ଚିରସ୍ରୋତା ନଦୀ ପ୍ରତି ବିପଦ

ଶ୍ୱ ତାପମାତ୍ରା ବୃଦ୍ଧି ଯୋଗୁ ହିମାଳୟର ହିନ୍ଦୁକୁଶ ରେଜିୟନ (ଏଚ୍‌କେଏଚ୍‌)ରୁ ଉପର ନଦୀଗୁଡ଼ିକର ଜଳ ଧାରା ପ୍ରତି ଏବେ ବିପଦ ଦେଖାଦେଇଛି। ହିନ୍ଦୁକୁଶ ଅଞ୍ଚଳରୁ ବାହାରିଥିବା ନଦୀଗୁଡ଼ିକ ଚିରସ୍ରୋତା ଭାବେ ପରିଚିତ। ମୌସୁମୀ ଋତୁରେ ବର୍ଷା ଏବଂ ଗ୍ରୀଷ୍ମଋତୁରେ ବରଫ ତରଳିବା ଯୋଗୁ ଏହି ନଦୀଗୁଡ଼ିକରେ ବର୍ଷର ସବୁଦିନେ ଜଳଧାରା ରହିଥିବାରୁ ଏହାକୁ ଚୀରସ୍ରୋତା ନଦୀ ବୋଲି କୁହାଯାଇଥାଏ। ଦି ଇଣ୍ଟରନ୍ୟାଶନାଲ ମେଣ୍ଟର ଫର୍‌ ଇଣ୍ଟିଗ୍ରେଟେଡ ମାଉଣ୍ଟେନ ଡେଭଲପମେଣ୍ଟ(ଆଇସିଆଇଏମ୍‌ଓଡି)ପକ୍ଷରୁ ନିକଟରେ ପ୍ରକାଶିତ ଏଚ୍‌କେଏଚ୍‌-୨୦୨୫ ସ୍ନୋ-ଅପଡେଟ ରିପୋର୍ଟରେ ଯେଉଁ ତଥ୍ୟ ପ୍ରକାଶ ପାଇଛି ତାହା ଯେତିକି ଉଦ୍‌ବେଗଜନକ ସେତିକି ଚିନ୍ତାଜନକ। ରିପୋର୍ଟରେ କୁହାଯାଇଛି ଯେ, ୨୦୨୦-୨୧ରୁ ୨୦୨୪-୨୫ ମଧ୍ୟରେ ପାଞ୍ଚଟି ଶୀତଋତୁ ମଧ୍ୟରୁ ଚାରିଟିରେ ତୁଷାରପାତ ସ୍ବାଭାବିକ ସ୍ତରଠାରୁ କମ୍‌ ରହିଛି। ୨୦୨୪-୨୫ ଶୀତ ଋତୁରେ ସ୍ବାଭାବିକ ସ୍ତରଠାରୁ ତୁଷାରପାତ ୨୩.୬ ପ୍ରତିଶତ କମ୍‌ ଥିବା ରିପୋର୍ଟରେ କୁହାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଯେତେବେଳେ ଗ୍ରୀଷ୍ମଋତୁରେ ବରଫ ତରଳେ ସେତେବେଳେ ହିନ୍ଦୁକୁଶ ହିମାଳୟରୁ ୧୨ଟି ବଡ଼ ବଡ଼ ନଦୀ ଏକ ଚତୁର୍ଥାଂଶ ଜଳ ପ୍ରଦାନ କରିଥାଏ। ଏହି ନଦୀଗୁଡ଼ିକ ମଧ୍ୟରେ ଗଙ୍ଗା, ଯମୁନା, ସିନ୍ଧୁ, ବ୍ରହ୍ମପୁତ୍ର, ମେକଙ୍ଗ, ଅମୁଦାର୍ଯ୍ୟ, ସାଲ୍ବନ ଆଦି ଅନ୍ୟତମ ତଥା ଜଣାଶୁଣା। ତେବେ ଶୀତ ଋତୁରେ ବରଫପାତରେ କ୍ରମାଗତ ଅନିୟମିତତା ଯୋଗୁ ଏହି ନଦୀଗୁଡ଼ିକ ଅବବାହିକାରେ ବସବାସ କରୁଥିବା ୨ ବିଲିୟନ ବା ୨୦୦ କୋଟିରୁ ଅଧିକ ଲୋକ ଭବିଷ୍ୟତରେ ଖରାଦିନେ ଉକତ୍ଟ ପାନୀୟ ଜଳ ସଙ୍କଟର ସମ୍ମୁଖୀନ ହେବା ରିପୋର୍ଟରେ ଆଇସିଆଇଏମ୍‌ଓଡି ଚେତାବନୀ ଦେଇଛି। କେବଳ ପାନୀୟ ଜଳ ନୁହେଁ, କୃଷି କ୍ଷେତ୍ରରେ ଜଳସେଚନ ଏବଂ ଜଳ ବିଦ୍ୟୁତ ଉତ୍ପାଦନ ଗୁରୁତର ଭାବେ ବାଧାପ୍ରାପ୍ତ ହେବା ନେଇ ରିପୋର୍ଟରେ ଆଶଙ୍କା ପ୍ରକାଶ ପାଇଛି।
ଭାରତରେ ପ୍ରବାହିତ ନଦୀଗୁଡ଼ିକ, ଯେଉଁ ସମସ୍ତ ହିମାଳୟରୁ ବାହାରିଛି, ସେଠାର ଉପର ମୁଣ୍ଡରେ ଚଳିତବର୍ଷ ବରଫପାତ ସ୍ବାଭାବିକ ତୁଷାରପାତ ୨୩.୬ ପ୍ରତିଶତ କମ୍‌ ରହିଥିବା ବେଳେ ମେକଙ୍ଗ ଅବବାହିକାରେ ଏହାର ସ୍ବାଭାବିକ ସ୍ତରଠାରୁ ୫୧.୯ ପ୍ରତିଶତ କମ୍‌ ରହିଥିବାବେଳେ ଗାଲୱିନ ଅବବାହିକାରେ ୪୮.୩ ପ୍ରତିଶତ କମ୍‌ ରହିଛି। ସେହିପରି ବ୍ରହ୍ମପୁତ୍ର ଅବବାହିକାରେ ତୁଷାରପାତ ସ୍ବାଭାବିକ ସ୍ତରଠାରୁ ୨୭.୯ ପ୍ରତିଶତ ହ୍ରାସ ପାଇଛି। କହିବା ବାହୁଲ୍ୟ ଯେ, ଗତ ଦୁଇ ଦଶନ୍ଧି ମଧ୍ୟରେ ଗଙ୍ଗା ଅବବାହିକାରେ ତୁଷାରପାତ ହାର କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ଏହା ନିଃସନ୍ଦେହ ଯେ, ବିଶ୍ୱ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଅନବରତ ଭାବେ ହିନ୍ଦୁକୁଶ ହିମାଳୟ ରେଜିୟନରେ ତୁଷାରପାତ ହ୍ରାସ ପାଇବାରେ ଲାଗିଛି। ବିଶ୍ୱ ତାପମାତ୍ରା ବୃଦ୍ଧି ପ୍ରଭାବରେ ହିନ୍ଦୁକୁଶ ହିମାଳରେ ମଧ୍ୟ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି ବୋଲି ଏକ ଗବେଷଣାମତ୍କ ସର୍ଭେ ରିପୋର୍ଟରେ କୁହାଯାଇଛି। ଆଇସିଆଇଏମ୍‌ଓଡି ରିପୋର୍ଟରେ କୁହାଯାଇଛି ଯେ, ପ୍ୟାରିସ ଜଳବାୟୁ ଚୁକ୍ତିନାମାରେ ବିଶ୍ୱତାପନକୁ ୧.୫ଡିଗ୍ରୀ ସେଲସିୟସ୍‌ରେ ସୀମିତ ରଖିବା ପାଇଁ ବିଶ୍ୱ ସମ୍ମିଳନୀ ଘୋଷଣା କରିଛି। ଯଦି ୧.୫ ଡିଗ୍ରୀଠାରୁ ବିଶ୍ୱ ତାପମାତ୍ରା ବୃଦ୍ଧି ପାଏ, ତେବେ ହିନ୍ଦୁକୁଶ ହିମାଳୟ ଅଞ୍ଚଳରେ ତାପମାତ୍ରା ୦.୩ ଡିଗ୍ରୀ ସେଲସିୟସ୍‌ ବୃଦ୍ଧି ପାଇବ ବୋଲି ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି। ଆଇସିଆଇଏମ୍‌ଓଡିର ବୈଜ୍ଞାନିକମାନେ ମଧ୍ୟ ସତର୍କ ଦେଇ କହିଛନ୍ତି ଯେ, ଯଦି ଏହି ଧାରା ଜାରି ରହେ, ତେବେ ନଦୀ ଅବବାହିକାରେ ଅଞ୍ଚଳ ଉକତ୍ଟ ଜଳାଭାବର ସମ୍ମୁଖୀନ ହେବ, ଯାହାର ପରିଣତି ସ୍ବରୂପ ଭୂତଳ ଜଳ ଉପରେ ନିର୍ଭରଶୀଳତା ବୃଦ୍ଧି ପାଇବା ସହ ମରୁଡ଼ିର ଆଶଙ୍କା ବୃଦ୍ଧି ପାଇବ।
ସରକାର ଓ ଜଳ ସଂସ୍ଥାଗୁଡ଼ିକ ଜଳ ସଞ୍ଚୟ ଯୋଜନା ପ୍ରସ୍ତୁତ କରିବା ସହ ମରୁଡ଼ି ପ୍ରତିକ୍ରିୟାରେ ଉନ୍ନତି ଆଣିବା ଏବଂ ସମ୍ବଳଗୁଡ଼ିକୁ ଅଧିକ ପ୍ରଭାବଶାଳୀ ଭାବେ ପରିଚାଳନା ପାଇଁ ବୈଜ୍ଞାନିକ ତଥ୍ୟ ବ୍ୟବହାର କରି ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ଯେଉଁ ପରାମର୍ଶ ଦେଇଛନ୍ତି ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେହୁଏ। ଏଥିଲାଗି ନୀତି ନିର୍ଦ୍ଧାରକମାନେ ଦୀର୍ଘମିଆଦ ଭିତ୍ତିରେ ସ୍ବଳ୍ପ ଜଳରେ ଚାଷ ଏବଂ ମରୁଡ଼ିର ସ୍ଥାୟୀ ପ୍ରତିକାର ପାଇଁ ଯୋଜନା ପ୍ରସ୍ତୁତ କରିବା ଆବଶ୍ୟକ। ଏଥିସହ ହିମାଳୟ ପାଦଦେଶରେ କୃଷିଜମିକୁ ଜନବସତି ଅଞ୍ଚଳରେ ବଦଳକୁ ବନ୍ଦ କରିବା ଜରୁରୀ। ଏହା ନିଃସନ୍ଦେହ ଯେ, ହିମାଳୟ ଅଞ୍ଚଳରେ ତାପମାତ୍ରା ବୃଦ୍ଧି ନିୟନ୍ତ୍ରଣ ପାଇଁ ସବୁମତେ ଜରୁରୀ। ଅନ୍ୟଥା ଚୀରସ୍ରୋତା ନଦୀଗୁଡ଼ିକ ଆଗାମୀ ଦିନରେ ଶୁଖିଲା ପଡ଼ିବ।
ଗାଙ୍ଗୋତ୍ରୀ ନଗର, ଶିଶୁପାଳଗଡ଼, ଭୁବନେଶ୍ୱର
ମୋ: ୭୯୭୮୬୬୬୪୦୩


Enter your email to get our daily news in your inbox.

All Right Reserved By Dharitri.Com

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

ପାଣି ସୁଅରେ ଭାସିଗଲା କାର, ଦୁଇ ଘଣ୍ଟା ଫସିଲେ ୨ ଜଣ

ଉଦଳା, ୨୫/୯(ସନ୍ତୋଷ ବାଛିନୀ): ଅଚାନକ ରାସ୍ତାରେ ପାଣି ପ୍ରବାହିତ ହେବାରୁ ପାଣି ସୁଅରେ ଏକ କାର ଭାସିଯାଇଥିବାବେଳେ ଏଥିରେ ଥିବା ଦୁଇ ଜଣ ପ୍ରାୟ ଦୁଇ ଘଣ୍ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?