Posted inଖେଳ

ପ୍ରଥମ ମ୍ୟାଚ୍‌ରେ ଧୋନୀ, ପାଣ୍ଡ୍ୟା ମୁକାବିଲା

ଅହମ୍ମଦାବାଦ,୩୧ା୩(ପି.ଟି.):ଆଇପିଏଲ୍‌ର ୧୬ତମ ସଂସ୍କରଣ ଶୁକ୍ରବାର ଗୁଜରାଟର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ଉଦ୍‌ଘାଟନୀ ମ୍ୟାଚ୍‌ ହାର୍ଦ୍ଦିକ୍‌ ପାଣ୍ଡ୍ୟାଙ୍କ ଡିଫେଣ୍ଡିଂ ଚାମ୍ପିୟନ୍‌ ଗୁଜରାଟ ଟାଇଟନ୍ସ ଓ ୪ ଥରର ଚାମ୍ପିୟନ୍‌ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବ।୨୦୨୨ ସିଜନରେ ପ୍ରଥମ ଥର ପାଇଁ ପାଣ୍ଡ୍ୟା ଅଧିନାୟକତ୍ୱର ଭାର ସମ୍ଭାଳିଥିଲେ। ପ୍ରଥମ ଥରରେ ହିଁ ସେ ଧୋନୀଙ୍କ ପରି ଚାପ ପରସ୍ଥିତିରେ ଶାନ୍ତ ରହିବାର କଳା ଦେଖାଇଥିଲେ। ଶୁବମାନ ଗିଲ୍‌ଙ୍କ କ୍ୟାରିୟର ଶ୍ରେଷ୍ଠ ଫର୍ମ, ରାଶିଦ୍‌ ଖାନଙ୍କ ବୋଲିଂ ସହିତ ମିଡିଲ ଅର୍ଡରରେ କିଲର ମିଲର ଓ ପାଣ୍ଡ୍ୟାଙ୍କ ବ୍ୟାଟିଂ ବଳରେ ପ୍ରଥମ ସଂସ୍କରଣରେ ହିଁ ସବୁ ଦଳକୁ ପଛରେ ଛାଡିଥିଲା ଟାଇଟନ୍ସ। ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷ ଓପନିଙ୍ଗ ମ୍ୟାଚ୍‌ରେ ମିଲରଙ୍କ ଅନୁପସ୍ଥିତି ସାମାନ୍ୟ ପ୍ରଭାବ ପକାଇପାରେ। ତେବେ ରାହୁଲ ଟଓ୍ବେଟିଆଙ୍କ ଫର୍ମ ଟାଇଟନ୍ସ ପାଇଁ ସାମାନ୍ୟ ଆଶ୍ୱସ୍ତିର ବିଷୟ ରହିବ। କେନ୍‌ ଓ୍ବିଲିୟମସନଙ୍କୁ ଟି୨୦ ପାଇଁ ସ୍ପେଶାଲିଷ୍ଟ ବ୍ୟାଟର ଭାବରେ ଗଣନା କରାଯାଏ ନାହିଁ। ମାତ୍ର କଷ୍ଟସାଧ୍ୟ ପିଚ୍‌ ଓ ପରସ୍ଥିତିରେ ଓ୍ବିଲିୟମସନ୍‌ଙ୍କ ଦକ୍ଷତା ଦଳ ପାଇଁ ବେଶ ଲାଭଦାୟକ ରହିବ। ହାର୍ଦ୍ଦିକ୍‌ ସର୍ବଦା ଧୋନୀଙ୍କୁ ନିଜ ଆଦର୍ଶ ବୋଲି କହିଥାନ୍ତି। ତେଣୁ ଏହି ମ୍ୟାଚ୍‌କୁ ଗୁରୁ-ଶିଷ୍ୟଙ୍କ ମ୍ୟାଚ୍‌ କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ। ୪୨ ବର୍ଷ ବୟସରେ ଧୋନୀ ପୁଣି ଥରେ ଅଧିନାୟକ ଭୂମିକାକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ଗତ ସିଜନରେ ପ୍ରଥମ ଥର ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ ପ୍ଲେ ଅଫ୍‌ରେ ପ୍ରବେଶ କରିବାରେ ସମର୍ଥ ହୋଇ ନ ଥିଲା।
ଶୁକ୍ରବାର ୧୬ତମ ଆଇପିଏଲରେ ଧୋନୀଙ୍କ ନେତୃତ୍ୱରେ ଦଳ ଦୃଢ ଭାବରେ ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରୟାସ କରିବ। ଇମ୍ପାକ୍ଟ ପ୍ଲେୟର୍‌ ନିୟମ କାରଣରୁ ଉଭୟ ଦଳରେ ୧୨ ଜଣ ଖେଳାଳି ରହିବେ। ନିଜ ପାଖରେ ଥିବା ଖେଳାଳିଙ୍କ ଦକ୍ଷତାକୁ ଠିକ୍‌ ଢଙ୍ଗରେ ଉପଯୋଗ କରିଥାନ୍ତି ଧୋନୀ। ସେ ଇମ୍ପାକ୍ଟ ପ୍ଲେୟର ନିୟମକୁ କେଉଁଭଳି ବ୍ୟବହାର କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିବ। ବେନ୍‌ ଷ୍ଟୋକ୍ସ ଆଇପିଏଲ୍‌ର ପ୍ରଥମାର୍ଦ୍ଧରେ ବୋଲିଂ କରି ପାରିବେ ନାହିଁ। ତେଣୁ ଚେନ୍ନାଇ ଷ୍ଟୋକ୍ସଙ୍କୁ ଇମ୍ପାକ୍ଟ ପ୍ଲେୟର ଭାବରେ ବ୍ୟବହାର କରିପାରେ। ଅନ୍ୟପକ୍ଷରେ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଧୋନୀ, ଅମ୍ବାତି ରାୟୁଡୁ ଓ ରବୀନ୍ଦ୍ର ଜାଡେଜାଙ୍କ ପ୍ରଦର୍ଶନ ଉପରେ ଭାରତୀୟ ଫ୍ୟାନଙ୍କ ନଜର ରହିବ। ସେହିପରି ପେସ୍‌ ବୋଲରଙ୍କ ମଧ୍ୟରେ ଦୀପକ ଚହର, ମୁକେଶ ଚୌଧାରୀ/ସିମରଜିତ୍‌ ସିଂଙ୍କ ଉପରେ ସମସ୍ତଙ୍କ ନଜର ରହିବ। ବିଦେଶୀ ଖେଳାଳିଙ୍କ ମଧ୍ୟରୁ ଡେଭନ୍‌ କନ୍‌ଓ୍ବେ, ବେନ୍‌ ଷ୍ଟୋକ୍ସ ଓ ମୋଇନ୍‌ ଅଲୀଙ୍କ ଖେଳିବା ନିଶ୍ଚିତ ଅଟେ। ଚତୁର୍ଥ ଖେଳାଳି ଭାବରେ ମହେଶ ଥିକଶାନା କିମ୍ବା ମଥିସା ପଥିରାନାଙ୍କ ମଧ୍ୟରୁ ଜଣେ ଖେଳିବେ।
ଅନ୍ୟପକ୍ଷରେ ଗୁଜରାଟର ବ୍ୟାଟିଂରେ ସାମାନ୍ୟ ସମସ୍ୟ ରହିଥିଲେ ମଧ୍ୟ ବୋଲିଂ ବେଶ ଶକ୍ତିଶାଳୀ ରହିଛି। ଡେଭିଡ୍‌ ମିଲରଙ୍କ ଅନୁପସ୍ଥିତିରେ ମଧ୍ୟକ୍ରମ ସାମାନ୍ୟ ଦୁର୍ବଳ ମନେ ହେଉଛି। ଏହା ସହିତ ଉଇକେଟକିପରକୁ ନେଇ ମଧ୍ୟ ସାମାନ୍ୟ ଚିନ୍ତାରେ ରହିଛି ଦଳ। ରିଦ୍ଧିମାନ ଶାହା ଗତ ସିଜନର ଓପନର ରହିଥିବା ବେଳେ ଚଳିତ ଥର ଦଳରେ ରହିଛନ୍ତି ଶ୍ରୀକର ଭରତ। ସେ ଟି୨୦ରେ ଟପ୍‌ ଅର୍ଡରରେ ବ୍ୟାଟିଂ କରୁଥିବାରୁ ତାଙ୍କୁ ମଧ୍ୟ ସୁଯୋଗ ମିଳିପାରେ। ଭାରତୀୟ ପେସରଙ୍କ ମଧ୍ୟରେ ଶିଭମ ମାଭି ଓ ମହମ୍ମଦ ଶାମି ଭଲ ଫର୍ମରେ ରହିଛନ୍ତି। ଆଲଜାରି ଯୋଶେଫଙ୍କ ଉପସ୍ଥିତି ଦଳକୁ ଆଉ ଟିକିଏ ମଜଭୁତ କରିବ। ପ୍ରଥମ ସିଜନରେ ଦଳର ଟ୍ରମ୍ପକାର୍ଡ ରହିଥିବା ୟଶ ଦୟାଲ ଭଲ ଫର୍ମରେ ନାହାନ୍ତି। ସୟଦ ମୁସ୍ତାକ ଅଲୀ ଟ୍ରଫିରେ ସେ ୬ ମ୍ୟାଚରୁ ମାତ୍ର ୨ ଉଇକେଟ ନେବାରେ ସଫଳ ହୋଇଥିଲେ। ସ୍ପିନର ଭାବରେ ଗୁଜରାଟ ନିକଟରେ ରାଶିଦ୍‌ ଖାନ୍‌ ଓ ଆର୍‌ ସାଇ କିଶୋର ଉପସ୍ଥିତ ଅଛନ୍ତି।
ଗୁଜରାଟ ଟାଇଟନ୍ସ: ହାର୍ଦ୍ଦିକ୍‌ ପାଣ୍ଡ୍ୟା(ଅଧିନାୟକ), ଶୁବମାନ ଗିଲ୍‌, ଶ୍ରୀକର ଭରତ, ରିଦ୍ଧିମାନ ଶାହା, କେନ୍‌ ଓ୍ବିଲିୟମସନ୍‌, ରାହୁଲ ଟଓ୍ବେଟିଆ, ଅଭିନବ ମନୋହର, ମହମ୍ମଦ ଶାମି, ପ୍ରଦୀପ ସାଙ୍ଗଓ୍ବନ, ଆର. ସାଇ କିଶୋର, ବିଜୟ ଶଙ୍କର, ସାଇ ସୁଦର୍ଶନ, ରାଶିଦ୍‌ ଖାନ୍‌, ଶିବମ ମାଭି, ମାଥ୍ୟୁ ଓ୍ବେଡ୍‌, ଓଡ଼ିନ୍‌ ସ୍ମିଥ୍‌, ଉର୍ଭିଲ ପଟେଲ, ଦର୍ଶନ ନାଲକଣ୍ଡେ, ଡେଭିଡ୍‌ ମିଲର୍‌, ଜୋସୁଆ ଲିଟିଲ୍‌, ୟଶ୍‌ ଦୟାଲ, ଜୟନ୍ତ ଯାଦବ, ନୁର୍‌ ଅହମଦ୍‌, ଆଲଜାରି ଯୋଶେଫ୍‌।
ଚେନ୍ନାଇ ସୁପରକିଙ୍ଗ୍ସ: ମହେନ୍ଦ୍ର ସିଂ ଧୋନୀ (ଅଧିନାୟକ), ଡେଭନ୍‌ କନ୍‌ଓ୍ବେ, ଋତୁରାଜ ଗାଏକ୍ୱାଡ, ଅମ୍ବାତି ରାୟୁଡୁ, ମୋଇନ ଅଲୀ, ବେନ୍‌ ଷ୍ଟୋକ୍ସ, ରବୀନ୍ଦ୍ର ଜାଡେଜା, ଆଜିଙ୍କ୍ୟ ରାହାନେ, ସିସାନ୍ଦା ମଗଲା, ଶିବମ ଦୁବେ, ଡ୍ବେନ୍‌ ପ୍ରିଟୋରିୟସ୍‌, ଅଜୟ ମଣ୍ଡଳ, ନିଶାନ୍ତ ସିନ୍ଧୁ, ରାଜବର୍ଦ୍ଧନ ହଙ୍ଗରଗେକର୍‌, ମିଚେଲ୍‌ ସାଣ୍ଟନର, ଶୁଭ୍ରାଂଶୁ ସେନାପତି, ସିମରଜିତ୍‌ ସିଂ, ମଥିସା ପଥିରାନା, ମହେଶ ଥିକ୍‌ସାନା,ଭଗତ ବର୍ମା, ପ୍ରଶାନ୍ତ ସୋଲାଙ୍କି, ଶେକ୍‌ ରଶିଦ୍‌ ଓ ତୁଷାର ଦେଶପାଣ୍ଡେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?