ଏଇ ଭାରତରେ

ଜଙ୍ଗଲ ନିଆଁ ରୋକିବାରେ ଝାଡ଼ଖଣ୍ଡର ଭାରତୀୟ ବନ ସେବା (ଆଇଏଫ୍‌ଏସ୍‌)ଅଧିକାରୀ ବିକାଶ ଉଜ୍ଜ୍ୱଳଙ୍କ ଉପାୟ ଏବେ ସାରା ବିଶ୍ୱକୁ ଏକ ଶିକ୍ଷା ଦେଇଛି ବୋଲିି କହିଲେ ଅତ୍ୟୁକ୍ତି ହେବ ନାହିଁ। ଲୋହାରଡଗା ଜିଲାର ଡିଏଫ୍‌ଓ ବିକାଶ ବିଭିନ୍ନ ଗାଁର ୪୦୦ ଜଣଙ୍କୁ ଶୁଖିଲା ପତ୍ରରୁ ଆୟର ବାଟ ଦେଖାଇ ପାରିଛନ୍ତି । ନିଆଁର ଉତ୍ସ କୁହାଯାଉଥିତ୍ବା ଶୁଖିଲା ପତ୍ରର ଉପଯୋଗ ହେବା ଦ୍ୱାରା ଜଙ୍ଗଲ ନିଆଁକୁ ୮୦% ରୋକାଯାଇ ପାରିଛି। ଶୁଖିଲା ପତ୍ର ସହ କୋଇଲାଗୁଣ୍ଡ ମିଶାଇ ଏକ ପ୍ରକାର ଜାଳେଣି ଇଟା (ବ୍ରିକ୍ୱିଟ)ପ୍ରସ୍ତୁତ କରାଯାଇ ଏହାକୁ ସ୍ଥାନୀୟ ମାର୍କେଟରେ ବିକ୍ରି କରାଯାଉଛି। ବ୍ରିକ୍ୱିଟ୍‌ ପ୍ଲାଣ୍ଟକୁ ଜଏଣ୍ଟ ଫରେଷ୍ଟ ମ୍ୟାନେଜ୍‌ମେଣ୍ଟ କମିଟି ସଞ୍ଚାଳନ କରୁଛି ଓ ଏହି କମିଟିରେ ୧୫ଟି ଗାଁରୁ ସଦସ୍ୟ ରହିଛନ୍ତିି। ପା୍ଲଣ୍ଟରେ ଦିନକୁ ଏକ ଟନ୍‌ ପତ୍ର ଉପଯୋଗ ହେଉଛି। ଲୋକମାନେ ପତ୍ର ଗୋଟାଇ ଆଣି ନିର୍ଦ୍ଧାରିତ ମୂଲ୍ୟରେ ପ୍ଲାଣ୍ଟକୁ ବିକ୍ରି କରି ପ୍ରତ୍ୟେକ ଦିନକୁ ପାଖାପାଖି ୩୦୦ଟଙ୍କା ରୋଜଗାର କରିପାରୁଛନ୍ତି। ଏହି ଯୋଜନା ବିକାଶ ୨୦୧୯ରେ ଆରମ୍ଭ କରିବା ପରେ ଝାଡ଼ଖଣ୍ଡରେ ବଡ଼ ଧରଣର ଜଙ୍ଗଲ ନିଆଁ ଦେଖିବାକୁ ମିଳିନି। ଜଙ୍ଗଲ ନିଆଁ ହ୍ରାସ ପାଇବା ଯୋଗୁ ମଣିଷ ଓ ପଶୁ ମଧ୍ୟରେ ସଂଘର୍ଷ ମଧ୍ୟ ହ୍ରାସ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆଇଏଏସ୍‌ ଅଧିକାରୀ ଆର୍ମଷ୍ଟ୍ରଙ୍ଗ ପାମେ ମଣିପୁର ତାମେଙ୍ଗଲଙ୍ଗ ଜିଲାର ତୌସେମ୍‌ରେ ସବ୍‌ଡିଭିଜନାଲ ମାଜିଷ୍ଟ୍ରେଟ୍‌ ଭାବେ ୨୦୧୨ରେ ଯୋଗଦେବା ପରେ ନିଜେ ପାଣ୍ଠି ଯୋଗାଡ଼ କରି ଏକ ରାସ୍ତା…

ସିଭିଲ୍‌ ସର୍ଭିସ୍‌ କା ବିନାଶ

ସରକାର ଚଳାଉଥିବା ଭାଜପାର ନାରା ହେଉଛି – ସବ୍‌କା ସାଥ୍‌ ସବ୍‌କା ବିକାଶ୍‌, ସବ୍‌କା ବିଶ୍ୱାସ୍‌ ଔର ସବ୍‌କା ପ୍ରୟାସ୍‌। ଏବେକାର ପ୍ରମୁଖ ବିରୋଧୀ ଦଳ କଂଗ୍ରେସ…

ଓଡ଼ିଶାରେ ଆଳୁ ପିଆଜ

ପିଲାଦିନରୁ ଯେବେଠାରୁ ମୋର ହେତୁ ପାଇଲା ସେବେଠାରୁ ମୁଁ ଗୋଟିଏ କଥା ଶୁଣି ଆସୁଛି ଯେ ଓଡ଼ିଶା ସର୍ବଦା ଆଳୁ ପିଆଜ ପାଇଁ ବାହାର ରାଜ୍ୟ ଉପରେ…

ଘରେ ଷଣ୍ଢ, ପଦାରେ ଛେଳି

ବିଶ୍ୱ ମାନଚିତ୍ରରେ ମହାଦେଶଗୁଡ଼ିକର ଆପେକ୍ଷିକ ଆକାରରେ ଥିବା ବିଭିନ୍ନ ତ୍ରୁଟିକୁ ସୁଧାରିବା ଉଦ୍ଦେଶ୍ୟରେ ମିଳିତ ଜାତିସଂଘ ସାଧାରଣ ସଭା(ୟୁଏନ୍‌ଜିଏ) ପକ୍ଷରୁ ୪ ସେପ୍ଟେମ୍ବରରେ ଏକ ସଂକଳ୍ପ ଅଣାଯାଇଥିଲା।…

ଏଇ ଭାରତରେ

ରବିବାର ଭୋର ୪ଟା ହୋଇଗଲେ ମୁମ୍ବାଇର ପୂଜା ଓ ଦୀପେଶ ଡେଢ଼ିହାଙ୍କ ଘରେ ରୋଷେଇ ଆରମ୍ଭ ହୋଇଯାଏ । ଯେ କେହି ଭାବିବେ, ଏହି ଦମ୍ପତି ଏତେ…

ବୁଢ଼ା ଡଙ୍ଗରର ଆତ୍ମକାହାଣୀ

ମୁଁ ବୁଢ଼ା ଡଙ୍ଗର। ମୋର ଜନ୍ମ ଇତିହାସ କେତେ ନିୟୁତ ବର୍ଷର ପୁରୁଣା। ମୋର ପରିଚୟ କାହାରିକୁ ଜଣାନାହିଁ। ତଥାପି ମୁଁ ଗୋଟିଏ ଭୂଖଣ୍ଡର ପରିଚୟ ହୋଇ…

ସବୁଠୁ ନିଜର

ଏକ ସମୟ ଥିଲା, ଯେତେବେଳେ ମଣିଷ ନିଜର ସୁଖ-ଦୁଃଖ ବାଣ୍ଟିବା ପାଇଁ ପରିବାର, ସାଙ୍ଗସାଥୀ ଓ ପଡ଼ୋଶୀଙ୍କୁ ଖୋଜୁଥିଲା। କିନ୍ତୁ ଆଜି ସକାଳୁ ଆଖି ଖୋଲିବାଠାରୁ ରାତିରେ…

ଅନୁଦାନ ଅନୁକମ୍ପା ନୁହେଁ, ଅଧିକାର

ଶିକ୍ଷାର ବିକାଶ ନିମନ୍ତେ ଶିକ୍ଷାନୁଷ୍ଠାନ ଖୋଲିବା ସରକାରଙ୍କ ଦାୟିତ୍ୱ। ମାତ୍ର ଛାତ୍ରୀଛାତ୍ରଙ୍କ ଆବଶ୍ୟକତା ଦୃଷ୍ଟିରୁ ସ୍ବାଧୀନତାର କେଇ ଦଶନ୍ଧି ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ନ ଥିଲା ଓଡ଼ିଶାର ଶିକ୍ଷାନୁଷ୍ଠାନ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri