ଅପରାଧୀଙ୍କ ଘରେ ଚଢ଼ିଲା ବୁଲଡୋଜର

ବଲାଙ୍ଗୀର ଅଫିସ,୨୩ା୨: ବଲାଙ୍ଗୀର ସହର ଶାସ୍ତ୍ରୀନଗରଠାରେ ପୋଲିସ ଟିମ୍‌ ଉପସ୍ଥିତିରେ ପ୍ରଶାସନିକ ଟିମ୍‌ ଅଭିଯୁକ୍ତ ମନବାହାଦୂର ମଟାରୀଙ୍କ ଘରକୁ ଭାଙ୍ଗିଦେଇଛି। ଏଠାରେ ମୁଖ୍ୟ ରାସ୍ତା କଡରେ ଥିବା ସରକାରୀ ଜମିରେ ଘର କରି ମନବାହାଦୂର ଓ ତାଙ୍କ ପୁଅ ଆପରାଧିକ କାର୍ଯ୍ୟ ଜାରି ରଖିଥିବା ପୋଲିସ ପାଖରେ ତଥ୍ୟ ରହିଛି। ଅଭ୍ୟାସଗତ ଭାବେ ଆପରାଧିକ କାର୍ଯ୍ୟରେ ସମ୍ପୃକ୍ତି ଏବଂ ଅରାଜକତା ସୃଷ୍ଟି କରୁଥିତ୍ବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ମାଜିଷ୍ଟ୍ରେଟ୍‌ ଦାୟିତ୍ୱରେ ଥିବା ବଲାଙ୍ଗୀର ତହସିଲଦାର ପୁଷ୍ପାଞ୍ଜଳି ପଣ୍ଡା ସୂଚନା ଦେଇଥିଲେ। ମାଜିଷ୍ଟ୍ରେଟ୍‌ ପଣ୍ଡା କହିଥିଲେ ଯେ, ଉପଜିଲାପାଳଙ୍କ କୋର୍ଟରେ ପୋଲିସ ତରଫରୁ ୧୩୩ ସିଆରପିସିରେ ଯେଉଁ ଆବେଦନ କରାଯାଇଥିଲା ତାରି ନିର୍ଦ୍ଦେଶ ବଳରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଯେଉଁମାନଙ୍କ ନଁାରେ ଚୋରି, ଡାକାୟତି, ହତ୍ୟା ଉଦ୍ୟମ ଭଳି ମାମଲା ରହିଛି ଏବଂ ବାରମ୍ବାର ଅପରାଧ ଘଟାଇବା ପରେ ଜାମିନ୍‌ରେ ଆସି ପୁଣି ଅପରାଧ ଘଟାଉଛନ୍ତି ସେମାନଙ୍କ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଏଭଳି ପଦକ୍ଷେପ ନିଆଯାଉଛି। ସେ ଆହୁରି କହିଛନ୍ତି ଯେ, ସରକାରୀ ଜମି କବ୍‌ଜା କରି କେତେକ ସହରରେ ଆତଙ୍କ ସୃଷ୍ଟି କରୁଛନ୍ତି। ସେମାନଙ୍କ ଘରକୁ ଉଚ୍ଛେଦ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଆଗାମୀ ଦିନରେ ଏଭଳି ଅଭିଯାନ ଜାରି ରହିବ ବୋଲି ସେ କହିଥିଲେ। ବଲାଙ୍ଗୀର ସହରରେ ଆପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ପରେ ସାଧାରଣରେ ଅସନ୍ତୋଷ ଏବଂ ଭୟ ଦେଖାଯାଇଥିଲା। କଥା କଥାରେ ଏଠି ଗୁଳି ଫୁଟିବା ସହ ହଣାକଟା, ଲୁଟପାଟ ଦେଖାଯାଇଥିଲା। ଏଭଳିକି ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ହଷ୍ଟେଲ ଭିତରକୁ ପଶି ଜଣେ ଦୁର୍ବୃତ୍ତ ଦୁଇ ଜଣ ଛାତ୍ରଙ୍କୁ ବ୍ଳେଡ୍‌ରେ ସାାଂଘାତିକ ଆକ୍ରମଣ କରିଥିଲା। ଏଥିପାଇଁ ଏସ୍‌ପି ଏବଂ ପୋଲିସ ଟିମ୍‌କୁ ସବୁ ମହଲରୁ ସମାଲୋଚନା କରାଯାଇଥିଲା। ସର୍ବସାଧାରଣରେ ଜନପ୍ରତିନିଧିଙ୍କୁ ବି ଲୋକେ ସମାଲୋଚନା କରିବାକୁ ପଛାଇ ନଥିଲେ।

ଲୋକଙ୍କ ଭିତରେ ଅସନ୍ତୋଷ ବଢ଼ିବା ପରେ ଏସ୍‌ପି ନୀତିନ କୁଶଲକର ବଲାଙ୍ଗୀର ସହରରେ ଅପରାଧିଙ୍କ ବିରୋଧରେ ସ୍ବତନ୍ତ୍ର ଦମନମୂଳକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ମିଶନ ବୁଲଡୋଜର ଜରିଆରେ ଫେବୃୟାରୀ ପ୍ରଥମ ସପ୍ତାହରୁ ଆରମ୍ଭ ହୋଇଥିବା ଏହି ଉଚ୍ଛେଦ ଅଭିଯାନ ଜାରି ରହିଛି। ଆରଟିଓ ଅଫିସ ଛକରେ ଥିବା ଶ୍ରୀପତି ସିଂ ଓ ଶ୍ରୀକାନ୍ତ ମଟାରୀଙ୍କ ଦୋକାନ ଘର, ଧୁମାମରାଠାରେ ଥିବା ବବଲୁ ମହାନନ୍ଦଙ୍କ ହୋଟେଲ ଷ୍ଟଲ ଭାଙ୍ଗି ଦେଇଥିଲେ। ଏହାପରେ ମାଲଗୋଦାମପଡା ଠାରେ ତେଜରାଜ ନନ୍ଦ, ନିରୋଜ ହରପାଲ ଏବଂ ସଞ୍ଜୟ ତାଣ୍ଡିଙ୍କ ଘରକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରିଥିଲେ। ଏହାପରେ ୧୭ ତାରିଖରେ ମାଧିଆପାଲି ଜାତୀୟ ରାଜପଥ କଡରେ ଥିବା ସମଲେଶ୍ୱରୀ ଢ଼ାବାକୁ ସମ୍ପୂର୍ଣ୍ଣ ଭାଙ୍ଗି ଦିଆଯାଇଥିଲା। ଆଜିି ଏହି ଉଚ୍ଛେଦ ଅଭିଯାନରେ ଟାଉନ୍‌ ଥାନା ଆଇଆଇସି ପ୍ରିୟଙ୍କା ରାଉତରାୟ ଏବଂ ସଦର ଥାନା ଆଇଆଇସି ଶ୍ରୀକାନ୍ତ ସାହୁ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରଙ୍କ କଟାମୁଣ୍ଡ ରଖି ରାସ୍ତାରୋକୋ କଲେ ଗ୍ରାମବାସୀ

ପିପିଲି,୧୦ା୩(ଡି.ଏନ୍‌.ଏ.): ରାଜରାସ୍ତାରେ କଟାମୁଣ୍ଡ ରଖି ଗ୍ରାମବାସୀ ପୁରୀ ଭୁବନେଶ୍ୱର ୩୧୬ ନମ୍ବର ଜାତୀୟ ରାଜପଥ ପିପିଲି ଟୋଲ ଗେଟ୍‌ ନିକଟରେ ରାସ୍ତାରୋକୋ କରିଛନ୍ତି। ଜଣେ ଦଶମ...

ଟ୍ରାକ୍ଟର ଧକ୍କାରେ ନାବାଳକ ଶ୍ରମିକ ମୃତ: ଗାଁରେ ଉତ୍ତେଜନା, କ୍ଷତିପୂରଣ ଦାବିରେ ମୃତଦେହ ଛାଡୁ ନାହାନ୍ତି ପରିବାରଲୋକେ

ପାଟଣା,୧୪।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଡେଣୁଆଁ ଗ୍ରାମରେ ଶୁକ୍ରବାର ଅପରାହ୍ନରେ ଟ୍ରାକ୍ଟର ଧକ୍କାରେ ଜଣେ ନାବାଳକ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶଶୀ...

ଜୁନ୍‌ ୩୦ ପର୍ଯ୍ୟନ୍ତ ଚାଷୀଙ୍କଠାରୁ ସଂଗ୍ରହ ହେବ ଧାନ

ବାଲେଶ୍ୱର ଅଫିସ, ୨୧।୫ ବାଲେଶ୍ୱର ଜିଲାରେ ବିଭିନ୍ନ ମଣ୍ଡିରେ ଶୁକ୍ରବାରଠାରୁ ରବି ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି ା ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ସ୍ଥାନୀୟ...

ତାମ୍ପରା ହ୍ରଦ ଆର୍ଦ୍ରଭୂମିରେ ମାଛ ରଙ୍କା ବିରାଡ଼ି ଠାବ

ଗୋପାଳପୁର,୧୪ ।୮: (ଡି.ଏନ.ଏ.): ଗଞ୍ଜାମ ଜିଲା ତାମ୍ପରା ହ୍ରଦ ନିକଟରେ ଥିବା ଆର୍ଦ୍ରଭୂମିରେ ପ୍ରଥମ ଥର ପାଇଁ ମାଛରଙ୍କା ବିରାଡ଼ିଙ୍କ ଅବସ୍ଥିତି ସମ୍ପର୍କରେ ଭାରତୀୟ ପ୍ରାଣୀ...

ପୋଲିସ ଖୋଲିଲା ଜଳଛତ୍ର

ବରଗଡ଼ ଅଫିସ୍‌,୩୧।୩-କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଦେଶବ୍ୟାପୀ ଲକ୍‌ ଡାଉନ୍‌ ଅଛି । ଏଥିପାଇଁ ସମସ୍ତ ଦୋକାନ, ବଜାର ବନ୍ଦ ରହିଛି । ଅନ୍ୟପଟେ...

ମାଓବାଦୀ ଖଞ୍ଜିଥିଲେ ଟିଫିନ୍‌ ବୋମା

ବାଲିଗୁଡ଼ା,୨୮ା୫(ଡି.ଏନ୍‌.ଏ.): କିଛି ଦିନର ବ୍ୟବଧାନ ପରେ କନ୍ଧମାଳରେ ନିଜର ସ୍ଥିତି ଜାହିର କରୁଛି ମାଓବାଦୀ ସଙ୍ଗଠନ । ସେପଟେ ପୋଲିସ ମାଓବାଦୀ ଦମନକୁ ମଧ୍ୟ ଚ୍ୟାଲେଞ୍ଜ...

ଧାନ କିଣାବିକାରେ ରହୁନି ସ୍ବଚ୍ଛତା

ନୟାଗଡ଼ ଅଫିସ,୧୪ା୧୧: ନୟାଗଡ଼ ଜିଲାରେ ଧାନ କିଣାବିକାରେ ସ୍ବଚ୍ଛତା ରହୁନାହିଁ। ୨୦୧୯-୨୦ ଆର୍ଥିକ ବର୍ଷର ସ୍ଥିତି ଅନୁଧ୍ୟାନ କଲେ ଏହା ସ୍ପଷ୍ଟ ହେବ। ଚଳିତବର୍ଷ ଏହି...

ଗୋଚର ଜମିରୁ ଜବରଦଖଲ ଉଚ୍ଛେଦ

ଆଳି,୧୪ା୧୦(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ଆଳି ତହସିଲ ଅନ୍ତର୍ଗତ ନରେନ୍ଦ୍ରପୁର ପଞ୍ଚାୟତର ଏକ ଗୋଚର ଜମିରୁ ଗୁରୁବାର ଜବରଦଖଲ ଉଚ୍ଛେଦ କରାଯାଇଛି। ସୂଚନାଯୋଗ୍ୟ, ନରେନ୍ଦ୍ରପୁର ଗଁାର କଳାକାର...

Advertisement
Archives

Model This Week