୍ତିଯିବା ଆବଶ୍ୟକ। ବିଶେଷକରି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଥିବା ପଣସ, ବର, ଅଶ୍ୱତ୍ଥ ଏବଂ ବିଲ୍ବ ଭଳି ମହାଦ୍ରୁମମାନ ଦିନୁଦିନ ବିଲୀନ ହୋଇ ଡିଜାଇନ ଫୁଲଗଛରେ ସଜେଇହେବା ଭବିଷ୍ୟତ ପାଇଁ ମହାକାଳର ରୂପ ନେଇପାରେ। ତେଣୁ ସମସ୍ତେ ସାବଧାନ ହୋଇ ଅକ୍ସିଜେନ୍‌ ଉତ୍ପାଦନ କରୁଥିବା ବୃକ୍ଷରୋପଣ ପାଇଁ ସଂକଳ୍ପବଦ୍ଧ ହେବା।
ଅଧ୍ୟାପକ, ସଂସ୍କୃତ ସାହିତ୍ୟ
କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ
ତିରୁପତି – ଆନ୍ଧ୍ରପ୍ରଦେଶ


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri