ଆମେରିକାରେ ବିରଳ ରୋଗ ଚିହ୍ନଟ

ଓ୍ବାଶିଂଟନ୍‌,୧୭।୭: ଆମେରିକାରେ ଏକ ନୂଆ ବିପଦ ଦେଖାଦେଇଛି। ଟେକ୍ସାସର ଜଣେ ରୋଗୀଙ୍କଠାରେ ଏକ ବିରଳ ରୋଗ ଚିହ୍ନଟ ହୋଇଛି। ଯାହା ଏବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଚିନ୍ତା ବଢ଼ାଇଛି। ଉକ୍ତ ରୋଗୀଙ୍କ ଶରୀରରେ ବଡ଼ ବଡ଼ ଫୋଟକା ବା ମଙ୍କିପୋକ୍ସ ଭାଇରସ୍‌ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଏହା ରାଜ୍ୟର ପ୍ରଥମ ଘଟଣା ବୋଲି ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର(ସିଡିସି) ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ନିକଟରେ ଆମେରିକାର ଜଣେ ନାଗରିକ ନାଇଜେରିଆକୁ ଯାଇଥିଲେ। ଗତ କିଛି ଦିନ ତଳେ ସେ ଟେକ୍ସାସକୁ ଫେରିଥିଲେ। ଏହାପରେ ସେ ଜ୍ୱର ଓ ଥଣ୍ଡାରେ ଆକ୍ରାନ୍ତ ହୋଇଥିବାରୁ ତାଙ୍କୁ ଡଲାସ ସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ହସ୍ପିଟାଲର ଡାକ୍ତରଙ୍କ କହିବା ଅନୁସାରେ ଏହା ଏକ ବିରଳ ରୋଗ, ଏଥିରେ ଭୟଭୀତ ହେବାର କୌଣସି ଆବ୍ୟଶ୍ୟକତା ନାହିଁ। ଖୁବ୍‌ଶୀଘ୍ର ରୋଗୀ ଜଣଙ୍କ ସୁସ୍ଥ ହୋଇଯିବେ ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି। ଅନ୍ୟପଟେ ଉକ୍ତ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ଲୋକଙ୍କୁ ମଧ୍ୟ ଯାଞ୍ଚ କରାଯାଉଛି ବୋଲି ସିଡିସି କହିଛି। ଏହି ବିରଳ ରୋଗ ଶ୍ୱାସକ୍ରିୟା ଦ୍ୱାରା ବ୍ୟାପିଥାଏ। ଜଣେ ରୋଗୀଙ୍କ ସଂସ୍ପର୍ଶରେ ଆସିଲେ ହିଁ ଏହି ଭାଇରସ୍‌ ଅନ୍ୟମାନଙ୍କୁ ବ୍ୟାପିବାର ଅଧିକ ସମ୍ଭାବନା ରହିଥାଏ ବୋଲି ସିଡିସି ପକ୍ଷରୁ କୁହାଯାଇଛି। ଏହା ବିରଳ କିନ୍ତୁ ଗୁରୁତର ରୋଗ। ଯାହା ସାଧାରଣତଃ ଫ୍ଲୁ ଭଳି ଲକ୍ଷଣ ଦେଖାଯାଉଥିବା ବେଳେ ଲସିକା ଗ୍ରନ୍ଥି ମଧ୍ୟ ଫୁଲିବା ଆରମ୍ଭ ହୋଇଥାଏ। ଏହା ଧୀରେ ଧୀରେ ମୁହଁ ଏବଂ ଶରୀରକୁ ବ୍ୟାପିଥାଏ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କୁଳଭୂଷଣଙ୍କୁ ତୃତୀୟ କନ୍‌ସୁଲାର ଆକ୍ସେସ୍‌ ମିଳିବ

ଇସ୍‌ଲାମାବାଦ,୧୮ା୭(ପି.ଟି.): ମୃତ୍ୟୁଦଣ୍ଡାଦେଶ ପାଇ ପାକିସ୍ତାନ ଜେଲ୍‌ରେ ଥିବା ଭାରତର ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କୁ ପ୍ରଦାନ କରାଯାଇଥିବା ଦ୍ୱିତୀୟ କନ୍‌ସୁଲାର ଆକ୍ସେସ୍‌ (ଦୂତାବାସ ମାଧ୍ୟମରେ...

ନିଆଁ ଆଁରେ ୩ ଦେଶ

ଜେନେଭା,୮ା୮: ଗ୍ରୀସ୍‌ରେ ଜଙ୍ଗଲ ନିଆଁ ଭୟାବହ ରୂପ ଧାରଣ କରିଛି। ଚତୁର୍ଦ୍ଦିଗକୁ ବନାଗ୍ନି ବ୍ୟାପିବାରେ ଲାଗିଥିବାରୁ ହଜାର ହଜାର ପର୍ଯ୍ୟଟକ ଓ ବାସିନ୍ଦାଙ୍କୁ ରାଜଧାନୀ ଏଥେନ୍ସରୁ...

କଲମ୍ବିଆରେ ପୁଣି ଭୂସ୍ଖଳନ: ୩ ମୃତ, ୨୦ରୁ ଅଧିକ ନିଖୋଜ…

ବୋଗୋଟା,୫।୧୨ : କଲମ୍ବିଆରେ ପୁଣି ଥରେ ଭୂସ୍ଖଳନ ହେବାର ଖବର ଆସିଛି। ଭୂସ୍ଖଳନ ଯୋଗୁ ଏକ ସଡ଼କ କ୍ଷତିଗ୍ରସ୍ତ ହୋଇଛି। ଏହି ଘଟଣାରେ ତିନି ଜଣଙ୍କର...

ଆମେରିକାରେ ପ୍ରଥମ କରୋନା ଭାଇରସ ସଂକ୍ରମିତଙ୍କ ମୃତ୍ୟୁ

ଓ୍ବାଶିଂଟନ,୧।୩: ଆମେରିକାରେ ଜଣେ ୫୦ ବର୍ଷିୟା ମହିଳାଙ୍କର କରୋନା ଭାଇରସ ସଂକ୍ରମଣରେ ମୃତ୍ୟୁ ହୋଇଥିବା ଶନିବାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି। ଏହାସହ ଆମେରିକାରେ...

ଭାଟିକାନ୍‌ ସିଟିରେ ବିଜୁଳି ସମସ୍ୟା, ଲିଫ୍ଟରେ ଫଶିଗଲେ ପୋପ୍‌ ଫ୍ରାନ୍‌ସିସ୍‌

ଭାଟିକାନ୍‌ ସିଟି,୧।୯: ଭାଟିକାନ୍‌ ସିଟିରେ ଏବେ ବିଜୁଳି ସମସ୍ୟା ଦେଖାଦେଇଛି। ରବିବାର ବିଜୁଳି ହଠାତ୍‌ ଚାଲଯିବାରୁ ଫଶିଯାଇଛନ୍ତି ପୋପ୍‌ ଫ୍ରାନସିସ୍‌୍‌। ଫଳରେ ଦମକଳ ବାହିନୀର ଏକ...

ସର୍ବବୃହତ ସେତୁ ଉଦ୍‌ଘାଟିତ

ଇସ୍ତାନବୁଲ,୧୯।୩: ବିଶ୍ବର ସର୍ବବୃହତ ସେତୁ ‘୧୯୧୫ କାନାକଲେ’ ତୁର୍କି ରାଷ୍ଟ୍ରପତି ରିସେପ ତାଇପ ଏରଦୋଗାନ ଉଦ୍‌ଘାଟନ କରିଛନ୍ତି। କାନାକଲେ ନିକଟରେ ନିର୍ମିତ ଏହି ସେତୁ ଗେଲିବୋଲୁ...

ବିନା ପୋଷାକରେ ବିମାନ ଯାତ୍ରା କଲେ ଏହି ଯୁବକ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ମସ୍କୋ,୫ା୧୧: ବିମାନଯାତ୍ରା ସମୟରେ ଅନେକ ଅଜବ କଥା ସବୁ ଦେଖିଥିବେ ବା ଶୁଣିଥିବେ। ମାତ୍ର ଆଜି ଏମିିତି ଏକ ଘଟଣା ଜଣାଇବୁ ଯାହା ଶୁଣିଲେ ଆଶ୍ଚର୍ଯ୍ୟ...

ମୂଳ ଭାରତୀୟ ବାସିନ୍ଦା ପ୍ରିୟା ପିନ୍ଧିଲେ ‘ମିସ୍‌ ୟୁନିଭର୍ସ ଅଷ୍ଟ୍ରେଲିୟା’ ମୁକୁଟ

ମେଲବୋର୍ନ,୨୮।୬: ଭାରତୀୟ ମୂଳ ବାସିନ୍ଦା ୨୬ ବର୍ଷୀୟା ପ୍ରିୟା ସେର୍ରଓ୍ବ ‘ମିସ୍‌ ୟୁନିଭର୍ସ ଅଷ୍ଟ୍ରେଲିୟା ୨୦୧୯’ର ବିଜେତା ଘୋଷିତ ହୋଇଛନ୍ତି। ୨୭ ଜଣ ପ୍ରତିଯୋଗୀଙ୍କୁ ପଛରେ...

Advertisement
Archives

Model This Week