ଅପରାଧୀଙ୍କ ଘରେ ଚଢ଼ିଲା ବୁଲଡୋଜର

ବଲାଙ୍ଗୀର ଅଫିସ,୨୩ା୨: ବଲାଙ୍ଗୀର ସହର ଶାସ୍ତ୍ରୀନଗରଠାରେ ପୋଲିସ ଟିମ୍‌ ଉପସ୍ଥିତିରେ ପ୍ରଶାସନିକ ଟିମ୍‌ ଅଭିଯୁକ୍ତ ମନବାହାଦୂର ମଟାରୀଙ୍କ ଘରକୁ ଭାଙ୍ଗିଦେଇଛି। ଏଠାରେ ମୁଖ୍ୟ ରାସ୍ତା କଡରେ ଥିବା ସରକାରୀ ଜମିରେ ଘର କରି ମନବାହାଦୂର ଓ ତାଙ୍କ ପୁଅ ଆପରାଧିକ କାର୍ଯ୍ୟ ଜାରି ରଖିଥିବା ପୋଲିସ ପାଖରେ ତଥ୍ୟ ରହିଛି। ଅଭ୍ୟାସଗତ ଭାବେ ଆପରାଧିକ କାର୍ଯ୍ୟରେ ସମ୍ପୃକ୍ତି ଏବଂ ଅରାଜକତା ସୃଷ୍ଟି କରୁଥିତ୍ବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ମାଜିଷ୍ଟ୍ରେଟ୍‌ ଦାୟିତ୍ୱରେ ଥିବା ବଲାଙ୍ଗୀର ତହସିଲଦାର ପୁଷ୍ପାଞ୍ଜଳି ପଣ୍ଡା ସୂଚନା ଦେଇଥିଲେ। ମାଜିଷ୍ଟ୍ରେଟ୍‌ ପଣ୍ଡା କହିଥିଲେ ଯେ, ଉପଜିଲାପାଳଙ୍କ କୋର୍ଟରେ ପୋଲିସ ତରଫରୁ ୧୩୩ ସିଆରପିସିରେ ଯେଉଁ ଆବେଦନ କରାଯାଇଥିଲା ତାରି ନିର୍ଦ୍ଦେଶ ବଳରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଯେଉଁମାନଙ୍କ ନଁାରେ ଚୋରି, ଡାକାୟତି, ହତ୍ୟା ଉଦ୍ୟମ ଭଳି ମାମଲା ରହିଛି ଏବଂ ବାରମ୍ବାର ଅପରାଧ ଘଟାଇବା ପରେ ଜାମିନ୍‌ରେ ଆସି ପୁଣି ଅପରାଧ ଘଟାଉଛନ୍ତି ସେମାନଙ୍କ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଏଭଳି ପଦକ୍ଷେପ ନିଆଯାଉଛି। ସେ ଆହୁରି କହିଛନ୍ତି ଯେ, ସରକାରୀ ଜମି କବ୍‌ଜା କରି କେତେକ ସହରରେ ଆତଙ୍କ ସୃଷ୍ଟି କରୁଛନ୍ତି। ସେମାନଙ୍କ ଘରକୁ ଉଚ୍ଛେଦ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଆଗାମୀ ଦିନରେ ଏଭଳି ଅଭିଯାନ ଜାରି ରହିବ ବୋଲି ସେ କହିଥିଲେ। ବଲାଙ୍ଗୀର ସହରରେ ଆପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ପରେ ସାଧାରଣରେ ଅସନ୍ତୋଷ ଏବଂ ଭୟ ଦେଖାଯାଇଥିଲା। କଥା କଥାରେ ଏଠି ଗୁଳି ଫୁଟିବା ସହ ହଣାକଟା, ଲୁଟପାଟ ଦେଖାଯାଇଥିଲା। ଏଭଳିକି ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ହଷ୍ଟେଲ ଭିତରକୁ ପଶି ଜଣେ ଦୁର୍ବୃତ୍ତ ଦୁଇ ଜଣ ଛାତ୍ରଙ୍କୁ ବ୍ଳେଡ୍‌ରେ ସାାଂଘାତିକ ଆକ୍ରମଣ କରିଥିଲା। ଏଥିପାଇଁ ଏସ୍‌ପି ଏବଂ ପୋଲିସ ଟିମ୍‌କୁ ସବୁ ମହଲରୁ ସମାଲୋଚନା କରାଯାଇଥିଲା। ସର୍ବସାଧାରଣରେ ଜନପ୍ରତିନିଧିଙ୍କୁ ବି ଲୋକେ ସମାଲୋଚନା କରିବାକୁ ପଛାଇ ନଥିଲେ।

ଲୋକଙ୍କ ଭିତରେ ଅସନ୍ତୋଷ ବଢ଼ିବା ପରେ ଏସ୍‌ପି ନୀତିନ କୁଶଲକର ବଲାଙ୍ଗୀର ସହରରେ ଅପରାଧିଙ୍କ ବିରୋଧରେ ସ୍ବତନ୍ତ୍ର ଦମନମୂଳକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ମିଶନ ବୁଲଡୋଜର ଜରିଆରେ ଫେବୃୟାରୀ ପ୍ରଥମ ସପ୍ତାହରୁ ଆରମ୍ଭ ହୋଇଥିବା ଏହି ଉଚ୍ଛେଦ ଅଭିଯାନ ଜାରି ରହିଛି। ଆରଟିଓ ଅଫିସ ଛକରେ ଥିବା ଶ୍ରୀପତି ସିଂ ଓ ଶ୍ରୀକାନ୍ତ ମଟାରୀଙ୍କ ଦୋକାନ ଘର, ଧୁମାମରାଠାରେ ଥିବା ବବଲୁ ମହାନନ୍ଦଙ୍କ ହୋଟେଲ ଷ୍ଟଲ ଭାଙ୍ଗି ଦେଇଥିଲେ। ଏହାପରେ ମାଲଗୋଦାମପଡା ଠାରେ ତେଜରାଜ ନନ୍ଦ, ନିରୋଜ ହରପାଲ ଏବଂ ସଞ୍ଜୟ ତାଣ୍ଡିଙ୍କ ଘରକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରିଥିଲେ। ଏହାପରେ ୧୭ ତାରିଖରେ ମାଧିଆପାଲି ଜାତୀୟ ରାଜପଥ କଡରେ ଥିବା ସମଲେଶ୍ୱରୀ ଢ଼ାବାକୁ ସମ୍ପୂର୍ଣ୍ଣ ଭାଙ୍ଗି ଦିଆଯାଇଥିଲା। ଆଜିି ଏହି ଉଚ୍ଛେଦ ଅଭିଯାନରେ ଟାଉନ୍‌ ଥାନା ଆଇଆଇସି ପ୍ରିୟଙ୍କା ରାଉତରାୟ ଏବଂ ସଦର ଥାନା ଆଇଆଇସି ଶ୍ରୀକାନ୍ତ ସାହୁ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?