ଭୁବନେଶ୍ୱରରେ ଲେଫ୍ଟ ଫ୍ରି’ ନିୟମ ବାଟବଣା

ଭୁବନେଶ୍ୱର,୨୩ା୧୨(ସତ୍ୟଜିତ୍‌ ରାଉତ): ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ୍‌ ଯନ୍ତ୍ରଣା ଅସହ୍ୟ ହେଉଛି। ବିଭିନ୍ନ ସମୟରେ ଅସମ୍ଭାଳ ଭିଡ଼ ଯୋଗୁ ଲୋକେ ରାସ୍ତାରେ ଘଣ୍ଟାଘଣ୍ଟା ଧରି ଅପେକ୍ଷା କରି ଏକପ୍ରକାର ଅଣନିଃଶ୍ୱାସୀ ହେଉଛନ୍ତି। ବଡ଼ କଥା ହେଲା, ଟ୍ରାଫିକ୍‌ ଛକ ନିକଟରେ ଲେଫ୍ଟ ଫ୍ରି’ ନିୟମ ବାଟବଣା ହେଉଥିବା ଦେଖିବାକୁ ମିଳୁଛି। ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ଏନ୍‌ଫୋର୍ସମେଣ୍ଟ ତ ଦୂରର କଥା, ଲୋକଙ୍କ ମଧ୍ୟରେ ସଚେତନତା ମଧ୍ୟ ସୃଷ୍ଟି କରାଯାଉନାହିଁ। ଟ୍ରାଫିକ୍‌ ଛକ ନିକଟରେ ବାମପାର୍ଶ୍ୱକୁ ଯିବାକୁ ସବୁଜ ସିଗନାଲ୍‌ ରହିଥିବାବେଳେ ଲୋକେ ଭିଡ଼ରେ ଫସି ହଇରାଣ ହେଉଛନ୍ତି। କେତେଜଣ ଅମାନିଆଙ୍କ ପାଇଁ ଲୋକେ ଅଯଥାରେ ଏଭଳି ସମସ୍ୟାରେ ପଡ଼ୁଛନ୍ତି। ହେଲେ ଏହି ସମସ୍ୟାକୁ ଦୂର କରିବାକୁ ପୋଲିସ ପକ୍ଷରୁ ସେଭଳି ଆଖିଦୃଶିଆ ପଦକ୍ଷେପ ନିଆଯାଉ ନ ଥିବାରୁ ସବୁଦିନ ସହରରେ ଟ୍ରାଫିକ ଜାମ୍‌ ହେଉଥିବା କୁହାଯାଉଛି।
ଟ୍ରାଫିକ୍‌ ପୋଷ୍ଟଗୁଡ଼ିକରେ ରେଡ୍‌ ସିଗ୍‌ନାଲ ବେଳେ ରାସ୍ତାରେ ବିଭିନ୍ନ ଯାନବାହନ ଅଟକି ରହୁଛି। ମାତ୍ର ବାମପାର୍ଶ୍ୱକୁ ଯିବାକୁ ସବୁଜ ସିଗନାଲ୍‌ ଥିଲେ ମଧ୍ୟ ବାଟ ଫାଙ୍କା ନ ଥିବାରୁ ଲୋକେ ଆଗକୁ ଯାଇପାରୁନାହାନ୍ତି। ଏହି ଲେଫ୍ଟ ଫ୍ରି ଜୋନ୍‌ରେ ଜଣେ କେହି ଗାଡି ରଖିଦେଲେ, ପଛକୁ ପଛ ଅନ୍ୟ ଗାଡିଗୁଡ଼ିକ ରହିଯାଉଛି। ଫଳରେ ଉକ୍ତ ରାସ୍ତା ସମ୍ପୂର୍ଣ୍ଣ ବ୍ଲକ୍‌ ହୋଇଯାଉଛି। ଟ୍ରାଫିକ୍‌ ବ୍ୟବସ୍ଥାରେ ଏହା ଏକ ବଡ ସମସ୍ୟା ପାଲଟିଛି। ଏପରିକି ସରକାରୀ ମୋ ବସ୍‌ ଚାଳକମାନେ ମଧ୍ୟ ଏହି ନିୟମକୁ ବେଖାତିର କରୁଛନ୍ତି। ଭୁବନେଶ୍ୱରର ରୂପାଲି ଛକ, ନାଲ୍‌କୋ ଛକ, ଏଜି ଛକ, ରାମ ମନ୍ଦିର ଛକ ଆଦିରେ ଲେଫ୍ଟ ଫ୍ରି ପାଇଁ ଅସ୍ଥାୟୀ କୋନ୍‌ ବ୍ୟବସ୍ଥା ମଧ୍ୟ କରାଯାଇଛି। ହେଲେ ଅତ୍ୟଧିକ ଭିଡ଼ ବେଳେ ଏହି କୋନ୍‌ଗୁଡିକୁ କାଢ଼ି ନିଆଯାଉଥିବା ଦେଖିବାକୁ ମିଳୁଛି। ସେହିପରି ସହରରରେ ଥିବା ଛୋଟବଡ଼ ଛକରେ ଲେଫ୍ଟ ଫ୍ରି’ ଜୋନ୍‌ ଲାଗି କୌଣସି ଚିହ୍ନ ବା ପ୍ଲାଷ୍ଟିକ୍‌ କୋନ୍‌ ଲଗାଯାଇ ନ ଥିବାରୁ ଲୋକେ ଜାଣି ନ ପାରି ବାଟ ଓଗାଳି ରହୁଛନ୍ତି। ଭିଡ ହେବା କାରଣରୁ ଆଉକିଛି ଛକରେ ଏହି କୋନ୍‌ ଲଗାଯାଉ ନ ଥିବା କୁହାଯାଉଛି। ଭୁବନେଶ୍ୱରରେ ନିୟମିତ ବାଇକ ଚଳାଉଥିବା ରବୀନ୍ଦ୍ର କୁମାର ସାହୁ କହିଛନ୍ତି, ବାମପାର୍ଶ୍ୱ ରାସ୍ତା ବ୍ଲକ୍‌ ହୋଇଯିବାରୁ ବହୁ ସମୟରେ ସମସ୍ୟାରେ ପଡୁଛି। ଏଥିପ୍ରତି ପୋଲିସ ସ୍ବତନ୍ତ୍ର ନଜର ଦେବାକୁ ସାହୁ ଦାବି କରିଛନ୍ତି। ଲେଫ୍ଟ ଫ୍ରି’ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଓଡ଼ିଶା ସହରାଞ୍ଚଳ ପୋଲିସ ଆଇନ-୨୦୦୩ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବାର ପ୍ରାବଧାନ ରହିଛି। ହେଲେ ଏହି ସମସ୍ୟା ଉପରେ ପୋଲିସ ପକ୍ଷରୁ ସେଭଳି ସ୍ବତନ୍ତ୍ର ଦୃଷ୍ଟି ଦିଆଯାଉ ନ ଥିବାରୁ ସହରରେ ଟ୍ରାଫିକ୍‌ ଜାମ୍‌ ନିତିଦିନିଆ ହୋଇଯାଇଛି। ପୂର୍ବରୁ ଅର୍ଥାତ୍‌ ୨୦୨୨ ଜାନୁଆରୀ ୭ରେ ତତ୍କାଳୀନ ଟ୍ରାଫିକ୍‌ ଡିସିପି ଏସ୍‌. ସୁଶ୍ରୀ ଭୁବନେଶ୍ୱରରେ ବିଭିନ୍ନ ଟ୍ରାଫିକ୍‌ ଛକର ସ୍ଥିତି ପରଖି ଏକାଧିକ ପଦକ୍ଷେପ ନେଇଥିଲେ। ଲେଫ୍ଟ ଫ୍ରି’ ନିୟମ କଡ଼ାକଡି କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଏହି ନିୟମ ଉଲ୍ଲଂଘନ କଲେ ପ୍ରଥମ ପର୍ଯ୍ୟାୟରେ ୫୦୦ଟଙ୍କା ଜରିମାନା ଆଦାୟ କରାଯିବ ବୋଲି ମଧ୍ୟ ସେ କହିଥିଲେ। ତେବେ ଦିନ ପରେ ଦିନ ଗଡି ଚାଲିଥିବା ବେଳେ ଲେଫ୍ଟ ଫ୍ରି’ ନିୟମ ଠିକ୍‌ ଭାବେ ପାଳନ ହେଉନି କି ଉଲ୍ଲଂଘନକାରୀଙ୍କ ଉପରେ ପଦକ୍ଷେପ ନିଆଯିବାର ନଜିର ନାହିଁ। ଏନେଇ ଟ୍ରାଫିକ୍‌ ଡିସିପି ତପନ ମହାନ୍ତି କହିଛନ୍ତି, ବ୍ୟକ୍ତଗତ ଭାବେ ମୁଁ ନିଜେ ଛକଗୁଡିକୁ ଯାଇ ଦେଖୁଛି। ବିଭିନ୍ନ ସମୟରେ ପ୍ଲାଷ୍ଟିକ୍‌ କୋନ୍‌ଗୁଡିକ ଭାଙ୍ଗିଯାଉଛି। ଏହି ଅସ୍ଥାୟୀ କୋନ୍‌ ବଦଳରେ ଆଗକୁ ବିକଳ୍ପ ବ୍ୟବସ୍ଥା କରିବାକୁ ଯୋଜନା ହେଉଛି। ଆଗକୁ ଲେଫ୍ଟ ଫ୍ରି’ ୱେରେ ଲାଇଟ୍‌ ବ୍ୟବସ୍ଥା ସହ ପୋଲିସ ନିୟୋଜିତ କରାଯିବ। ବାମପାର୍ଶ୍ୱକୁ ଖାଲି ରଖିବାକୁ ଲୋକମାନଙ୍କୁ ସଚେତନ କରାଯାଉଛି। ଆଉ ୫ରୁ ୭ ଦିନ ମଧ୍ୟରେ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇ ସମସ୍ୟାର ସମାଧାନ କରାଯିବ ବୋଲି ଡିସିପି ମହାନ୍ତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫୮ ବର୍ଷ ପରେ ନବରାତ୍ରୀରେ ଦୁର୍ଲଭ ମହାସଂଯୋଗ: ଫିଟିବ ଏହି ୩ ରାଶିର ଭାଗ୍ୟ, ଧନ ବର୍ଷା ସହ ମିଳିବ ବଡ଼ ଚାକିରିର ଅଫର୍‌

୧୧ ଅକ୍ଟୋବର ୨୦୨୬ରୁ ଶାରଦୀୟ ନବରାତ୍ରୀ ଆରମ୍ଭ ହେବାକୁ ଯାଉଛି, ଯାହାକୁ ଏଥର ବେଶ ଖାସ ବୋଲି ଧରାଯାଉଛି। ପ୍ରକୃତରେ, ବହୁ ବର୍ଷ ପରେ ନବରାତ୍ରୀ ସମୟରେ…

କେତେ ସମ୍ପତ୍ତିର ମାଲିକ ରାହୁଲ ଗାନ୍ଧୀ? କେବଳ ଅଫିସର ଦାମ ୯ କୋଟି! ଜାଣନ୍ତୁ ନେଟଓ଼୍ବର୍ଥ

ନୂଆଦିଲ୍ଲୀ,୭।୧୦: ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପ୍ରାୟତଃ ନିଜର ରାଜନୈତିକ ନିଷ୍ପତ୍ତି ଏବଂ ସରକାରଙ୍କ ବିରୋଧରେ ଦେଉଥିବା ବୟାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି।…

ବିକଶିତ ଓଡ଼ିଶା ଗଠନରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ, ଡବଲ୍‌ ଇଞ୍ଜିନ ସରକାରରେ…

ଖୋର୍ଦ୍ଧା,୭।୧୦(ପ୍ରଭାତ ପାଣିଗ୍ରାହୀ): ‘ବିକଶିତ ଭାରତ’ ସହ ‘ବିକଶିତ ଓଡ଼ିଶା’ ଗଠନ ପ୍ରକ୍ରିୟାରେ ସମସ୍ତ ନାଗରିକ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ…

ବିରାଟଙ୍କୁ ବଡ଼ ଝଟକା, ଶୂନ୍ୟ ରନରେ ଆଉଟ ହେବା ପରେ ତଳକୁ ଖସି ଆସିଛନ୍ତି କୋହଲି, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୭।୧୦: ଭାରତର ଷ୍ଟାର୍‌ ବ୍ୟାଟର ବିରାଟ କୋହଲିଙ୍କୁ ନିକଟରେ ୱେଷ୍ଟଇଣ୍ଡିଜ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଖେଳୁଥିବାର ଦେଖିବାକୁ ମିଳିଥିଲା। କୋହଲି ପ୍ରଥମ ମ୍ୟାଚରେ…

ନବରାତ୍ରୀ ଆରମ୍ଭରୁ ଚମକିବ ୪ ରାଶିଙ୍କ ଭାଗ୍ୟ, ପ୍ରଚୁର ଧନବର୍ଷା ସହ ଘରକୁ ଆସିବ ଖୁସି ଖବର

ଶାରଦୀୟ ନବରାତ୍ରୀର ପବିତ୍ର ପର୍ୱ ୧୧ ଅକ୍ଟୋବର, ରବିବାରଠାରୁ ଆରମ୍ଭ ହେବାକୁ ଯାଉଛି। ନବରାତ୍ରୀର ପ୍ରଥମ ଦିନରେ ଆଶ୍ୱିନ ଶୁକ୍ଳ ପ୍ରତିପଦା ତିଥିରେ କଳସ ସ୍ଥାପନ କରାଯାଏ…

ODI ବ୍ୟାଟ୍ସମ୍ୟାନଙ୍କ ଟପ-୧୦ରେ ସାମିଲ ହେଲେ କେଏଲ ରାହୁଲ, ଜାଣନ୍ତୁ ପ୍ରଥମ ସ୍ଥାନରେ କିଏ ଅଛନ୍ତି

ନୂଆଦିଲ୍ଲୀ,୭।୧୦: ODI କ୍ରିକେଟରେ ଭାରତୀୟ ବ୍ୟାଟରମାନଙ୍କର ପ୍ରାଧାନ୍ୟ ପୁଣିଥରେ ସ୍ପଷ୍ଟ ହୋଇଛି। ସାମ୍ପ୍ରତିକ ICC ରାଙ୍କିଙ୍ଗରେ, କେ.ଏଲ. ରାହୁଲ ଏକ ବଡ଼ ଧରଣର ଅଗ୍ରଗତି କରି ଶ୍ରେଷ୍ଠ…

ଇନଷ୍ଟାଗ୍ରାମ୍ ପ୍ରେମିକଙ୍କ ସହ ବିବାହ କରିବାକୁ ରାଜି ହେଲେନି ମା’; ଏମିତି ହତ୍ୟା କଲେ ଝିଅ, ଶୁଣିଲେ ଥରିଉଠିବ ଛାତି

ନୂଆଦିଲ୍ଲୀ,୭ା୧୦: ହରିୟାଣାର ସୋନିପତରୁ ଆସିଛି ଛାତିଥରା ଘଟଣା।ଇନଷ୍ଟାଗ୍ରାମ୍‌ରେ ହୋଇଥିବା ପ୍ରେମ ଓ ବିବାହ କରିବାକୁ ନେଇ ମା’ ପ୍ରତିବନ୍ଧକ ସାଜିବାରୁ ନିଜ ପ୍ରେମିକ ସହ ମିଶି ମା’ଙ୍କୁ…

ଘର ଦୋହଲିଲା, ଟିଭି ଭାଙ୍ଗିଲା! ଗାଁଲୋକଙ୍କ ଅଭିଯୋଗ ପରେ ବେଆଇନ ପଥର ଖାଦାନ ଉପରେ ଚଢ଼ାଉ

ଦିଗପହଣ୍ଡି,୭ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ ଅନ୍ତର୍ଗତ ଆଙ୍କୋରଡ଼ା ମୌଜା ବଡ଼ଢ଼ିମିରା ପାହାଡ଼ରେ ବେଆଇନ ପଥର ଖନନ ଓ ବ୍ଲାଷ୍ଟିଂ ଅଭିଯୋଗ ହୋଇଛି। ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?