ଭୁବନେଶ୍ୱର, କଟକରେ ପୂର୍ଣ୍ଣ କ୍ଷମତାରେ ଚାଲିବ ସରକାରୀ ଅଫିସ

ଭୁବନେଶ୍ୱର,୩୦।୧(ବ୍ୟୁରୋ): ଫେବ୍ରୁଆରୀ ୧ରୁ କଟକ ଓ ଭୁବନେଶ୍ୱର (ଟ୍ବିନ୍‌ସିଟି)ରେ ଥିବା ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଏବଂ ଅଧସ୍ତନ କାର୍ଯ୍ୟାଳୟ ପୂର୍ଣ୍ଣ କ୍ଷମତାରେ କାର୍ଯ୍ୟ କରିବ। ସମସ୍ତ ଅଧିକାରୀ ଓ କର୍ମଚାରୀ ଅଫିସ୍‌ ଆସିବେ। ତେବେ ଶନିବାର ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ସମସ୍ତ କର୍ମଚାରୀ କଡ଼ାକଡ଼ି ଭାବେ କୋଭିଡ୍‌ ନିୟମାବଳୀ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଫିସ୍‌ର କୌଣସି କର୍ମଚାରୀଙ୍କ ଠାରେ କୋଭିଡ୍‌ ସଂକ୍ରମଣ ଲକ୍ଷଣ ଦେଖାଦେଲେ ସମ୍ପୃକ୍ତ କାର୍ଯ୍ୟାଳୟ ସରକାରଙ୍କ ପ୍ରୋଟୋକଲକୁ ଅନୁପାଳନ କରିବା ପାଇଁ କୁହାଯାଇଛି। କର୍ମଚାରୀଙ୍କ ଶତପ୍ରତିଶତ ଉପସ୍ଥାନ ରହୁଥିବାବେଳେ ଶାରୀରିକ ଦୂରତା ରକ୍ଷା କରିବାକୁ ବାଧ୍ୟତାମୂଳକ କରାଯାଇଛି। ଆବଶ୍ୟକସ୍ଥଳେ କର୍ମଚାରୀଙ୍କ କ୍ଷମତାକୁ ନିୟନ୍ତ୍ରିତ କରାଯାଇପାରିବ ବୋଲି ନିର୍ଦ୍ଦେଶନାମାରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

CORONAVIRUS UPDATE: ପୁଣି ୬୪୭ ନୂଆ କରୋନା ପଜିଟିଭ୍‌ ଚିହ୍ନଟ,୨୧୬ ସ୍ଥାନୀୟ ଅଞ୍ଚଳର

ଭୁବନେଶ୍ୱର,୨୧।୭(ବ୍ୟୁରୋ): ରାଜ୍ୟରେ ପୁଣି ୬୪୭ ନୂଆ କରୋନା ପଜିଟିଭ୍‌ ମଙ୍ଗଳବାର ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୮,୭୫୭କୁ ବୃଦ୍ଧି ପାଇଥିବା...

୨ରୁ ଖୋଲିବ ପ୍ଲାନେଟାରିୟମ୍‌

ଭୁବନେଶ୍ୱର, ୩୦।୧(ବ୍ୟୁରୋ): ଆସନ୍ତା ଫେବୃୟାରୀ ୨ରୁ ଭୁବନେଶ୍ୱରର ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ ସର୍ବସାଧାରଣଙ୍କ ନିମନ୍ତେ ଖୋଲାଯିବ। କୋଭିଡ୍‌-୧୯ ନିୟମକୁ ପାଳନ କରି ଖୋଲିବା ପାଇଁ ନିଷ୍ପତ୍ତି...

ସୂଚନା ଅଧିକାର କର୍ମୀଙ୍କୁ ଗୁଳି ମାରି ହତ୍ୟା

ଫୁଲବାଣୀ ଅଫିସ୍‌, ୧୦।୧୨:କନ୍ଧମାଳ ଜିଲା ବାଲିଗୁଡାରେ ମଙ୍ଗଳବାର ସକାଳୁ ଏକ ଅଭାବନୀୟ ଘଟଣା ଘଟିଛି। ସୂଚନା ଅଧିକାର(ଆରଟିଆଇ) କର୍ମୀଙ୍କୁ ଗୁଳିମାଡ଼ କରାଯାଇଛି। ମୃତକ ଜଣଙ୍କ ହେଲେ...

ଭୁବନେଶ୍ୱରରେ ଶୁଟିଂ ହେବ ନନ୍ଦିତାଙ୍କ ଚଳଚ୍ଚିତ୍ର

ଭୁବନେଶ୍ୱର,୧୮।୨(ବ୍ୟୁରୋ): ନିର୍ଦ୍ଦେଶିକା ନନ୍ଦିତା ଦାସଙ୍କ ଆଗାମୀ ଚଳଚ୍ଚିତ୍ର ଭୁବନେଶ୍ୱରରେ ଶୁଟିଂ ହେବ। ଏଥିରେ କମେଡିଆନ କପିଲ ଶର୍ମା ଓ ଶାହାନା ଗୋସ୍ବାମୀ ଅଭିନୟ କରିବେ। ଚଳିତ...

ରାଉରକେଲା ଷ୍ଟିଲ ପ୍ଲାଣ୍ଟ ପରିସରକୁ ବେଆଇନ ଭାବେ ପ୍ରବେଶ କଲା ୨ ଭାରୀଯାନ: ୪ ଯବାନ ନିଲମ୍ବିତ

ରାଉରକେଲା ଅଫିସ,୨୮।୧୨: ରାଉରକେଲା ଷ୍ଟିଲପ୍ଲାଣ୍ଟ ପରିସରକୁ ବିନା ଏଣ୍ଟ୍ରି ପାସ୍‌ରେ ୨ଟି ଭାରୀଯାନ ସନ୍ଦେହାତ୍ମକ ଭାବେ ପ୍ରବେଶ କରିବାକୁ ନେଇ ବିଭାଗୀୟ ଅଧିକାରୀ ଶନିବାର କଠୋର...

ଗୋଦାବରୀ ନଦୀରେ ଲଞ୍ଚ ବୁଡି ଘଟଣା:ନିଖୋଜଙ୍କୁ ଖୋଜୁଛି ବାୟୁସେନା, ନୌସେନା

ମାଲକାନଗିରି,୧୭-୯(ଡି.ଏନ୍‌.ଏ.):ମାଲକାନଗିରି ଜିଲା ସୀମାନ୍ତବର୍ତ୍ତୀ ଆନ୍ଧ୍ର ପ୍ରଦେଶରେ ପୂର୍ବ ଗୋଦାବରୀ ନଦୀରେ ରବିବାର ଲଞ୍ଚ ବୁଡି ୫୦ ଜଣ ନିଖୋଜ ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ୧୨ ଜଣଙ୍କ...

ମୂର୍ତ୍ତି ଉଚ୍ଚତା ବିବାଦ: ଆବେଦନ ଖାରଜ କଲେ ହାଇକୋର୍ଟ

କଟକ ଅଫିସ,୧୭ା୯: ଦଶହରାରେ ମା’ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା ବିବାଦର ରାୟ ଆଜି ପ୍ରକାଶ ପାଇଛି। ମୂର୍ତ୍ତି ଉଚ୍ଚତା ବୃଦ୍ଧିକୁ ନେଇ ହୋଇଥିବା ଆବେଦନକୁ ହାଇକୋର୍ଟ...

ଆଜିଠାରୁ କୁଆଖାଇ ପୋଲରେ ଯାତାୟାତ ବନ୍ଦ

ଭୁବନେଶ୍ୱର,୨।୩(ବ୍ୟୁରୋ): ଭୁବନେଶ୍ୱର-କଟକ ଜାତୀୟ ରାଜପଥରେ ଥିବା ପୁରୁଣା କୁଆଖାଇ ପୋଲରେ ମଙ୍ଗଳବାରଠାରୁ ଯାତାୟାତ ବନ୍ଦ ରହିବ। ପୋଲର ମରାମତି ପାଇଁ ମାସେ ପର୍ଯ୍ୟନ୍ତ ଅର୍ଥାତ ମେ’...

Advertisement
Archives

Model This Week