ଏଇ ଭାରତରେ

ଏବେ ଜୈବ ଚମଡ଼ା(ବାୟୋ ଲେଦର) ବ୍ୟବହାର କରିପାରିବେ। ବିଶେଷକରି ଟମାଟୋ ବର୍ଜ୍ୟରୁ ଏହା ତିଆରି କରାଯାଉଛି। ୨୬ ବର୍ଷ ବୟସ୍କ ପ୍ରୀତିଶ୍‌ ମିସ୍ତ୍ରି ଦି ବାୟୋ କମ୍ପାନୀ(ଟିବିସି) ପ୍ରତିଷ୍ଠା କରି ତା’ ମାଧ୍ୟମରେ ଏଭଳି ଚମଡ଼ା ପ୍ରସ୍ତୁତ କରୁଛନ୍ତି। ଏହି ବାୟୋ ଲେଦର ନରମ ଓ ଟାଣ ହେଉଛି। ଟମାଟୋରେ ପ୍ରାକୃତିକ ପଲିମର ପେପ୍‌ଟିନ ରହିଥିବାରୁ ରାସାୟନିକ ପ୍ରକ୍ରିୟାକରଣ ସାହାଯ୍ୟରେ ଏହି ଚମଡ଼ା ତିଆରି କରାଯାଉଛି। ପ୍ରୀତିଶ୍‌ ଥାଡୋମଲ ସାହାଣୀ ଇଞ୍ଜିନିୟରିଂ କଲେଜରୁ ବାୟୋଟେକ୍‌ନୋଲୋଜିରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ପଢ଼ିବା ସମୟରୁ ହିଁ ସେ ଜୈବ ଚମଡ଼ା ତିଆରି ଉପରେ ଗବେଷଣା କରି ୨୦୧୯ରେ ସଫଳତା ପାଇଥିଲେ। ଏବେ ବାୟୋ ଲେଦର ପାଇଁ ସେ ଟମାଟୋ ବର୍ଜ୍ୟ ମହାରାଷ୍ଟ୍ର, ଗୁଜରାଟ ଏବଂ ମଧ୍ୟପ୍ରଦେଶର ବିଭିନ୍ନ ଅଞ୍ଚଳରେ ଥିବା ଫାର୍ମ ଓ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍‌ରୁ ସଂଗ୍ରହ କରୁଛନ୍ତି। ସୁରଟସ୍ଥିତ ଏକ କମ୍ପାନୀରେ ପ୍ରତି ମାସରେ ପାଖାପାଖି ୫,୦୦୦ ମିଟର ବାୟୋ ଲେଦର ତିଆରି ହେଉଛି। ଭାରତରେ ବର୍ଷକୁ ୪୪ ମିଲିୟନ ଟନ୍‌ ଟମାଟୋ ଉପତ୍ାଦନ ହେଉଛି ଓ ଏହାର ୩୦-୩୫ ପ୍ରତିଶତ ନଷ୍ଟ ହୋଇଯାଉଛି। ଯଦି ଏହାକୁ ଜୈବ ଚମଡ଼ା ପ୍ରସ୍ତୁତିରେ ବ୍ୟବହାର କରାଯାଇପାରନ୍ତା, ତେବେ ବହୁସଂଖ୍ୟାରେ ଜୀବ ହତ୍ୟା ହ୍ରାସ ପାଇପାରନ୍ତା ବୋଲି କୁହନ୍ତି ପ୍ରୀତିଶ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

ସ୍ଲଟ୍‌ ବୁକିଂ ବ୍ୟବସ୍ଥାରେ ଶ୍ରୀଜୀଉ ଦର୍ଶନ

ଶ୍ରୀ ଜଗନ୍ନାଥଙ୍କ ଦର୍ଶନରେ ସୁଧାର ଆଣିବାକୁ ସରକାର ସ୍ଲଟ୍‌ ବୁକିଂ ବ୍ୟବସ୍ଥା ପ୍ରଚଳନ ପାଇଁ କହିଛନ୍ତି। ଏହା ଉପରେ ପ୍ରାଥମିକ ପଦକ୍ଷେପ ଆରମ୍ଭ ହୋଇଯାଇଛି ବୋଲି ଶ୍ରୀମନ୍ଦିର…

ସମୃଦ୍ଧିର ପ୍ରତୀକ

ଦେବଦତ୍ତ ପଟ୍ଟନାୟକ ଲଲକ୍ଷ୍ମୀଙ୍କ ଦୁଇ ପାଖରେ ଦୁଇଟି ହାତୀ ତାଙ୍କ ମୁଣ୍ଡ ଉପରେ ପାଣି ଢାଳୁଥିବାର ଛବି ବା ମୂର୍ତ୍ତି ସାରା ଭାରତରେ ବେଶ୍‌ ଜଣାଶୁଣା। ଏହାକୁ…

ଟପ୍ପର ହେବା ଜରୁରୀ କି

ନିକଟରେ ପ୍ରକାଶ ପାଇଥିବା ସିିବିଏସ୍‌ଇ ଦଶମ ବୋର୍ଡ ପରୀକ୍ଷା ଫଳକୁ ନେଇ ଓଡ଼ିଶା ସାରା ଚର୍ଚ୍ଚା। କେବଳ ଓଡ଼ିଶା କାହିଁକି, ସାରା ଭାରତରେ ଅନେକ ଛାତ୍ରୀଛାତ୍ର ଶତକଡା…

ସମୃଦ୍ଧିର ପ୍ରତୀକ

ଲକ୍ଷ୍ମୀଙ୍କ ଦୁଇ ପାଖରେ ଦୁଇଟି ହାତୀ ତାଙ୍କ ମୁଣ୍ଡ ଉପରେ ପାଣି ଢାଳୁଥିବାର ଛବି ବା ମୂର୍ତ୍ତି ସାରା ଭାରତରେ ବେଶ୍‌ ଜଣାଶୁଣା। ଏହାକୁ ସମୃଦ୍ଧିର ପ୍ରତୀକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri