ରଥଯାତ୍ରାରୁ ବଞ୍ଚିତ ହେଲେ ବଡ଼ଗଡ଼ବାସୀ

ସୋରଡା,୩୦ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ବଡ଼ଗଡ଼ରେ ଚଳିତବର୍ଷ ରଥଯାତ୍ରା ହେବନାହିଁ। ମନ୍ଦିର ବେଢ଼ାରେ କେବଳ ରିତିନୀତି ସମ୍ପନ୍ନ ହେବ ବୋଲି ରାଜ ପରିବାର ପକ୍ଷରୁ ଏହି ସୂଚନା ଦେବଡ଼ଗଡ଼ ରାଜ ପରିବାରର ଏହି ମନ୍ଦିରରେ ଶହ ଶହ ବର୍ଷ ତଳୁ ରଥଯାତ୍ରା ହେଉଥିଲା। ସୋରଡ଼ା ବ୍ଲକ ସମେତ କନ୍ଧମାଳ ଓ ଗଜପତି ଜିଲାରୁ ବହୁ ଭକ୍ତ ଏଠାକୁ ଆସି ରଥଟଣାରେ ସାମିଲ ହେଉଥିଲେ। ଗତ ୨ବର୍ଷ ହେଲା କରୋନା କଟକଣା ଯୋଗୁ ରଥ ଗଡ଼ି ନ ଥିଲା। ମନ୍ଦିର ବେଢ଼ାରେ ମହାପ୍ରଭୁଙ୍କ ନୀତି ସମ୍ପନ୍ନ ହେଉଥିଲା। ଚଳିତବର୍ଷ ରଥଯାତ୍ରାକୁ ଅନୁମତି ମିଳିଥିଲେ ମଧ୍ୟ ରଥ ନିର୍ମାଣ ହୋଇ ନ ପାରିବାରୁ ଯାତ୍ରା ବନ୍ଦ ରହିଥିବା ଜଣାପଡ଼ିଛି। ଏହା ହଜାର ହଜାର ଜଗନ୍ନାଥପ୍ରେମୀଙ୍କୁ ନିରାଶ କରିଛି। ଅନ୍ୟପକ୍ଷରେ ସୋରଡ଼ାରେ ଚଳିତବର୍ଷ ଆଡ଼ମ୍ବରରେ ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ୨ ବର୍ଷ ହେଲା ବନ୍ଦ ଥିବା ଯାତ୍ରା ପୁଣି ହେଉଥିବାରୁ ରଥ ଟାଣିବାକୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି। ଏଠାରେ ପ୍ରବଳ ଭିଡ଼ ହେବାକୁ ଥିବାରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।
ବଡ଼ଗଡ଼ ରଥଯାତ୍ରା ବନ୍ଦ ସମ୍ପର୍କରେ ରାଜ ପରିବାରର ଦାୟାଦ କିଶୋର ଚରଣ ସିଂଙ୍କୁ ପଚାରିବାରେ ସେ କହିଛନ୍ତି, ଏଠାକାର ରଥର ଉଚ୍ଚତା ୨୨ ହାତ ଓ ଓସାର ମଧ୍ୟ ୨୨ ହାତ। ୩ ଠାକୁରଙ୍କ ବିଗ୍ରହ ମଧ୍ୟ ବଡ। ଠିକ୍‌ ସମୟରେ କାଠ ପହଞ୍ଚି ନ ପାରିବାରୁ ରଥ ମରାମତି ହୋଇ ପାରିଲା ନାହିଁ । ତେଣୁ ରଥଯାତ୍ରା ଆୟୋଜନ କରିବା ସମ୍ଭବ ହେଲାନି। କେବଳ ମନ୍ଦିର ବେଢାରେ ରୀତି ନୀତି ସମ୍ପଣ୍ଣର୍ର୍ କରାଯିବ ବୋଲି ସେ କହିଥିଲେ। ସେପଟେ ସୋରଡା ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ତହସିଲଦାର ପ୍ରଫୁଲ ଚନ୍ଦ୍ର ଡାକୁଆ, ବିଧାୟକ ପୂର୍ଣ୍ଣଚନ୍ଦ୍ର ସାଇଁ, ଏନ୍‌ଏସି ଅଧ୍ୟକ୍ଷ ଶିବଶଙ୍କର ପଣ୍ଡା, କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୂତିକୃଷ୍ଣ ପାତ୍ରଙ୍କ ସମେତ ମନ୍ଦିର କମିଟି,ସତ୍ୟସାଇ ସେବା ଦଳ, ଆରକେ କ୍ରିକେଟ କ୍ଲବ ସଦସ୍ୟ ପ୍ରମୁଖଙ୍କୁ ନେଇ ରଥଯାତ୍ରା ପରିଚାଳନା ଲାଗି ପ୍ରସ୍ତୁତି ବୈଠକ କରାଯାଇଛି। ରତିନୀତି ଅନୁଯାୟୀ ଯାତ୍ରା ସମ୍ପର୍ଣ୍ଣ ହେବ ବୋଲି ମନ୍ଦିର କମିଟିର ରଜନୀ ମହାପାତ୍ର କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ହାତ ଯୋଡ଼ିଲେ, ନେହୁରା ହେଲେ

ଢେଙ୍କାନାଳ ଅଫିସ, ୨୨।୪ ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ସଦାଶିବପୁର ପଞ୍ଚାୟତ ଅଧୀନ ପଶାସିଂହ ଗ୍ରାମ ପ୍ରାଥମିକ ବିଦ୍ୟାଳୟ ମିଶ୍ରଣକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ପୁଞ୍ଜୀଭୂତ...

ସମ୍ପୂର୍ଣ୍ଣ ହେଉନି କାଶୀନଗର ଏନ୍‌ଏସିର ଅଧୁରା କାମ

କାଶୀନଗର,୨।୬: ଗଜପତି ଜିଲାର ଦ୍ୱିତୀୟ ସହର ଏକମାତ୍ର ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନର ୪୭ ବର୍ଷ ପୂର୍ତ୍ତି ହେଲାଣି। ତଥାପି ଜନସାଧାରଣ ମୌଳିକ ସୁବିଧାରୁ ବଞ୍ଚତ୍ତ। ଏଠାରେ...

ଶିକ୍ଷା, ସେବା ଯୋଗାଇବା ଆସ୍‌ମାଙ୍କ ନିଶା

ଯୋଡ଼ା, ୨।୩(ଡି.ଏନ.ଏ.)-ଧର୍ମକୁ ନେଇ ସବୁଆଡ଼େ ହିଂସା ବିବାଦ ଚାଲିଥିବା ବେଳେ କେନ୍ଦୁଝର ଜିଲା ଅନ୍ତର୍ଗତ ଯୋଡା ସହରର ମୁସଲିମ୍‌ ମହିଳା ଆସ୍‌ମା ଖାତୁନ୍‌ ଦେଇଚାଲିଛନ୍ତି ନିରବଚ୍ଛିନ୍ନ...

ନଈ ପାଖ ଗାଁରେ ପିଇବା ପାଣି ଚିନ୍ତା

ବାଲେଶ୍ୱର ଅଫିସ, ୫।୬-ଚଳିତବର୍ଷ ଗ୍ରୀଷ୍ମ ପ୍ରକୋପ ଦିନକୁ ଦିନକୁ ବଢ଼ି ବଢ଼ି ଚାଲିଥିବା ବେଳେ ପାନୀୟଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ବାଲେଶ୍ୱର ସହରଠାରୁ...

ବ୍ରହ୍ମପୁରର ବିଭିନ୍ନ ଅଞ୍ଚଳରୁ ୫ ଶିଶୁ ଶ୍ରମିକ ଉଦ୍ଧାର

ବ୍ରହ୍ମପୁର ଅଫିସ,୧୯ା୨- ବ୍ରହ୍ମପୁରର ବିଭିନ୍ନ ଅଞ୍ଚଳରୁ ମଙ୍ଗଳବାର ୫ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଜିଲା ଚାଇଲ୍ଡ ପ୍ରୋଟେକ୍ସନ ଅଫିସର, ଚାଇଲ୍ଡ ଲାଇନ୍‌, ସିଡବ୍ଲ୍ୟୁସି ସଦସ୍ୟ,...

କମୁଛି ଶିମିଳିପାଳ ନିଆଁ

ବାରିପଦା ଅଫିସ,୧୨ା୩- ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁ ଧିରେଧିରେ ନିୟନ୍ତ୍ରଣକୁ ଆସୁଛି। ଦୀର୍ଘଦିନ ଧରି ଲାଗିରହିଥିବା ନିଆଁ ଏବେ ପ୍ରଶମିତ ହେବାରେ ଲାଗିଛି ା ଗୁରୁବାର...

ମାଲ ବୋଝେଇ ଟ୍ରେନରେ ନିଆଁ

ସୋର, ୧୦।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୋର ରେଳ ଷ୍ଟେଶନଠାରେ ସୋମବାର ପୂର୍ବାହ୍ନରେ ଏକ କୋଇଲା ବୋଝେଇ ଟ୍ରେନ୍‌ରେ ହଠାତ୍‌ ନିଅଁା ଲାଗିଯାଇଥିଲା। ଡ୍ରାଇଭର ଏହା ଜାଣିପାରି ଟ୍ରେନକୁ...

ଶିଶୁ ଓ ନାବାଳିକା ଅସୁରକ୍ଷିତ : ଜୁଲାଇ ଶେଷ ସୁଦ୍ଧା ଜିଲାର ବିଭିନ୍ନ ଥାନାରେ ୭୧ଟି ନାବାଳିକା ବଳାତ୍କାର ମାମଲା ରୁଜୁ

ଭଦ୍ରକ ଅଫିସ, ୫।୮ : ଭଦ୍ରକ ଜିଲାରେ ଦିନକୁ ଦିନ ବାଳ ଅପରାଧ ଘଟଣା ବଢ଼ିଚାଲିଛି। ଚଳିତବର୍ଷ ଜୁଲାଇ ଶେଷ ସୁଦ୍ଧା ଜିଲାର ବିଭିନ୍ନ ଥାନାରେ...

Advertisement
Archives

Model This Week