ଏଇ ଭାରତରେ

ସ୍କୁଲ, କଲେଜ ଓ ଅନ୍ୟ ସଂସ୍ଥାରେ ବିଭିନ୍ନ କାର୍ଯ୍ୟରେ ପାଣି ବ୍ୟବହାର ପରେ ନଷ୍ଟ ହେଉଥିବା ପାଣି(ଗ୍ରେ ଓ୍ବାଟର)ର ରିସାଇକେଲ କରୁଛନ୍ତି ପ୍ରଶାନ୍ତ ଶର୍ମା। ଆଗାମୀ ଜଳ ସଙ୍କଟ ଦୂର କରିବାକୁ ସେ ଏଭଳି ଚେଷ୍ଟା ଜାରି ରଖିଛନ୍ତି । ଲଣ୍ଡନରୁ ଚାକିରି ଛାଡ଼ି ସେ ଏହିି କାର୍ଯ୍ୟ କରୁଛନ୍ତି। ପ୍ରଶାନ୍ତ ୨୦୨୨ରେ ‘ପଜିଟିଭ ଆକ୍ସନ ଫର୍‌ ଚାଇଲ୍ଡ ଆଣ୍ଡ୍‌ ଆର୍ଥ ଫାଉଣ୍ଡେଶନ’ ନାମକ ଏନ୍‌ଜିଓ ଗଠନ କରି ତା’ମାଧ୍ୟମରେ ସମସ୍ତ କାର୍ଯ୍ୟ ପରିଚାଳନା କରୁଛନ୍ତି। ମୁଖ୍ୟତଃ ଦିଲ୍ଲୀ ଓ ଉତ୍ତରାଖଣ୍ଡର ଅନେକ ସ୍କୁଲ, ସୁନ୍ଦରଗଡ଼ର ସବୁ ସରକାରୀ କଲେଜ ଏବଂ ନୈନତାଲର ଅରବିନ୍ଦ ଆଶ୍ରମରେ ବର୍ଷକୁ ୬ ଲକ୍ଷ ଲିଟର ଗ୍ରେ ଓ୍ବାଟର ରିସାଇକେଲ କରାଯାଉଛି। ୧୦୦ ଲିଟର ପାଣି ରିଲିଜ ହେଲେ ସେଥିରୁ ୭୦ ଲିଟର ଗ୍ରେ ଓ୍ବାଟର ହେଉଛି ଏବଂ ଭାରତରେ ପ୍ରତିଦିନ ୩୧ ବିଲିୟନ ଲିଟର ଗ୍ରେ ଓ୍ବାଟର ବାହାରୁଛି। ଏଣୁ ଏହା ନିଶ୍ଚିତ ଯେ ପ୍ରଶାନ୍ତଙ୍କ ରିସାଇକେଲ ଉପାୟ ଆଗାମୀ ଦିନରେ ବହୁ ଉପଯୋଗୀ ହୋଇପାରିବ। ଗ୍ରେ ଓ୍ବାଟର ରିସାଇକେଲ ପରେ ତାହା ଭୂତଳ ଜଳସ୍ତର ବୃଦ୍ଧି ହେବା ସହ ଗଛରେ ପାଣି ଦେବା, ସଫା କରିବା ଏବଂ ବଗିଚାରେ ବ୍ୟବହାର କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲୋଭ ଘାରୁଛି

କ୍ଷମତା ଓ ସମ୍ପତ୍ତି ଲୋଭ ମଣିଷ ଜାତିକୁ ଆଦିମ ଯୁଗରୁ ହନ୍ତସନ୍ତ କରିଆସିଛି। ଅଧିକ ଜମି ପାଇବା ପାଇଁ ବିଶ୍ୱବ୍ୟାପୀ ରାଜା ମହାରାଜାମାନେ ଯୁଗଯୁଗରୁ ଯୁଦ୍ଧ କରିଆସୁଥିଲେ।…

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ରଜପର୍ବ

ରଜପର୍ବ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡ଼ିଥାଏ। ସୃତି ଅଛି ବସୁଧା ମା’ ବର୍ଷକରେ ଥରେ ରଜସ୍ବଳା ହୁଏ। ଆମ ପରମ୍ପରା ସଂସ୍କୃତିର ଏହା ଏକ ଅଙ୍ଗ,…

ଆସନ୍ତାକାଲି କିଏ ଦେଖିଛି

ଗତ କିଛିବର୍ଷ ହେବ ଶାସକଶ୍ରେଣୀ ତରଫରରୁ ପ୍ରତି ମୁହୂର୍ତ୍ତରେ ପ୍ରଚାର କରାଯାଉଛି ଯେ ୨୦୪୭ରେ ଭାରତ ବିକଶିତ ରାଷ୍ଟ୍ର ଏବଂ ୨୦୩୬ରେ ଓଡ଼ିଶା ବିକଶିତ ରାଜ୍ୟ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri