Posted inଜାତୀୟ

ଲାଟୁରରେ ଭୂକମ୍ପ ଆତଙ୍କ ନେଇ ଲୋକେ ଆତଙ୍କିତ, ମାଟି ତଳୁ ଶୁଭୁଛି ରହସ୍ୟମୟ ଶବ୍ଦ…

ମୁମ୍ବାଇ,୧୬।୨ : ମହାରାଷ୍ଟ୍ରର ଲାଟୁର ସହରରେ ମାଟି ତଳୁ କିଛି ରହସ୍ୟମୟ ଶବ୍ଦ ଶୁଣିବାକୁ ମିଳୁଛି। ଯେଉଁଥିପାଇଁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଲୋକେ ଭୂକମ୍ପ ଆତଙ୍କ ନେଇ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ଯଦିଓ ଅଧିକାରୀମାନେ କହିଛନ୍ତି ଯେ କୌଣସି ଭୂକମ୍ପ କ୍ରିୟାର କିଛି ରିପୋର୍ଟ ନାହିଁ।

ବୁଧବାର ସହରର ବିବେକାନନ୍ଦ ଚକ ଅଞ୍ଚଳରେ ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ରୁ ୧୧ଠା ୪୫ ମଧ୍ୟରେ ମାଟି ତଳୁ ରହସ୍ୟମୟ ଶବ୍ଦ ଶୁଣା ଯାଇଥିଲା। ଲୋକମାନେ ଅନୁଭବ କରିଥିଲେ ଯେ ଏହା ଭୂକମ୍ପ କାର୍ଯ୍ୟକଳାପର ଶବ୍ଦ ହୋଇପାରେ ଏବଂ ଏହା ପରେ ଏକ ଭୂକମ୍ପ ହୋଇପାରେ। ଏହା ପରେ ଏନେଇ ଜିଲା ପ୍ରଶାସନ ପକ୍ଷରୁ ବିପର୍ଯ୍ୟୟ ପରିଚାଳନା ଦଳକୁ ସତର୍କ କରା ଯାଇଛି।

ଜିଲା ପ୍ରଶାସନ ଲାଟୁର ସହର ତଥା ଅରଦ ଶାହାଜାନି ଏବଂ ଆଶିଭ ଜିଲାର ଭୂକମ୍ପ ମନିଟରିଂ ସେଣ୍ଟରରୁ ସୂଚନା ନେଇଛି, କିନ୍ତୁ ଭୂକମ୍ପ ହେବାର ସମ୍ଭାବନା କୌଣସି ସ୍ଥାନରୁ ଜଣାପଡ଼ି ନାହିଁ।

୧୯୯୩ ମସିହାରେ ଲାଟୁର କିଲାରି ଗ୍ରାମ ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ଭୂକମ୍ପ ଘଟିଥିଲା ଯେଉଁଥିରେ ପ୍ରାୟ ୧୦ ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା। ଏହାର ତୀବ୍ରତା ୬.୨ ଥିଲା। ଏହି ଅଞ୍ଚଳର ଦଶଟି ଗାଁ ଧ୍ୱଂସ ହୋଇଯାଇଥିଲା । ବିପର୍ଯ୍ୟୟ ପରିଚାଳନା ଅଧିକାରୀ ସାକିବ ଉସମାନି କହିଛନ୍ତି ଯେ ମରାଠୱାଡା ଅଞ୍ଚଳରେ ସମୟ ସମୟରେ ରହସ୍ୟମୟ ଶବ୍ଦ ମାଟି ତଳୁ ଶୁଣାଯାଇଥାଏ।

ସେପ୍ଟେମ୍ବର ୨୦୨୨ ରେ କିଲାରୀ ଏବଂ ହାସୋରୀ ଗ୍ରାମରେ ମଧ୍ୟ ସମାନ ଶବ୍ଦ ଶୁଣାଯାଇଥିଲା। ଏହା ପରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଜିଓମ୍ୟାଗ୍ନେଟିଜମର ବିଶେଷଜ୍ଞମାନେ ମଧ୍ୟ ଗାଁ ପରିଦର୍ଶନ କରିଥିଲେ। ନିକଟରେ ଫେବୃଆରୀ ୪ ରେ ଜିଲାର ନୀଲାଙ୍ଗା ତହସିଲର ନିତୁର ଡାଙ୍ଗୱାଡି ଅଞ୍ଚଳରେ ସମାନ ରହସ୍ୟମୟ ଶବ୍ଦ ଶୁଣିବାକୁ ମିଳିଥିଲା। ବିଶେଷ କଥା ହେଉଛି ଲାଟୁର ସହର କୌଣସି ପୃଥିବୀ ପ୍ଲେଟର ସୀମାରେ ଅବସ୍ଥିତ ନୁହେଁ। ଏଭଳି ପରିସ୍ଥିତିରେ ବୈଜ୍ଞାନିକମାନେ ମଧ୍ୟ ଏଠାରେ ମାଟିତଳୁ ଆସୁଥିବା ଶବ୍ଦ ବିଷୟରେ ସ୍ପଷ୍ଟ ଭାବରେ କିଛି କହିବାକୁ ସକ୍ଷମ ହେଉ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଟିଏମସି ଅପେକ୍ଷା ଭାଜପାକୁ ଭୋଟ୍ ଦେବା ଭଲ’ କହିଲେ ଅଧୀର ରଞ୍ଜନ ଚୌଧୁରୀ, କଂଗ୍ରେସ ଦେଲା ପ୍ରତିକ୍ରିୟା

କୋଲକାତା,୧ା୫: କଂଗ୍ରେସର ବରିଷ୍ଠ ନେତା ଆଧୀର ରଂଜନ ଚୌଧୁରୀ ବୁଧବାର ପଶ୍ଚିମବଙ୍ଗରେ ଏକ ନିର୍ବାଚନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାବେଳେ ତୃଣମୂଳ କଂଗ୍ରେସକୁ ଭୋଟ୍ ଦେବା ଅପେକ୍ଷା...

ସୁପ୍ରିମକୋର୍ଟଙ୍କ ଆଦେଶ ପରେ ସିମ୍ବଲ ଲୋଡିଂ ୟୁନିଟ୍ ଗୁଡ଼ିକର ସଂରକ୍ଷଣ ପାଇଁ ନୂଆ ପ୍ରୋଟୋକଲ ଜାରି କଲେ ନିର୍ବାଚନ ଆୟୋଗ

କୋଲକାତା,୧ା୫: ଭାରତ ନିର୍ବାଚନ ଆୟୋଗ ଆଜି ସିମ୍ବଲ ଲୋଡିଂ ୟୁନିଟ୍ – ଏସଏଲୟୁ ପରିଚାଳନା ଓ ଭଣ୍ଡାରଣ ପାଇଁ ନୂଆ ପ୍ରୋଟୋକଲ ଜାରି କରିଛନ୍ତି ।...

ସଲମାନଙ୍କ ଘର ଉପରକୁ ଗୁଳିମାଡ଼ କରିଥିବା ଅଭିଯୁକ୍ତଙ୍କ ଆତ୍ମହତ୍ୟା

ମୁମ୍ବାଇ,୧ା୫: ବି’ ଟାଉନ୍‌ର ଭାଇଜାନ ସଲମାନ ଖାନଙ୍କ ଘର ଉପରକୁ ଗୁଳିମାଡ଼ ଘଟଣାର ଏକ ବଡ଼ ଖବର ସାମ୍ନାକୁ ଆସିଛି। ସଲମାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ...

‘କାଲି ସୁଦ୍ଧା ରାହୁଲ ଗାନ୍ଧୀ ଆମେଠିରୁ ନିଜ ନାମ ଘୋଷଣା ନ କଲେ ଆତ୍ମହତ୍ୟା କରିବି’

ନୂଆଦିଲ୍ଲୀ,୧।୫: କଂଗ୍ରେସ ଆମେଠୀ ଆସନରୁ ଏଯାବତ ପ୍ରାର୍ଥୀ ଘୋଷଣା କରିନାହିଁ। ଏହାକୁ ନେଇ ଦଳର ନେତାଙ୍କ ସହ କର୍ମୀମାନେ ଅସନ୍ତୁଷ୍ଟ ବ୍ୟକ୍ତ କରୁଛନ୍ତି। ରାହୁଲ ଗାନ୍ଧୀ...

ଭାଜପାରେ ସାମିଲ ହେଲେ ‘ଅନୁପମା’

ନୂଆଦିଲ୍ଲୀ,୧।୫: ଲୋକପ୍ରିୟ ଅଭିନେତ୍ରୀ ରୁପାଲୀ ଗାଙ୍ଗୁଲି ଭାଜପାରେ ସାମିଲ ହୋଇଛନ୍ତି। ଦିଲ୍ଲୀ ସ୍ଥିତ ପାର୍ଟି ମୁଖ୍ୟାଳୟରେ ସେ ଭାଜପାରେ ଯୋଗ ଦେଇଛନ୍ତି। ଏହି ଅବସରରେ ଦଳର...

ଏପ୍ରିଲରେ ରେକର୍ଡ ସଂଗ୍ରହ ଜିଏସ୍‌ଟି: ୨.୧୦ ଲକ୍ଷ କୋଟିରେ ପହଞ୍ଚିଲା

ନୂଆଦିଲ୍ଲୀ,୧।୫: ଏପ୍ରିଲ ମାସରେ ଦେଶରେ ଦ୍ରବ୍ୟ ଓ ସେବା କର(ଜିଏସ୍‌ଟି) ସଂଗ୍ରହ ରେକର୍ଡ ସୃଷ୍ଟି କରିଛି। ସମସ୍ତ ରେକର୍ଡ ଭାଙ୍ଗି ଏପ୍ରିଲ ୨୦୨୪ରେ ଜିଏସ୍‌ଟି ସଂଗ୍ରହ...

ରାଏବରେଲିରୁ ପ୍ରିୟଙ୍କା, ଏଇଠୁ ଲଢିବେ ରାହୁଲ, ଆସିଲା କଂଗ୍ରେସର ପ୍ରାର୍ଥୀ ତାଲିକା!

ନୂଆଦିଲ୍ଲୀ,୧।୫: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ଆମେଠି ଏବଂ ରାଏବରେଲିରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। କଂଗ୍ରେସର ଏହି ତାଲିକା ସୋସିଆଲ ମିଡିଆରେ...

ସ୍କୁଲ ଉଡ଼ାଇ ଦେବାକୁ ଆସିଲା ଧମକ: ଚିନ୍ତାରେ ପୋଲିସ

ନୂଆଦିଲ୍ଲୀ୫।୧: ରାଜଧାନୀର ଅନେକ ସ୍କୁଲକୁ ଧମକପୂର୍ଣ୍ଣ ଇମେଲ ଆସିଛି। ଏଥିରେ ସ୍କୁଲକୁ ବୋମା ପକାଇ ଉଡାଇ ଦେବାକୁ ଧମକ ଦିଆଯାଇଛି। ଦିଲ୍ଲୀର ଦ୍ୱାରକାଠାରେ ଅବସ୍ଥିତ ଦିଲ୍ଲୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri