ପାକିସ୍ତାନରେ ୩ ବର୍ଷରେ ୨୩ ହଜାରରୁ ଅଧିକ ପୁରୁଷ ଲିଙ୍ଗ ପରିବର୍ତ୍ତନ କରି ହୋଇଛନ୍ତି ମହିଳା…

ଇସଲାମାବାଦ, ୨୭।୯ : କିନ୍ନର ସମ୍ପ୍ରଦାୟରଙ୍କୁ ଆଇନଗତ ସ୍ବୀକୃତି ପ୍ରଦାନ କରିବା ପାଇଁ ପାକିସ୍ତାନରେ ଅଣାଯାଇଥିବା ଟ୍ରାନ୍ସଜେଣ୍ଡର ଆଇନକୁ ଅନେକ ଇସଲାମ ସଂଗଠନ ସହଜରେ ଗ୍ରହଣ କରି ପାରୁ ନାହାନ୍ତି। ଇସଲାମିକ ସଂଗଠନଗୁଡ଼ିକ ଏହାକୁ ନିରନ୍ତର ବିରୋଧ କରୁଛନ୍ତି। ୨୦୧୮ରେ ସଂସଦ ଦ୍ୱାରା ପାରିତ ହୋଇଥିବା ଏହି ଆଇନ ବିରୋଧରେ ମୌଳିବାଦୀ ରାଜନୈତିକ ଦଳ ଜମାତ-ଇ-ଇସଲାମି ଦ୍ୱାରା ଏକ ପିଟିଶନ ଦାଖଲ କରାଯାଇଥିଲା। ସିନେଟର ମୁଶ୍ଟାକ ଅହମ୍ମଦ ଖାନ ଏହି ଦାବିରେ କହିଛନ୍ତି ଯେ ଏହି ଆଇନ ସମଲିଙ୍ଗୀ ବିବାହ ଏବଂ ସମଲିଙ୍ଗୀ ସମ୍ପର୍କକୁ ଆଇନଗତ କରିଥାଏ।

ଅପରପକ୍ଷରେ ପାକିସ୍ତାନୀ ସଂସଦର ବାଚସ୍ପତି ସାଦିକ ସଞ୍ଜରାନି କହିଛନ୍ତି ଯେ ଟ୍ରାନ୍ସଜେଣ୍ଡର ଆଇନ ସମ୍ବନ୍ଧରେ ଗ୍ରହଣ କରାଯାଇଥିବା ସଂଶୋଧନକୁ ବିଚାର କରିବାକୁ ଗଠିତ କମିଟି ଆବଶ୍ୟକ ହେଲେ ଇସଲାମ ପଣ୍ଡିତମାନଙ୍କ ସହିତ ପରାମର୍ଶ କରିବ। ଇସଲାମ ନିୟମ ବିରୁଦ୍ଧରେ ସିନେଟ କଦାପି କିଛି କରିବ ନାହିଁ ବୋଲି ସେ କହିଛନ୍ତି।

ଟ୍ରାନ୍ସଜେଣ୍ଡର ଆଇନକୁ ନେଇ ସୋସିଆଲ ମିଡିଆରେ ଏକ ନୂଆ ବିତର୍କ ଆରମ୍ଭ ହୋଇଛି। ଅନେକ ସୋସିଆଲ ମିଡିଆ ପୋଷ୍ଟରେ ଦାବି କରାଯାଉଛି ଯେ ଏହି ଆଇନ ପାକିସ୍ତାନରେ ରହୁଥିବା ମହିଳା ଏବଂ ପୁରୁଷମାନଙ୍କୁ ଲିଙ୍ଗ ପରିବର୍ତ୍ତନ କରିବାର ଅଧିକାର ଦେବ। ଏହା ବ୍ୟତୀତ ସମଲିଙ୍ଗୀ ବିବାହକୁ ମଧ୍ୟ ଅନୁମତି ଦେବ। ଅନେକ ସୋସିଆଲ ମିଡିଆ ପୋଷ୍ଟରେ ଏହା ମଧ୍ୟ ଦାବି କରାଯାଉଛି ଯେ ୨୦୧୮ ରୁ ୨୦୨୧ ମଧ୍ୟରେ ଗତ ୩ ବର୍ଷରେ ବିଲ ଆରମ୍ଭ ହେବା ଠାରୁ ପାକିସ୍ତାନରେ ୨୩ ହଜାରରୁ ଅଧିକ ପୁରୁଷ ସେମାନଙ୍କର ଲିଙ୍ଗ ପରିବର୍ତ୍ତନ କରି ମହିଳା ହୋଇଛନ୍ତି। ତେବେ ପାକିସ୍ତାନୀ ଗଣମାଧ୍ୟମ ଜିଓ ନ୍ୟୁଜର ଫ୍ୟାକ୍ଟ ଚେକ୍‌ରେ ଏହି ଦାବିକୁ କୌଣସି ସରକାରୀ ସ୍ବୀକୃତି ମିଳୂି ନଥିବା କୁହାଯାଇଛି।

୨୦୧୮ର ଟ୍ରାନ୍ସଜେଣ୍ଡର ଅଧିନିୟମ ନାଗରିକମାନଙ୍କୁ ପୁରୁଷ, ମହିଳା କିମ୍ବା ଟ୍ରାନ୍ସଜେଣ୍ଡର ଭାବରେ ଆତ୍ମ-ପରିଚୟ କରିବାର ଅଧିକାର ଗ୍ୟାରେଣ୍ଟି ଦେବ। ଏହା ବ୍ୟତୀତ ଏହି ସମ୍ପ୍ରଦାୟଙ୍କୁ ପାସପୋର୍ଟ, ଜାତୀୟ ପରିଚୟ ପତ୍ର, ଡ୍ରାଇଭିଂ ଲାଇସେନ୍ସ ସମେତ ସମସ୍ତ ସରକାରୀ କାଗଜପତ୍ରରେ ସେମାନଙ୍କର ପରିଚୟ ପଞ୍ଜିକରଣ କରିବାକୁ ଗ୍ୟାରେଣ୍ଟି ପ୍ରଦାନ କରିବ। ଏହି ନିୟମ ବିଦ୍ୟାଳୟ, କର୍ମକ୍ଷେତ୍ର ଏବଂ ସର୍ବସାଧାରଣ ସ୍ଥାନରେ ଟ୍ରାନ୍ସଜେଣ୍ଡର ଲୋକଙ୍କ ପ୍ରତି ଭେଦଭାବକୁ ବାରଣ କରିଥାଏ। ସେମାନଙ୍କର ଭୋଟ ଦେବାର ଅଧିକାର, ସମ୍ପତ୍ତି ମଧ୍ୟ ସୁନିଶ୍ଚିତ କରେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ଭେଟିଲେ ରଶ୍ମିକା-ବିଜୟ; ଫଟୋ ଶେୟାର କରି ପ୍ରକାଶ କଲେ ହୃଦୟସ୍ପର୍ଶୀ ଭାବନା

ଚେନ୍ନାଇ,୧୩।୧୦: ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା ବିଜୟ ଦେବରକୋଣ୍ଡା ନିକଟରେ ଅଭିନେତ୍ରୀ ରଶ୍ମିକା ମନ୍ଧାନାଙ୍କ ସହ ଅଭିନେତା ତଥା ମୁଖ୍ୟମନ୍ତ୍ରୀ ଥାଲାପତି ବିଜୟଙ୍କୁ ଭେଟିଛନ୍ତି।…

ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଲଘୁଚାପ: ଏହି ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୩।୧୦(ବନ୍ଦନା ସେଠୀ): ଦକ୍ଷିଣ ଆଣ୍ଡାମାନ ସାଗର ନିକଟବର୍ତ୍ତୀ ଅଞ୍ଚଳରେ ରହିଥିବା ଘୂର୍ଣ୍ଣିବଳୟ ମଙ୍ଗଳବାର ଲଘୁଚାପ ରୂପ ନେବ। ଏହା ଅଧିକ ଘନୀଭୂତ ହେବ କି ନାହିଁ ଏଯାଏ…

ଏସ୍‌ଆଇଆର୍‌ ଜନସାଧାରଣଙ୍କ ଆସ୍ଥାକୁ ସୁଦୃଢ଼ କରିବାର ଅତ୍ୟାବଶ୍ୟକ ପଦକ୍ଷେପ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୩।୧୦(ସୁନିତ୍‌ ମିଶ୍ର): ଗଣତନ୍ତ୍ରର ବିଶ୍ୱସନୀୟତା ମୁକ୍ତ ଓ ଅବାଧ ନିର୍ବାଚନ ସହ ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କ ମତଦାନ ଅଧିକାରର ସୁରକ୍ଷା ଉପରେ ନିର୍ଭରକରେ । ଏଥିପାଇଁ ସ୍ବଚ୍ଛ…

ଏଆଇ ଦ୍ୱାରା ପ୍ରଭାବିତ ହେବ ୪୦% ନିଯୁକ୍ତିକ୍ଷେତ୍ର

ବ୍ୟାଙ୍କକ୍‌,୧୩ା୧୦(ରଏଟର୍ସ): ସାମ୍ପ୍ରତିକ ସ୍ଥିତିରେ ଏଆଇ (କୃତ୍ରିମ ବୁଦ୍ଧିମତ୍ତା)କୁ ନେଇ ବୈଶ୍ୱିକ ସ୍ତରରେ ଏକପ୍ରକାର ପ୍ରତିଦ୍ୱନ୍ଦ୍ୱିତା ଚାଲିଛି ା ବାଣିଜ୍ୟ, ବ୍ୟବସାୟଠାରୁ ଆରମ୍ଭ କରି ଭିତ୍ତିଭୂମି ପର୍ଯ୍ୟନ୍ତ ସବୁକ୍ଷେତ୍ରରେ…

ଏଇ ଭାରତରେ

ବ୍ରିହନମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନ (ବିଏମ୍‌ସି) ଦ୍ୱାରା ପ୍ରସାଦରୁ ପାଓ୍ବାର ଉତ୍ପାଦନ କରାଯାଇଛି । ଲାଲବାଗ୍‌ଚା ବାଗ୍‌ରେ ବିଭିନ୍ନ ଗଣେଶ ପୂଜା ମଣ୍ଡପରେ ବର୍ଜ୍ୟ ଭାବେ ୩୦ ଟନ…

ଓଡ଼ିଶା ନିନ୍ଦିତ ନ ହେଉ

ଅତୀତରେ କଳିଙ୍ଗ ନିଜର ସାହସ ଓ ସମୃଦ୍ଧି ପାଇଁ ସମଗ୍ର ବିଶ୍ୱରେ ପରିଚିତ ଥିଲା। ସେଥିପାଇଁ ମୌର୍ଯ୍ୟ ସମ୍ରାଟ୍‌ ସମେତ ଅନେକ ରାଜ୍ୟ କଳିଙ୍ଗ ଜୟ କରିବାର…

୨୨ ମାସର ସର୍ବୋଚ୍ଚ ସ୍ତରରେ ମୁଦ୍ରାସ୍ଫୀତି, ପିଆଜ ଦରରେ ୧୦୮%

ନୂଆଦିଲ୍ଲୀ,୧୩।୧୦: ଦେଶରେ ପନିପରିବାଠାରୁ ଆରମ୍ଭ କରି ଖାଦ୍ୟ ସାମଗ୍ରୀ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଦର ବେଳକୁ ବେଳ ମହଙ୍ଗା ହେଉଥିବାରୁ ମୁଦ୍ରାସ୍ପୀତି ରୋକର୍ଡ ସ୍ତରରେ ପହଞ୍ଚିଲାଣି…

ରାଜନୈତିକ ଦୁର୍ବଳତାର ସଂଜ୍ଞା

୧୩୧ତମ ସମ୍ବିଧାନ ସଂଶୋଧନ ବିଲ୍‌- ୨୦୨୬ ଗତ ଏପ୍ରିଲ ମାସରେ ଲୋକ ସଭାରେ କାଟ ଖାଇଛି। କାରଣ ଏହି ବିଲ୍‌ ପାଇଁ ଆବଶ୍ୟକ ଦୁଇ ତୃତୀୟାଂଶ ସମର୍ଥନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?