ହ୍ରାସପାଉଛି ଘଡ଼ିଆଳ କୁମ୍ଭୀରଙ୍କ ସଂଖ୍ୟା

ନୟାଗଡ଼,୩୦।୫(ଲୋକନାଥ ମିଶ୍ର)ମହାନଦୀର ସାତକୋଶିଆ ଗଣ୍ଡରେ ଘଡିଆଳ କୁମ୍ଭୀରଙ୍କ ବଂଶବୃଦ୍ଧି ଘଟୁନି। ୪୬ବର୍ଷ ଭିତରେ ପ୍ରାୟ ୮୮୦ ଘଡିଆଳ କୁମ୍ଭୀର ମହାନଦୀର ସାତକୋଶିଆ ଗଣ୍ଡ ଅଞ୍ଚଳରେ ଛଡାଯାଇଛି। ତେବେ ୨୦୨୩ କୁମ୍ଭୀର ଗଣନା ରିପୋର୍ଟ କହୁଛି ୮ଟି ଘଡିଆଳ କୁମ୍ଭୀର ଅଛନ୍ତି। ଘଡିଆଳ କୁମ୍ଭୀରର ବଂଶବୃଦ୍ଧି ପାଇଁ ବାରମ୍ବାର ପ୍ରୟାସ ସତ୍ତ୍ୱେ ସୁଫଳ ମିଳୁନାହିଁ। ମହାନଦୀର ଜଳରେ ଘଡିଆଳ କୁମ୍ଭୀର ଅନ୍ୟ ଅଞ୍ଚଳକୁ ଚାଲି ଯାଉଛନ୍ତି ନା ପରିବେଶ ସହ ଖାପ ଖୁଆଇ ଚଳି ନ ପାରି ପ୍ରାଣ ହରାଉଛନ୍ତି ତାହା ତଦନ୍ତସାପେକ୍ଷ। ତେବେ ଘଡିଆଳ କୁମ୍ଭୀରଙ୍କ ସଂଖ୍ୟା ହ୍ରାସ ପାଇବା ନିଶ୍ଚିତ ପରିବେଶ ପାଇଁ ଚିନ୍ତାର କାରଣ।

ସାତକୋଶିଆ ଅଭୟାରଣ୍ୟ ଅନୁଗୋଳ, ବୌଦ୍ଧ ଓ ନୟାଗଡ ଜିଲାକୁ ଲାଗି ରହିଛି। ବାଘ ଓ କୁମ୍ଭୀରର ସୁରକ୍ଷା ପାଇଁ ଅନୁଗୋଳ, ବୌଦ୍ଧ ଓ ନୟାଗଡ଼ରେ ଅନୁଗୋଳ ଓ ନୟାଗଡ ବନ୍ୟପ୍ରାଣୀ ବନଖଣ୍ଡ ଗଠନ କରାଯାଇଛି। ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ନୟାଗଡ଼ରେ ରହିଛି କୁସଙ୍ଗ ଓ ଛାମୁଣ୍ଡିଆ ବନାଞ୍ଚଳ। ଏଭଳିସ୍ଥଳେ ୧୯୭୭ରେ ସାତକୋଶିଆ ଗଣ୍ଡରେ ୨୬ ଘଡିଆଳ କୁମ୍ଭୀର ଛଡା ଯାଇଥିଲା। ପରେ ୧୯୭୮ରେ ୫୬, ୧୯୮୦ରେ ୨୫, ୧୯୮୨ରେ ୪୩, ୧୯୮୪ରେ ୩୨, ୧୯୮୫ରେ ୧୦୦, ୧୯୮୬ରେ ୧୨୪, ୧୯୮୭ରେ ୧୨୬, ୧୯୮୮ରେ ୧୮, ୧୯୮୯ରେ ୫୯, ୧୯୯୫ରେ ୭୮, ୧୯୯୬ରେ ୫୧, ୧୯୯୮ରେ ୧୦୫, ୨୦୦୪ରେ ୫, ୨୦୧୫ରେ ୪, ୨୦୧୬ରେ ୮, ୨୦୧୯ରେ ୫, ୨୦୨୦ରେ୨ଟି ଏପରି ମୋଟରେ ୮୬୭ଟି କୁମ୍ଭୀର ଛଡାଯାଇଛି। ଏହି ୮୬୭ ଘଡିଆଳ କୁମ୍ଭୀର ମଧ୍ୟରୁ ୧୯୮୬ରୁ ୨୦୧୪ ମଧ୍ୟରେ ୫୨୩ କୁମ୍ଭୀର ନନ୍ଦନକାନନରୁ ଅଣାଯାଇ ଛଡାଯାଇଛି। ନନ୍ଦନକାନନରୁ ୧୯୮୬ରେ ୩୫, ୧୯୮୭ରେ ୪ଥରରେ ୧୬୪, ୧୯୮୯ରେ ୬୨, ୧୯୯୩ରେ ୭୨, ୧୯୯୫ରେ ୧୦୦, ୧୯୯୮ ରେ ୬୫, ୨୦୦୧ରେ ୧୦, ୨୦୧୪ରେ ୧୫ ଘଡିଆଳ କୁମ୍ଭୀର ଆସିଛନ୍ତି। ତେବେ ଏଥିରୁ ୭ଟିର ମୃତ୍ୟୁ ହୋଇଥିଲା। ଅବଶିଷ୍ଟ କୁମ୍ଭୀର ଟିକରପଡା କୁମ୍ଭୀର ପ୍ରଜନନ କେନ୍ଦ୍ରରୁ ଛଡା ଯାଇଥିବା ଜଣାପଡିଛି। ଏଭଳିସ୍ଥଳେ କୁମ୍ଭୀର ସଂଖ୍ୟା ହ୍ରାସ ପାଇ ଚାଲିବା ଚିନ୍ତାର କାରଣ ପାଲଟିଛି। କୁମ୍ଭୀର ଗଣନା ରିପୋର୍ଟ କହୁଛି ୧୯୭୫-୭୬ରେ ୧୧, ୨୦୦୨-୦୩ରେ ୩, ୨୦୦୩-୦୪ରେ ୧, ୨୦୦୪-୦୫ରେ ୩, ୨୦୦୫-୦୬ରେ ୦୨, ୨୦୦୬-୦୭ରେ ୨, ୨୦୦୭-୦୮ରେ ୩, ୨୦୦୮-୦୯ରେ ୩, ୨୦୦୯-୧୦ରେ ୩, ୨୦୧୦-୧୧ରେ ୩, ୨୦୧୧-୧୨ରେ ୨, ୨୦୧୨-୧୩ରେ ୨, ୨୦୧୩-୧୪ରେ ୨, ୨୦୧୪-୧୫ରେ ୧, ୨୦୧୫-୧୬ରେ ୩, ୨୦୧୬-୧୭ରେ ୯, ୨୦୧୭-୧୮ରେ ୭, ୨୦୧୮-୧୯ରେ ୮ଟି ଘଡିଆଳ କୁମ୍ଭୀର ଥିଲେ। ଅନ୍ୟପକ୍ଷେ ୨୦୨୦ ରିପୋର୍ଟରେ ୩ ଥିବାବେଳେ ପୁଣି ୨ଟି କୁମ୍ଭୀର ଛଡାଯିବା ପରେ ସଂଖ୍ୟା ୫ରେ ପହଞ୍ଚତ୍ ଥିଲା। ୨୦୨୧ ଗଣନାରେ ୬ଟି ଥିବାବେଳେ ୧୨ଟି ଘଡିଆଳ କୁମ୍ଭୀର ମହାନଦୀରେ ଛଡାଯାଇଥିଲା। ୨୦୨୩ ଗଣନାରେ ଘଡିଆଳ କୁମ୍ଭୀର ୮ ଥିବାବେଳେ ମଗର ୩୯ ରହିଥିବା ଜଣାପଡିଛି। ଅପରପକ୍ଷେ ୨୦୨୧ରେ ୨୫ଟି ଘଡିଆଳ କୁମ୍ଭୀର ସାତକୋଶିଆ ଗଣ୍ଡରେ ଅଣ୍ଡା ଦେଇ ଛୁଆ କରିଥିଲେ। ସେହିପରି ୨୦୨୨ରେ ୩୦ ଅଣ୍ଡା, ୨୦୨୩ରେ ୩୫ ଅଣ୍ଡା ଘଡିଆଳ କୁମ୍ଭୀର ଦେଇଥିଲେ। ଏମାନଙ୍କର ଛୁଆ ବି ହୋଇଥିଲା। ପରବର୍ତ୍ତୀ ସମୟରେ ଏମାନଙ୍କର ଖୋଜ ଖବର ମିଳୁନି। ଗତ ୨୫ ତାରିଖରେ ପୁଣି ୩୫ଟି ଛୁଆ ଜନ୍ମ ନେଇଛନ୍ତି। ଛୁଆମାନଙ୍କୁ ସୁରକ୍ଷା ଦିଆଚାଲିଛି।

ବଂଶବୃଦ୍ଧି କରୁଛି ମଗର : ସାତକୋଶିଆ ଗଣ୍ଡରେ ମଗର କୁମ୍ଭୀର ବଂଶବୃଦ୍ଧି କରି ଚାଲିଛି। ୨୦୧୯ ଗଣନାରେ ୫୦ ଥିବାବେଳେ ୨୦୨୦କୁ ସଂଖ୍ୟା ୫୨ରେ ପହଞ୍ଚତ୍ ଥିଲା। ତେବେ ୨୦୨୩ରେ ମଗରଙ୍କ ସଂଖ୍ୟା ୩୯ରେ ରହିଛି। ଏଠାରେ ଘଡିଆଳ କୁମ୍ଭୀର ସଂଖ୍ୟା କମି ଯାଉଥିବାବେଳେ ମଗର ସଂଖ୍ୟା ବଢ଼ି ଚାଲିଛି। କିନ୍ତୁ ୨୦୨୩ ଗଣନାରେ ମଗର ସଂଖ୍ୟା କମ୍‌ ରହିଛି। ଏନେଇ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ନୟାଗଡ଼ର ଡିଏଫ୍‌ଓ ଫାଲଗୁନି ସାରଥି ମଲିକ କୁହନ୍ତି, ଶାନ୍ତ କୁମ୍ଭୀର ହେଲେ ଘଡିଆଳ। ସେମାନଙ୍କ ଉପରେ ମଗରଙ୍କ ଆକ୍ରମଣ ବଢ଼ି ଚାଲିଛି। ତେବେ ଅଧିକାଂଶ ସମୟରେ ଘଡିଆଳ କୁମ୍ଭୀର ଛଡା ଯାଉଥିଲେ ମଧ୍ୟ ବଂଶବୃଦ୍ଧି ନ ଘଟି ହ୍ରାସ ପାଉଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ବରରେ ଚାଞ୍ଚଲ୍ୟ, ୮ ରାଉଣ୍ଡ ଗୁଳି କରି ବ୍ୟବସାୟୀଙ୍କୁ ହତ୍ୟା

ବାଲେଶ୍ୱର,୨୫।୬( ବାଞ୍ଛାନିଧି ଦେ ): ବାଲେଶ୍ବର ସହରରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ପୋଲିସକୁ ଅପରାଧୀମାନେ ଖୁଲମଖୁଲା ଚ୍ୟାଲେଞ୍ଜ ଦେଉଛନ୍ତି । ସହଦେବଖୁଣ୍ଟା ଥାନା…

ଗଞ୍ଜାମ ବ୍ଲକ ସମୁଖରେ ବାମଦଳର ବିକ୍ଷୋଭ, ଏହି ସମସ୍ୟା ନେଇ ବିଡିଓଙ୍କୁ ଦାବିପତ୍ର

ଗଞ୍ଜାମ,୨୫।୬(ବିଦ୍ୟାଧର ସାହୁ ): ଗଞ୍ଜାମ ଆଞ୍ଚଳିକ କମିଟି ସିପିଆଇଏମ ପକ୍ଷରୁ ଗୁରୁବାର ଦିନ ବିଭିନ୍ନ ଦାବି ନେଇ ଗଞ୍ଜାମ ବ୍ଲକ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।…

ବୈଭବ ଇନ୍‌ ଅଭିଷେକ ଆଉଟ! ଆୟରଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟି-୨୦ ପାଇଁ ଭାରତର ସମ୍ଭାବ୍ୟ ପ୍ଲେଇଂ ଇଲେଭେନ

ନୂଆଦିଲ୍ଲୀ,୨୫।୬: ଭାରତୀୟ ଦଳ ପାଇଁ ଆୟରଲ୍ୟାଣ୍ଡ ଗସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସମସ୍ତଙ୍କ ନଜର ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ, ଯିଏ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହି…

ଭାଜପାକୁ ବଡ଼ ଧକ୍କା! କେରଳ ହାଇକୋର୍ଟଙ୍କ ଭର୍ତ୍ସନା ପରେ, ୧୯ ଭାଜପା କାଉନସିଲର ପୁନର୍ବାର ଶପଥ ନେଲେ

ଥିରୁଭାନନ୍ତପୁରମ,୨୫।୬: ଥିରୁଭାନନ୍ତପୁରମ ମ୍ୟୁନିସିପାଲ କର୍ପୋରେସନର ୧୯ ଜଣ ଭାରତୀୟ ଜନତା ପାର୍ଟି (ଭାଜପା) କାଉନସିଲର ବୁଧବାର (ଜୁନ ୨୪, ୨୦୨୬), ସେମାନଙ୍କର ପୂର୍ବ ଶପଥକୁ ଅବୈଧ ଘୋଷଣା…

ପାସପୋର୍ଟ ବିବାଦକୁ ନେଇ ଗର୍ଜିଲା କଂଗ୍ରେସ, ଗୋଗୋଇ ସରକାରଙ୍କ ଉପରେ ଉଠାଇଲେ ପ୍ରଶ୍ନ, ଖୁର୍ସିଦ କହିଲେ…

ନୂଆଦିଲ୍ଲୀ,୨୫।୬: ପାସପୋର୍ଟକୁ ନାଗରିକତାର ପ୍ରମାଣ ଭାବରେ ବିବେଚନା ନ କରାଯିବା ପ୍ରସଙ୍ଗରେ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି। କଂଗ୍ରେସ ନେତା ଗୌରବ ଗୋଗୋଇ ଏହି ପ୍ରସଙ୍ଗରେ…

ହାଇକୋର୍ଟଙ୍କ ବଡ଼ ରାୟ; ପତ୍ନୀ ସ୍ଵାମୀଙ୍କ ସମ୍ପତ୍ତି ନୁହନ୍ତି, ମନୋମାଳିନ୍ୟ…

କଟକ,୨୫।୬(ପ୍ରଭୁକଲ୍ୟାଣ ପାଲ): ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି କହିଛନ୍ତି ଯେ ‘ ପତ୍ନୀ ସ୍ଵାମୀଙ୍କ ସମ୍ପତ୍ତି ନୁହନ୍ତି’। ବୈବାହିକ ମନୋମାଳିନ୍ୟ ଯୋଗୁ ଘର…

NCERT ଆଣିଲା ବଡ଼ ପରିବର୍ତ୍ତନ, ୯ମ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ପଢ଼ାଯିବ ଜରୁରୀକାଳୀନ ପରିସ୍ଥିତି ବିଷୟରେ

ନୂଆଦିଲ୍ଲୀ,୨୫।୬: ଭାରତୀୟ ଗଣତନ୍ତ୍ରର ଏକ ଅନ୍ଧକାର ଅଧ୍ୟାୟ – ଏବେ ସ୍କୁଲଗୁଡ଼ିକରେ ୯ମ ଶ୍ରେଣୀରୁ ପଢ଼ାଯିବ। ଜାତୀୟ ଶିକ୍ଷା ଗବେଷଣା ଏବଂ ତାଲିମ ପରିଷଦ (NCERT) ୯ମ…

ଆଦିବାସୀ ନୃତ୍ୟରେ ଦୁଲୁକିଲା ଜନଜାତି ବୈଠକ, ସମ୍ୱର୍ଦ୍ଧିତ ହେଲେ ଛାତ୍ରୀ

ପାଟଣା,୨୫ା୬(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ପରିସରରେ ଗୁରୁବାର ବ୍ଲକ ସ୍ତରୀୟ ଜନ ଜାତି ସମ୍ବାଦ ବୈଠକ ଅନୁଷ୍ଠିତ ହୋଇଥିଲା ।ଓଡିଶା ସରକାରଙ୍କ ୨ବର୍ଷ ପୂର୍ତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri