Posted inଜାତୀୟ

ପୁଣେରେ ୮୮ ପ୍ରତିଶତଙ୍କ ଶରୀରରେ ଡେଙ୍ଗୁ ଆଣ୍ଟିବଡି…

ମୁମ୍ବାଇ,୫।୧୦ : ଡେଙ୍ଗୁ ମହାରାଷ୍ଟ୍ରର ପୁଣେ ସହରରେ ଆତଙ୍କ ସୃଷ୍ଟି କରିଛି। ତେବେ ସେରୋ ସର୍ଭେରୁ ଜଣାପଡ଼ିଛି ୮୮ ପ୍ରତିଶତ ଲୋକଙ୍କ ମଧ୍ୟରେ ଡେଙ୍ଗୁ ଆଣ୍ଟିବଡି ଚିହ୍ନଟ କରାଯାଇଛି। ଏହି ଫଳାଫଳକୁ ଆଧାର କରି ଇଣ୍ଡିଆନ ସେଣ୍ଟର ଫର ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଦେଶର ଅନ୍ୟ ସହରରେ ମଧ୍ୟ ସମାନ ସର୍ଭେ କରିବାକୁ ନିଷ୍ପତ୍ତି ନେଇଛି।

ସୂଚନା ଅନୁଯାୟୀ, ପୁଣେ ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି (ଏନଆଇଭି) ର ଟିମ ଭାରତୀୟ ଜନସଂଖ୍ୟାରେ ଡେଙ୍ଗୁ ରୋଗର ସଠିକ ଆକଳନ କରିବା ପାଇଁ ଏକ ସେରୋ ସର୍ଭେ କରିଥିଲେ। ଏହି ସର୍ଭେରେ ଜଡିତ ଲୋକଙ୍କ ନମୁନା ନେଇ ଆଣ୍ଟିବଡି ପରୀକ୍ଷା କରାଯାଇଥିଲା। ଏହାକୁ ୨୦୦୯ର ଫଳାଫଳ ସହିତ ତୁଳନା କରାଯାଇଛି, ଯେଉଁଥିରେ ୬୨.୯ ପ୍ରତିଶତ ଲୋକ ଡେଙ୍ଗୁ ସଂକ୍ରମଣରେ ଆକ୍ରାନ୍ତ ହୋଇଥିଲେ।

ଆଇସିଏମଆର ଅନୁଯାୟୀ, କରୋନା ମହାମାରୀ ସମୟରେ ଜନସଂଖ୍ୟାରେ ସଂକ୍ରମଣର ପ୍ରକୃତ ବିସ୍ତାର ଜାଣିବା ପାଇଁ ଜାତୀୟ ସ୍ତରରେ ଏକ ସେରୋ ସର୍ଭେ କରାଯାଇଥିଲା। ଏହା ହେଉଛି ଏକ ସର୍ବେକ୍ଷଣ ଯେଉଁଥିରେ ଲୋକମାନେ ଅନିୟମିତ ଭାବରେ ମନୋନୀତ ହୁଅନ୍ତି ଏବଂ ସେମାନଙ୍କର ରକ୍ତ ନମୁନା ନିଆଯାଏ ଏବଂ ଆଣ୍ଟିବଡି ପରୀକ୍ଷା କରାଯାଏ ।

ବାସ୍ତବରେ, ବର୍ତ୍ତମାନ ଡେଙ୍ଗୁ ଭୁତାଣୁର ଚାରୋଟି ଷ୍ଟ୍ରେନ ଜନସଂଖ୍ୟାଙ୍କ ମଧ୍ୟରେ ରହିଛି। ଜର୍ନାଲ ଅଫ ଇନଫେକ୍ସନ ଆଣ୍ଡ ପବ୍ଲିକ ହେଲ୍ଥର ଆଗାମୀ ନଭେମ୍ବର ମାସରେ ପ୍ରକାଶିତ ଏହି ସେରୋ ସର୍ଭେ ଅଧ୍ୟୟନରେ, ଆଇସିଏମଆର ସୂଚନା ଦେଇଛି ପୁଣେ ସହରରେ ୧୬୫୪ ଜଣଙ୍କୁ ଚୟନ କରାଯାଇ ସେମାନଙ୍କର ନମୁନା ପରୀକ୍ଷା କରିବା ପରେ, ୮୮.୦୪ ପ୍ରତିଶତ ଜନସଂଖ୍ୟାଙ୍କ ଠାରେ ଆଣ୍ଟିବାଡି ମିଳିଛି।
ଏନଆଇଭିର ବରିଷ୍ଠ ବୈଜ୍ଞାନିକ ବାବାସାହେବ ଭି ତାଣ୍ଡଲେ କହିଛନ୍ତି ଭାରତୀୟ ଜନସଂଖ୍ୟାରେ ଡେଙ୍ଗୁ ରୋଗର ମାତ୍ରା ଅଧିକ। ପୁଣେର ସେରୋ ସର୍ଭେରେ ଏହାର ତଥ୍ୟ ଦେଖିବାକୁ ମିଳିଛି। ଦେଶର ଅନ୍ୟ ସହର ଏବଂ ଅଞ୍ଚଳରେ ମଧ୍ୟ ଏହିପରି ଏକ ସର୍ଭେ କରାଯିବା ଉଚିତ ଯାହା ଦ୍ୱାରା ଜାତୀୟ ସ୍ତରରେ ପ୍ରକୃତ ତଥ୍ୟ ହାସଲ କରାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ, ୨ଦିନ ପରେ…

ଭୁବନେଶ୍ୱର,୨୬।୯: ଆଣ୍ଡାମାନ ସାଗରରୁ ସୃଷ୍ଟି ହୋଇଥିବା ଲଘୁଚାପ ପରବର୍ତ୍ତୀ ସମୟରେ ଗଭୀର ଅବପାତର ରୂପ ନେଇ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ଘଟାଇଲା। ଏବେ ସେହି ଆଣ୍ଡାମାନ ସାଗର…

୩୦ରେ ଇଣ୍ଡିଆ ବ୍ଲକ୍‌ର ବୈଠକ, ହେବ ବଡ଼ ଆଲୋଚନା

ନୂଆଦିଲ୍ଲୀ,୨୬ା୯: ନିର୍ବାଚନ କମିଶନରେ ମତଭେଦ ଏବଂ ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)କୁ ନେଇ ଦେଖାଦେଇଥିବା ଉଦ୍‌ବେଗ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ…

କାଲି ବନ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ: ଆକାଶମାର୍ଗରୁ ସ୍ଥିତି ପରଖିବେ ମୋହନ ମାଝୀ

ଭୁବନେଶ୍ୱର,୨୬।୯: ରାଜ୍ୟରେ ଗଭୀର ଅବପାତ ଯୋଗୁ ସୃଷ୍ଟ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପାଇଁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟା…

ମାସିକ ୮ ହଜାର ଟଙ୍କାରେ ପରିବାର ଚଳିବ କେମିତି? ଆନ୍ଦୋଳନରତ ଯୋଗାଣ ସହାୟକଙ୍କ ସମର୍ଥନରେ ବାହାରିଲେ ନରସିଂହ

ବଲାଙ୍ଗୀର,୨୬।୯ (ସୁନିଲ କୁମାର ମହାନ୍ତି): ପାରିଶ୍ରମିକ ବୃଦ୍ଧି ସହ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ସାରା ରାଜ୍ୟର ଯୋଗାଣ ସହାୟକମାନେ ଭୁବନେଶ୍ୱରରେ ଆନ୍ଦୋଳନ ଚଳାଇଛନ୍ତି। ବଲାଙ୍ଗୀର ଜିଲାର…

ମା’ ହେଲେ ଦଶମ ଶ୍ରେଣୀ ଛାତ୍ରୀ: ଜିଲା ମୁଖ୍ୟ ଚିକିତ୍ସାଳୟରେ କନ୍ୟା ସନ୍ତାନ ଜନ୍ମ, ଥାନାରେ ଏତଲା

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ମାଆ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

୪୯ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା: କାର୍ ଧକ୍କାରେ ବାଇକ୍ ଆରୋହୀ ଗୁରୁତର, ୨୦ ଫୁଟ ତଳକୁ ଖସିଲା କାର୍

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଖିରେଇଟାଙ୍ଗିରୀ ନିକଟରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ବିପଦ ସଂକେତ ଟପିଲା କାଂଶବାଂଶ: ନଦୀ ଉପକୂଳବର୍ତ୍ତୀ ଅଞ୍ଚଳ ଜଳମଗ୍ନ

ସିମୁଳିଆ,୨୬।୯(ସନ୍ତୋଷ ନାୟକ): ବାଲେଶ୍ୱର ଜିଲା ସିମୁଳିଆ-ଖଇରା ଏବଂ ସୋର ବ୍ଲକ ମଧ୍ୟରେ ପ୍ରବାହିତ କାଂଶବାଂଶ ନଦୀର ଜଳ ପତ୍ତନ ଶନିବାର ହଠାତ୍‌ ବଢ଼ିବାରେ ଲାଗିଛି। ଫଳରେ ଚତୁର୍ଥ…

କର୍ଲାପାଟ ପୋଲିସକୁ ବଡ଼ ସଫଳତା: ନାକରୁଣ୍ଡି ସଶସ୍ତ୍ର ଡକାୟତି ମାମଲାରେ ୪ ଗିରଫ, ବନ୍ଧୁକ ଓ ଟଙ୍କା ଜବତ

ଥୁଆମୂଳ ରାମପୁର,୨୬।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ ଅନ୍ତର୍ଗତ ନାକରୁଣ୍ଡି ଗ୍ରାମପଞ୍ଚାୟତର ଆମଝୋଲା ଗ୍ରାମରେ ଘଟିଥିବା ଚାଞ୍ଚଲ୍ୟକର ସଶସ୍ତ୍ର ଡକାୟତି ଘଟଣାର ପର୍ଦ୍ଦାଫାଶ କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?