ରଥଯାତ୍ରାରୁ ବଞ୍ଚିତ ହେଲେ ବଡ଼ଗଡ଼ବାସୀ

ସୋରଡା,୩୦ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ବଡ଼ଗଡ଼ରେ ଚଳିତବର୍ଷ ରଥଯାତ୍ରା ହେବନାହିଁ। ମନ୍ଦିର ବେଢ଼ାରେ କେବଳ ରିତିନୀତି ସମ୍ପନ୍ନ ହେବ ବୋଲି ରାଜ ପରିବାର ପକ୍ଷରୁ ଏହି ସୂଚନା ଦେବଡ଼ଗଡ଼ ରାଜ ପରିବାରର ଏହି ମନ୍ଦିରରେ ଶହ ଶହ ବର୍ଷ ତଳୁ ରଥଯାତ୍ରା ହେଉଥିଲା। ସୋରଡ଼ା ବ୍ଲକ ସମେତ କନ୍ଧମାଳ ଓ ଗଜପତି ଜିଲାରୁ ବହୁ ଭକ୍ତ ଏଠାକୁ ଆସି ରଥଟଣାରେ ସାମିଲ ହେଉଥିଲେ। ଗତ ୨ବର୍ଷ ହେଲା କରୋନା କଟକଣା ଯୋଗୁ ରଥ ଗଡ଼ି ନ ଥିଲା। ମନ୍ଦିର ବେଢ଼ାରେ ମହାପ୍ରଭୁଙ୍କ ନୀତି ସମ୍ପନ୍ନ ହେଉଥିଲା। ଚଳିତବର୍ଷ ରଥଯାତ୍ରାକୁ ଅନୁମତି ମିଳିଥିଲେ ମଧ୍ୟ ରଥ ନିର୍ମାଣ ହୋଇ ନ ପାରିବାରୁ ଯାତ୍ରା ବନ୍ଦ ରହିଥିବା ଜଣାପଡ଼ିଛି। ଏହା ହଜାର ହଜାର ଜଗନ୍ନାଥପ୍ରେମୀଙ୍କୁ ନିରାଶ କରିଛି। ଅନ୍ୟପକ୍ଷରେ ସୋରଡ଼ାରେ ଚଳିତବର୍ଷ ଆଡ଼ମ୍ବରରେ ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ୨ ବର୍ଷ ହେଲା ବନ୍ଦ ଥିବା ଯାତ୍ରା ପୁଣି ହେଉଥିବାରୁ ରଥ ଟାଣିବାକୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି। ଏଠାରେ ପ୍ରବଳ ଭିଡ଼ ହେବାକୁ ଥିବାରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।
ବଡ଼ଗଡ଼ ରଥଯାତ୍ରା ବନ୍ଦ ସମ୍ପର୍କରେ ରାଜ ପରିବାରର ଦାୟାଦ କିଶୋର ଚରଣ ସିଂଙ୍କୁ ପଚାରିବାରେ ସେ କହିଛନ୍ତି, ଏଠାକାର ରଥର ଉଚ୍ଚତା ୨୨ ହାତ ଓ ଓସାର ମଧ୍ୟ ୨୨ ହାତ। ୩ ଠାକୁରଙ୍କ ବିଗ୍ରହ ମଧ୍ୟ ବଡ। ଠିକ୍‌ ସମୟରେ କାଠ ପହଞ୍ଚି ନ ପାରିବାରୁ ରଥ ମରାମତି ହୋଇ ପାରିଲା ନାହିଁ । ତେଣୁ ରଥଯାତ୍ରା ଆୟୋଜନ କରିବା ସମ୍ଭବ ହେଲାନି। କେବଳ ମନ୍ଦିର ବେଢାରେ ରୀତି ନୀତି ସମ୍ପଣ୍ଣର୍ର୍ କରାଯିବ ବୋଲି ସେ କହିଥିଲେ। ସେପଟେ ସୋରଡା ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ତହସିଲଦାର ପ୍ରଫୁଲ ଚନ୍ଦ୍ର ଡାକୁଆ, ବିଧାୟକ ପୂର୍ଣ୍ଣଚନ୍ଦ୍ର ସାଇଁ, ଏନ୍‌ଏସି ଅଧ୍ୟକ୍ଷ ଶିବଶଙ୍କର ପଣ୍ଡା, କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୂତିକୃଷ୍ଣ ପାତ୍ରଙ୍କ ସମେତ ମନ୍ଦିର କମିଟି,ସତ୍ୟସାଇ ସେବା ଦଳ, ଆରକେ କ୍ରିକେଟ କ୍ଲବ ସଦସ୍ୟ ପ୍ରମୁଖଙ୍କୁ ନେଇ ରଥଯାତ୍ରା ପରିଚାଳନା ଲାଗି ପ୍ରସ୍ତୁତି ବୈଠକ କରାଯାଇଛି। ରତିନୀତି ଅନୁଯାୟୀ ଯାତ୍ରା ସମ୍ପର୍ଣ୍ଣ ହେବ ବୋଲି ମନ୍ଦିର କମିଟିର ରଜନୀ ମହାପାତ୍ର କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri