Posted inଫୁରସତ

ଏଠି ମନା

ସବୁ ଦେଶର କିଛି ନିୟମ କାନୁନ ଥାଏ। ଆଉ ସେଠାକୁ ଗଲେ ତାକୁ ମାନିବାକୁ ହୁଏ। ତେବେ କିଛି ଦେଶରେ ଏମିତି ବି କିଛି ଛୋଟ ଛୋଟ କଥାଉପରେ କଟକଣା ଅଛି, ଯାହା ସମ୍ପର୍କରେ ଜାଣି ଆଶ୍ଚର୍ଯ୍ୟ ହେବେ। ଆଉ ଯଦି ନ ଜାଣି ସେହି କଟକଣାକୁ ଭାଙ୍ଗନ୍ତି ତେବେ ଦଣ୍ଡନୀୟ ଅପରାଧର ଅନ୍ତର୍ଭୁକ୍ତ ହୋଇଯିବେ..

ବେବି ଓ୍ବାକର୍‌: ପିଲାଙ୍କୁ ଚାଲିବା ଶିଖିବା ପାଇଁ ଅନେକେ ବେବି ଓ୍ବାକର୍‌ ବ୍ୟବହାର କରନ୍ତି। କିନ୍ତୁ ଆପଣ ଯଦି କାନାଡାରେ ଅଛନ୍ତି ତେବେ ଏହାକୁ ଜମାରୁ ବ୍ୟବହାର କରିବେ ନାହିଁ। କାରଣ ୨୦୦୪ରୁ ଏଠାରେ ଏହାକୁ ବ୍ୟବହାର କରିବା ନିଷିଦ୍ଧ କରାଯାଇଛି। ୯୦ ଦଶକରେ ଏଠାରେ ଅନେକ ପିଲା ବେବି ଓ୍ବାକର ଦ୍ୱାରା ଦୁର୍ଘଟଣାଗ୍ରସ୍ତ ହୋଇ ଆହତ ହୋଇଥିଲେ। ତେଣୁ ଏଠାରେ ଏହା ଉପରେ ପ୍ରତିବନ୍ଧକ ଲଗାଯାଇଛି। ଯଦି କେହି ଏହାକୁ ବ୍ୟବହାର କରୁଥିବା ଜଣାପଡେ ତେବେ ତାଙ୍କୁ ୭୫୦୦୦ ଟଙ୍କା ଜରିମାନା ଦେବାକୁ ହେବ।

ଚୁଇଂଗମ୍‌ ଖାଇବା: ସିଙ୍ଗାପୁରରେ ଚୁଇଂଗମ୍‌ ଖାଇବା ମନା। କେବଳ କିଛି ଚୁଇଂଗମ୍‌ ଯାହାକୁ ମେଡିକାଲ ଟ୍ରିଟମେଣ୍ଟରେ ବ୍ୟବହାର କରାଯାଏ ସେଗୁଡିକୁ ବ୍ୟବହାର କରିହେବ। ଯଦି କେହି ଅନ୍ୟ ସାଧାରଣ ଚୁଇଂଗମ୍‌ ଖାଉଥିବାବେଳେ ଧରାପଡି ଯାଆନ୍ତି ତେବେ ୫୫୦୦୦ଟଙ୍କା ଜରିମାନା ଦେବାକୁ ପଡିବ।

ହାଈ ହିଲ୍ସ: ୨୦୦୯ ପରଠାରୁ ଗ୍ରୀସ୍‌ର ସବୁ ଐତିହାସିକ ସ୍ଥଳରେ ହାଈ ହିଲ୍ସ ପିନ୍ଧିବା ନିଷିଦ୍ଧ କରାଯାଇଛି। ଏଠାକାର କଲ୍‌ଚୁରାଲ ମିନିଷ୍ଟରଙ୍କ ମତରେ ଐତିହାସିକ କିର୍ତ୍ତୀରାଜିଗୁଡିକ ହାଈ ହିଲ୍ସ ପାଇଁ କ୍ଷତିଗ୍ରସ୍ତ ହୋଇପାରନ୍ତି। ତେଣୁ ଏହା ଉପରେ ନିଷିଦ୍ଧାଦେଶ ଜାରି କରାଯାଇଛି।

ବଡ଼ ପାଟିରେ କଥା ହେବା: ଅଷ୍ଟ୍ରେଲିଆର ଭିକ୍ଟୋରିଆରେ ବଡ଼ ପାଟିରେ କଥା ହେବା କିମ୍ବା ଜୋର୍‌ ଭଲ୍ୟୁମ୍‌ ଦେଇ ଗୀତ ଶୁଣିବା ଉପରେ କଟକଣା ଜାରି କରାଯାଇଛି। ଖାସ୍‌କରି ରାତିରେ ଲୋକ ଶୋଇଥିବାବେଳେ ଏହି ନିୟମ କଡାକଡିଭାବେ ଲାଗୁହୁଏ। ଏହାକୁ ନ ମାନିଲେ ଜରିମାନା ଦେବାକୁ ପଡିବ।

ଜୋର୍‌ ପାଟିରେ ଗୀତ ଗାଇବା: ହାଓ୍ବାଇକୁ ପୃଥିବୀର ସର୍ବୋତ୍ତମ ସମର୍‌ ଡେଷ୍ଟିନେସନ୍‌ ଭାବେ ଗଣନା କରାଯାଏ। ତେବେ ଏଠାକୁ ଯାଇଥିବାବେଳେ ଖୁସିରେ ଜୋର୍‌ ପାଟିରେ ଗୀତ ଜମାରୁ ଗାଇବେ ନାହିଁ। ଖାସ୍‌କରି ସୂର୍ଯ୍ୟାସ୍ତ ପରେ ତ ଏପରି ଆଦୌ କରିବେ ନାହିଁ। କାରଣ ସୂର୍ଯ୍ୟାସ୍ତ ପରେ ଏଠାରେ ଜୋର୍‌ ପାଟିକରି ଗୀତ ଗାଇବା ବେଆଇନ୍‌ ଭାବେ ଘୋଷଣା କରାଯାଇଛି।

ଓ୍ବିନି ଦ ପୁ କାର୍ଟୁନ: ଚାଇନାରେ କିଛି ବ୍ଲଗର୍‌ ରାଷ୍ଟ୍ରପତି ଜିନ ପିଙ୍ଗଙ୍କର ଫଟୋକୁ ଓ୍ବିନି ଦି ପୁ କାର୍ଟୁନ କ୍ୟାରେକ୍ଟର ସହ ତୁଳନା କରିଥିଲେ। ଦେଶର ମୁଖ୍ୟଙ୍କୁ କାର୍ଟୁନ ଚରିତ୍ର ସହ ତୁଳନା କରିବାକୁ ପସନ୍ଦ କରାଯାଇ ନ ଥିଲା। ଆଉ ଏହି କାର୍ଟୁନ ଉପରେ ନିଷିଦ୍ଧାଦେଶ ଜାରି କରିଦିଆଗଲା।

ପାରାଙ୍କୁ ଦାନା ଦେବା: ଭେନିସ୍‌ରେ ପାରାଙ୍କୁ ଖାଇବାକୁ ଦେବା ଦଣ୍ଡନୀୟ ଅପରାଧ। ଆଉ ଜରିମାନା ଦେବାକୁ ପଡିବ। ଏଠାକାର ସୁନ୍ଦର ପ୍ରତିମୂର୍ତ୍ତି ଓ ସ୍ଥାପତ୍ୟଗୁଡିକ ଉପରେ ବସି ପାରା ମଳ ତ୍ୟାଗ କରୁଥିବାରୁ ଖାସ୍‌କରି ଐତିହାସିକ କଳାକୃତୀ ଥିବା ସ୍ଥାନରେ ପାରାଙ୍କୁ ଖାଇବାକୁ ଦେବା ନିଷେଦ୍ଧ।

ନୀଳ ଜିନ୍ସ: ଉତ୍ତର କୋରିଆରେ ବ୍ଲୁ ଜିନ୍ସ ଉପରେ ନିଷିଦ୍ଧାଦେଶ ଜାରି କରାଯାଇଛି। ତେବେ ଲୋକେ ଅନ୍ୟ ରଙ୍ଗର ଜିନ୍ସ ପିନ୍ଧିପାରିବେ। ନୀଳ ରଙ୍ଗ ଆମେରିକା ସହ ଜଡିତ ହୋଇଥିବାରୁ ଏହା ଉପରେ କଟକଣା ଲଗାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri