୫ ବର୍ଷରେ ୪୦୬ ହାତୀ ମୃତ

ଭୁବନେଶ୍ୱର, ୮।୧୨(ବ୍ୟୁରୋ): ରାଜ୍ୟରେ ବର୍ଷକୁ ପ୍ରାୟ ୮୧ଟି ହାତୀଙ୍କର ମୃତ୍ୟୁ ଘଟୁଥିବା ଜଣାପଡ଼ିଛି। ୨୦୧୬-୧୭ରୁ ଗତ ୫ବର୍ଷ ମଧ୍ୟରେ ରାଜ୍ୟରେ ୪୦୬ ହାତୀଙ୍କର ମୃତ୍ୟୁ ଘଟିଥିବା ଜଙ୍ଗଲ, ପରିବେଶ ଓ ଜଳବାୟୂ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି। ମଙ୍ଗଳବାର ବିଧାନସଭାରେ ବିଧାୟକ ସୁରେଶ ରାଉତରାୟଙ୍କ ପ୍ରଶ୍ନର ଉତ୍ତର ରଖି ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀଙ୍କ ତଥ୍ୟାନୁସାରେ, ରାଜ୍ୟରେ ଗତ ୫ବର୍ଷ ଅର୍ଥାତ୍‌ ୨୦୧୬-୧୭ ମସିହାରୁ ୨୦୨୦-୨୧ ମଧ୍ୟରେ ୪୦୬ ହାତୀଙ୍କର ଜୀବନ ଯାଇଛି। ସେଥିମଧ୍ୟରୁ କେବଳ ଦୁର୍ଘଟଣାରେ ୧୬୨ଟି ହାତୀ ପ୍ରାଣ ହରାଇଛନ୍ତି। ଟ୍ରେନ୍‌ ଧକ୍କାରେ ୧୪, ରାସ୍ତା ଦୁର୍ଘଟଣାରେ ୪, ବିଦ୍ୟୁତ ଆଘାତରେ ୫୪ ଏବଂ ଅନ୍ୟାନ୍ୟ କାରଣରୁ ୯୦ ହାତୀଙ୍କର ଜୀବନ ଯାଇଛି। ୨୦୧୮-୧୯ରେ ସର୍ବାଧିକ ୯୩ ହାତୀଙ୍କ ମୃତ୍ୟୁ ଘଟିଥିବାବେଳେ ୨୦୧୯-୨୦ରେ ୮୨, ୨୦୨୦-୨୧ ଅଗଷ୍ଟ ୩୦ ପର୍ଯ୍ୟନ୍ତ ୩୦ ହାତୀଙ୍କର ମୃତ୍ୟୁ ହୋଇଛି। ତେବେ ରାଜ୍ୟରେ ଶିକାରୀମାନେ ଏହି ୫ ବର୍ଷରେ ୧୧ଟି ହାତୀଙ୍କୁ ମାରିଛନ୍ତି ବୋଲି ମନ୍ତ୍ରୀ ଆରୁଖ କହିଛନ୍ତି। ସୂଚନାଯୋଗ୍ୟ, ୨୦୧୭ ହାତୀ ଗଣନା ରିପୋର୍ଟ ଅନୁସାରେ, ରାଜ୍ୟରେ ୧,୯୭୬ ହାତୀ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାର୍ଥୀ ଚୟନକୁ ନେଇ ଅଙ୍କକଷା

ବ୍ରଜରାଜନଗର,୪ା୫ (ଡି.ଏନ.ଏ.): ବ୍ରଜରାଜନଗର ନିିର୍ବାଚନ ମଣ୍ଡଳୀ ପାଇଁ ନିିର୍ବାଚନ କମିଶନ ତାରିଖ ଘୋଷଣା କରିବା ପରେ ଏଠାକାର ଦଳୀୟ ରାଜନୀତି ସରଗରମ ହୋଇଉଠିିଛି। ତିନି ପ୍ରମୁଖ...

ସୋମବାରଠାରୁ ଗଞ୍ଜାମରେ କୋଭାକ୍ସିନ ଟିକାକରଣ

ଛତ୍ରପୁର,୪ା୭(ଡି.ଏନ୍‌.ଏ.): ଭୁବନେଶ୍ୱର ପରେ ପ୍ରଥମ ଥର ପାଇଁ ଗଞ୍ଜାମ ଜିଲାରେ କୋଭାକ୍ସିନ ପହଞ୍ଚିଛି। ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲା ପାଇଁ ୧ ଲକ୍ଷ ୪୦...

ଆଜି ଖୋଲିବ ଇଭିଏମ୍‌, ଆଶଙ୍କାରେ ପ୍ରାର୍ଥୀ

ଭୁବନେଶ୍ୱର,୨୬।୩(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିର୍ବାଚନ ସରିଛି। ନିଜ ମନ ପସନ୍ଦର ନେତା ବାଛିଛନ୍ତି ରାଜଧାନୀବାସୀ। ଅପେକ୍ଷା କେବଳ ଫଳାଫଳକୁ। ଲୋକଙ୍କ ବିଶ୍ୱାସ ଜିତିବାରେ କିଏ ସଫଳ...

ଭୁବନେଶ୍ବର ବିମାନବନ୍ଦରରୁ ୪୦୦ ପ୍ୟାକେଟ ବିଦେଶୀ ସିଗାରେଟ ଜବତ

ଭୁବନେଶ୍ୱର,୧୫।୧୦(ବ୍ୟୁରୋ): ଭୁବନେଶ୍ୱର ବିମାନବନ୍ଦରରୁ ବିଦେଶୀ ସିଗାରେଟ ଜବତ କରିଛି ରାଜସ୍ବ ଗୁଇନ୍ଦା ବିଭାଗ। ମଙ୍ଗଳବାର ମାଲେସିଆର କ୍ୱାଲାଲମପୁରରୁ ୨ ଜଣ ସିଗାରେଟ୍‌ ନେଇ ପୋଲିସ ସେମାନଙ୍କୁ...

ପ୍ରେମିକାଙ୍କ ପରିବାର ଲୋକଙ୍କୁ ଗିରଫ ଦାବିରେ ରାସ୍ତାରୋକୋ

କଟକ ଅଫିସ,୪ା୩: ମଙ୍ଗଳାବାଗ ଥାନା ଅଧୀନ ମହ୍ଲାସାହିର ବିଶ୍ୱନାଥ ଭୂୟଁା(୨୫) ସୋମବାର ଅପରାହ୍ନ ୫ଟାରେ ବେକରେ ଗାମୁଛା ବାନ୍ଧି ଘରେ ଆତ୍ମହତ୍ୟା କରିଥିଲେ। ତେବେ ପ୍ରେମ...

ମୁଖ୍ୟମନ୍ତ୍ରୀଙ୍କ ନୈତିକତା କୁଆଡ଼େ ଗଲା: ଧର୍ମେନ୍ଦ୍ର

ଭୁବନେଶ୍ୱର,୨୦।୧୧(ବ୍ୟୁରୋ): ମମିତା ମେହେର ହତ୍ୟା ମାମଲାକୁ ନେଇ ଶୁକ୍ରବାର ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବର୍ଷିଛନ୍ତି। ଦଳୀୟ...

‘ପଠାନ୍‌’କୁ ବିରୋଧ, ଚିରିଲେ ପୋଷ୍ଟର

ଭୁବନେଶ୍ୱର,୨୬।୧(ବ୍ୟୁରୋ): ବହୁ ବାଦବିବାଦ ମଧ୍ୟରେ ବଲିଉଡ ଚଳଚ୍ଚିତ୍ର ‘ପଠାନ୍‌’ ବୁଧବାର ମୁକ୍ତିଲାଭ କରିଛି। ଅନେକ ସ୍ଥାନରେ ଏହାକୁ ବିରୋଧ କରାଯାଇଛି। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ କଳିଙ୍ଗ...

ଆଜିଠୁ ଆଦର୍ଶ ବିଦ୍ୟାଳୟରେ ନାମଲେଖା

ଭୁବନେଶ୍ୱର, ୧୮ା୬(ବ୍ୟୁରୋ): ରାଜ୍ୟରେ ଥିବା ସମସ୍ତ ୨୧୪ ଆଦର୍ଶ ବିଦ୍ୟାଳୟରେ ଗୁରୁବାରଠାରୁ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ। ଷଷ୍ଠ ଶ୍ରେଣୀରେ ନାମ ଲେଖାଇବାକୁ ଥିବା ଛାତ୍ରୀଛାତ୍ରଙ୍କ...

Advertisement
Archives

Model This Week