ଏଇ ଭାରତରେ

ଚାକିରି ଛାଡ଼ି ଜମ୍ମୁ-କଶ୍ମୀରରେ ପ୍ରଥମ ଅନ୍‌ଲାଇନ ଗ୍ରସେରି ଷ୍ଟୋର କରିବାର ଶ୍ରେୟ ନେଇଛନ୍ତି ମଲିକ ଆଦିଲ୍‌। ଜମ୍ମୁ-କଶ୍ମୀରର ବନ୍ଦିପୁର ଅଞ୍ଚଳର ମଲିକ ଦିନକୁ ୪୦୦ ଅର୍ଡର ପାଉଛନ୍ତି ଓ ୭୦ ମିନିଟ୍‌ ମଧ୍ୟରେ ଦୁର୍ଗମ ଅଞ୍ଚଳରେ ରାଶନ ସାମଗ୍ରୀ ଲୋକଙ୍କ ପାଖରେ ପହଞ୍ଚାଇ ଦେଉଛନ୍ତି। ତାଙ୍କ ଷ୍ଟୋରର ନାମ ରଖିଛନ୍ତି ‘ଗ୍ରେକ୍ସେରି’। ମଲିକ ମାର୍କେଟିଂରେ ଏମ୍‌ବିଏ ଡିଗ୍ରୀ ହାସଲ କରିବା ପରେ ବେଙ୍ଗାଲୁରୁରେ ଏକ ଅନ୍‌ଲାଇନ ଗ୍ରୋସେରି ଡେଲିଭରି ଷ୍ଟୋରରେ କାର୍ଯ୍ୟ କରୁଥିତ୍ଲେ। ପରେ କଶ୍ମୀର ଫେରି ଶ୍ରୀନଗରରେ ବ୍ୟବସାୟ ଆରମ୍ଭ କରିଥିଲେ। କିନ୍ତୁ ଲକ୍‌ଡାଉନ ସମୟରେ ବନ୍ଦିପୁର ଫେରିବା ପରେ ବୟସ୍କ ଲୋକମାନେ ଗ୍ରୋସେରି ସାମଗ୍ରୀ ପାଇବାରେ ସମସ୍ୟାର ସମ୍ମୁଖୀନ ହେଉଥିବା ଲକ୍ଷ୍ୟକରି ସେ ତାଙ୍କ ସାଙ୍ଗମାନଙ୍କ ସହଯୋଗରେ ସେମାନଙ୍କୁ ସାମଗ୍ରୀ ଯୋଗାଉଥିଲେ। ଏହାପରେ ଜୁଲାଇ, ୨୦୨୦ରେ ସେ ଇ-କମର୍ସ ଷ୍ଟୋର ଆରମ୍ଭ କରି ସେବେଠାରୁ ଲୋକମାନଙ୍କ ପାଖରେ ସାମଗ୍ରୀ ପହଞ୍ଚାଇବାରେ ଲାଗିଛନ୍ତି। ୭୦% ପେମେଣ୍ଟ ଅନ୍‌ଲାଇନରେ ହେଉଛି। ଏବେ ମଲିକ ତାଙ୍କ ଟିମ୍‌ରେ ୩୫ଜଣଙ୍କୁ ସାମିଲ୍‌ କରିଛନ୍ତି। ସେ ଆଗକୁ ୧୦୦ ଜଣଙ୍କୁ ନିଯୁକ୍ତି ଦେଇ ଲୋକମାନଙ୍କ ପାଖରେ ସହଜରେ ଓ କମ୍‌ ସମୟରେ ଗ୍ରୋସେରି ସାମଗ୍ରୀ ପହଞ୍ଚାଇବା ଲକ୍ଷ୍ୟ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri