ହତ୍ୟାକାରୀ ନିର୍ବାଚନ ଆୟୋଗ

ମାଡ୍ରାସ ହାଇକୋର୍ଟ ୨୬ ଏପ୍ରିଲରେ ଭାରତର ନିର୍ବାଚନ କମିଶନ (ଇସି)ଙ୍କୁ ଭର୍ତ୍ସନା କରିଛନ୍ତି। ରାଜନୈତିକ ଶୋଭାଯାତ୍ରାରେ କୋଭିଡ୍‌-୧୯ ନିୟମ ପାଳନ କରାଯାଇ ନ ଥିବାରୁ ସଂକ୍ରମଣ ସ୍ତର ବଢ଼ିଯାଇଛି। କରୋନାର ଯେଉଁ ଦ୍ୱିତୀୟ ଲହର ଦେଖାଦେଇଛି, ସେଥିପାଇଁ ଇସି ଏକମାତ୍ର ଦାୟୀ ବୋଲି କହିବା ସହ ମୁଖ୍ୟ ବିଚାରପତି ସଞ୍ଜୀବ ବାନାର୍ଜୀ ସମ୍ପୃକ୍ତ ସଂସ୍ଥାର ଅଫିସରଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହେବା ଉଚିତ ବୋଲି ମତ ଦେଇଛନ୍ତି। ଇସିଙ୍କ ଓକିଲ ଯେତେବେଳେ କହିଥିଲେ ଯେ, କୋଭିଡ୍‌ ଭୂତାଣୁ ରୋକିବା ଲାଗି ବିଭିନ୍ନ ପଦକ୍ଷେପ ନିଆଯାଇଥିଲା, ମୁଖ୍ୟ ବିଚାରପତି ମନ୍ତବ୍ୟ ରଖିଥିଲେ ଯେ ରାଜନୈତିକ ଶୋଭାଯାତ୍ରା ଚାଲିଥିଲା ବେଳେ ଆପଣ ଆଉ ଏକ ଗ୍ରହରେ ଥିଲେ ନା କ’ଣ? ସେହିପରି ୪ ଦିନ ପୂର୍ବରୁ ନିର୍ବାଚନ ରାଲି ପରିଚାଳନା କରିବାରେ ଇସିଙ୍କ ଭୂମିକାକୁ କଲିକତା ହାଇକୋର୍ଟ ସମାଲୋଚନା କରି ଅସନ୍ତୋଷ ବ୍ୟକ୍ତ କରିଥିଲେ। ବାସ୍ତବରେ କୋଭିଡ୍‌ ସ୍ଥିତି ସଙ୍ଗିନ ହୋଇଥିବା ଜାଣିବା ସତ୍ତ୍ୱେ ମଧ୍ୟ ଇସି ନିର୍ବାଚନ ପ୍ରକ୍ରିୟାରେ କୌଣସି କାଟ୍‌ଛାଣ୍ଟ କଲେ ନାହିଁ କି ସଂକ୍ରମଣ ହ୍ରାସ ଦିଗରେ ପଦକ୍ଷେପ ନେଲେ ନାହିଁ। ଫଳରେ ଆଜି ଭାରତରେ ସଂକ୍ରମଣର ସୁନାମି ବହିଚାଲିଛି।
ଭାରତର କାର୍ଯ୍ୟପାଳିକାରେ ଥିବା ଅଧିକାରୀମାନଙ୍କ ଚରିତ୍ରକୁ ଦେଖିବା ଦରକାର। ସାଧାରଣରେ ପରିଲକ୍ଷିତ ହେଉଛି ଯେ, ବିଭିନ୍ନ ସଂସ୍ଥାର ସର୍ବୋଚ୍ଚ ସ୍ଥାନରେ ପହଞ୍ଚିପାରୁଥିବା ବ୍ୟକ୍ତିଙ୍କ କାର୍ଯ୍ୟକାଳ ଅତ୍ୟନ୍ତ ସ୍ବଳ୍ପ ରହୁଛି। ଅର୍ଥାତ୍‌ ଅବସର ନେବା ପୂର୍ବରୁ ଯେଉଁ ପଦବୀ ମିଳୁଛି ସେଥିତ୍ରେ ବିଧି ବା ପ୍ରଥା ଭାଙ୍ଗିଦେବା ସକାଶେ ଅନେକ ଆକର୍ଷଣ ରହୁଛି। ଅଦାଲତରେ ଯିଏ ମୁଖ୍ୟ ବିଚାରପତି ହୋଇପାରୁଛନ୍ତି ତାଙ୍କର କାର୍ଯ୍ୟକାଳ ସରିବା ପରେ ପୁନଃନିଯୁକ୍ତି ପାଇଁ ଆଜିର କ୍ଷମତାସୀନ ବ୍ୟକ୍ତିମାନଙ୍କୁ ସନ୍ତୁଷ୍ଟ କରିବାରେ ଲାଗିପଡୁଛନ୍ତି। ଯାହାଫଳରେ ନ୍ୟାୟାଳୟରୁ ଆସୁଥିବା ରାୟ ବିକୃତ ଓ ଏକପାଖିଆ ହେଉଛି। ସେହିଭଳି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ରୁ ଅବସର ନେବା ପରେ ନିଯୁକ୍ତି ପାଉଥିବା ବ୍ୟକ୍ତି ନିଜର ନୈତିକତାକୁ ଗୁରୁତ୍ୱ ଦେଉନାହାନ୍ତି। ଅଧିକ ସମୟ ଗାଦିରେ ରହିବା ପାଇଁ ସରକାରଙ୍କୁ ସନ୍ତୁଷ୍ଟ କରିବା ମୂଳ ଲକ୍ଷ୍ୟ ହୋଇପଡ଼ୁଛି। ଏହାଫଳରେ ଆଜି ଆମ ଦେଶର ଅର୍ଥନୀତି ଭୁଶୁଡ଼ି ପଡ଼ିବା ସହିତ ଭାରତୀୟ ମୁଦ୍ରା ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଲାଣି। ଏହାର ମୁଖ୍ୟ କାରଣ ହେଲା ଆର୍‌ବିଆଇ ତାହାର ନୀତିନିୟମକୁ ନିଜେ ଧ୍ୱଂସ କରିଦେଲାଣି। ମାଡ୍ରାସ ହାଇକୋର୍ଟଙ୍କ ମତ ପଢ଼ିଲେ ସ୍ପଷ୍ଟ ବୁଝାପଡୁଛି ଯେ, ନିର୍ବାଚନ କମିଶନ ସମ୍ପୂର୍ଣ୍ଣ ଭାବେ ନିଜର ବିଧିବିଧାନକୁ ନଷ୍ଟ କରିଦେଉଛି। କରୋନା ସଂକ୍ରମଣ ସମୟରେ ଦୀର୍ଘଦିନବ୍ୟାପୀ ଭୋଟ ଗ୍ରହଣ କରାଇବା ଏବଂ ସେଥିପାଇଁ ଅସଂଖ୍ୟ ଓ ବିରାଟକାୟ ସଭା ଓ ରାଲିକୁ ଅନୁମତି ଦେବା ଫଳରେ ଦେଶର ସ୍ବାସ୍ଥ୍ୟାବସ୍ଥା ମାରାତ୍ମକ ହୋଇପଡ଼ିଲାଣି। ଏଥିପାଇଁ ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତି ଅବସର ପରେ ନିଜର ସୁବିଧା ପାଇବାର ଲୋଭ ରଖି ଦେଶ ସମ୍ମୁଖରେ ଏକ ବିରାଟ ସମସ୍ୟା ସୃଷ୍ଟି କରିଦେଇଗଲେ। ନାଗରିକଙ୍କ ଜୀବନ ସ୍ବାଭାବିକ ଅବସ୍ଥାକୁ ଫେରି ନ ଥିଲା। ପିଲାମାନେ ପାଠ ପଢ଼ିବା ପାଇଁ ସ୍କୁଲ କଲେଜ ଯିବା ଆରମ୍ଭ କରି ନ ଥିଲେ। ବିବାହ ଓ ଅନ୍ୟ ସାମାଜିକ କାର୍ଯ୍ୟକ୍ରମ ଉପରୁ ଦେଶବ୍ୟାପୀ କଟକଣା ହଟି ନ ଥିଲା। ବ୍ୟବସାୟୀମାନେ ମଧ୍ୟ ନିଜର ସ୍ବାଭାବିକ କାର୍ଯ୍ୟ ଆରମ୍ଭ କରିବାକୁ ଆଉ କିଛି ଦିନ ଅପେକ୍ଷା କରି ବସିଥିଲେ। ଏହି ସମୟରେ ମୁଖ୍ୟ ନିର୍ବାଚନ କମିଶନର ଏକତରଫା ନିଷ୍ପତ୍ତି ନେଇ ଶାସକଦଳର ବୋଲକରା ହୋଇଗଲେ। ନିର୍ବାଚନ ହେଉଥିବା ରାଜ୍ୟ ମଧ୍ୟରୁ କେତେକ ବିଧାୟକ ପ୍ରାର୍ଥୀ ଏବେ କୋଭିଡ୍‌ ସଂକ୍ରମିତ ବୋଲି ଜଣାପଡ଼ିଲେଣି। ଓଡ଼ିଶାର ପିପିଲି ବିଧାନସଭା ଉପ ନିର୍ବାଚନରେ ଲଢୁଥିବା କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ କୋଭିଡ ଯୋଗୁ ମୃତ୍ୟୁ ଘଟିଲା। ୩ ଦିନ ପରେ ତାଙ୍କ ମା’ଙ୍କର ମଧ୍ୟ ସେହି କୋଭିଡ୍‌ ଯୋଗୁ ପ୍ରାଣ ଗଲା। ଏହା ଅଜିତଙ୍କ ସ୍ବାଭାବିକ ବିୟୋଗ ନ ଥିଲା। ଏହି ମୃତ୍ୟୁ ପାଇଁ ଭାରତର ନିର୍ବାଚନ କମିଶନ ନିଶ୍ଚିତ ଭାବେ ଦାୟୀ।
ପୂର୍ବରୁ ଯାହା କେବେ ଶୁଣା ଯାଇ ନ ଥିଲା, ତାହା ଏଥର ପଶ୍ଚିମବଙ୍ଗ ନିର୍ବାଚନ କାର୍ଯ୍ୟରେ ମୁତୟନ ହୋଇଥିବା କେନ୍ଦ୍ରୀୟ ସୁରକ୍ଷା ବଳ ଗୁଳି ଚଳାଇ ଭୋଟଦାତାଙ୍କୁ ହତ୍ୟା କଲେ। ଏଠାରେ ଉଲ୍ଲେଖଯୋଗ୍ୟ, ଟ୍ରିପଲ ଭାରିଆଣ୍ଟ୍‌ ବା ତୃତୀୟ ପ୍ରକାରର କୋଭିଡ୍‌ ଭୂତାଣୁ ପଶ୍ଚିମବଙ୍ଗରେ ଠାବ ହୋଇଥିବା ଜଣାପଡ଼ିଛି। ଏହା ଅତ୍ୟନ୍ତ ଭୟଙ୍କର। ଏସବୁ କରି ଅସରନ୍ତି ତ୍ରୁଟି ସୃଷ୍ଟି କରିଦେଇଗଲେ ଜଣେ ବ୍ୟକ୍ତି। ସେହି ଅମଲାତନ୍ତ୍ରୀ ଯଦି ଦେଶବାସୀଙ୍କ ମଙ୍ଗଳ କଥା ଭାବିଥାଆନ୍ତେ, ତେବେ ତାଙ୍କ ମୁଣ୍ଡ ଉପରେ କୌଣସି ଦୋଷ ଲଦାଯାଇପାରି ନ ଥାଆନ୍ତା। ଆଜି ଯେତେବେଳେ ମାଡ୍ରାସ ହାଇକୋର୍ଟ କହିଛନ୍ତି ଯେ, ନିର୍ବାଚନ କମିଶନ୍‌ର ସମ୍ପୃକ୍ତ ଅଫିସରଙ୍କ ଉପରେ ହତ୍ୟା ମାମଲା ରୁଜୁ ହେବା ଦରକାର, ତାହା ନିଶ୍ଚିତ ଭାବେ ବାସ୍ତବ ମନେହେଉଛି। ହୁଏତ ଏଭଳି ମନ୍ତବ୍ୟ ଦେବାକୁ ଏହି ବିଚାରପତିମାନେ କିଛିଦିନ ପୂର୍ବରୁ କୁଣ୍ଠାବୋଧ କରିଥାଆନ୍ତେ। କାରଣ ନିକଟରେ ଅବସର ନେଇଥିବା ଭାରତର ପ୍ରଧାନ ବିଚାରପତି( ସିଜେଆଇ) ଏସ୍‌.ଏ.ବୋବ୍‌ଡେଙ୍କ ଚରିତ୍ର ସମସ୍ତେ ଜାଣି ସାରିଥିଲେ। ଆଜି ପରିବର୍ତ୍ତିତ ସ୍ଥିତିରେ ନିର୍ବାଚନ କମିଶନର ଅଧିକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ହେବା ଦରକାର। ସେମାନଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହେଲେ ଖର୍ଚ୍ଚ ସହିତ ମାନସିକ ଯନ୍ତ୍ରଣା ସେମାନଙ୍କୁ ଦିଆଯାଇପାରନ୍ତା। ସେମାନଙ୍କୁ ଦେଖି ଅନ୍ୟମାନେ ଶିକ୍ଷାଲାଭ କରନ୍ତେ ଯେ, ସବୁବେଳେ ଦେଶକୁ କିଳାମାରି ନିଜର ସୁବିଧା ଖୋଜିଲେ ସେହି କିଳା ନିଜ ପାଇଁ ଫେରିଆସିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri