ଭାରତରେ ଓମିକ୍ରନ୍‌ ଜାନୁୟାରୀରେ ଶୀର୍ଷ ଛୁଇଁବ, ବିଶେଷଜ୍ଞଙ୍କ ଆଶଙ୍କା…

ଓ୍ବାଶିଂଟନ, ୫।୧ : ଭାରତରେ କରୋନା ମହାମାରୀର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ସଂକ୍ରମଣ ଜାନୁୟାରୀରେ ଶୀର୍ଷ ଛୁଇଁବ। ଇନଷ୍ଟିଚ୍ୟୁଟ ଫର୍‌ ହେଲଥ ମେଟ୍ରିକ୍ସ ଆଣ୍ଡ ଇଭାଲୂ୍ୟଏଶନ (ଆଇଏଚଏମଇ) ର ନିର୍ଦ୍ଦେଶକ ତଥା ହେଲଥ ମେଟ୍ରିକ୍ସ ସାଇନ୍ସ ୟୁନିଭରସିଟିର ଅଧ୍ୟକ୍ଷ ଡାକ୍ତର ଖ୍ରୀଷ୍ଟୋଫର୍‌ ମୁରେ ଏଭଳି କହିଛନ୍ତି।

ସେ କହିଛନ୍ତି ଯେ, ଡେଲ୍ଟା ଲହର ଭଳି ଭାରତରେ ଓମିକ୍ରନ ମାମଲା ଅଧିକ ଦ୍ରୁତ ବେଗରେ ବ୍ୟାପିବାର ଆଶଙ୍କା ରହିଛି। ଭାରତ ସରକାର ଅନ୍ୟ ଦେଶ ତୁଳନାରେ କେରୋନା ମହାମାରୀ ପରିଚାଳନାରେ ନିଶ୍ଚିତ ଭାବେ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି।

ତେବେ ଚଳିତ ଜାନୁୟାରୀରେ ଭାରତରେ ଓମିକ୍ରନ୍‌ ସଂକ୍ରମଣ ସର୍ବାଧିକସ୍ତରରେ ପହଞ୍ଚିବାର ଆଶଙ୍କା ରହିଥିବା ସେ ଚେତାବନୀ ଦେଇଛନ୍ତି। ଜାନୁଆରୀ ଶେଷ କିମ୍ବା ଫେବୃଆରୀ ଆରମ୍ଭରେ ଭାରତରେ ସଂକ୍ରମଣ ସଂଖ୍ୟା ସର୍ବାଧିକ ହୋଇପାରେ । ତେବେ ଓମିକ୍ରନ୍‌ ଯୋଗୁ ଡାକ୍ତରଖାନାରେ ଭର୍ତ୍ତି ହେବା ଏବଂ ମୃତ୍ୟୁ ସଂଖ୍ୟା ରିପୋର୍ଟ ପୂର୍ବ ତୁଳନାରେ କମ ହେବାର ଆଶଙ୍କା ରହିଛି ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ ଟିକାକରଣ ଯୋଗୁ ଲକ୍ଷଣ ସାମାନ୍ୟ ରହିବ। ତେବେ ଓମିକ୍ରନ ଦ୍ୱାରା ବହୁ ସଂଖ୍ୟକ ଲୋକ ଆକାନ୍ତ ହେବେ। ଏହାକୁ କୌଣସି କଟକଣା ରୋକି ପାରିବ ନାହିଁ। ଏକ ସ୍ବତନ୍ତ୍ର ସାକ୍ଷାତକାରରେ ଏଭଳି କହିଛନ୍ତି ।
ଓମିକ୍ରନ ଭାରିଆଣ୍ଟ ମାତ୍ର ଦୁଇମାସ ମଧ୍ୟରେ ସାରା ବିଶ୍ୱରେ ତିନି ବିଲିୟନ ଲୋକଙ୍କୁ ଆକ୍ରାନ୍ତ କରିବାର ଯଥେଷ୍ଟ ଆଶଙ୍କା ରହିଛି।

ଜାନୁଆରୀ ମଧ୍ୟଭାଗରେ ଓମିକ୍ରନ୍‌ର ସଂକ୍ରମଣ ବୃଦ୍ଧି ପାଇବ ବୋଲି ସେ ଆଶଙ୍କା ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ଏହା ଯୋଗୁ ପୃଥିବୀରେ ଦିନକୁ ୩୫ ମିଲିୟନରୁ ଅଧିକ ଲୋକ ଆକ୍ରାନ୍ତ ହେବାର ଆଶଙ୍କା ରହିଛି। ସେ କହିଛନ୍ତି ଯେ ୨୦୨୧ ଏପ୍ରିଲରେ ଡେଲ୍ଟା ଲହର ଶୀର୍ଷରେ ପହଞ୍ଚିଥିଲା। ତେବେ ଓମିକ୍ରନ୍‌ ଆକାନ୍ତଙ୍କ ସଂଖ୍ୟା ଏହାର ତିନି ଗୁଣା ଛୁଇଁବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଦ୍ଧି ଶିଖିଲେ ଓଲି: ଅପଲୋଡ୍‌ କଲେ ନେପାଳର ପୁରୁଣା ମାନଚିତ୍ର

ନୂଆଦିଲ୍ଲୀ, ୨୪।୧୦: ନେପାଳର ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ବୁଦ୍ଧି ଶିଖିଛନ୍ତି। ଚାଇନା ସହିତ ବନ୍ଧୁତା କରିବା ତାଙ୍କୁ ମହଙ୍ଗା ପଡ଼ିଛି। ଭାରତୀୟ ର’ ମୁଖ୍ୟ...

ମତଦାନ ପୂର୍ବରୁ ସର୍ଭେ ଉପରେ ଲାଗୁ ରୋକ, ନିର୍ବାଚନ କମିଶନଙ୍କୁ ଚିଠି ଲେଖିବେ ମାୟାବତୀ…

ଲକ୍ଷ୍ନୌ,୯।୧୦: ଆସନ୍ତା ୨୦୨୨ ବର୍ଷ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ କେତେକ ଗଣମାଧ୍ୟମ ସଂସ୍ଥା ଦ୍ୱାରା କରାଯାଇଥିବା ଜନମତ ସର୍ଭେକୁ ବହୁଜନ...

ହ୍ୟୁଷ୍ଟନ ମଞ୍ଚରୁ ଭାରତ-ଆମେରିକାର ଘୋଷଣା: ଆତଙ୍କବାଦ ବିରୋଧରେ ଏକାଠି

ହ୍ୟୁଷ୍ଟନ,୨୨ା୯(ପି.ଟି./ଆଇଏଏନ୍‌ଏସ୍‌)- ଆତଙ୍କବାଦ କେବଳ ଭାରତ କି ଆମେରିକା ପାଇଁ ନୁହେଁ, ବରଂ ସାରା ବିଶ୍ୱ ଆଗରେ ଏକ ବଡ଼ ଚ୍ୟାଲେଞ୍ଜ ହୋଇ ଛିଡ଼ା ହୋଇଛି। ଆତଙ୍କବାଦର...

ସ୍ବତନ୍ତ୍ର ଶ୍ରମିକ ଟ୍ରେନ୍‌ରେ ଆସି ରାୟଗଡ଼ାରେ ପହଞ୍ଚିଲେ ପ୍ରବାସୀ ଓଡ଼ିଆ, ୧୪୪ ଧାରା ଜାରି

ରାୟଗଡ଼ା ଅଫିସ,୧୪ା୫: ତାମିଲନାଡୁ ରାଜ୍ୟର ତିରୁପୁରରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ରାୟଗଡ଼ାରେ ଗୁରୁବାର ପୂର୍ବାହ୍ନରେ ପହଞ୍ଚିଛି ଏକ ସ୍ବତନ୍ତ୍ର ଟ୍ରେନ୍‌। ରାୟଗଡ଼ା ଷ୍ଟେଶନରେ ଏହି ପ୍ରବାସୀ...

ମାର୍ଚ୍ଚରେ ବରିଷ୍ଠ ନାଗରିକଙ୍କୁ ମିଳିବ କରୋନା ଟିକା!

ନୂଆଦିଲ୍ଲୀ,୬ ।୨: କେନ୍ଦ୍ର ସ୍ୱାସ୍ଥ ମନ୍ତ୍ରୀ ହର୍ଷବର୍ଦ୍ଧନ ଶୁକ୍ରବାର ଲୋକ ସଭାରେ କହିଥିଲେ କି ସାଧାରଣ ବଜେଟରେ କରୋନା ଟିକାକରଣ ପାଇଁ ୩୫ ହଜାର କୋଟି...

ଭୟରେ ଆତ୍ମହତ୍ୟା କଲେ ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କ ସହାୟକ

ବେଙ୍ଗାଲୁରୁ,୧୨।୧୦: ବରିଷ୍ଠ କଂଗ୍ରେସ ନେତା ତଥା କର୍ନାଟକର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଜି.ପରମେଶ୍ୱରଙ୍କ ବ୍ୟକ୍ତିଗତ ସହାୟକ ରମେଶ ଆତ୍ମହତ୍ୟା କରିଛନ୍ତି। ଆୟକର ବିଭାଗ ଗତଦୁଇ ଦିନ ହେବ...

ଭାରତ ସମେତ ୭ ଦେଶରେ ଭୂକମ୍ପ, ପାକିସ୍ତାନରେ ୧୩ ମୃତ-୨୦୦ରୁ ଅଧିକ ଆହତ: ମୃତାହତଙ୍କ ସଂଖ୍ୟା ବଢ଼ିବା ଆଶଙ୍କା… …

ନୂଆଦିଲ୍ଲୀ/ଇସଲାମାବାଦ/କାବୁଲ,୨୨।୩ : ଭାରତ ସମେତ ୭ ଦେଶରେ ଭୂକମ୍ପ ଅନୁଭୁତ ହୋଇଛି। ଆଫଗାନିସ୍ତାନରେ ଅଧିକ ତୀବ୍ରତାଯୁକ୍ତ ଭୂକମ୍ପ ଅନୁଭୂତ ହୋଇଥିବାବେଳେ ପାକିସ୍ତାନ, ଚାଇନା ସମେତ ଅନ୍ୟ...

୨୦୨୨ ନିର୍ବାଚନ ପାଇଁ ପ୍ରଭାରୀ ଘୋଷଣା କଲା ଭାଜପା, ଧର୍ମେନ୍ଦ୍ରଙ୍କୁ ଉତ୍ତରପ୍ରଦେଶ ଦାୟିତ୍ୱ…

ନୂଆଦିଲ୍ଲୀ,୮।୯: ଆସନ୍ତା ବର୍ଷ ଫେବୃୟାରୀ-ମାର୍ଚ୍ଚରେ ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ମଣିପୁର, ଗୋଆ ଆଦି ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ଦୃଷ୍ଟିରେ ରଖି...

Advertisement
Archives

Model This Week