ଆହାର କେନ୍ଦ୍ରରେ ଦିଆଯାଉଛି ନିମ୍ନମାନର ଖାଦ୍ୟ, ପ୍ରତିବାଦ କଲେ ମାଡ଼ ମାରୁଛନ୍ତି କର୍ମଚାରୀ

ବରଗଡ଼ ଅଫିସ, ୧୧।୩: କମ୍‌ ଦାମରେ ସୁଷମ ଖାଦ୍ୟ ଯୋଗାଣ ପାଇଁ ସରକାର ଆହାର ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହି କ୍ରମରେ ବରଗଡ଼ ସହରରେ ଆହାର କେନ୍ଦ୍ର ଖୋଲାଯାଇଛି। ତେବେ ଏଠାରେ ସୁଷମ ଖାଦ୍ୟ ବଦଳରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ ହେଉଛି। ଅପରପକ୍ଷେ ସେ ନେଇ କିଛି ପଚାରିଲେ କିମ୍ବା ପ୍ରତିବାଦ କଲେ ଆହାର କେନ୍ଦ୍ରର କର୍ମଚାରୀମାନେ ମାଡ଼ ମାରୁଥିବା ଅଭିଯୋଗ ହୋଇଛି। ଶନିବାର ଏଭଳି ଏକ ଅଭାବନୀୟ ଘଟଣା ଏଠାରେଘଟିଛି ।

ବରଗଡ଼ର ସୁଶ୍ରୀ ସଙ୍ଗୀତା ମହାରଣା ଆହାର କେନ୍ଦ୍ରକୁ ଖାଇବାକୁ ଯାଇଥିଲେ। ସେଠାରେ କାର୍ଯ୍ୟରତ କର୍ମଚାରୀମାନେ ଲୋକଙ୍କୁ ଖାଇବାକୁ ଦେବା ପାଇଁ କୁଣ୍ଠାବୋଧ କରୁଥିବା ଏବଂ ନିମ୍ନମାନର ଖାଦ୍ୟ ଦେଉଥିବା ଅଭିଯୋଗ କଲେ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ସେ ଦେଖିବାକୁ ପାଇଥିଲେ। ତାହା ସଙ୍ଗୀତା ନିଜ ମୋବାଇଲରେ ରେକର୍ଡ କରୁଥିବା ସମୟରେ ଆହାର କେନ୍ଦ୍ରର କର୍ମଚାରୀମାନେ ତାଙ୍କୁ ମାଡ ମାରିବା ସହିତ ମୋବାଇଲ ଛଡାଇ ନେଇଥିଲେ ବୋଲି ସଙ୍ଗୀତା ବରଗଡ଼ ଟାଉନ ଥାନାର ଏତଲା ଦେଇଛନ୍ତି। ସେହିପରି ଆହାର କେନ୍ଦ୍ରକୁ ଆସିଥିବା ଅନ୍ୟ ଲୋକେ ମଧ୍ୟ ଅନୁରୂପ ଅଭିଯୋଗ କରିଛନ୍ତି। ଆହାର କେନ୍ଦ୍ରରେ ଏଭଳି ଘଟଣା ଚର୍ଚ୍ଚାର ବିଷୟ ହୋଇଥିବାବେଳେ ଏହାର ବିଧିବଦ୍ଧ ତଦନ୍ତ ସହିତ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ମହଲରେ ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୩ ଜିଲାରେ ପ୍ରବଳ ବର୍ଷିବ

ଭୁବନେଶ୍ବର,୫।୮: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୩ଟି ଜିଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ଗୁରୁବାର ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ...

‘ଧରିତ୍ରୀ’ ପ୍ରଭାବ: ଶୁଚିସ୍ମିତାଙ୍କୁ ମିଳିଲା ସରକାରୀ ସହାୟତା

ସିମୁଳିଆ, ୨୮।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ଈଶ୍ୱରପୁର ପଞ୍ଚାୟତ ଅଧୀନ କଳାଶୁଣୀ ଅଞ୍ଚଳର ଊର୍ମିଳା ଓ ନରହରି ପଣ୍ଡାଙ୍କ ଦେଢ଼ବର୍ଷର ଶିଶୁକନ୍ୟା ଶୁୁଚିସ୍ମିତାଙ୍କୁ ସରକାରୀ ଓ...

ରାଜଧାନୀରେ ପୁଣି ଛାତ୍ର ଆତ୍ମହତ୍ୟା

ଭୁବନେଶ୍ୱର,୧୩।୯ (ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଆତ୍ମହତ୍ୟା ମାଲମା ବଢ଼ୁଛି। ମଙ୍ଗଳବାର ଭୁବନେଶ୍ବରରେ ଆଉ ଜଣେ ଛାତ୍ର ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି । ସେ...

ହକି ବିଶ୍ୱକପ୍‌: ମୁତୟନ ହେବେ ୫୦ ପ୍ଲାଟୁନ୍‌ ପୋଲିସ ଫୋର୍ସ

ଭୁବନେଶ୍ୱର,୨୮।୧୨(ବ୍ୟୁରୋ): ଆସନ୍ତା ଜାନୁୟାରୀ ୧୩ରୁ ହକି ବିଶ୍ୱକପ୍‌ ଆରମ୍ଭ ହେବାକୁ ଯାଉଛି। ତେବେ ଖେଳାଳୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱରରେ ୫୦ ପ୍ଲାଟୁନ୍‌...

ବଡ଼ଦାଣ୍ଡକୁ ସଙ୍କୁଚିତ କରୁଛି ଜବରଦଖଲ

ପୁରୀ ଅଫିସ,୨୫।୭: ଜାତୀୟ ରାଜପଥ ପ୍ରାଧିକରଣ ଆଇନ ପୁରୀ ବଡ଼ଦାଣ୍ଡରେ ଲାଗୁ ହେଉନାହିଁ। ବଡ଼ଦାଣ୍ଡ ୩୧୬ ନମ୍ବର ଜାତୀୟ ରାଜପଥ ଭାବେ ମାନ୍ୟତାପ୍ରାପ୍ତ। ଜାତୀୟ ରାଜପଥ...

‘ବନ୍ଦେ ଉକତ୍ଳ ଜନନୀ’ ସଙ୍ଗୀତ ପ୍ରତିଯୋଗିତା

ବାଙ୍ଗିରିପୋଷି,୧୬ା୬(ଡି.ଏନ୍‌.ଏ.)- ‘ଗାଁକୁ ଫେରିଚାଲ’ ସାମାଜିକ ଅନୁଷ୍ଠାନ ପକ୍ଷରୁ ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ଅଧୀନ ନିଶ୍ଚିନ୍ତା ପଞ୍ଚାୟତର ହେମଚନ୍ଦ୍ରପୁର (ଶୁଣ୍ଡିସାହି) ଗ୍ରାମରେ ବନ୍ଦେ ଉକତ୍ଳ ଜନନୀ...

ରେକର୍ଡ ଭାଙ୍ଗିଲା ପୁରୀ, ଭୁବନେଶ୍ୱର

ଭୁବନେଶ୍ୱର,୧୩।୯(ବ୍ୟୁରୋ):ଲଘୁଚାପ ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେଉଛି। ବର୍ଷା ପୁରୀରେ ୮୭ ବର୍ଷର ରେକର୍ଡ ଭାଙ୍ଗି ଥିବା ବେଳେ ଭୁବନେଶ୍ୱରରେ ୬୩ ବର୍ଷର...

ବରିଷ୍ଠ ନାଗରିକଙ୍କୁ ମାଡ଼ ଅଭିଯୋଗ: ୪ ଦିନ ପରେ ବି ଅଭିଯୁକ୍ତଙ୍କୁ ଧରିନି ପୋଲିସ

ଦିଗପହଣ୍ଡି,୧୫ା୮(ଡି.ଏନ.ଏ.)-ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ଚାଉଳିଆ ସାହିର ବୃଦ୍ଧ ସୁଦାମ ସାହୁଙ୍କୁ ୪ ଜଣ ଯୁବକ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ସୁଦାମଙ୍କୁ ଉଦ୍ଧାର...

Advertisement
Archives

Model This Week