Posted inଫୁରସତ

ଶେଷ ଓଭରରେ ଦରକାର ଥାଏ ୨୩ ରନ୍‌, ବୋଲରଙ୍କ ସାମ୍ନାରେ ଥିଲେ ଧୋନୀ

ପୂର୍ବତନ ଭାରତୀୟ ଅଧିନାୟକ ତଥା ଆଇପିଏଲରେ ସିଏସ୍‌କେର ମଙ୍ଗୁଆଳ ମହେନ୍ଦ୍ର ସିଂ ଧୋନୀ ବୁଧବାର ୪୦ତମ ଜନ୍ମଦିନ ପାଳିଛନ୍ତି। ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ ତାଙ୍କ ମ୍ୟାଚ୍‌ ଫିନିଶିଂ ଦକ୍ଷତା ପାଇଁ ବେଶ୍‌ ଜଣାଶୁଣା। ୨୦୧୬ ଆଇପିଏଲର କଥା। ସେତେବେଳେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବାସନ୍ଦ ଥିବାରୁ ଆଇପିଏଲରେ ପୁଣେ ସୁପରଜ୍ୟାଣ୍ଟ୍ସ ପାଇଁ ଖେଳୁଥିଲେ ଧୋନୀ।

କିଙ୍ଗ୍ସ ଏକାଦଶ ପଞ୍ଜାବ ବିପକ୍ଷ ଲିଗ୍‌ର ଅନ୍ତିମ ମ୍ୟାଚ୍‌କୁ ଜିତିବା ପାଇଁ ପିଏସ୍‌ଜିକୁ ଫାଇନାଲ ଓଭରରେ ଦରକାର ଥାଏ ୨୩ ରନ୍‌। ଧୋନୀଙ୍କ ସାମ୍ନାରେ ଥିଲେ ବାମହାତୀ ସ୍ପିନର ଅକ୍ଷର ପଟେଲ। ପ୍ରଥମ ବଲ ମିସ୍‌ କରିଥିଲେ ଧୋନୀ। ଦ୍ୱିତୀୟ ବଲ ଓ୍ବାଇଡ୍‌ ହେବାରୁ ଅନ୍ତିମ ୫ ବଲରେ ପିଏସ୍‌ଜିକୁ ଦରକାର ଥିଲା ୨୨ ରନ୍‌। ଦ୍ୱିତୀୟ ବଲକୁ ଲଙ୍ଗ୍‌ ଅଞ୍ଚଳକୁ ବିଶାଳ ଛକା ମାରିଥିଲେ ଅଧିନାୟକ। ତୃତୀୟ ବଲରେ ମଧ୍ୟ ଭଲ ଶଟ୍‌ ଖେଳିଥିଲେ। କିନ୍ତୁ ବଲକୁ ଡିପ କଭର ବାଉଣ୍ଡ୍ରି ଅଞ୍ଚଳରେ ରୋକି ଦେଇଥିଲେ ହାଶିମ ଆମଲା। ୪ର୍ଥ ଓ ୫ମ ବଲକୁ ଡିପ ମିଡ୍‌ ଉଇକେଟ ଅଞ୍ଚଳରେ ଚୌକା ଓ ଛକା ଲଗାଇଥିଲେ ଚିନ୍ନା ଥାଲା। ଅନ୍ତିମ ବଲକୁ ମଧ୍ୟ ସମାନ ମିଡ୍‌ ଉଇକେଟ ଅଞ୍ଚଳରେ ବିଶାଳ ଛକା ମାରି ପିଏସ୍‌ଜିକୁ ମ୍ୟାଚ୍‌ ଜିତାଇଥିଲେ ଧୋନୀ। ମାତ୍ର ୩୨ ବଲରେ ଧୋନୀ ୬୪ ରନ୍‌ର ବିସ୍ଫୋରକ ଇନିଂସ ଖେଳିଥିଲେ। ତାଙ୍କ ପାଳିରେ ଥିଲା ୪ ଚୌକା ଓ ୫ ଛକା। ଆଇପିଏଲରେ ଧୋନୀଙ୍କ ଦଳ ପ୍ଲେ-ଅଫ୍ସରେ ପ୍ରବେଶ ନ କରିବାର ଏହା ଥିଲା ପ୍ରଥମ ଘଟଣା।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri