Posted inଖେଳ

ପ୍ରଥମ ମ୍ୟାଚ୍‌ରେ ଧୋନୀ, ପାଣ୍ଡ୍ୟା ମୁକାବିଲା

ଅହମ୍ମଦାବାଦ,୩୧ା୩(ପି.ଟି.):ଆଇପିଏଲ୍‌ର ୧୬ତମ ସଂସ୍କରଣ ଶୁକ୍ରବାର ଗୁଜରାଟର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ଉଦ୍‌ଘାଟନୀ ମ୍ୟାଚ୍‌ ହାର୍ଦ୍ଦିକ୍‌ ପାଣ୍ଡ୍ୟାଙ୍କ ଡିଫେଣ୍ଡିଂ ଚାମ୍ପିୟନ୍‌ ଗୁଜରାଟ ଟାଇଟନ୍ସ ଓ ୪ ଥରର ଚାମ୍ପିୟନ୍‌ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବ।୨୦୨୨ ସିଜନରେ ପ୍ରଥମ ଥର ପାଇଁ ପାଣ୍ଡ୍ୟା ଅଧିନାୟକତ୍ୱର ଭାର ସମ୍ଭାଳିଥିଲେ। ପ୍ରଥମ ଥରରେ ହିଁ ସେ ଧୋନୀଙ୍କ ପରି ଚାପ ପରସ୍ଥିତିରେ ଶାନ୍ତ ରହିବାର କଳା ଦେଖାଇଥିଲେ। ଶୁବମାନ ଗିଲ୍‌ଙ୍କ କ୍ୟାରିୟର ଶ୍ରେଷ୍ଠ ଫର୍ମ, ରାଶିଦ୍‌ ଖାନଙ୍କ ବୋଲିଂ ସହିତ ମିଡିଲ ଅର୍ଡରରେ କିଲର ମିଲର ଓ ପାଣ୍ଡ୍ୟାଙ୍କ ବ୍ୟାଟିଂ ବଳରେ ପ୍ରଥମ ସଂସ୍କରଣରେ ହିଁ ସବୁ ଦଳକୁ ପଛରେ ଛାଡିଥିଲା ଟାଇଟନ୍ସ। ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷ ଓପନିଙ୍ଗ ମ୍ୟାଚ୍‌ରେ ମିଲରଙ୍କ ଅନୁପସ୍ଥିତି ସାମାନ୍ୟ ପ୍ରଭାବ ପକାଇପାରେ। ତେବେ ରାହୁଲ ଟଓ୍ବେଟିଆଙ୍କ ଫର୍ମ ଟାଇଟନ୍ସ ପାଇଁ ସାମାନ୍ୟ ଆଶ୍ୱସ୍ତିର ବିଷୟ ରହିବ। କେନ୍‌ ଓ୍ବିଲିୟମସନଙ୍କୁ ଟି୨୦ ପାଇଁ ସ୍ପେଶାଲିଷ୍ଟ ବ୍ୟାଟର ଭାବରେ ଗଣନା କରାଯାଏ ନାହିଁ। ମାତ୍ର କଷ୍ଟସାଧ୍ୟ ପିଚ୍‌ ଓ ପରସ୍ଥିତିରେ ଓ୍ବିଲିୟମସନ୍‌ଙ୍କ ଦକ୍ଷତା ଦଳ ପାଇଁ ବେଶ ଲାଭଦାୟକ ରହିବ। ହାର୍ଦ୍ଦିକ୍‌ ସର୍ବଦା ଧୋନୀଙ୍କୁ ନିଜ ଆଦର୍ଶ ବୋଲି କହିଥାନ୍ତି। ତେଣୁ ଏହି ମ୍ୟାଚ୍‌କୁ ଗୁରୁ-ଶିଷ୍ୟଙ୍କ ମ୍ୟାଚ୍‌ କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ। ୪୨ ବର୍ଷ ବୟସରେ ଧୋନୀ ପୁଣି ଥରେ ଅଧିନାୟକ ଭୂମିକାକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ଗତ ସିଜନରେ ପ୍ରଥମ ଥର ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ ପ୍ଲେ ଅଫ୍‌ରେ ପ୍ରବେଶ କରିବାରେ ସମର୍ଥ ହୋଇ ନ ଥିଲା।
ଶୁକ୍ରବାର ୧୬ତମ ଆଇପିଏଲରେ ଧୋନୀଙ୍କ ନେତୃତ୍ୱରେ ଦଳ ଦୃଢ ଭାବରେ ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରୟାସ କରିବ। ଇମ୍ପାକ୍ଟ ପ୍ଲେୟର୍‌ ନିୟମ କାରଣରୁ ଉଭୟ ଦଳରେ ୧୨ ଜଣ ଖେଳାଳି ରହିବେ। ନିଜ ପାଖରେ ଥିବା ଖେଳାଳିଙ୍କ ଦକ୍ଷତାକୁ ଠିକ୍‌ ଢଙ୍ଗରେ ଉପଯୋଗ କରିଥାନ୍ତି ଧୋନୀ। ସେ ଇମ୍ପାକ୍ଟ ପ୍ଲେୟର ନିୟମକୁ କେଉଁଭଳି ବ୍ୟବହାର କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିବ। ବେନ୍‌ ଷ୍ଟୋକ୍ସ ଆଇପିଏଲ୍‌ର ପ୍ରଥମାର୍ଦ୍ଧରେ ବୋଲିଂ କରି ପାରିବେ ନାହିଁ। ତେଣୁ ଚେନ୍ନାଇ ଷ୍ଟୋକ୍ସଙ୍କୁ ଇମ୍ପାକ୍ଟ ପ୍ଲେୟର ଭାବରେ ବ୍ୟବହାର କରିପାରେ। ଅନ୍ୟପକ୍ଷରେ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଧୋନୀ, ଅମ୍ବାତି ରାୟୁଡୁ ଓ ରବୀନ୍ଦ୍ର ଜାଡେଜାଙ୍କ ପ୍ରଦର୍ଶନ ଉପରେ ଭାରତୀୟ ଫ୍ୟାନଙ୍କ ନଜର ରହିବ। ସେହିପରି ପେସ୍‌ ବୋଲରଙ୍କ ମଧ୍ୟରେ ଦୀପକ ଚହର, ମୁକେଶ ଚୌଧାରୀ/ସିମରଜିତ୍‌ ସିଂଙ୍କ ଉପରେ ସମସ୍ତଙ୍କ ନଜର ରହିବ। ବିଦେଶୀ ଖେଳାଳିଙ୍କ ମଧ୍ୟରୁ ଡେଭନ୍‌ କନ୍‌ଓ୍ବେ, ବେନ୍‌ ଷ୍ଟୋକ୍ସ ଓ ମୋଇନ୍‌ ଅଲୀଙ୍କ ଖେଳିବା ନିଶ୍ଚିତ ଅଟେ। ଚତୁର୍ଥ ଖେଳାଳି ଭାବରେ ମହେଶ ଥିକଶାନା କିମ୍ବା ମଥିସା ପଥିରାନାଙ୍କ ମଧ୍ୟରୁ ଜଣେ ଖେଳିବେ।
ଅନ୍ୟପକ୍ଷରେ ଗୁଜରାଟର ବ୍ୟାଟିଂରେ ସାମାନ୍ୟ ସମସ୍ୟ ରହିଥିଲେ ମଧ୍ୟ ବୋଲିଂ ବେଶ ଶକ୍ତିଶାଳୀ ରହିଛି। ଡେଭିଡ୍‌ ମିଲରଙ୍କ ଅନୁପସ୍ଥିତିରେ ମଧ୍ୟକ୍ରମ ସାମାନ୍ୟ ଦୁର୍ବଳ ମନେ ହେଉଛି। ଏହା ସହିତ ଉଇକେଟକିପରକୁ ନେଇ ମଧ୍ୟ ସାମାନ୍ୟ ଚିନ୍ତାରେ ରହିଛି ଦଳ। ରିଦ୍ଧିମାନ ଶାହା ଗତ ସିଜନର ଓପନର ରହିଥିବା ବେଳେ ଚଳିତ ଥର ଦଳରେ ରହିଛନ୍ତି ଶ୍ରୀକର ଭରତ। ସେ ଟି୨୦ରେ ଟପ୍‌ ଅର୍ଡରରେ ବ୍ୟାଟିଂ କରୁଥିବାରୁ ତାଙ୍କୁ ମଧ୍ୟ ସୁଯୋଗ ମିଳିପାରେ। ଭାରତୀୟ ପେସରଙ୍କ ମଧ୍ୟରେ ଶିଭମ ମାଭି ଓ ମହମ୍ମଦ ଶାମି ଭଲ ଫର୍ମରେ ରହିଛନ୍ତି। ଆଲଜାରି ଯୋଶେଫଙ୍କ ଉପସ୍ଥିତି ଦଳକୁ ଆଉ ଟିକିଏ ମଜଭୁତ କରିବ। ପ୍ରଥମ ସିଜନରେ ଦଳର ଟ୍ରମ୍ପକାର୍ଡ ରହିଥିବା ୟଶ ଦୟାଲ ଭଲ ଫର୍ମରେ ନାହାନ୍ତି। ସୟଦ ମୁସ୍ତାକ ଅଲୀ ଟ୍ରଫିରେ ସେ ୬ ମ୍ୟାଚରୁ ମାତ୍ର ୨ ଉଇକେଟ ନେବାରେ ସଫଳ ହୋଇଥିଲେ। ସ୍ପିନର ଭାବରେ ଗୁଜରାଟ ନିକଟରେ ରାଶିଦ୍‌ ଖାନ୍‌ ଓ ଆର୍‌ ସାଇ କିଶୋର ଉପସ୍ଥିତ ଅଛନ୍ତି।
ଗୁଜରାଟ ଟାଇଟନ୍ସ: ହାର୍ଦ୍ଦିକ୍‌ ପାଣ୍ଡ୍ୟା(ଅଧିନାୟକ), ଶୁବମାନ ଗିଲ୍‌, ଶ୍ରୀକର ଭରତ, ରିଦ୍ଧିମାନ ଶାହା, କେନ୍‌ ଓ୍ବିଲିୟମସନ୍‌, ରାହୁଲ ଟଓ୍ବେଟିଆ, ଅଭିନବ ମନୋହର, ମହମ୍ମଦ ଶାମି, ପ୍ରଦୀପ ସାଙ୍ଗଓ୍ବନ, ଆର. ସାଇ କିଶୋର, ବିଜୟ ଶଙ୍କର, ସାଇ ସୁଦର୍ଶନ, ରାଶିଦ୍‌ ଖାନ୍‌, ଶିବମ ମାଭି, ମାଥ୍ୟୁ ଓ୍ବେଡ୍‌, ଓଡ଼ିନ୍‌ ସ୍ମିଥ୍‌, ଉର୍ଭିଲ ପଟେଲ, ଦର୍ଶନ ନାଲକଣ୍ଡେ, ଡେଭିଡ୍‌ ମିଲର୍‌, ଜୋସୁଆ ଲିଟିଲ୍‌, ୟଶ୍‌ ଦୟାଲ, ଜୟନ୍ତ ଯାଦବ, ନୁର୍‌ ଅହମଦ୍‌, ଆଲଜାରି ଯୋଶେଫ୍‌।
ଚେନ୍ନାଇ ସୁପରକିଙ୍ଗ୍ସ: ମହେନ୍ଦ୍ର ସିଂ ଧୋନୀ (ଅଧିନାୟକ), ଡେଭନ୍‌ କନ୍‌ଓ୍ବେ, ଋତୁରାଜ ଗାଏକ୍ୱାଡ, ଅମ୍ବାତି ରାୟୁଡୁ, ମୋଇନ ଅଲୀ, ବେନ୍‌ ଷ୍ଟୋକ୍ସ, ରବୀନ୍ଦ୍ର ଜାଡେଜା, ଆଜିଙ୍କ୍ୟ ରାହାନେ, ସିସାନ୍ଦା ମଗଲା, ଶିବମ ଦୁବେ, ଡ୍ବେନ୍‌ ପ୍ରିଟୋରିୟସ୍‌, ଅଜୟ ମଣ୍ଡଳ, ନିଶାନ୍ତ ସିନ୍ଧୁ, ରାଜବର୍ଦ୍ଧନ ହଙ୍ଗରଗେକର୍‌, ମିଚେଲ୍‌ ସାଣ୍ଟନର, ଶୁଭ୍ରାଂଶୁ ସେନାପତି, ସିମରଜିତ୍‌ ସିଂ, ମଥିସା ପଥିରାନା, ମହେଶ ଥିକ୍‌ସାନା,ଭଗତ ବର୍ମା, ପ୍ରଶାନ୍ତ ସୋଲାଙ୍କି, ଶେକ୍‌ ରଶିଦ୍‌ ଓ ତୁଷାର ଦେଶପାଣ୍ଡେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମୟଙ୍କ ଯାଦବଙ୍କୁ ବଡ ଉପହାର ଦେଲା ବିସିସିଆଇ, କିନ୍ତୁ ରହିଛି ଖରାପ ଖବର

ମୁମ୍ବାଇ,୧ା୫: ପେସ୍‌ ବୋଲିଂ ସେନ୍‌ସେସନ୍‌ ମୟଙ୍କ ଯାଦବ ଅବଶିଷ୍ଟ ଆଇପିଏଲ୍‌ ମ୍ୟାଚ୍‌ରେ ଅଂଶଗ୍ରହଣ କରିବା ନେଇ ସନ୍ଦେହ ଉପୁଜିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ ସମୟରେ...

ସେଲିବ୍ରେସନ୍‌ ପାଇଁ ବାଣ, ମିଠା କିଣି ଘରକୁ ଆଣିଥିଲେ ରିଙ୍କୁ ସିଂ’ଙ୍କ ବାପା, ପୁଅର ହେଲାଣି ସିଲେକ୍‌ସନ୍‌

ନୂଆଦିଲ୍ଲୀ,୧ା୫: ମଙ୍ଗଳବାର ପୁରୁଷ ଟି୨୦ ବିଶ୍ୱକପ ପାଇଁ ୧୫ ଜଣ ଭାରତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ନିମ୍ନକ୍ରମର ଦୁର୍ଦଶ ବ୍ୟାଟର ରିଙ୍କୁ ସିଂଙ୍କୁ ଦଳରେ...

ଲକ୍ଷ୍ନୌ ଜିତିବା ପରେ ପଏଣ୍ଟ ଟେବୁଲ୍‌ରେ ହେଲା ବଡ଼ ପରିବର୍ତ୍ତନ: ଜାଣନ୍ତୁ କିଏ କେଉଁ ସ୍ଥାନରେ ଅଛି

ଲକ୍ଷ୍ନୌ,୧।୫: ଆଇପିଏଲ ୨୦୨୪ର ୪୮ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ମୁମ୍ବାଇ ଇଣ୍ଡିଆନ୍ସକୁ ୪ ଉଇକେଟରେ ପରାସ୍ତ କରିଛି। ଲକ୍ଷ୍ନୌର ଘରୋଇ ଗ୍ରାଉଣ୍ଡରେ ଖେଳାଯାଇଥିବା ମ୍ୟାଚରେ...

ପାଣ୍ଡ୍ୟାଙ୍କ ଏହି ଭୁଲ ଯୋଗୁ ମୁମ୍ବାଇକୁ ପଡ଼ିଲା ଭାରି, ଅଧିନାୟକ ସମେତ ଖେଳାଳିଙ୍କ ଉପରେ ଲାଗିଲା ମୋଟା ଅଙ୍କର ଫାଇନ୍‌

ନୂଆଦିଲ୍ଲୀ,୧।୫: ଆଇପିଏଲ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସକୁ ଡବଲ ଝଟକା ଲାଗିଛି। ଟୁର୍ନାମେଣ୍ଟର ୪୮ତମ ମ୍ୟାଚରେ ମୁମ୍ବାଇକୁ ଲକ୍ଷ୍ନୌ ସୁପର ଜିଆଣ୍ଟସ ୪ ଉଇକେଟ୍‌ରେ ହରାଇଛି। ଏହି...

ବିରାଟ କୋହଲି ଆମର ଜ୍ୱାଇଁ…କାହିଁକି ଏମିତି କହିଲେ ଶାହରୁଖ

କୋଲକାତା,୧।୫: ଆଇପିଏଲ ଦଳ କୋଲକାତା ନାଇଟ ରାଇଡର୍ସ ମାଲିକ ତଥା ବଲିଉଡ ଅଭିନେତା ଶାହାରୁଖ ଖାନ ବିରାଟ କୋହଲିଙ୍କ ଉପରେ ନିଜର ମତ ରଖିଛନ୍ତି। କୋହଲିଙ୍କୁ...

ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍‌ରୁ ବିଦା! ଜାଣନ୍ତୁ କ’ଣ ରହିଛି ସମୀକରଣ

ଲକ୍ଷ୍ନୌ,୧।୫: ଆଇପିଏଲ ୨୦୨୪ର ୪୮ତମ ମ୍ୟାଚ ଲକ୍ଷ୍ନୌ ସୁପର ଜିଆଣ୍ଟସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିଲା। ସୁପର ଜଏଣ୍ଟସ ଏହି ମ୍ୟାଚ ସହଜରେ ଜିତିଲା।...

ଟି-୨୦ ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା: ଜାଣନ୍ତୁ ଦଳରେ କାହାକୁ ମିଳିଲା ସ୍ଥାନ

ସିଡନୀ,୧।୫: ଅଷ୍ଟ୍ରେଲିଆ ମଧ୍ୟ ଟି-୨୦ ବିଶ୍ୱକପ ୨୦୨୪ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି। ବିଶ୍ୱକପ୍‌ରେ ଦଳ ଅନ୍ତର୍ଜାତୀୟ ଟି-୨୦ ଅଧିନାୟକ ମିଚେଲ ମାର୍ଶଙ୍କ...

ଆଦିତ୍ୟଙ୍କ ମାଉଣ୍ଟ କୋଜିଓସ୍କୋ ଆରୋହଣ

ଭୁବନେଶ୍ୱର, ୧।୫ (ତପନ ସ୍ବାଇଁ): ଅଷ୍ଟ୍ରେଲିଆ ମହାଦେଶର ଉଚ୍ଚତମ ଶୃଙ୍ଗ ମାଉଣ୍ଟ କୋଜିଓସ୍କୋକୁ ସଫଳତାର ସହ ଆରୋହଣ କରିଛନ୍ତି ଯୁବ ପର୍ବତାରୋହୀ ଆଦିତ୍ୟ ପ୍ରସାଦ ଖାଡ଼ଙ୍ଗା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri