ବିଏମ୍‌ସି କମିଶନର, ରେଳ ମହାପ୍ରବନ୍ଧକଙ୍କ ନାଁରେ ଏତଲା

ଭୁବନେଶ୍ୱର, ୨୮ା୧ (ବନ୍ଦନା ସେଠୀ):ଭୁବନେଶ୍ୱର ସତ୍ୟନଗରଠାରେ ରେଳ ଗାଡ଼ି ୱାଶିଂ ପଏଣ୍ଟ ରହିଛି। ଏଠାକୁ ସଫେଇ ପାଇଁ ଆସୁଥିବା ସବୁ ରେଳଗାଡ଼ିର ବର୍ଜ୍ୟବସ୍ତୁ, ବାୟୋଟଏଲେଟ୍‌ର ମଳମୂତ୍ର ଆଦି ବିଏମ୍‌ସି ଡ୍ରେନ୍‌ରେ ସିଧା ଗଙ୍ଗୁଆକୁ ଯାଉଛି। ଗଙ୍ଗୁଆର ଏହି ବିଷାକ୍ତ ପାଣି ଦୟାନଦୀରେ ମିଶୁଛି। ଫଳରେ ଦୟାନଦୀ ଉପରେ ନିର୍ଭର କରୁଥିବା ଲକ୍ଷ ଲକ୍ଷ ଲୋକ ନାନାଦି ରୋଗର ଶିକାର ହେଉଛନ୍ତି। ଏହି ବିଷାକ୍ତ ଓ ଦୂଷିତ ପାଣି ପିଇ ପୁରୀ ଜିଲା କଣାସ ଅଞ୍ଚଳର ଶତାଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବାବେଳେ ୪ଜଣଙ୍କ ଜୀବନ ଯାଇଛି। ଏଥିପାଇଁ ବିଏମ୍‌ସି କମିଶନର ଓ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କୁ ଦାୟୀ କରିଛି ମହାନଦୀ ବଞ୍ଚାଅ ଆନ୍ଦୋଳନ ଓ ଦୟା ସୁରକ୍ଷା ଅଭିଯାନ। ଏହି ଦୁଇ ସଙ୍ଗଠନ ପକ୍ଷରୁ ସୋମବାର ଖାରବେଳ ଥାନାରେ ଦୁଇ ଅଧିକାରୀଙ୍କ ବିରୋଧରେ ଏତଲା ଦାୟର କରାଯାଇଛି।
ଏଥିସହ ଆନ୍ଦୋଳନ ଓ ଅଭିଯାନର ଏକ ପ୍ରତିନିଧି ଦଳ ରେଳଗାଡି ୱାଶିଂ ପଏଣ୍ଟକୁ ଯାଇ ବାସ୍ତବ ସ୍ଥିତି ଅନୁଧ୍ୟାନ କରିଥିଲେ। ଓ୍ବାଶିଂ ୟାର୍ଡରୁ ବର୍ଜ୍ୟ ପାଣି ଯିବା ପାଇଁ ଦୁଇଟି ଚ୍ୟାନେଲ ରହିଛି। ସେହି ଚ୍ୟାନେଲର ପଚା ପାଣିକୁ ଟ୍ରିଟ୍‌ମେଣ୍ଟ କରିବାକୁ ଏକ ଛୋଟ ପ୍ଲାଣ୍ଟ ବସାଯାଇଛି। ମାତ୍ର ତାହା ଦୀର୍ଘବର୍ଷ ହେବ କାମ କରୁ ନ ଥିବାରୁ ଟାଙ୍କିରେ କଳଙ୍କି ଲାଗିଗଲାଣି। ତେଣୁ ସବୁ ବର୍ଜ୍ୟପାଣି ପାଇପ୍‌ ବାଟେ ଡ୍ରେନରେ ଯାଇ ୩ ନଂ. ହାଟ ପାଖଦେଇ ଯାଇଥିବା ବଡ ଡ୍ରେନ ମାଧ୍ୟମରେ ଗଙ୍ଗୁଆ ନାଳରେ ମିଶୁଛି। ତେଣୁ ଉଭୟ ବିଏମ୍‌ସି କମିଶନର ଓ ପୂର୍ବତଟ ରେଳପଥର ମୁଖ୍ୟ ପ୍ରବନ୍ଧକ ଏଥିପାଇଁ ଦାୟୀ ବୋଲି ଅଭିଯାନ ପକ୍ଷରୁ ଅଭିଯୋଗ କରାଯାଇଛି। ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ, ମୁଖପାତ୍ର ପ୍ରସନ୍ନ ବିଷୋୟୀ, ସଂଯୋଜକ ବିଜୟ ପ୍ରଧାନ, ଦୟା ସୁରକ୍ଷା ଅଭିଯାନ ଉପଦେଷ୍ଟା ଅର୍ଜୁନ ସାମନ୍ତରାୟ, ଆବାହକ ସଚିକାନ୍ତ ପ୍ରଧାନ, ସତ୍ୟନାରାୟଣ ସାମନ୍ତସିଂହାର, ପ୍ରସନ୍ନ ମହାପାତ୍ର ପ୍ରମୁଖ ଥାନାକୁ ଯାଇ ଏତଲା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?