ନୂଆଦିଲ୍ଲୀ,୧୯।୫: ଭାଜପାରେ ଯୋଗ ଦେଲେ ପଞ୍ଜାବ କଂଗ୍ରେସରର ବରିଷ୍ଠ ନେତା ସୁନୀଲ ଜାଖର। ଭାଜପା ସଭାପତି ଜେପି ନଡ୍ଡାଙ୍କ ଉପସ୍ଥିତିରେ ସେ ଗୁରୁବାର ଯୋଗ ଦେଇଛନ୍ତି। ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ ସୁନୀଲ ଜାଖର । ଜେପି ନଡ୍ଡା ତାଙ୍କୁ ଦଳର ସଦସ୍ୟତା ପତ୍ର ପ୍ରଦାନ କରିଛନ୍ତି । ଯୋଗ ଦେବା ପରେ ଜାଖର କହିଛନ୍ତି, ‘ମୋ ପରିବାରର ୩ଟି ପିଢିି କଂଗ୍ରେସ ପାଇଁ ପ୍ରାୟ ୫୦ ବର୍ଷ କାମ କରିଛନ୍ତି। ହେଲେ କଂଗ୍ରେସ ସହ ମୁଁ ଆଜି ୫୦ ବର୍ଷ ସମ୍ପର୍କଚ୍ଛିନ୍ନ କରିଛି। ପଞ୍ଜାବରେ ଜାତୀୟତାବାଦ, ଏକତା ଓ ଭାଇଚାରା ପାଇଁ ମୁଁ ଏପରି ପଦକ୍ଷେପ ନେଇଛି।’ପୂର୍ବତନ ଲୋକସଭା ବାଚସ୍ପତି ବଳରାମ ଜାଖରଙ୍କ ପୁଅ ହେଉଛନ୍ତି ସୁନୀଲ ଜାଖର।