ବ୍ରହ୍ମପୁର ଅଫିସ,୨।୩ ଗଞ୍ଜାମରେ ପଞ୍ଚାୟତ ନିର୍ବାଚନର ଜିଲା ପରିଷଦ ଜୋନର ଚୂଡ଼ାନ୍ତ ଭୋଟ ଫଳାଫଳ ସରକାରୀ ଭାବେ ପ୍ରକାଶ ପାଇଛି। ୬୯ ଜୋନରେ ବିଭିନ୍ନ ଦଳ ଓ ସ୍ବାଧୀନ ଭାବେ ୨୫୬ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ସେଥିରୁ ବିଜେଡିରୁ ୬୭ ଏବଂ ଭାଜପାରୁ ମାତ୍ର ୨ ଜଣ ନିର୍ବାଚିତ ହୋଇଛନ୍ତି। ଅନ୍ୟ ୧୮୭ ଜଣ ପରାଜିତ ହୋଇଛନ୍ତି। ତେବେ ଜଣେ ବି ନିର୍ବାଚିତ ନ ହୋଇ କଂଗ୍ରେସ ମୂଳପୋଛ ହୋଇଯାଇଛି। ଶତାଧିକ ବର୍ଷର ପୁରୁଣା ଦଳର ଏହି ଦୁର୍ଦ୍ଦଶା ରାଜନୈତିକ ଚର୍ଚ୍ଚାର ବିଷୟ ପାଲଟିଛି। ଏଥିପାଇଁ ଦଳ ଆତ୍ମସମୀକ୍ଷା କରିବାର ବେଳ ଆସିଛି ବୋଲି ସଂଖ୍ୟାଧିକ କର୍ମୀ ଓ ନେତା ମତ ପ୍ରକାଶ ସହ ଜିଲା ନେତୃତ୍ୱ ପରିବର୍ତ୍ତନ କରାଯିବାକୁ ଗୁରୁତ୍ୱ ଦେଇଛନ୍ତି।
ଜିଲା ପରିଷଦ ନିର୍ବାଚନରେ ବିଜେଡିର ଏକତରଫା ବିଜୟ ଘଟି ୬୯ ରୁ ୬୭ ଜୋନରେ ବାଜିମାତ କରିଛି। ବେଲଗୁଣ୍ଠା ବ୍ଲକର ୪୭ନଂ ଏବଂ ପାତ୍ରପୁର ବ୍ଲକର ୩୪ନଂ ଜୋନ୍ରୁ ଭାଜପା ପ୍ରାର୍ଥୀ ଦ୍ୱୟ ଜିତି ବଂଶରକ୍ଷା କରିଛନ୍ତି। ଅପରପକ୍ଷରେ ଏଥର ନିର୍ବାଚନ ରୋଚକ ହୋଇଛି ଏବଂ ଦୁଇ ତିନୋଟି ଛାଡ଼ିଦେଲେ ଅନ୍ୟ ଜୋନଗୁଡ଼ିକରେ ବିଜେଡି ସହ ଭାଜପାର କଡ଼ା ମୁକାବିଲା ହୋଇଥିବା ସରକାରୀ ତଥ୍ୟରୁ ସ୍ପଷ୍ଟ ହୋଇଛି। ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ନିର୍ବାଚନମଣ୍ଡଳୀର ଧରାକୋଟ ବ୍ଲକର ୩ ଏବଂ ସାନଖେମୁଣ୍ଡି ବ୍ଲକର ୪ ଜୋନ ମଧ୍ୟରୁ ଗୋଟିଏରେ ମଧ୍ୟ କଂଗ୍ରେସ ପ୍ରାର୍ଥୀ ଜିତି ନାହାନ୍ତି। ଅପରପକ୍ଷରେ ୨୦୧୭ ନିର୍ବାଚନରେ ଭାଜପାର ଗଞ୍ଜାମ ସାଙ୍ଗଠନିକ ଜିଲା ଅନ୍ତର୍ଗତ ରଙ୍ଗେଇଲୁଣ୍ଡା ବ୍ଲକର ୫୩ନଂ, ଗଞ୍ଜାମ ବ୍ଲକର ୧୫ନଂ ଏବଂ କୁକୁଡ଼ାଖଣ୍ଡି ବ୍ଲକର ୧୦ନଂ. ଜୋନରେ ଦଳୀୟ ପ୍ରାର୍ଥୀମାନେ ନିର୍ବାଚିତ ହୋଇଥିଲେ। ସେହିପରି ଘୁମୁସର ସାଙ୍ଗଠନିକ ଜିଲା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକର ୬୨ନଂ. ଜୋନ ଭାଜପା ଦଖଲରେ ଥିଲା। ଏଥର ନିର୍ବାଚନରେ ଏହି ୪ଟି ଜୋନରେ ବିଜେଡି ପ୍ରାର୍ଥୀମାନେ ବିପୁଳ ଭୋଟରେ ନିର୍ବାଚିତ ହୋଇଛନ୍ତି। ଫଳରେ ଭାଜପାର ନିର୍ବାଚନୀ ପ୍ରଚାରରେ କେବଳ ମୋଦି ମନ୍ତ୍ରକୁ ଗ୍ରାମାଞ୍ଚଳ ଭୋଟର ପ୍ରତ୍ୟାଖ୍ୟାନ କରିଥିବା ପ୍ରମାଣିତ ହୋଇଛି। ଜିଲାର ବିଭିନ୍ନ ବ୍ଳକରେ ସିପିଏମ୍ର ୩ ଏବଂ ସିପିଆଇର ୬ ପ୍ରାର୍ଥୀ ପରାଜିତ ହୋଇଛନ୍ତି। ହାତୀ ଚିହ୍ନରେ ଲଢ଼ିଥିବା ବିଏସ୍ପିର ୫, ସ୍ବାଧୀନ ଓ ଅନ୍ୟାନ୍ୟ ଦଳ ପକ୍ଷରୁ ମଇଦାନକୁ ଓହ୍ଲାଇଥିବା ୩୭ ଜଣଙ୍କ ସମାନ ଦୁର୍ଦ୍ଦଶା ହୋଇଛି। ଗତ ନିର୍ବାଚନରେ ବିଜେଡି ୬୪ ଜୋନରେ ନିର୍ବାଚିତ ହୋଇଥିବା ବେଳେ ଏଥର ଅଧିକ ୩ ଜୋନ ଦଖଲ କରିଛି। ଭାଜପାର ୪ ଏବଂ କଂଗ୍ରେସର ଗୋଟିଏ ଜୋନ ହାତଛଡ଼ା ହୋଇଛି। ତେଣୁ ଚଳିତ ରାଜନୀତିରେ ଏହା ଚର୍ଚ୍ଚାକୁ ଆସିଛି।
ଗଞ୍ଜାମ ଜିଲା ପରିଷଦ ଜୋନ ନିର୍ବାଚନର ଭୋଟ ଫଳାଫଳ ଏକପାଖିଆ ସଫଳତା ଗଣତନ୍ତ୍ର ପ୍ରତି ଶୁଭଙ୍କର ନୁହେଁ ଓ ବିପଦ ବୋଲି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ରାଜନୀତି ବିଜ୍ଞାନ ବିଭାଗ ପ୍ରଫେସର ଡ.ବିଷ୍ଣୁ ଚରଣ ଚୌଧୁରୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବିରୋଧୀ ବିନା ଶାସକ ଗୋଷ୍ଠୀ ଏକଚ୍ଛତ୍ରବାଦ ହୋଇଯିବାର ସେ ଦର୍ଶାଇଛନ୍ତି। ତେଣୁ ଯେକୌଣସି ଶାସନ ବ୍ୟବସ୍ଥାରେ ବିରୋଧୀ ଦଳର ଆବଶ୍ୟକତା ଅପରିହାର୍ଯ୍ୟ ହୋଇଥିବା ସ୍ପଷ୍ଟ କରିଛନ୍ତି। ଜିଲା ପରିଷଦର ୬୯ ଜୋନରୁ ୬୭ରେ ବିଜେଡିର ବାଜିମାତକୁ ଲକ୍ଷ୍ୟ ରଖି ଏହା କହିଛନ୍ତି। ଆଲୋଚନା ପ୍ରସଙ୍ଗରେ ଧରିତ୍ରୀକୁ ପ୍ରଫେସର ଚୌଧୁରୀ ଆହୁରି ସୂଚାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଆସ୍ଥା ଓ ବିଶ୍ୱାସ ରଖି ତାଙ୍କ ନେତୃତ୍ୱରେ ଗଠିତ ବିଜୁ ଜନତା ଦଳକୁ ଲୋକେ ବିପୁଳ ଭୋଟରେ ବିଜୟୀ କରାଇଛନ୍ତି। ତେବେ ବିରୋଧୀ ଦଳ ନିଶ୍ଚିହ୍ନ ହୋଇଗଲେ ଗଣତାନ୍ତ୍ରିକ ବ୍ୟବସ୍ଥାର ପରିପନ୍ଥୀ ହେବ ଓ ଶାସକ ଦଳ ମନଇଚ୍ଛା ନିଷ୍ପତ୍ତି ନେବ। ତେଣୁ ବିରୋଧୀ ଦଳ ରହିବା ଏବଂ ସେମାନେ ସାମ୍ବିଧାନିକ ପଦ୍ଧତିରେ ନିଜ ଦାୟିତ୍ୱ ତୁଲାଇବାର ଆବଶ୍ୟକତା ରହିଛି।
ସମ୍ଭାଗ ସ୍ତରୀୟ ସଂସ୍କୃତି ମହୋତ୍ସବ, ଭଞ୍ଜନଗର ବିଧାୟକ….
ଭଞ୍ଜନଗର,୨୩।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଡିହପଢାଳ ଠାରେ ସମ୍ଭାଗ ସ୍ତରୀୟ ସଂସ୍କୃତି ମହୋତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ…
ଅଗଷ୍ଟ ୩୦ରେ ମନ କି ବାତ୍ କାର୍ଯ୍ୟକ୍ରମ, ବୁଥ୍ସ୍ତରରେ କାର୍ଯ୍ୟକ୍ରମକୁ ସୁଦୃଢ଼ କରିବାକୁ ଗୁରୁତ୍ୱ
ଭଞ୍ଜନଗର,୨୩।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭାଜପା ଭଞ୍ଜନଗର ସାଂଗଠନିକ ଜିଲା ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟ ‘ମନ କି ବାତ’ କାର୍ଯ୍ୟକ୍ରମକୁ ନେଇ ଏକ କର୍ମଶାଳା…
ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….
ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…
ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର
ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…
ମହିଳା ବିଜେଡି ଜିଲା ଉପସଭାପତି ହେଲେ କର୍ଲାମୁଣ୍ଡାର ମନ୍ଦିରା ନାଏକ, ଛୁଟିଲା ଶୁଭେଚ୍ଛା
କର୍ଲାମୁଣ୍ଡା,୨୩।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା ବିଜୁ ମହିଳା ଜନତା ଦଳର କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି । ଏଥିରେ କର୍ଲାମୁଣ୍ଡା ବ୍ଲକ ପୂର୍ବତନ ଜିଲା ପରିଷଦ…
ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ
କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…
ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….
ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…
ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…
ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…
Archives

