Posted inଭଦ୍ରକ

ପକ୍ଷୀଙ୍କ ସେବାରେ ଜ୍ୟୋତି

ଭଣ୍ଡାରିପୋଖରୀ, ୧୭।୫ (ଡି.ଏନ.ଏ.)-ଗ୍ରୀଷ୍ମପ୍ରବାହ ଯୋଗୁ ବର୍ତ୍ତମାନ ଡହ ଡହ ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ଖରାଦିନେ ମଣିଷ ନିଜର ଆବଶ୍ୟକତା ପାଇଁ ପାଣି, ଖାଦ୍ୟ ଆଦି ଯୋଗାଡ଼ କରିପାରୁଛି। କିନ୍ତୁ ପ୍ରାଣୀ, ପକ୍ଷୀ ଆଦି ସେମାନଙ୍କ ଲାଗି କେଉଁଠୁ ପାଣି କିମ୍ବା ଖାଦ୍ୟ ଆଣିବେ। ମୁଖ୍ୟତଃ ଏହି ଦିନେ ପାଣି ଅଭାବ ଯୋଗୁ ଅନେକ ସମୟରେ ପ୍ରାଣୀ, ପକ୍ଷୀ ମୃତ୍ୟୁମୁଖରେ ପଡୁଥିବା ସାମ୍ନାକୁ ଆସିଥାଏ। ଗାଡ଼ିଆ ପୋଖରୀ ଓ କେନାଲ ଶୁଖିଲା ପଡ଼ିଛି। ଏଭଳି ସମୟରେ ତୁଷାର୍ତ୍ତ ପକ୍ଷୀଙ୍କୁ ପାଣି ଓ ଖାଦ୍ୟ ଯୋଗାଇବା ବ୍ୟବସ୍ଥା କରି ଚର୍ଚ୍ଚାକୁ ଆସିଛନ୍ତି ଜ୍ୟୋତି ଶଙ୍କର ପଣ୍ଡା (୩୭)। ତାଙ୍କ ଘର ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ବୟାବନାପୁର ପଞ୍ଚାୟତରେ। ପେସାରେ ଜଣେ ଉଦ୍ୟାନ ସାଥୀ ଭାବେ କାର୍ଯ୍ୟ କରୁଥିବା ଜ୍ୟୋତି ଗଁା ପାଖ ଦେଇ ଯାଇଥିବା ରାସ୍ତାକଡ଼ରେ ପ୍ରାୟ ଏକ ମାଇଲ ଦୂରତା ଯାଏ ଗଛରେ ଚଢ଼େଇଙ୍କ ପାଇଁ ପାଣି ଓ ଖାଦ୍ୟ ରଖୁଛନ୍ତି। ଆଉ ଏଥିରେ ସହଯୋଗ କରୁଛନ୍ତି ତାଙ୍କର ୯ ବର୍ଷର ଝିଅ ମାମାଲି। ତୁଷାର୍ତ୍ତ ପକ୍ଷୀମାନଙ୍କ କଷ୍ଟ ସହି ନ ପାରି ଏଭଳି ପଦକ୍ଷେପ ନେଇଥିବା ସେ କହିଛନ୍ତି।
ଜ୍ୟୋତି କହନ୍ତି, ଚଳିତବର୍ଷ ହୋଲି ଦିନ ଘର ପାଖ ନଳକୂପରେ ହାତଗୋଡ଼ ଧୋଉଥିଲେ। ଏହି ସମୟରେ ନଳକୂପ ପାଖରେ ଥିବା ଏକ ଗଛରେ କିଛି ପକ୍ଷୀଙ୍କ କିଚିରି ମିଚିର ଶବ୍ଦ ତାଙ୍କୁ ଆନ୍ଦୋଳିତ କରିଥିଲା। ଏକ ପାତ୍ରରେ କିଛି ପାଣି ନେଇ ଗଛ ମୂଳେ ରଖି ଅଣ ଆଢୁଆଳରେ ରହି ଦେଖିଲେ ଯେ ପକ୍ଷୀମାନେ ଆସି ପାଣି ପିଇବା ସହ ଗାଧୋଇଥିଲେ। ସେହିଦିନଠାରୁ ସେ ପକ୍ଷୀମାନଙ୍କୁ ପାଣି ଓ ଖାଦ୍ୟ ଦେବା ପାଇଁ ଅଣ୍ଟା ଭିଡ଼ିଥିଲେ। ସାଙ୍ଗରେ ତାଙ୍କ ଝିଅ ମାମାଲି ସହଯୋଗ ପାଇଁ ବାହାରିଥିଲେ। ଗଛରେ ଷ୍ଟିଲ, ପ୍ଲାଷ୍ଟିକ ପାତ୍ର ବାନ୍ଧି ପାଣି ଓ ଦାନା ଯୋଗାଇ ଆସୁଛନ୍ତି। ପ୍ରଥମେ ଗୋଟିଏ ଗଛରେ ବାନ୍ଧି ଖାଇବାକୁ ଦେଉଥିଲେ। ଏବେ ଏକ ମାଇଲ ପର୍ଯ୍ୟନ୍ତ ଗ୍ରାମ ରାସ୍ତା ପାର୍ଶ୍ୱ ବର, ଅଶ୍ୱତ୍‌ଥ ଓ କୃଷ୍ଣଚୁଡ଼ା ଗଛରେ ଚଢ଼େଇଙ୍କ ଲାଗି ଏଭଳି ବ୍ୟବସ୍ଥା କରୁଛନ୍ତି। ଦୈନିକ ଅଢ଼େଇ କିଲୋ ଚାଉଳ ଓ ଦାନା ଦେଉଛନ୍ତି। ଏମିତିକି ଖରା ଦାଉରୁ ଚଢ଼େଇଙ୍କ ବସା ରକ୍ଷା ଲାଗି ଡାଳପତ୍ର ନେଇ ସଜାଡ଼ି ରଖିଥାନ୍ତି। ସକାଳେ ବାପଝିଅ ପକ୍ଷୀଙ୍କ ସେବା କରିସାରିବା ପରେ ସେ ନିଜ କର୍ମମୟ ଜୀବନକୁ ଫେରିଥାନ୍ତି। ଏଥିପାଇଁ ତାଙ୍କୁ ପ୍ରତିଦିନ ପ୍ରାୟ ୪ ଘଣ୍ଟା ଦେବାକୁ ପଡୁଛି। ଅଧିକ ଗଛରେ ପାତ୍ର ବାନ୍ଧି ପକ୍ଷୀଙ୍କୁ ଖାଇବା ପାଇଁ ଦେବାକୁ ଇଚ୍ଛା ଥିଲେ ମଧ୍ୟ ଆବଶ୍ୟକ ଅର୍ଥ ନ ଥିବାରୁ ଏତିକିରେ ସୀମିତ ରଖିଛନ୍ତି। ନିରୀହ ପକ୍ଷୀମାନଙ୍କ ସେବା କରି ଆତ୍ମତୃପ୍ତି ମିଳୁଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶାଗ ତୋଳିବାକୁ ଯାଇ ମୁକୁଳା ଡ୍ରେନରେ ପଡିଗଲେ ବ୍ୟକ୍ତି, ତାପରେ….

ଭଦ୍ରକ,୨୯।୯(ସନାତନ ରାଉତ): ମୁକୁଳା ଡ୍ରେନ୍ ନେଲା ଜୀଵନ । ଭଦ୍ରକ ବାଇପାସ ସ୍ଥିତ କେନାଲ ଡିଭିଜନ ଅଫିସ ଭିତର ଡ୍ରେନରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି…

ସ୍କୁଲ ଯିବା ବାଟରେ ସ୍କୁଟି ଆଗକୁ ଆସିଗଲା ଛେଳି, ଦୁର୍ଘଟଣାରେ ଚାଲିଗଲା ଶିକ୍ଷୟିତ୍ରୀଙ୍କ ଜୀବନ

ବାସୁଦେବପୁର,୨୮ା୯(କାଳି ପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ମନ୍ଦାରୀ ବନ୍ଧ ମୁଣ୍ଡ ପୋଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମୃତକ ହେଉଛନ୍ତି ବାସୁଦେବପୁର ପୌରାଞ୍ଚଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?