ଶପିଂ ମଲ୍‌ରେ ଚଢାଉ, ଏକ୍ସପାଏରି ଖାଦ୍ୟ ଜବତ

କଟକ ଅଫିସ,୩୧ା୩: ଠିକ୍‌ ଦାମ୍‌, ଉଚିତ୍‌ ମାନର ଖାଦ୍ୟସାମଗ୍ରୀ କିଣିବା ନିମନ୍ତେ ଲୋକମାନେ ଶପିଂ ମଲ୍‌ ଯାଉଛନ୍ତି। ଶୀତତାପ ନିୟନ୍ତ୍ରିତ ମଲ୍‌ରେ କିନ୍ତୁ ଗ୍ରାହକଙ୍କୁ ଏକ୍ସପାଏରି ଖାଦ୍ୟ ସାମଗ୍ରୀ ବିକ୍ରି କରାଯାଉଛି। ବାଦାମବାଡ଼ିସ୍ଥିତ ଭି-ବଜାର ନାମକ ଶପିଂ ମଲ୍‌ରେ ଗୁରୁବାର ଏଭଳି କାରନାମା ଧରାପଡ଼ିଛି। ବାଦାମବାଡ଼ି ପୋଲିସ ସେଠାରେ ଚଢ଼ାଉ କରି ବିପୁଳ ପରିମାଣର ଏକ୍ସପାଏରି ଖାଦ୍ୟ ସାମଗ୍ରୀ ଜବତ କରିଛି। ଚଢ଼ାଉବେଳେ ଠକେଇର ତରିକା ସମ୍ପର୍କରେ ଚାଞ୍ଚଲ୍ୟକର ତଥ୍ୟ ପୋଲିସର ହସ୍ତଗତ ହୋଇଛି। ତଦନ୍ତ ଜାରି ରହିଥିବା ଆଇଆଇସି ସୂର୍ଯ୍ୟାଂଶୁ ଶେଖର ପାଢ଼ୀ ସୂଚନା ଦେଇଛନ୍ତି।
ଏସିପି ଅମରେନ୍ଦ୍ର ପଣ୍ଡାଙ୍କ ସୂଚନା ଅନୁସାରେ, ଉକ୍ତ ଶପିଂ ମଲ୍‌ରେ ଏକ୍ସପାଏରି ଖାଦ୍ୟ ସାମଗ୍ରୀ ବିକ୍ରି କରାଯାଉଥିବା ନେଇ ବାଦାମବାଡ଼ି ପୋଲିସକୁ ବିଶେଷ ସୂତ୍ରରୁ ଖବର ମିଳିଥିଲା। ତୁରନ୍ତ ସେଠାରେ ଚଢ଼ାଉ କରାଯିବା ପରେ ଘଟଣା ସମ୍ପର୍କରେ ଜଣାପଡିଥିଲା। ଏହି ଶପିଂ ମଲ୍‌ରେ ବିକ୍ରି ପାଇଁ ରଖାଯାଇଥିବା ନାମୀଦାମୀ କମ୍ପାନୀର ଖାଦ୍ୟ ପ୍ୟାକେଟ୍‌ରେ ଏକ୍ସପାଏରି ତାରିଖ ଲେଖା ନ ଥିଲା। ବରଂ ପ୍ୟାକେଟଗୁଡ଼ିକରୁ ମାନୁଫାକ୍ଚରିଂ ଓ ଏକ୍ସପାଏରି ତାରିଖକୁ ଏକ ରାସାୟନିକ ତରଳ ପଦାର୍ଥ ବ୍ୟବହାର କରି ଲିଭାଇ ଦିଆଯାଇଥିଲା। ମଲ୍‌କୁ ଆସୁଥିବା ସବୁ ଲୋକ ଖାଦ୍ୟପଦାର୍ଥର ମାନୁଫାକଚରିଂ ଓ ଏକ୍ସପାଏରି ତାରିଖ ବାବଦରେ ସଚେତନ ନୁହନ୍ତି। ତେଣୁ ଏଭଳି କାରନାମା ବିଷୟରେ ସାଧାରଣ ଲୋକେ ଜାଣିବା ମୁସ୍କିଲ। ଖାଦ୍ୟର ଏକ୍ସପାଏରି ତାରିଖ ଶେଷ ହୋଇଯାଇଥିବାରୁ ଗୁଣାତ୍ମକ ମାନ ନଷ୍ଟ ହୋଇଯାଇଛି। ଏଭଳି ଖରାପ ଖାଦ୍ୟ ଲୋକଙ୍କ ଶରୀର ଉପରେ କୁପ୍ରଭାବ ପକାଇବ। ଏ ସମ୍ପର୍କରେ ଆଇଆଇସି ପାଢ଼ୀ କହିଛନ୍ତି, ଉକ୍ତ ମଲ୍‌ରୁ ୨୦ ପ୍ରକାରରୁ ଅଧିକ ଶୁଖିଲା ଖାଦ୍ୟ ସାମଗ୍ରୀ ଜବତ କରାଯାଇଛି। ସେଗୁଡ଼ିକର ମୂଲ୍ୟ ଆକଳନ କରାଯାଇନାହିଁ। ଖାଦ୍ୟଗୁଡ଼ିକର ମାନ ପରଖିବା ନିମନ୍ତେ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ଅବଗତ କରାଯାଇଛି। ଶୁକ୍ରବାର ଖାଦ୍ୟର ମାନ ଯାଞ୍ଚ ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

BJPରେ ସ୍ମୃତି ଇରାନୀଙ୍କୁ ବଡ଼ ଦାୟିତ୍ୱ: ସଂଗଠନକୁ ଫେରି କହିଲେ ଏହି ବଡ଼ କଥା, ରାଜନୀତିରେ ଚହଳ

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ ସୋମବାର ତାଙ୍କ ନୂଆ ଟିମର ଘୋଷଣା କରିଛନ୍ତି। ଏହି ଟିମରେ ଦଳକୁ ଆହୁରି…

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଗର୍ଲିଲା ଓଡ଼ିଶା କୃଷକ ସଭା

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିମାନଙ୍କରେ ଚଳିତବର୍ଷ ଧାନ ମଣ୍ଡି ରେ ଚାଷୀମାନଙ୍କ ନାଁ ରେଜିଷ୍ଟ୍ରେସନ ପାଇଁ…

ଭାଜପାର ନୂଆ ଟିମରୁ ଅମିତ ମାଲବ୍ୟ ବାଦ୍‌, ସୋସିଆଲ ମିଡିଆରେ ଲେଖିଲେ ଏଭଳି କଥା

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନୂଆ ଟିମରେ ଅମିତ ମାଲବ୍ୟଙ୍କୁ ସ୍ଥାନ ମିଳିନାହିଁ। ତାଙ୍କ ସ୍ଥାନରେ ଛତିଶଗଡ଼ର ଦୀପକ…

୨୦୨୭ ବିଜୟର ସ୍କ୍ରିପ୍ଟ ପ୍ରସ୍ତୁତ କଲାଣି ଭାଜପା: ଚକ୍ରବ୍ୟୁହରେ ଫସିବେ ବିରୋଧୀ

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା) ସୋମବାର ନୂଆ ଟିମ୍‌ ଘୋଷଣା କରିଛି। ଏଥିରେ ଉତ୍ତର ପ୍ରଦେଶର ୮ ଜଣ ନେତା ପଦବୀ ପାଇଛନ୍ତି। ଏହା ମାଧ୍ୟମରେ…

ଡବ୍ଲ୍ୟୁସିଏଲ୍‌ ପାଇଁ ବଡ଼ ଘୋଷଣା, ସିଜନ-୩ରେ ଖେଳିବେ ଏହି ଷ୍ଟାର ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୧୭ା: ଅକ୍ଟୋବର ୩ରୁ ଆରମ୍ଭ ହେବଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ(ଡବ୍ଲ୍ୟୁସିଏଲ୍‌)। ଏଥିରେ ଯୁବରାଜ ସିଂ, ଡ୍ବେନ ବ୍ରାଭୋ ଓ ଏବି ଡି’ଭିଲର୍ସଙ୍କ ଭଳି ପୂର୍ବତନ ଷ୍ଟାର ଖେଳାଳିଙ୍କ…

ରାହୁ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ: ମେଷ ସମେତ ୪ ରାଶିଙ୍କ ଉପରେ ମାଡ଼ି ଆସୁଛି ଭୟଙ୍କର ସଙ୍କଟ! ସତର୍କ ନ ରହିଲେ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ରାଶି ପରିବର୍ତ୍ତନ ସହିତ ସେମାନଙ୍କର ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ପ୍ରଭାବଶାଳୀ ବୋଲି ମନେ କରାଯାଏ। ମଙ୍ଗଳଙ୍କୁ ସାହସ, ଶକ୍ତି, ଆତ୍ମବିଶ୍ୱାସ ଏବଂ…

ଅସହାୟ ପରିବାର ପାଖରେ ପହଞ୍ଚିଲା ‘ଯୁବ ଶକ୍ତି ଥୁଆମୂଳ ରାମପୁର’

ଥୁଆମୂଳ ରାମପୁର,୧୭।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ପାଡେପଦର ପଞ୍ଚାୟତ ଭାଟିଫାସ ଗ୍ରାମର ଦାଦନ ଶ୍ରମିକ ସ୍ବର୍ଗତ ସିବା ମାଝୀଙ୍କ ଅକାଳ ବିୟୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri