Posted inଖେଳ

୧୨୫ ବର୍ଷ ଅଲିମ୍ପିକ୍ସ ଇତିହାସରେ କେବଳ ୧୪ ଭାରତୀୟ ଜିତିଛନ୍ତି ବ୍ୟକ୍ତିଗତ ପଦକ

ଟୋକିଓ ଅଲିମ୍ପିକ୍ସ ଆରମ୍ଭ ହେବାକୁ ଆଉ ମାତ୍ର ୧୫ ଦିନରୁ କମ ସମୟ ବାକି ଅଛି। ଭାରତୀୟ ଖେଳାଳିମାନେ ଏଥର ଏକ ଡଜନରୁ ଅଧିକ ଅଲିମ୍ପିକ ପଦକ ପାଇବାକୁ ଆଶା କରୁଛନ୍ତି। ତେବେ ଅଲିମ୍ପିକ୍ସର ୧୨୫ ବର୍ଷର ଇତିହାସରେ ଭାରତ ମାତ୍ର ୨୮ତଟି ପଦକ ଜିତିବାରେ ସକ୍ଷମ ହୋଇଛି। ଏଥିରେ କେବଳ ୧୪ ଜଣ ଭାରତୀୟ ବ୍ୟକ୍ତିଗତ ଅଲିମ୍ପିକ ପଦକ ଜିତିଛନ୍ତି।

ଭାରତକୁ ପ୍ରଥମ ଥର ପାଇଁ ବ୍ରିଟିଶ ଭାରତୀୟ ନରମାନ ଗିଲବର୍ଟ ପ୍ରିଚାର୍ଡ ପ୍ରଦାନ କରିଥିଲେ। ପ୍ରିଚାର୍ଡ ଭାରତ ପାଇଁ ଅଂଶଗ୍ରହଣ କରିଥିଲେ ଏବଂ ଆଥଲେଟିକ୍ସରେ ଦୁଇଟି ପଦକ ଜିତିଥିଲେ। ୧୮୭୭ ମସିହାରେ ଜନ୍ମ ହୋଇଥିବା ନରମାନ ଜଣେ ବ୍ରିଟିଶ ନାଗରିକ ଯିଏ ଭାରତରେ ରହୁଥିଲେ ଏବଂ ୧୯୦୫ରେ ବ୍ରିଟେନରେ ଅବସ୍ଥାନ କରିଥିଲେ। ପ୍ୟାରିସରେ ୧୯୦୦ ଅଲିମ୍ପିକ୍ସରେ ନରମାନ ୨୦୦ ମିଟର ଏବଂ ୨୦୦ ମିଟର ଦୌଡ଼ରେ ପଦକ ଜିତିଥିଲେ।

କେ.ଡି ଯାଦବ ହେଲସିଙ୍କି ଅଲିମ୍ପିକ ଗେମ୍ସରେ (୧୯୫୨) ବ୍ରୋଞ୍ଜ ପଦକ ଜିତିଥିଲେ। ମହାରାଷ୍ଟ୍ରର ସତାରାଠାରେ ଜନ୍ମଗ୍ରହଣ କରିଥିବା ରେସଲର ଯାଦବ ହେଉଛନ୍ତି ପ୍ରଥମ ଭାରତୀୟ ଆଥଲେଟ ଯିଏକି ବ୍ୟକ୍ତିଗତ ଅଲିମ୍ପିକ ପଦକ ଜିତିଛନ୍ତି।

୧୯୯୬ ଆଟଲାଣ୍ଟା ଅଲିମ୍ପିକ୍ସରେ ଟେନିସ ଖେଳାଳି ଲିଆଣ୍ଡର୍‌ ପେସ ବ୍ରୋଞ୍ଜ ପଦକ ଜିତି ଏକ ଇତିହାସ ସୃଷ୍ଟି କରିଥିଲେ। ୪୪ ବର୍ଷ ଅପେକ୍ଷା ପରେ ବ୍ୟକ୍ତିଗତ ଇଭେଣ୍ଟରେ ଭାରତ ଅଲିମ୍ପିକ ପଦକ ଜିତିଥିଲା।

ପୂର୍ବତନ ଭାରୋତ୍ତୋଳନକାରୀ କର୍ଣ୍ଣମ ମାଲେସ୍ବରୀ ୨୦୦୦ ସିଡନୀ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ।

ରାଜ୍ୟବର୍ଦ୍ଧନ ସିଂ ରାଠୋର ଏଥେନ୍ସ ୨୦୦୪ ଅଲିମ୍ପିକ୍ସରେ ସୁଟିଂରେ ରୌପ୍ୟ ପଦକ ଜିତି ଇତିହାସ ସୃଷ୍ଟି କରିଥିଲେ। ବ୍ୟକ୍ତିଗତ ଇଭେଣ୍ଟରେ ଜଣେ ଭାରତୀୟଙ୍କ ଦ୍ୱାରା ଏହା ପ୍ରଥମ ରୌପ୍ୟ ପଦକ ଥିଲା। ପୁରୁଷ ଡବଲ ଟ୍ରାପ ଇଭେଣ୍ଟରେ ସେ ରୌପ୍ୟ ପଦକ ଜିତିଥିଲେ।

ଅଲିମ୍ପିକ ଗେମ୍ସରେ ବ୍ୟକ୍ତିଗତ ସ୍ବର୍ଣ୍ଣ ପଦକ ଜିତିଥିବା ଅଭିନାଭ ବିନ୍ଦ୍ରା ହେଉଛନ୍ତି ପ୍ରଥମ ଭାରତୀୟ ଆଥଲେଟ। ସେ ୨୦୦୮ ବେଜିଂ ଅଲିମ୍ପିକ୍ସରେ ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ସ୍ବର୍ଣ୍ଣ ଜିତିଥିଲେ। ବିନ୍ଦ୍ରାଙ୍କ ସଫଳତା ପାଇଁ ୧୩ ବର୍ଷ ବିତିଗଲାଣି କିନ୍ତୁ ଏପର୍ଯ୍ୟନ୍ତ ଅଲିମ୍ପିକ୍ସରେ କୌଣସି ଭାରତୀୟ ସ୍ବର୍ଣ୍ଣ ପଦକ ପାଇନାହାଁନ୍ତି।

ବକ୍ସର ବିଜେନ୍ଦ୍ର ସିଂ ୨୦୦୮ ବେଜିଂ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଥିଲେ। ସେ ପ୍ରଥମ ଭାରତୀୟ ବକ୍ସର ଯିଏକି ଏହି ଖେଳଗୁଡିକରେ ପଦକ ଜିତିଥିଲେ। ସେ ଦ୍ୱିତୀୟ ଭାରତୀୟ ଆଥଲେଟ ଯିଏକି ବେଜିଂ ଅଲିମ୍ପିକ୍ସରେ ପଦକ ଜିତିଥିଲେ।

ହତ୍ୟା ପାଇଁ ଜେଲରେ ଥିବା ରେସଲର ସୁଶୀଲ କୁମାର ହେଉଛନ୍ତି ଏକମାତ୍ର ଖେଳାଳି ଯିଏ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତିଛନ୍ତି। ୨୦୦୮ ବେଜିଂ ଅଲିମ୍ପିକ୍ସରେ କୁସ୍ତିରେ ବ୍ରୋଞ୍ଜ ପଦକ ଜିତି ସୁଶୀଲ କୁମାର ପ୍ରଥମ ଥର ପାଇଁ ଦେଶ ପାଇଁ ପଦକ ଆଣିଥିଲେ। ଏହା ପରେ ସୁଶୀଲ ଲଣ୍ଡନ ଅଲିମ୍ପିକ୍ସ ୨୦୧୨ରେ ରୌପ୍ୟ ପଦକ ଜିତି ସ୍ବର୍ଣ୍ଣରୁ ବଞ୍ଚିତ ହୋଇଥିଲେ।

ସୁବେଦାର ମେଜର ବିଜୟ କୁମାର ୨୦୧୨ ଲଣ୍ଡନ ଅଲିମ୍ପିକ ଗେମ୍ସରେ ସୁଟିଂରେ ରୌପ୍ୟ ପଦକ ଜିତିଥିଲେ। ସାଇନା ନେହୱାଲ ହେଉଛନ୍ତି ଭାରତର ପ୍ରଥମ ଖେଳାଳି ଯିଏକି ବ୍ୟାଡମିଣ୍ଟନରେ ଅଲିମ୍ପିକ ପଦକ ଜିତିଛନ୍ତ।

ଭେଟେରାନ ବକ୍ସର ମେରି କୋମ ହେଉଛନ୍ତି ପ୍ରଥମ ମହିଳା ଖେଳାଳି ଯିଏକି ଅଲିମ୍ପିକ୍ସରେ ବକ୍ସିଂରେ ପଦକ ଜିତିଛନ୍ତି। ସେ ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଭାରତକୁ ଗର୍ବିତ କରିଥିଲେ।

ଲଣ୍ଡନ ଅଲିମ୍ପିକ୍ସ ୨୦୧୨ ଗଗନ ନାରାଙ୍ଗଙ୍କ ଦ୍ୱାରା ବ୍ରୋଞ୍ଜ ପଦକ ଜିତିଥିଲା। ୧୦୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ନାରଙ୍ଗ ଭାରତ ପାଇଁ ପଦକ ଜିତିଥିଲେ।
ଯୋଗେଶ୍ୱର ଦତ୍ତ ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ। ଲଣ୍ଡନ ଅଲିମ୍ପିକ୍ସରେ ଭାରତ ୬ଟି ପଦକ ଜିତିଥିଲା।

ଷ୍ଟାର ସଟଲର ପି.ଭି ସିନ୍ଧୁ ଗତ ଅଲିମ୍ପିକ ଗେମ୍ସରେ ରୌପ୍ୟ ପଦକ ଜିତିଥିଲେ। ସିନ୍ଧୁ ଅନ୍ତିମ ମ୍ୟାଚ ସ୍ପେନର କାରୋଲିନାଙ୍କୁ ହରାଇଥିଲେ।

ଭାରତୀୟ ତାରକା ଖେଳାଳି ସାକ୍ସି ମଲିକ ହେଉଛନ୍ତି ପ୍ରଥମ ମହିଳା ଯିଏକି ଅଲିମ୍ପିକ କୁସ୍ତିରେ ପଦକ ଜିତିଛନ୍ତି । ୨୦୧୬ ରିଓ ଅଲିମ୍ପିକ୍ସରେ ସେ ଏହି ସଫଳତା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?