ଏଇ ଭାରତରେ

ବାଦ୍ୟଯନ୍ତ୍ର ପ୍ରତି ଏକ ପରିବାରର ଆସକ୍ତି ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବେ। ଏହି ପରିବାର ରହୁଛନ୍ତି କେରଳର ପାଲକ୍କଡଠାରୁ ୧୫ କି.ମି. ଦୂର ପେରୁଭେମ୍ବା ଗାଁରେ। ୨୦୦ ବର୍ଷରୁ ଊର୍ଦ୍ଧ୍ୱ ହେବ ପିଢ଼ି ପରେ ପିଢ଼ି ଏହି ପରିବାରର ସଦସ୍ୟମାନେ ମୃଦଙ୍ଗ ତିଆରି କରୁଛନ୍ତି। ଏମାନେ ଏକ୍‌ ଓ ଥାଗ୍‌ ନାମକ ଦୁଇ ପ୍ରକାର ମୃଦଙ୍ଗ ନିର୍ମାଣ କରୁଛନ୍ତି। ଏହାର ଓଜନ ୯-୧୨ କେ.ଜି. ହୋଇଥାଏ ଓ ୧୫,୦୦୦ରୁ ୨୦,୦୦୦ ଟଙ୍କା ମଧ୍ୟରେ ଏହାକୁ ବିକ୍ରି କରାଯାଏ। ତୃତୀୟ ପିଢ଼ିର ପି.ଆର୍‌. କସୁମାନିଙ୍କ ହାତ ତିଆରି ମୃଦଙ୍ଗ ବଜାଇ ଡ.କୁଜାଲମାନମ ରାମକ୍ରିଷ୍ଣନ ବହୁ ରୋକର୍ଡର ଅଧିକାରୀ ହୋଇଛନ୍ତି। କେବଳ ଭାରତ ନୁହେଁ କାନାଡ଼ା,ମାଲେସିଆ, ଆମେରିକା, ସିଙ୍ଗାପୁର ଏବଂ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରେ କସୁମାନିଙ୍କ ମୃଦଙ୍ଗ ବିକ୍ରି ହେଉଛି। ମୃଦଙ୍ଗ ସହ ସେ ମାଦଳ, ତବଲା, ତିମିଲା, ଚେଣ୍ଡା, ଇଡାକ୍କା ଆଦି ବାଦ୍ୟଯନ୍ତ୍ର ମଧ୍ୟ ତିଆରି କରୁଛନ୍ତି। କସୁମାନି ପେରୁଭେମ୍ବାର ଗ୍ରାମବାସୀଙ୍କୁ ଉତ୍ସାହିତ କରିବା ସହ ଏସବୁ ବାଦ୍ୟଯନ୍ତ୍ର ନିର୍ମାଣ କରିବାରେ ନିୟୋଜିତ କରିଛନ୍ତି। ତେବେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇ ବହୁ ଗ୍ରାମବାସୀ ଅନ୍ୟ ପେସା ଆପଣାଇଥିବା ବେଳେ ଏବେ ମାତ୍ର ୩୦ଜଣ ଏହି ବୃତ୍ତିରେ ରହିଛନ୍ତି। କସୁମାନିଙ୍କ ସହ ଏହି ଦାୟିତ୍ୱ ନେବାକୁ ପରିବାରର ଚତୁର୍ଥ ପିଢ଼ିରେ ତାଙ୍କ ପୁଅ ରାଜେଶ କେ. ନିଜକୁ ପ୍ରସ୍ତୁତ କରିସାରିଛନ୍ତି। କଳାରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପରେ ତାଙ୍କ ପାରିବାରିକ ପେସାକୁ ବଞ୍ଚାଇ ରଖିବାକୁ ରାଜେଶ ଆଗେଇ ଆସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀ ନିବାସୀ ଉଷା ଗୁପ୍ତାଙ୍କ ବୟସ ୮୮ ଛୁଇଁଲାଣି। ପରିଣତ ବୟସରେ ଗରିବଙ୍କ ସେବା ମନସ୍କତା ତାଙ୍କୁ ନିଆରା ପରିଚୟ ଦେଇଛି। ଏବେ ସେ ଆଚାର...

ବୟନ ଶିଳ୍ପ-ଏକ ପୋଷଣୀୟ ସମ୍ଭାବନା

ଇଂ. ଶକ୍ତି ପ୍ରସାଦ ଦାସ ନିକଟରେ କେନ୍ଦ୍ର କ୍ୟାବିନେଟ୍‌ ବୟନ ଶିଳ୍ପ କ୍ଷେତ୍ରରେ ଘରୋଇ ଉତ୍ପାଦନ ଓ ରପ୍ତାନି ବୃଦ୍ଧି କରିବା ଲକ୍ଷ୍ୟରେ ୧୦,୬୮୩ କୋଟି...

ଦୁଇଟି ନଗରୀର କାହାଣୀ

ଡ. ରମେଶ ଚନ୍ଦ୍ର ପରିଡ଼ା ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ। ତେବେ ସମଗ୍ର ବିଶ୍ୱ ପାଇଁ ତାହା ପାଲଟିଛି ଶିଳ୍ପ ଦୁର୍ଘଟଣା ଭୟାବହତାର ପ୍ରତୀକ। ୩୫ ବର୍ଷ...

ବୈଶ୍ୱିକ କ୍ଷୁଧା ଓ ଖାଦ୍ୟ ବ୍ୟବସ୍ଥା

ଆଲେକ୍‌ଜାଣ୍ଡର ମୁଲର, ଭାୟୋଲେଟ ଶିଭ୍ୟୁଟ୍‌ସେ ବୈଶ୍ୱିକ ଖାଦ୍ୟ ବ୍ୟବସ୍ଥା ଛିନ୍ନଭିନ୍ନ ହୋଇଯାଇଛି। ଯଦିଓ ଏହା ୮୧୧ ମିଲିୟନ ( ୮୧.୧ କୋଟି)ଲୋକଙ୍କୁ ଖାଦ୍ୟ ଯୋଗାଇବା ଲାଗି...

କାହିଁ ସେ ବୈକୁଣ୍ଠ ସମାନ ଘର

ଅଲେଖ ଚନ୍ଦ୍ର ମିଶ୍ର ପୂର୍ବକାଳରେ ଏକ ଗ୍ରାମରେ ରହୁଥିଲେ ଜଣେ କର୍ମକାଣ୍ଡବିତ୍‌ ପଣ୍ଡିତ। କିନ୍ତୁ ବିବାହର କେଇଟା ଦିନ ଭିତରେ ଜଣାପଡିଲା ଯେ ତାଙ୍କର ପତ୍ନୀ...

କୃଷକ ଆନ୍ଦୋଳନର ଅନ୍ତ କେବେ

ରବିନାରାୟଣ ସାମଲ କୃଷକ ଆନ୍ଦୋଳନକୁ ଚାରିମାସ ପୂରିଗଲା। ପରାଧୀନ ଭାରତର ଚମ୍ପାରଣ ଆନ୍ଦୋଳନ ପରେ ସ୍ବାଧୀନ ଭାରତର ଏହା ବୋଧେ ପ୍ରଥମ ଦୀର୍ଘକାଳୀନ ଆନ୍ଦୋଳନ। ଆନ୍ଦୋଳନ...

ବେକାରି ଓ ଅଗ୍ନିପଥ

କିଶୋର ଜେନା   ଭାରତ ସାରା ବ୍ୟାପିଚାଲିଛି ସଶସ୍ତ୍ର ବାହିନୀର ଏହି ନୂତନ କର୍ମସଂସ୍ଥାନ ଯୋଜନା ‘ଅଗ୍ନିପଥ’ ବିରୋଧୀ ଆନ୍ଦୋଳନ। ୨୨୫ ବର୍ଷର ପୁରୁଣା ନିଯୁକ୍ତି...

ଏଇ ଭାରତରେ

୨୦୧୦ରୁ ଭାରତରେ ବାୟୁ ପ୍ରଦୂଷଣ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ଅତ୍ୟଧିତ୍କ କାର୍ବନ ନିର୍ଗମନ ହେତୁ ଏଭଳି ପରିସ୍ଥିତି ଉପୁଜିିଛି। ଏହାକୁ ରୋକିବା ପାଇଁ ସରକାରୀ...

Advertisement
Archives

Model This Week