Advertisement

ଏବେ ବି ଏକା ଏକା…

ମୁମ୍ବାଇ: ବଲିଉଡ୍‌ର ରୋମାଣ୍ଟିକ ଅଭିନେତା ଅକ୍ଷୟ ଖାନ୍ନାଙ୍କୁ ରବିବାର ୪୬ ବର୍ଷ ପୂରଣ ହୋଇଛି। ୧୯୭୫ ମାର୍ଚ୍ଚ ୨୮ରେ ସେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ପିତା ବିନୋଦ ଖାନ୍ନା ବଲିଉଡ୍‌ରେ ଥିବାରୁ ଅକ୍ଷୟଙ୍କର ମଧ୍ୟ ଫିଲ୍ମରେ ଅଭିନୟ କରିବାକୁ ଆଗ୍ରହ ଥିଲା। ୧୯୯୭ରେ ସେ ହିମାଳୟ ପୁତ୍ର ଫିଲ୍ମରେ ଅଭିନୟ କରି ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହାପରେ ତାଙ୍କର ବର୍ଡର ଫିଲ୍ମ ମଧ୍ୟ ଆସିଥିଲା। ଏହାପରେ ଆ ଅବ୍‌ ଲୌଟ୍‌ ଚଲେରେ ତାଙ୍କର ଅଭିନୟକୁ ଦର୍ଶକ ପସନ୍ଦ କରିଥିଲେ। ୧୯୯୯ରେ ତାଲ୍‌ ଫିଲ୍ମରେ ଅଭିନୟ ତାଙ୍କ ପାଇଁ ପରିଚିତି ଆଣିଦେଇଥିଲା। ତାଙ୍କ ଅଭିନୀତ ଦିଲ୍‌ ଚାହାତା ହୈ, ହମରାଜ୍‌, ଏଲ୍‌ଓସି କାରଗିଲ୍‌, ୩୬-ଚାଇନା ଟାଉନ୍‌, ରେସ୍‌, ଲକ୍‌ ବାଇ ଚାନ୍ସ୍‌, ଢିସୁମ୍‌, ସେକଶନ୍‌ ୩୭୫, ସବ୍‌ କୁଶଳ ମଙ୍ଗଳରେ ତାଙ୍କ ଅଭିନୟକୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ। ଫିଲ୍ମ ଲାଇଫ୍‌ ପରି ତାଙ୍କର ରିୟଲ ଲାଇଫ୍‌ରେ ମଧ୍ୟ ବହୁ ବାଧାବିଘ୍ନର ସେ ସାମ୍ନା କରିଛନ୍ତି। ଅଭିନେତା ରଣଧୀର କପୁରଙ୍କ ପୁତ୍ରୀ କରିଶ୍ମା କପୁରଙ୍କ ସହିତ ଅକ୍ଷୟଙ୍କର ବିବାହ କରିବା ପାଇଁ ଯୋଜନା ହୋଇଥିଲା। ଏନେଇ ରଣଧୀର ଏବଂ ବିନୋଦ ଖାନ୍ନା ସାକ୍ଷାତ୍‌ ହୋଇ ଆଲୋଚନା କରିଥିଲେ। ତେବେ ଏଥିରେ କରିଶ୍ମାଙ୍କ ମାତା ବବିତା ବାଧା ଦେଇଥିଲେ। ବିବାହ ତୁଳନାରେ କରିଶ୍ମାଙ୍କ କ୍ୟାରିଅରକୁ ବବିତା ଅଧିକ ଗୁରୁତ୍ୱ ଦେଇଥିଲେ ଫଳରେ ବିବାହ ଭାଙ୍ଗି ଯାଇଥିଲା। ପରବର୍ତ୍ତୀ ସମୟରେ କରିଶ୍ମା ଅନ୍ୟତ୍ର ବିବାହ କରିଥିଲେ ଏବଂ ତାଙ୍କର ଛାଡ଼ପତ୍ର ହୋଇଯାଇଥିଲା। ଅକ୍ଷୟ ଏପର୍ଯ୍ୟନ୍ତ ବିବାହ ନ କରି ଏକା ଏକା ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖବରଦାତା ଭୂମିକାରେ ନଜର ଆସିବେ କିଙ୍ଗ୍‌ଖାନ୍‌

ମୁମ୍ବାଇ: ବଲିଉଡ୍‌ର କିଙ୍ଗ୍‌ଖାନ୍‌ ଶାହାରୁଖ୍‌ ଖାଁ ଦୀର୍ଘଦିନ ଧରି ବଡ଼ପରଦାରୁ ଦୂରେଇ ରହିଛନ୍ତି। ୨୦୧୮ରେ ‘ଜିରୋ’ ପରଠାରୁ ସେ କୌଣସି ଫିଲ୍ମରେ ଏ ପର୍ଯ୍ୟନ୍ତ ଅଭିନୟ...

ଏମିତି କଲେ ଦୀପିକା ପାଦୁକୋନ: ଉତ୍ସାହିତ ହୋଇପଡ଼ିଲେ ପ୍ରଶଂସକ

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ଅନେକ ଦିନ ହେବ ସୋସିଆଲ ମିଡିଆରୁ ଦୂରେଇ ଯାଇଥିଲେ। ନିକଟରେ ସେ ଜଣେ ଅଭିନେତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଏହାପରେ...

ନିର୍ମାଣ ହେବ ପାରିକରଙ୍କ ବାୟୋପିକ୍‌

ମୁମ୍ବାଇ,୧୪।୧୨: ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ଥିବା ସ୍ବର୍ଗତଃ ମନୋହର ପାରିକରଙ୍କ ଜୀବନିକୁ ନେଇ ଖୁବ୍‌ଶୀଘ୍ର ଏକ ଫିଲ୍ମ ନିର୍ମାଣ କରାଯିବ। ଏଥିପାଇଁ...

ଆହତ ହେଲେ ଟାଇଗର

ମୁମ୍ବାଇ: ବଲିଉଡ୍‌ ନାୟକ ଟାଇଗର ଶ୍ରଫ ଆହତ ହୋଇଥିବା ସୂଚନା ମିଳିଛି। ସୋମବାର ସେ ତାଙ୍କ ପିଠିର ଏକ ଫଟୋ ଶେୟାର କରି ଏହି ସୂଚନା...

ଇବ୍ରାହିମ ଅଲ୍‌କାଜିଙ୍କ ପରଲୋକ

ନୂଆଦିଲ୍ଲୀ,୫।୮: ଥିଏଟର ଲିଜାଣ୍ଡ ଇବ୍ରାହିମ୍‌ ଆଲ୍‌କାଜିଙ୍କ ମଙ୍ଗଳବାର ନୂଆଦିଲ୍ଲୀର ଏସ୍‌କର୍ଟ ହସ୍ପିଟାଲରେ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ତାଙ୍କୁ ୯୫ ବର୍ଷ ହୋଇଥିଲା। ଭାରତରେ ଥିଏଟର ଜଗତରେ...

ପ୍ରିୟଙ୍କା ନୁହଁନ୍ତି, ଏହି ଅଭିନେତ୍ରୀ ହେଉଛନ୍ତି ନିକ୍‌ଙ୍କ ପ୍ରଥମ ପ୍ରେମିକା

ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ନିକ୍‌ ଜୋନାସଙ୍କ ବିବବାକୁ ଆଜି ୨ ବର୍ଷ ହୋଇଯାଇଛି। ଆଜିର ଦିନରେ ଅର୍ଥାତ୍‌ ୧-୨ ଡିସେମ୍ବର, ୨୦୧୮ରେ ଏହି...

ବଲିଉଡ୍‌ ଅଭିନେତାଙ୍କଠାରୁ କମ୍‌ ନୁହନ୍ତି କଟ୍ରିନାଙ୍କ ବଡିଗାର୍ଡ; ଏକାଧିକ ଫିଲ୍ମ ଅଫର୍‌କୁ…

ବମ୍ବେ: ବଲିଉଡ୍‌ ଅଭିନେତ୍ରୀ କଟ୍ରିନା କୈଫଙ୍କ ପ୍ରଶଂସକ କାହିଁରେ କେତେ। ସେ ଯେତେବେଳେ ବାହାରକୁ ଯାଆନ୍ତି ପ୍ରଶଂସକ ଘେରି ଯାଆନ୍ତି। ଏଣୁ ତାଙ୍କ ସୁରକ୍ଷା ଲାଗି...

ରିୟାଙ୍କ ନୂଆ ଦାବି: ସୁଶାନ୍ତଙ୍କ ସମ୍ପତ୍ତି ଭାବରେ ପାଖରେ ଅଛି କେବଳ ଡାଏରୀ, ସିପର୍‌

ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାରେ ଛନ୍ଦି ହୋଇଛନ୍ତି ପ୍ରେମିକା ରିୟା ଚର୍କବର୍ତ୍ତୀ। ଇତିମଧ୍ୟରେ ସେ ଇଡି ଅଫିସରେ ହାଜର ହୋଇସାରିଛନ୍ତି। ଟଙ୍କା...

Advertisement
Archives

Model This Week