Posted inଜାତୀୟ

୨୦୨୪ରେ ଦରଦାମ ବୃଦ୍ଧି-ବେକାରି ସମସ୍ୟା ମୋଦି-ଶାହାଙ୍କ ଯୋଜନାରେ ଆଣିବ ବାଧା: ସର୍ଭେ…

ନୂଆଦିଲ୍ଲୀ,୧୨।୨ : ୨୦୨୪ରେ ଲୋକସଭା ନିର୍ବାଚନ ପାଇଁ ପ୍ରାୟ ୪୦୦ ଦିନ ବାକି ଅଛି। ଲଗାତାର ତୃତୀୟ ଥର କ୍ଷମତାକୁ ଆସିବାକୁ ଉଦ୍ୟମ କରି ଭାଜପା ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରୁଛି। ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ଦଳ ୫ ମାସ ଭାରତ ଯୋଡୋ ଯାତ୍ରା ଶେଷ କରିଛି। ଏପରିସ୍ଥଳେ ଲୋକସଭା ନିର୍ବାଚନରେ ଭୋଟରଙ୍କ ମନୋଭାବ ଜାଣିବା ପାଇଁ ହୋଇଥିବା ସର୍ଭେ ରିପୋର୍ଟ ଭାଜପାର ଚିନ୍ତାକୁ ବଢ଼ାଇ ଦେଇଛି। ସର୍ଭେ ଅନୁସାରେ ରାମ ମନ୍ଦିର ଏବଂ ଧାରା ୩୭୦ ଦୁଇ ପ୍ରସଙ୍ଗ ଭାଜପାର କେନ୍ଦ୍ରବିନ୍ଦୁ ପାଲଟିଛି।

ରାମ ମନ୍ଦିର ପ୍ରସଙ୍ଗରେ ଦଳ କ୍ଷମତାର ଶିଡ଼ିରେ ପହଞ୍ଚିବାର ସୁଯୋଗ ପାଇଥିଲା। ଏହା ବିନା ଭାଜପାର ହାର୍ଡକୋର ଭୋଟର କଳ୍ପନା କରାଯାଇପାରିବ ନାହିଁ, କିନ୍ତୁ ଲାଗୁଛି ଯେ ଏହି ପ୍ରସଙ୍ଗ ଆଉ ବିଜେପି ସମର୍ଥକଙ୍କ ପ୍ରାଥମିକତା ମଧ୍ୟରେ ନାହିଁ। ଦଳ ଏହି ଦୁଇଟି ଅସ୍ତ୍ର ବ୍ୟବହାର କରି ସାରିଛି। ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ଏବଂ ଧାରା ୩୭୦କୁ ହଟାଇ ଦିଆଯାଇଛି।

ଭାଜପା ନେତୃତ୍ୱରେ ୨୦୧୯ରେ ଆଜି ପର୍ଯ୍ୟନ୍ତ ଏନଡିଏ ସର୍ବୋତ୍ତମ ପ୍ରଦର୍ଶନ କରିଛି। ଫଳରେ ମିଳିତ ମେଣ୍ଟ ୩୫୩ ଟି ସିଟ ପାଇଥିଲା। ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ୨.୦ ଗଠନ ହୋଇଥିଲା। ଜାନୁଆରୀ୨୦୨୩ ର ସର୍ବେକ୍ଷଣକୁ ଦେଖିଲେ ଜଣା ପଡେ,ଏନଡିଏର ୫୫ଟି ଲୋକସଭା ଆସନ ହାତରୁ ଚାଲିଯାଇଛି। ସର୍ବେକ୍ଷଣ ଆକଳନରୁ ଜଣାପଡିଛି ଯେ ଭାଜପାର ସବୁଠାରୁ ବଡ ବ୍ରହ୍ମାସ୍ତ୍ର ଏଥର କାମ କରୁନାହିଁ।

ସର୍ଭେ ଅନୁଯାୟୀ, କେବଳ ୧୪ ପ୍ରତିଶତ ଲୋକ ଧାରା ୩୭୦ କୁ ହଟାଇବାକୁ ଭାଜପାର ଏକ ସଫଳତା ବୋଲି ବିବେଚନା କରନ୍ତି। ଏହି ସଂଖ୍ୟା ରାମ ମନ୍ଦିରରେ ୧୨ ପ୍ରତିଶତକୁ ଖସି ଆସିଛି। ଦୁଇଟି ପ୍ରମୁଖ ପ୍ରତିଶ୍ରୁତି ପୂରଣ କରିବା ପରେ, ଦଳ ଉପରେ ଜନସାଧାରଣଙ୍କ ପ୍ରତିକ୍ରିୟା କିପରି ଗ୍ରହଣ କରାଯାଇଛି, ତାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଚିନ୍ତା ବଢ଼ାଇ ଦେଇଛି। ତେବେ ନରେନ୍ଦ୍ର ମୋଦି ଦେଶରେ ଲୋକପ୍ରିୟ ହୋଇ ରହିଥିବାରୁ ଦଳ ଆଶା ସକାରାତ୍ମକ ରହିଛି।

ଗୋଟିଏ ପଟେ ଲୋକମାନେ ହିନ୍ଦୁତ୍ୱ ଠାରୁ ଦୂରେଇ ଯାଉଥିବାବେଳେ ଦରଦାମ ବୃଦ୍ଧି ଏବଂ ବେକାରୀ ସମସ୍ୟା ବିଜେପି ସମ୍ମୁଖରେ ସବୁଠୁ ବଡ ଆହ୍ବାନ ଭାବରେ ଉଭା ହୋଇଛି। ଏହି ସର୍ଭେରେ ୨୫ ପ୍ରତିଶତ ଲୋକ ଦ୍ରବ୍ୟର ମୂଲ୍ୟ ବୃଦ୍ଧିକୁ ଭାଜପାର ସବୁଠାରୁ ବଡ ବିଫଳତା ବୋଲି କହିଛନ୍ତି। ମୁଦ୍ରାସ୍ଫୀତି ନେଇ ଏକ ଚତୁର୍ଥାଂଶ ଲୋକଙ୍କ ଅସନ୍ତୋଷ ଭାଜପା ପାଇଁ ଅସୁବିଧାର କାରଣ ହୋଇପାରେ। ବେରୋଜଗାରୀ ଉପରେ ମଧ୍ୟ ଅସନ୍ତୋଷ ଦେଖାଦେଇଛି ଏବଂ ୧୭ ପ୍ରତିଶତ ଲୋକ ଏହାକୁ ଭାଜପାର ସବୁଠାରୁ ବଡ ବିଫଳତା ବୋଲି କହିଛନ୍ତି।

ଏହି ସବୁ ପ୍ରସଙ୍ଗ ସହିତ କଂଗ୍ରେସର ବଢୁଥିବା ଗ୍ରାଫ ମଧ୍ୟ ତୃତୀୟ ଥର ପାଇଁ ମୋଦି ସରକାରଙ୍କ ଫେରିବା ପଥରେ ଏକ ପ୍ରତିବନ୍ଧକ ହୋଇପାରେ। ୨୦୧୯ରେ, କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ମିଳିତ ମେଣ୍ଟକୁ ଦୁଇ ଅଙ୍କକୁ ହ୍ରାସ ହୋଇଥିଲା। ୟୁପିଏ ମାତ୍ର ୯୨ ଟି ସିଟ ପାଇଥିଲା। କଂଗ୍ରେସ ମାତ୍ର ୫୨ ଟି ଲୋକସଭା ଆସନ ଜିତିଥିଲା। ଏହି ସର୍ଭେରେ ୟୁପିଏର ଆସନ ୧୫୩ କୁ ବୃଦ୍ଧି କରାଯାଇଛି। ସର୍ଭେରେ କଂଗ୍ରେସ ନେତୃତ୍ୱାଧୀନ ମିଳିତ ମେଣ୍ଟ ୩୦ ପ୍ରତିଶତ ଭୋଟ ପାଇବ ବୋଲି ପୂର୍ବାନୁମାନ କରାଯାଇଛି।

ତେବେ ସର୍ଭେ ଅନୁଯାୟୀ ଯଦି ଆଜି ନିର୍ବାଚନ ହୁଏ ତେବେ ଭାଜପା ନେତୃତ୍ୱାଧୀନ ଏନଡିଏ ସରକାର କ୍ଷମତାକୁ ଫେରିବେ। ଏନଡିଏ ଆକାଉଣ୍ଟରେ ୨୯୮ ଟି ସିଟ ମିଳିବ ବୋଲି ଆକଳନ କରାଯାଇଛି। ଏଥିରେ ୨୮୪ ଟି ସିଟ ଭାଜପା ଯାଉଥିବାବେଳେ ୧୪ ଟି ସିଟ ଅନ୍ୟ ସହଯୋଗୀ ଦଳକୁ ଯାଉଛି। ଯଦିଓ ଏହି ସଂଖ୍ୟା ସିଟ ସଂଖ୍ୟାଗରିଷ୍ଠତା ଦେଉଛି, କିନ୍ତୁ ଏହି ସଂଖ୍ୟା ଭାଜପା ପାଇଁ ଅସୁବିଧା ସୃଷ୍ଟି କରୁଛି। ବିଶେଷକରି କଂଗ୍ରେସର ପ୍ରଦର୍ଶନ ଯେଉଁଭଳି ଭାବରେ ବୃଦ୍ଧି ପାଇଛି, ଏହା ଭାଜପାର ଚିନ୍ତାକୁ ବୃଦ୍ଧି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

ଗୋଟିଏ ବର୍ଷରେ ଶେଷ ହୋଇଯିବ କଲ ସେଣ୍ଟର

ନୂଆଦିଲ୍ଲୀ,୨୬।୪: ଦେଶରେ ଅର୍ଥନୈତିକ ଉଦାରୀକରଣ ଆରମ୍ଭ ହେବା ପରେ ସାରା ବିଶ୍ୱରୁ କମ୍ପାନୀମାନେ ଭାରତ ଆସିଥିଲେ। ବିଶ୍ୱର ଅନେକ କମ୍ପାନୀ ସେମାନଙ୍କର ବ୍ୟବସାୟକୁ ଭାରତକୁ ସ୍ଥାନାନ୍ତର...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ରାଏବରେଲିରେ ପ୍ରିୟଙ୍କାଙ୍କୁ ଟକ୍କର ଦେବେ ବରୁଣ ଗାନ୍ଧି? ୨୦୨୪ ନିର୍ବାଚନର ସବୁଠୁ ବଡ଼ ସର୍‌ପ୍ରାଇଜ୍‌ ଦେବ କି ଭାଜପା…

ନୂଆଦିଲ୍ଲୀ,୨୬।୪: କଂଗ୍ରେସ ଆମେଠିରୁ ରାହୁଲ ଗାନ୍ଧୀ ଏବଂ ରାଏବରେଲିରୁ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରାର୍ଥୀ କରିପାରେ। ଏନେଇ ଚର୍ଚ୍ଚା ହେଉଥିବା ବେଳେ ଭାଜପା ରାଏବରେଲିକୁ ନେଇ ସ୍ବତନ୍ତ୍ର...

ରାଜନୀତିକୁ ଏଣ୍ଟ୍ରି କରିବେ ଡି.କେ ଶିବକୁମାରଙ୍କ ଝିଅ! ଦେଲେ ସଙ୍କେତ…

ବେଙ୍ଗାଲୁରୁ,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬ରେ ୧୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ଭୋଟ ଗ୍ରହଣ କରାଯାଉଛି। ଦ୍ୱିତୀୟ...

ଭାଜପା ପ୍ରାର୍ଥୀ ଦେବାଶିଷଙ୍କ ନାମାଙ୍କନ ରଦ୍ଦ, ଯିବେ ହାଇକୋର୍ଟ

କୋଲକାତା,୨୬।୪: ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗର ବୀରଭୂମ ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ଦେବାଶିଷ ଧରଙ୍କ ନାମାଙ୍କନକୁ ବାତିଲ କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri