Posted inଖେଳ

କ୍ରୋଏସିଆରେ ବିଏ ପରୀକ୍ଷା ଦେବେ ଶୁଟର ଭାକର

ନୂଆଦିଲ୍ଲୀ, ୧୭ା୫ (ପି.ଟି.): ଭାରତର ଷ୍ଟାର ଶୁଟର ମନୁ ଭାକର କ୍ରୋଏସିଆ ରାଜଧାନୀ ଜାଗ୍ରେବସ୍ଥିତ ଏକ ହୋଟେଲ ରୁମ୍‌ରେ ତାଙ୍କ ବିଏ ପରୀକ୍ଷା ଦେବେ। ଟୋକିଓ ଅଲିମ୍ପିକ୍ସରେ ଭାଗ ନେବାକୁଥିବା ଭାରତୀୟ ଶୁଟିଂ ଟିମ୍‌ ସହ ଭାକର କ୍ରୋଏସିଆ ଗସ୍ତ କରିଛନ୍ତି। ସେ ତାଙ୍କ ସାଥୀରେ ଶୁଟିଂ ସରଞ୍ଜାମ ସହ ପରୀକ୍ଷା ପାଇଁ ପ୍ରସ୍ତୁତି ଲାଗି ବହିପତ୍ର ମଧ୍ୟ ନେଇଛନ୍ତି। ସେଠାରେ ଟ୍ରେନିଂ ସହ ସେ ବିଭିନ୍ନ ପ୍ରତିଯୋଗିତାରେ ମଧ୍ୟ ଅଂଶଗ୍ରହଣ କରିବେ। ଅଲିମ୍ପିକ୍ସ ପ୍ରସ୍ତୁତି କ୍ଷେତ୍ରରେ ଏହା ବିଶେଷ ସହାୟକ ହେବ। ୧୯ ବର୍ଷୀୟା ଚାମ୍ପିୟନ ଶୁଟର ଭାକର ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସମ୍ମାନଜନକ ଲେଡି ଶ୍ରୀରାମ୍‌ କଲେଜରେ ରାଜନୀତି ବିଜ୍ଞାନର ଜଣେ ଛାତ୍ରୀ। ମେ’ ୧୮ରେ ତାଙ୍କର ବିଏ ଚତୁର୍ଥ ସେମିଷ୍ଟର ପରୀକ୍ଷା ଆରମ୍ଭ ହେବ। ଓସିଜେକ୍‌ଠାରେ ୟୁରୋପିଆନ ଚାମ୍ପିୟନଶିପ୍‌ ଏହାର ଦୁଇଦିନ ପରେ ମେ’ ୨୦ରେ ଆରମ୍ଭ ହେବ। ଭାରତ ଏଥିରେ ଏକ ଆମନ୍ତ୍ରିତ ଦଳ ଭାବେ ଅଂଶଗ୍ରହଣ କରିବ। ଏହି ମହାଦେଶୀୟ ଟୁର୍ନାମେଣ୍ଟ ଓ ଭାକରଙ୍କ ପରୀକ୍ଷା ଏକ ସମୟରେ ଅନୁଷ୍ଠିତ ହେଉଥିଲେ ମଧ୍ୟ ତାଙ୍କ ଇଭେଣ୍ଟଗୁଡ଼ିକ ପରୀକ୍ଷା ଦିନ ନାହିଁ। ତାଙ୍କୁ ଉଭୟକୁ ଏକ ସଙ୍ଗେ ତୁଲେଇବାକୁ ପଡ଼ିବ। ଭାକର କହିଛନ୍ତି ପାଠପଢ଼ାକୁ ଯଦିଓ ସେ ଗୁରୁତ୍ୱ ଦିଅନ୍ତି ଶୁଟିଂ ପ୍ରତିଯୋଗିତାକୁ ସେ ଅଗ୍ରାଧିକାର ଦେବେ। ଟୋକିଓ ଅଲିମ୍ପିକ୍ସରେ ଭାକର ଦେଶ ପାଇଁ ପଦକ ଜିତିବେ ବୋଲି ଆଶା କରାଯାଉଛି। ୟୁଥ୍‌ ଅଲିମ୍ପିକ୍ସ, ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱକପ୍‌ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ବିଜୟିନୀ ଭାକର କହିଛନ୍ତି ୨୦୨୧ ହେଉଛି ଅଲିମ୍ପିକ୍ସ ବର୍ଷ। ଶ୍ରେଷ୍ଠ ପ୍ରଦର୍ଶନ ସହ ଦେଶକୁ ଗୌରବାନ୍ବିତ କରିବା ତାଙ୍କର ମୂଳ ଲକ୍ଷ୍ୟ। ଭାକରଙ୍କ ପିତା ରାମକିଷନ ଭାକର ମର୍ଚ୍ଚାଣ୍ଟ ନେଭିରେ ଜଣେ ଚିଫ୍‌ ଇଞ୍ଜିିନିୟର। କ୍ରୀଡ଼ାରେ ଝିଅର କ୍ୟାରିୟର ଗଢ଼ିତୋଳିବାରେ ତାଙ୍କର ବିଶେଷ ଭୂମିକା ରହିଛି। ଭାକର ତାଙ୍କ ଲିଖିତ ପରୀକ୍ଷାର ପ୍ରଶ୍ନୋତ୍ତର ମୋବାଇଲ ସ୍କାନର ଜରିଆରେ ପଠାଇବେ। ଜୁଲାଇ ୨୩ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ହେବାକୁଥିବା ଟୋକିିଓ ଅଲିମ୍ପିକ୍ସର ତିନୋଟି ଇଭେଣ୍ଟ ପାଇଁ ସେ ମନୋନୀତ ହୋଇଛନ୍ତି। ସେ ଅଭିଜ୍ଞ ରାହି ସାର୍ନୋବତ୍‌ଙ୍କ ସହ ମହିଳା ୨୫ ମିଟର ପିସ୍ତଲ ଏବଂ ଯଶସ୍ବିନୀ ସିଂ ଦେଶଓ୍ବାଲଙ୍କ ସହ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଭାଗ ନେବେ। ଭାକର ଆହୁରି ମଧ୍ୟ ସୌରଭ ଚୌଧାରୀଙ୍କ ସହ ୧୦ ମିଟର ପିସ୍ତଲ ମିକ୍ସଡ ଟିମ୍‌ ଇଭେଣ୍ଟରେ ଭାଗ ନେବେ। ମହାଦେଶୀୟ ଇଭେଣ୍ଟ ପରେ ଭାରତୀୟ ଶୁଟରମାନେ ଜୁନ୍‌ ୨୨ରୁ ଜୁଲାଇ ୩ ପର୍ଯ୍ୟନ୍ତ ସମାନ ସହର ଓସିଜେକ୍‌ଠାରେ ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱକପ୍‌ରେ ଭାଗ ନେବେ। ସୂଚନାଯୋଗ୍ୟ, ଗତ ମଙ୍ଗଳବାର ଏକ ସ୍ବତନ୍ତ୍ର ବିମାନ ଯୋଗେ ଅଲିମ୍ପିକ ଯୋଗ୍ୟତା ହାସଲ କରିଥିବା ୧୩ ଶୁଟର, ୭ କୋଚ୍‌, ୫ ଫିଜିଓ ଏବଂ ୨ ଜଣ ଭିଡିଓ କର୍ମଚାରୀ ଜାଗ୍ରେବ ସହରରେ ପହଞ୍ଚତ୍ଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

୩୮ ବର୍ଷୀୟ ଉମେଶ ଯାଦବଙ୍କୁ ସୁଯୋଗ ଦେଲା ଶୁଭମନ ଗିଲଙ୍କ ଟିମ୍, ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କଲା ନିଷ୍ପତ୍ତି!

ନୂଆଦିଲ୍ଲୀ,୩୦ା୯: ଭାରତୀୟ କ୍ରିକେଟ ଦଳର ଅଭିଜ୍ଞ ଦ୍ରୁତ ବୋଲର ଉମେଶ ଯାଦବ ୩୮ ବର୍ଷ ବୟସରେ ଏକ ନୂଆ ଦଳରୁ ଖେଳିବାର ସୁଯୋଗ ପାଇଛନ୍ତି। ଆଗାମୀ ଘରୋଇ…

‘କାଲି ତ ମୁଁ ମ୍ୟାଚ୍ ଖେଳିଥାଆନ୍ତି…’, ନିଜ ମୃତ୍ୟୁ ଖବର ଦେଖି ହସିଲେ କ୍ରିକେଟର, ଭାଇରାଲ୍‌ ହେଉଛି ଭିଡିଓ

ନୂଆଦିଲ୍ଲୀ,୩୦।୯: ପାକିସ୍ତାନୀ କ୍ରିକେଟର ଆଜମ ଖାନଙ୍କ ମୃତ୍ୟୁ ଖବର ଦେଖି ନିଜେ ହିଁ ହସିଲେ ଆଜମ । ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ୍‌ ହେଉଛି,…

ପଛରେ ପଡ଼ିଗଲେ କୋହଲି: ଗିଲ୍‌ ଦେଉଛନ୍ତି ଜୋରଦାର ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୩୦।୯: ଆଇସିସିର ସଦ୍ୟତମ ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗରେ ଭାରତୀୟ ଦଳର ଦୁଇ ଷ୍ଟାର୍‌ ବ୍ୟାଟରଙ୍କ ମଧ୍ୟରେ ଜୋରଦାର ଲଢ଼େଇ ଦେଖିବାକୁ ମିଳିଛି। ଶୁବମନ ଗିଲ ନମ୍ବର-୧ ସ୍ଥାନ…

ଦିନେ କରୁଥିଲେ ନକଲ, ଏବେ ଟିମ୍‌ ଇଣ୍ଡିଆ ପାଇଁ ଡେବ୍ୟୁ କରିବେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୩୦।୯: କୁହାଯାଏ, ନକଲ ପାଇଁ ମଧ୍ୟ ଅକଲ ଦରକାର। ଦକ୍ଷିଣ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ଡେଲ ଷ୍ଟେନଙ୍କ ଆଦର୍ଶ ମାନି ତାଙ୍କ ବୋଲିଂ ଆକ୍ସନ ଓ…

ଟିମ ମାହୋଲରେ ଖୁସିନାହାନ୍ତି ବିରାଟ କୋହଲି: ଚାଞ୍ଚଲ୍ୟକର ବୟାନ ଦେଲେ କ୍ରିକେଟ୍‌ କିମ୍ବଦନ୍ତୀ

ନୂଆଦିଲ୍ଲୀ,୩୦।୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ରେ ବ୍ୟସ୍ତ ଅଛନ୍ତି ବିରାଟ କୋହଲି। ଏହି ସମୟରେ ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ବିରାଟଙ୍କ ଟେଷ୍ଟ କ୍ରିକେଟରୁ ଅବସରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?