୫ ବର୍ଷରେ ମଲେଣି ୪୦୯ ହାତୀ

ଭୁବନେଶ୍ୱର,୨୩ା୫(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି ହାତୀ ମୃତ୍ୟୁ। କେତେବେଳେ ବିଦ୍ୟୁତ ତାର ଲାଗି ହାତୀଙ୍କ ମୃତ୍ୟୁ ଘଟୁଛି ତ ଆଉ କେତେବେଳେ ବିଷ ଖାଇ, ଟ୍ରେନ ଧକ୍କାରେ, ଶିକାରୀଙ୍କ ଗୁଳି ଓ ରୋଗରେ ଜୀବନ ଯାଉଛି। ଓଡ଼ିଶା ବନ୍ୟପ୍ରାଣୀ ସମିତିର ଏକ ପରିସଂଖ୍ୟାନ ଅନୁସାରେ, ଗତ ୫ ବର୍ଷରେ ଅର୍ଥାତ୍‌ ୨୦୧୭-୧୮ ରୁ ୨୦୨୧-୨୨ ମଧ୍ୟରେ ଓଡ଼ିଶାରେ ୪୦୯ ହାତୀ ମରିଛନ୍ତି। ତେବେ ଚଳିତବର୍ଷ ଜୁନ୍‌ ପର୍ଯ୍ୟନ୍ତ ଆହୁରି ୮ ହାତୀଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟ କହୁଛି। କିନ୍ତୁ ବାସ୍ତବ ମୃତ୍ୟୁସଂଖ୍ୟା ଏହାଠାରୁ ଢେର୍‌ ଅଧିକ ରହିଥିବା ଅନୁମାନ କରାଯାଉଛି। କାରଣ ଅନେକ ମୃତ୍ୟୁ ଘଟଣା ପଦାକୁ ଆସୁ ନ ଥିବାବେଳେ କେତେକ ଘଟଣାକୁ ବନ ବିଭାଗ ଲୁଚାଇଥିବା ମଧ୍ୟ ନଜିର ରହିଛି। ଏହାବାଦ ଗତ ଅଢ଼େଇ ବର୍ଷ ଭିତରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ୨୪ ହାତୀଦାନ୍ତ ଜବତ କରିଛି। ଅନ୍ୟ କେତେକ ଘଟଣାରେ ବନ ବିଭାଗ ମଧ୍ୟ ଦାନ୍ତ ଜବତ କରିଛି। ଏଥିରୁ ସ୍ପଷ୍ଟ ହେଉଛି, କୌଣସି ନା କୌଣସି ଦନ୍ତା ହାତୀକୁ ମାରିବା ପରେ ହିଁ ଦାନ୍ତ କଟାଯାଇଛି। ସେହିଭଳି ଆଠଗଡ଼ ନରସିଂହପୁର ୱେଷ୍ଟ ରେଞ୍ଜରେ ଏକ ହାତୀ ମୃତ୍ୟୁକୁ ଲୁଚାଯାଇଥିଲା। ମୃତ ହାତୀ ବ୍ୟବଚ୍ଛେଦ ନ କରାଇ ଜେସିବି ଲଗାଇ ପୋତି ଦେବା ଘଟଣାରେ ରେଞ୍ଜ ଅଫିସର, ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ନିଲମ୍ବିତ ହୋଇଥିଲେ। ଏଭଳି ଅନ୍ୟ କେତେକ ସ୍ଥାନରେ ଯେ ବନ ଅଧିକାରୀ ଓ କର୍ମଚାରୀମାନେ ବ୍ୟବଚ୍ଛେଦ ନ କରି ହାତୀଙ୍କୁ ପୋତି ନ ଥିବେ କିମ୍ବା ଘଟଣାକୁ ଲୁଚାଇ ନ ଥିବେ କିଏ କହିବ? ତେଣୁ ରାଜ୍ୟର ଜନସାଧାରଣ ଓ ବନ୍ୟ ପ୍ରାଣୀ ବିଶେଷଜ୍ଞମାନେ ଆଉ ବନ ବିଭାଗକୁ ଭରସା କରି ପାରୁନାହାନ୍ତି। ଏଥିସହ ହାତୀଙ୍କ ସୁରକ୍ଷା ଓ ସ୍ଥିତିକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି।
ରାଜ୍ୟରେ ବଢ଼ି ଚାଲିଥିବା ହାତୀମୃତ୍ୟୁ ଘଟଣାରେ କେନ୍ଦ୍ର ସରକାର ତୁରନ୍ତ ହସ୍ତକ୍ଷେପ କରିବା ପାଇଁ ଆନିମଲ ୱେଲଫେୟାର ଟ୍ରଷ୍ଟର ମୁଖ୍ୟ ପୁରବୀ ପାତ୍ର ଇ-ମେଲ ଜରିଆରେ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପିନ୍ଦର ଯାଦବ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖିଛନ୍ତି। ନଚେତ ଓଡ଼ିଶାରେ ହାତୀବଂଶ ଲୋପ ପାଇଯିବ ବୋଲି ପୁରବୀ କହିଛନ୍ତି। ସେହିଭଳି ହାତୀ ତଥା ଅନ୍ୟ ବନ୍ୟପ୍ରାଣୀଙ୍କ ମୃତ୍ୟୁ ବା ଶିକାର ଘଟଣାରେ ରାଜ୍ୟର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକଙ୍କ ଅସମ୍ଭବ ନୀରବତାକୁ ତୀବ୍ର ସମାଲୋଚନା କରିଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ ବିଶ୍ୱଜିତ ମହାନ୍ତି। ଜଣେ କି ଦୁଇ ଜଣଙ୍କୁ ଛାଡ଼ି ଦେଲେ, ବାକି ସମସ୍ତ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକମାନେ ଅକର୍ମା ଏବଂ ସୁବିଧାବାଦୀ ବୋଲି ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏନେଇ ବିଶ୍ୱଜିତ ଗୁରୁତର ଅଭିଯୋଗ ଆଣିଛନ୍ତି।
ସେପଟେ ଟ୍ରେନ୍‌ ଧକ୍କାରେ ହାତୀ ମୃତ୍ୟୁ ରୋକିବା ପାଇଁ ସୋଲାରଚାଳିତ ବାୟୋ-ଆକୋଷ୍ଟିକ୍‌ସ ବ୍ୟବହାର ଲାଗି ବେଙ୍ଗାଲୁରୁସ୍ଥିତ ଜିଓ ଇକୋସାଇନ୍ସେସ୍‌ ପ୍ରା. ଲି.ର ନିର୍ଦ୍ଦେଶକ ମହେଶ ଏସ୍‌.ଏସ୍‌. ରାଜ୍ୟର ମୁଖ୍ୟ ବନ୍ୟ ପ୍ରାଣୀ ତତ୍ତ୍ୱାବଧାରକଙ୍କୁ ପ୍ରସ୍ତାବ ଦେଇଛନ୍ତି। ଟ୍ରେନ ଆସିବାର କେଇ ମିନିଟ୍‌ ପୂର୍ବରୁ ଏହି ବାୟୋ-ଆକୋଷ୍ଟିକସ୍‌ ଯନ୍ତ୍ରଗୁଡ଼ିକରୁ ଶବ୍ଦ ନିର୍ଗତ ହେବ ଏବଂ ସେହି ଶବ୍ଦ ଶୁଣି ହାତୀମାନେ ଆଉ ରେଳ ଧାରଣା ଆଡ଼କୁ ଆସିବେ ନାହିଁ। ସବୁଠାରୁ ବଡ଼ କଥା ହେଲା ଏହି ଯନ୍ତ୍ରଗୁଡ଼ିକ ଲଗାଇବା ପାଇଁ ଅଧିକ କିଛି ଜମି, ବିଜୁଳି ଶକ୍ତି ବା ସିକ୍ୟୁରିଟି ଗାର୍ଡ ଦରକାର ହେବ ନାହିଁ ବୋଲି ମହେଶ ତାଙ୍କ ପ୍ରସ୍ତାବରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏସିଆନ ଗେମ୍ସରେ ଚମତ୍କାର କଲେ ଭାରତୀୟ ତୀରନ୍ଦାଜ ଟିମ୍‌: ଚାଇନାକୁ ହରାଇ ରଚିଲେ ଇତିହାସ

ନୂଆଦିଲ୍ଲୀ,୩୦।୯: ୨୦୨୬ ଏସିଆନ ଗେମ୍ସରେ ଭାରତକୁ ମିଳିଛି ସପ୍ତମ ସ୍ବର୍ଣ୍ଣ ପଦକ। କମ୍ପାଉଣ୍ଡ ତୀରନ୍ଦାଜୀର ମହିଳା ଟିମ ଇଭେଣ୍ଟରେ ଭାରତ ଚାଇନାକୁ ୨୩୮-୨୩୪ ପଏଣ୍ଟରେ ପରାସ୍ତ କରି…

୬ ବର୍ଷ ପରେ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର: ଶ୍ରଦ୍ଧାଳୁଙ୍କ ସହ ପ୍ରବେଶ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ,୩୦ା୯(ଅଜିତ୍‌ କୁମାର ମହାନ୍ତି)ଦୀର୍ଘଦିନ ଧରି ଭକ୍ତଙ୍କ ପାଇଁ ବନ୍ଦ ରହିଥିବା ମହାପ୍ରଭୁଙ୍କ ଜନ୍ମବେଦି ଶ୍ରୀଗୁଣ୍ଡିଚା ମନ୍ଦିର ବୁଧବାରଠାରୁ ଖୋଲିଛି। ପୂଜାର୍ଚ୍ଚନା ପରେ ୭ଟା ୪୫ ମିନଟ୍‌ରେ ସର୍ବସାଧାରଣଙ୍କ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଜିଲା ପାଠାଗାରରେ ମିଳୁନି ମୌଳିକ ସୁବିଧା: ସମସ୍ୟା ଭୋଗୁଛନ୍ତି ଛାତ୍ରୀଛାତ୍ର

ବରଗଡ଼,୩୦।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ପାଠାଗାର ଅବ୍ୟବସ୍ଥିତଭାବେ ପଡ଼ି ରହିଛି। ଏଠାରେ ମୌଳିକ ସୁବିଧା ସୁଯୋଗ ମଧ୍ୟ ଅପହଞ୍ଚ ହୋଇ ପଡ଼ିଛି। ଏଭଳି ଅଭିଯୋଗ ନେଇ ପାଠାଗାରକୁ ନିୟମିତ…

ଆଜି ୧୨ଘଣ୍ଟିଆ ଓଡ଼ିଶା ବନ୍ଦ: ଜାଣନ୍ତୁ କ’ଣ ପଡ଼ିବ ପ୍ରଭାବ

ଭୁବନେଶ୍ୱର, ୩୦ା୯(ବନ୍ଦନା ସେଠୀ):ତ୍ରୁଟିପୂର୍ଣ୍ଣ ପାଠ୍ୟ ପୁସ୍ତକକୁ ନେଇ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ (ଏନ୍‌ଓ୍ବାଇସିଏସ୍‌) ପକ୍ଷରୁ ବୁଧବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ…

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ: ବିଜୁଳି-ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର,୩୦ା୯(ବନ୍ଦନା ସେଠୀ):ଉତ୍ତର-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ- କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ର ପତ୍ତନଠାରୁ ୩.୧ରୁ ୪.୫ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?