ଦୀର୍ଘ ସମୟ କାମ କରୁଛନ୍ତି କି; ଯାଇପାରେ ଜୀବନ

ଜେନେଭା,୧୭।୫:କରୋନା ମହାମାରୀ ଯୋଗୁ ଲୋକଙ୍କ ଜୀବନଶୈଳୀ ସମ୍ପୂର୍ଣ୍ଣ ବଦଳି ଯାଇଛି। ଖାଇବା ପିଇବା ଠାରୁ ପାର୍ଟି କରିବା, ସାଙ୍ଗମାନଙ୍କୁ ଭେଟିବା, ବାହାରକୁ ଯିବା ଏବଂ ଅଫିସ କାମ କରିବା ପର୍ଯ୍ୟନ୍ତ ସମସ୍ତ ପଦ୍ଧତି ବଦଳି ଯାଇଛି। ଏଥି ସହିତ, କରୋନା ମହାମାରୀ ସମୟରେ ଲୋକଙ୍କ ଦୀର୍ଘ ଘଣ୍ଟା କାମ କରିବାର ପ୍ରବୃତ୍ତି ବୃଦ୍ଧି ପାଇଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ସୋମବାର କହିଛି ଯେ ଦୀର୍ଘ ଘଣ୍ଟା କାମ କରିବାର ପ୍ରବୃତ୍ତି ହେତୁ ପ୍ରତିବର୍ଷ ଶହ ଶହ ଲୋକଙ୍କ ଜୀବନ ନଷ୍ଟ ହୋଇଥାଏ। ମହାମାରୀ ସମୟରେ ଏହି ସଂଖ୍ୟା ହଜାରରୁ ଅଧିକରେ ପହଞ୍ଚିପାରେ।
‘ଦୀର୍ଘ କାର୍ଯ୍ୟ, ଜୀବନ ଉପରେ ପ୍ରଭାବ’ ବିଷୟରେ ଅନ୍ତର୍ଜାତୀୟ ପରିବେଶ ଜର୍ଣ୍ଣାଲରେ ଦୁନିଆର ପ୍ରଥମ ଅଧ୍ୟୟନ ପ୍ରକାଶ ପାଇଛି। ରିପୋର୍ଟ ହୋଇଛି ଯେ, ୨୦୧୬ ମସିହାରେ ଦୀର୍ଘ କାର୍ଯ୍ୟ ସମୟ ହେତୁ ଷ୍ଟ୍ରୋକ ଏବଂ ହୃଦରୋଗ ବୃଦ୍ଧି ପାଇଥିଲା, ଯାହା ଦ୍ୱାରା ସାରା ବିଶ୍ୱରେ ୭.୪୫ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିଥିଲା। ୨୦୦୦ ମସିହା ତୁଳନାରେ ଏହି ସଂଖ୍ୟା ପ୍ରାୟ ୩୦ ପ୍ରତିଶତ ଅଧିକ ଥିଲା।
ଡବ୍ଲ୍ୟୁଏଚ୍‌ଓର ପରିବେଶ, ଜଳବାୟୁ ପରିବର୍ତ୍ତନ ଏବଂ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ମାରିଆ ନେରା କହିଛନ୍ତି ଯେ, ସପ୍ତାହରେ ୫୫ ଘଣ୍ଟା କିମ୍ବା ଅଧିକ କାର୍ଯ୍ୟ କରିବା ସ୍ବାସ୍ଥ୍ୟ ପାଇଁ ଗୁରୁତର ବିପଦ ଅଟେ। ସେ କହିଛନ୍ତି ଯେ, ଏହି ସୂଚନା ସହିତ ଆମେ ଦୀର୍ଘ ଦିନ ଧରି କାର୍ଯ୍ୟରେ ନିୟୋଜିତ ଶ୍ରମିକମାନଙ୍କ ଜୀବନ ବଞ୍ଚାଇବାକୁ ଚାହୁଁଛୁ। ଡବ୍ଲ୍ୟୁଏଚ୍‌ଓ ଏବଂ ନ୍ତର୍ଜାତୀୟ ଶ୍ରମ ସଂଗଠନର ଏହି ମିଳିତ ଅଧ୍ୟୟନ ମୋଟ ୧୯୪ଟି ଦେଶର ତଥ୍ୟ ଉପରେ ଆଧାରିତ। ଏହି ଅଧ୍ୟୟନ ୨୦୦୦ରୁ ୨୦୧୬ ପର୍ଯ୍ୟନ୍ତ ତଥ୍ୟ ଅଧ୍ୟୟନ କରିଛି। ଏଥିରେ ଦର୍ଶାଯାଇଛି ଯେ ଯେଉଁମାନେ ୫୫ ଘଣ୍ଟା କିମ୍ବା ତା’ଠାରୁ ଅଧିକ କାମ କରନ୍ତି ସେମାନଙ୍କ ପ୍ରତି ସପ୍ତାହରେ ୩୫-୪୦ ଘଣ୍ଟା କାମ କରୁଥିବା ଲୋକଙ୍କ ତୁଳନାରେ ୩୫% ଷ୍ଟ୍ରୋକ ଏବଂ ୧୭% ଜୀବନ ହାନି ହେବାର ଆଶଙ୍କା ଥାଏ। ଦୀର୍ଘମିଆଦି ପାର୍ଶ୍ୱ ପ୍ରତିକ୍ରିୟାରେ ଚାଇନା, ଜାପାନ ଏବଂ ଅଷ୍ଟ୍ରେଲିଆ ସର୍ବାଧିକ ପ୍ରଭାବିତ ଦେଶ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ମୁଖ୍ୟଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ କହିଛନ୍ତି ଯେ, କରୋନା ମହାମାରୀରେ ଦୀର୍ଘକାଳୀନ କାର୍ଯ୍ୟ ଧାରା ୯% ବୃଦ୍ଧି ପାଇଛି। ଏହି ଧାରାକୁ ସୁଧାରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ କେମିତି କଲା ଆକ୍ରମଣ, ଇରାନର କେତେ ହେଲା କ୍ଷତି ଜାଣନ୍ତୁ ସେ ସମ୍ପର୍କରେ…

ତେହରାନ,୧୯ା୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବିଶ୍ୱଯୁଦ୍ଧର ଆଶଙ୍କା ଆହୁରି ଗଭୀର ହେବାକୁ ଲାଗିଲାଣି। ଇସ୍ରାଏଲ ଦ୍ୱାରା ଇରାନ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ ଆକ୍ରମଣ...

ଦିନେଶ ତ୍ରିପାଠୀ କିଏ? ଯାହାଙ୍କ ଯୁଦ୍ଧ ଦକ୍ଷତା ବେଶ୍‌ ପ୍ରସିଦ୍ଧ, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ,୧୯ା୪: ଦିନେଶ ତ୍ରିପାଠୀଙ୍କୁ କେନ୍ଦ୍ର ସରକାର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଦିନେଶ ଏପ୍ରିଲ ୩୦ରେ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବେ...

ଇସ୍ରାଏଲ ଜାହାଜରେ ଥିବା ୧୬ ଭାରତୀୟ ଘରକୁ ଫେରିବେ

ଜେରୁଜେଲମ୍‌,୧୯ା୪: ଭାରତରେ ଇରାନର ରାଷ୍ଟ୍ରଦୂତ ଇରାଜ ଇଲାହୀ କହିଛନ୍ତି, ତାଙ୍କ ଦେଶ ଦ୍ୱାରା ଧରାଯାଇଥିବା ମାଲ୍‌ବାହୀ ଜାହାଜର ଅବଶିଷ୍ଟ ୧୬ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ...

ତେହେରାନ ଯାଉଥିବା ସମସ୍ତ ବିମାନ ବାତିଲ, ଇରାନ କହିଲା ପାଓ୍ବାର ଓ ନ୍ୟୁକ୍ଲିୟର ପ୍ଲାଣ୍ଟ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ

ତେହେରାନ,୧୯।୪: ସିରିଆର ରାଜଧାନୀ ଦମିଶ୍କରେ ଇରାନ ଦୂତାବାସ ଉପରେ ଏୟାର ଷ୍ଟ୍ରାଇକ ପରେ ପଶ୍ଚିମ ଏସିଆର ଅବସ୍ଥା କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ସମଗ୍ର...

ମାନିଲେନି ନେତାନ୍ୟାହୁ: ଇରାନ ଉପରେ ଗୋଟିଏ ପରେ ଗୋଟିଏ ମିଶାଇଲ ମାଡ଼

ଜେରୁଜେଲମ୍‌,୧୯।୪: ଶେଷରେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଛି। ଇରାନର ଅନେକ ସହର ଉପରେ ଇସ୍ରାଏଲ ମିଶାଏଲ ମାଡ କରିଛି। ଇରାନ ଶୁକ୍ରବାର ଏନେଇ ସୂଚନା...

ମିଡଲ ଇଷ୍ଟରେ ହେବ ମହାଯୁଦ୍ଧ! ଇସ୍ରାଏଲ ଆକ୍ରମଣର ଜବାବ ଦେଲା ଇରାନ

ଦୁବଇ,୧୯।୪: ମଧ୍ୟ ପୂର୍ବରେ ଯୁଦ୍ଧର ନିଆଁ ପୁଣି ଜଳିଛି। ଇରାନ ଉପରେ ଆକ୍ରମଣ କରି ଇସ୍ରାଏଲ ଯୁଦ୍ଧ ଘୋଷଣା କରିଛି। ତେବେ ଇରାନ ମଧ୍ୟ ଇସ୍ରାଏଲର...

ହେଲିକପ୍ଟର ଦୁର୍ଘଟଣାରେ କେନିଆର ପ୍ରତିରକ୍ଷା ମୁଖ୍ୟଙ୍କ ସମେତ ୯ ମୃତ୍ୟୁ

ନୈରୋବି,୧୯।୪: ଏକ ହେଲିକପ୍ଟର ଦୁର୍ଘଟଣାରେ ଗୁରୁବାର କେନିଆର ପ୍ରତିରକ୍ଷା ମୁଖ୍ୟ ଫ୍ରାନସିସ ଓମୋଣ୍ଡି ଓଗୋଲାଙ୍କ ମତ୍ୟୁ ଘଟିଛି। ତାଙ୍କ ସହ ହେଲିକପ୍ଟରରେ ଥିବା ୯ଜଣ ଲୋକ...

ଇରାନ୍‌ ଉପରେ ବଦ୍‌ଲା ନେଲା ଇସ୍ରାଏଲ୍‌

ଜେରୁଜେଲମ୍‌,୧୯।୪: ଇସ୍ରାଏଲ ଶୁକ୍ରବାର ଇରାନ ଉପରେ ବଦ୍‌ଲା ନେଇଛି। ଇରାନର ଅନେକ ସହର ଉପରେ ମିଶାଇଲ ମାଡ କରିଛି ଇସ୍ରାଏଲ। ଇରାନର ନ୍ୟୁକ୍ଲିୟର୍‌ ପ୍ଲାଣ୍ଟ ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri