ରାଜଧାନୀରେ ପଞ୍ଚମ ଲହର, ଦୈନିକ ସଂକ୍ରମଣ ୧୦ ହଜାର ଛୁଇଁବା ଆଶଙ୍କା…

ନୂଆଦିଲ୍ଲୀ, ୫।୧ : ରାଜଧାନୀ ଦିଲ୍ଲୀରେ କରୋନା ମହାମାରୀର ପଞ୍ଚମ ଲହର ଆରମ୍ଭ ହୋଇଛି ବୋଲି ସ୍ବାସ୍ଥ୍ୟନ୍ତ୍ରୀ ସତ୍ୟୈନ୍ଦ୍ର ଜୈନ୍‌ ବୁଧବାର ସୂଚନା ଦେଇଛନ୍ତି। ସେ କହିଛନ୍ତି ସମ୍ଭବତଃ ଦିଲ୍ଲୀରେ କରୋନା ପଞ୍ଚମ ଲହର ଆରମ୍ଭ ହୋଇ ସାରିଛି। ବୁଧବାର ରାଜ୍ୟରେ ଦୈନିକ ସଂକ୍ରମଣ ୧୦ ହଜାର ଛୁଇଁବାର ଆଶଙ୍କା ରହିଥିବା ସେ କହିଛନ୍ତି।

ଦେଶରେ କରୋନାର ତୃତୀୟ ଲହର ଏବଂ ଦିଲ୍ଲୀରେ ପଞ୍ଚମ ଲହର ଆସିଥିବା ସେ କହିଛନ୍ତି। ଦିଲ୍ଲୀରେ ପଜିଟିଭିଟି ହାର ୧୦ ପ୍ରତିଶତ ବୃଦ୍ଧି ପାଇଥିବା ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି।

ସମ୍ପ୍ରତି ଦେଶରେ ବୃଦ୍ଧି ପାଉଥିବା କରୋନା ଆକ୍ରାନ୍ତଙ୍କଠାରେ ସାଧାରଣ ଲକ୍ଷଣ ପ୍ରକାଶ ପାଉଛି। ତେଣୁ ଭୟଭୀତ ନ ହୋଇ କରୋନା ମାର୍ଗଦର୍ଶନ ପାଳନ କରିବା ସହିତ ସାମାଜିକ ଦୂରତା ବଜାୟ ରଖିବା ଏବଂ ମାସ୍କ ପିନ୍ଧିବା ଆଦି ପାଳନ କରିବା ଜରୁରୀ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି।

ଦିଲ୍ଲୀ ସମସ୍ତ ହସ୍ପିଟାଲରେ ୪୦ ପ୍ରତିଶତ ବେଡ୍‌ ସଂରକ୍ଷିତ ରହିବ ବୋଲି ନିର୍ଦ୍ଦେଶ ଜାରି ହୋଇଛି। ଏହା ସହିତ ଆବଶ୍ୟକତା ଅନୁସାରେ ଅକ୍ସିଜେନ୍‌ ଷ୍ଟକ୍‌ ରଖାଯାଇଥିବା ସେ କହିଛନ୍ତି। ସେହିପରି ଓମିକ୍ରନ୍‌ ଆକାନ୍ତଙ୍କୁ ଚିହ୍ନଟ କରିବା ଲାଗି ହେଉଥିବା ଜିନୋକ ସିକ୍ୱେନ୍ସିଂ ପରୀକ୍ଷା ଆଉ ସମ୍ଭବ ହେଉନାହିଁ। ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହା କଷ୍ଟକର ହୋଇପଡ଼ିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩୭୦ ଉଚ୍ଛେଦ ପରେ ପ୍ରଥମ କରି ମାର୍ଚ୍ଚରେ ଜମ୍ମୁ-କଶ୍ମୀରରେ ହେବ ନିର୍ବାଚନ

ଜମ୍ମୁ,୧୩।୨: କେନ୍ଦ୍ର ସରକାରଙ୍କ ଦ୍ୱାରା ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦର ପ୍ରାୟ ୬ ମାସ ପରେ ପ୍ରଥମ କରି ନିର୍ବାଚନ ହେବାକୁ ଯାଉଛି। ମାର୍ଚ୍ଚ ୫ରୁ...

ଦିଲ୍ଲୀ-ଏନ୍‌ସିଆର ସମେତ ଉତ୍ତର ଭାରତରେ ଶୀତଲହରୀରୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୦।୧: ଦିଲ୍ଲୀ-ଏନ୍‌ସିଆର ସମେତ ଉତ୍ତର ଭାରତରେ ଶୀତ ଲହରୀରୁ ଆଶ୍ୱସ୍ତି ମିଳିଛି। ଆସନ୍ତା କିଛି ଦିନ ଥଣ୍ଡା ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ...

ଖଲିସ୍ତାନ ସମର୍ଥକଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୧।୩: ଭାରତରେ ଖଲିସ୍ତାନୀ ସମର୍ଥକଙ୍କ ଟୁଇଟର ଆକାଉଣ୍ଟଗୁଡିକୁ ବ୍ଲକ୍‌ କରାଯାଇଛି। ଏହି ବ୍ଲକ୍‌ ଆକାଉଣ୍ଟରେ କାନାଡାର ନ୍ୟୁ ଡେମୋକ୍ରାଟିକ ପାର୍ଟିର ନେତା ଜଗମିତ ସିଂଙ୍କ ଟୁଇଟର...

ମହାତ୍ମା ଗାନ୍ଧୀଙ୍କୁ ଆମେରିକା ଦେବ ସର୍ବୋଚ୍ଚ ନାଗରିକ ସମ୍ମାନ!

ନ୍ୟୁୟର୍କ/ନୂଆଦିଲ୍ଲୀ,୧୪ ।୮: ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଆମେରିକାର ସର୍ବୋଚ୍ଚ ନାଗରିକ ସମ୍ମାନ ଦିଆଯାଇପାରେ । ଏ ସମ୍ପର୍କରେ ଆମେରିକା ସଂସଦରେ ପୁଣିଥରେ ପ୍ରସ୍ତାବ ଦିଆଯାଇଛି...

ରାଜୌରୀରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ: ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର,୧୯।୧୧: ଜମ୍ମୁ-କଶ୍ମୀରର ରାଜୌରୀ ସେକ୍ଟରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଶନିବାର ସୁରକ୍ଷାକର୍ମୀ ଓ ପାକିସ୍ତାନୀ ଅନୁପ୍ରବେଶକାରୀ ମୁହାଁମୁହିଁ ହୋଇଛନ୍ତି। ଏହି ସମୟରେ ସୁରକ୍ଷାକର୍ମୀଙ୍କ...

‘ଆମେ ନରେନ୍ଦ୍ର ମୋଦିଙ୍କୁ ଡରିନାହୁଁ, ଯାହା କରିବାର ଅଛି କର’

ନୂଆଦିଲ୍ଲୀ,୪।୮: ନ୍ୟାଶନାଲ ହେରାଲ୍ଡ କାର୍ଯ୍ୟାଳୟକୁ ସିଲ କରାଯିବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ‘ଶୁଣ, ଆମେ...

ଓ୍ବେଲସ୍ପୁନ୍‌ ସିଇଓ ଦିପାଳୀ ଗୋଏଙ୍କା କର୍ମଚାରୀଙ୍କ ସହିତ ଖୁସିରେ ନାଚିଲେ: ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ,୧୯।୨: ଓ୍ବେଲସ୍ପୁନ୍‌ ସିଇଓ ଦିପାଳୀ ଗୋଏଙ୍କା କର୍ମଚାରୀଙ୍କ ସହିତ ଅଫିସ୍‌ରେ ଖୁସିରେ ନାଚୁ ଥିବାର ଏକ ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।...

ମହାରାଷ୍ଟ୍ରରେ କରୋନା ସ୍ଥିତି ଅଣାୟତ: ୧,୧୪୦ ପୋଲିସ ସଂକ୍ରମିତ

ମୁମ୍ବାଇ,୧୬।୫: ମହାରାଷ୍ଟ୍ରରେ ଏବେ କରୋନା ସ୍ଥିତି ଅଣାୟତ ହେବାରେ ଲାଗିଛି। କରୋନା ଯୁଦ୍ଧର ଆଗଧାଡିର ଯୋଦ୍ଧା ସାଜିଥିବା ପୋଲିସ ମଧ୍ୟ ଏଥିରୁ ବାଦ୍‌ ପିଡିନି। ଶନିବାର...

Advertisement
Archives

Model This Week