Posted inଜାତୀୟ

୨୦୨୨ରେ ଦେଶ ଗତିଶୀଳ ହୋଇ ରଚିଲା ଇତିହାସ: ବର୍ଷର ଶେଷ ମନ୍‌ କି ବାତ୍‌ରେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୨୫।୧୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ଷର ଶେଷ ତଥା ୯୬ତମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମକୁ ସମ୍ବୋଧିତ କର କହିଛନ୍ତି ଯେ, ୨୦୨୨ରେ ଦେଶ ଗତିଶୀଳ ହୋଇଛି। ଦେଶର ବହୁ ଲୋକ ଇତିହାସ ରଚିଛନ୍ତି। ଭାରତର ଅଗ୍ରଗତି ହେବା ସହିତ ଦେଶ ଜି-୨୦ ଗୋଷ୍ଠୀର ଅଧ୍ୟକ୍ଷତା ଦାୟିତ୍ୱ ପାଇଛି। ଏହା ଦେଶ ପାଇଁ ଅତ୍ୟନ୍ତ ଗର୍ବର ବିଷୟ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୨୦୨୨ ମସିହାରେ ଦେଶର ଲୋକଙ୍କ ଶକ୍ତି, ସେମାନଙ୍କର ସହଯୋଗ, ନିଷ୍ଠା, ସଫଳତାର ବିସ୍ତାର ଏତେ ଥିଲା ଯେ ସମସ୍ତଙ୍କୁ ମନ କି ବାତରେ ଅନ୍ତର୍ଭୁକ୍ତ କରିବା କଷ୍ଟକର ହେବ। ୨୦୨୨ ବାସ୍ତବରେ ଅନେକ କ୍ଷେତ୍ରରେ ବହୁତ ପ୍ରେରଣାଦାୟକ, ଆଶ୍ଚର୍ଯ୍ୟଜନକ ହୋଇଛି। ଏହି ବର୍ଷ ଭାରତ ସ୍ବାଧୀନତାର ୭୫ ବର୍ଷ ପୂରଣ କରିଛି।

ଦେଶର ଲୋକମାନେ ଏକତାକୁ ଅନେକ ଉପାୟରେ ପାଳନ କରିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୨୦୨୨ ମସିହାରେ ଦେଶବାସୀ ଆଉ ଏକ ଅମର ଇତିହାସ ଲେଖିଛନ୍ତି। ଅଗଷ୍ଟ ମାସରେ ହର ଘର ତିରଙ୍ଗା’ ଅଭିଯାନକୁ କିଏ ଭୁଲି ପାରିବ। ସେହି ମୁହୂର୍ତ୍ତ ଥିଲା ଯେତେବେଳେ ପ୍ରତ୍ୟେକ ଦେଶବାସୀ ନୁତନ ଉତ୍ସାହ ଲାଭ କରିଥିଲେ। ୬ କୋଟିରୁ ଅଧିକ ଲୋକ ତ୍ରିରଙ୍ଗା ସହିତ ସେଲଫି ପଠାଇଲେ।

୨୦୨୩ମସିହାରେ, ଆମକୁ ଜି-୨୦ ର ଉତ୍ସାହକୁ ଏକ ନୂତନ ଉଚ୍ଚତାକୁ ନେବାକୁ ହେବ ଏବଂ ଏହି ଘଟଣାକୁ ଏକ ଜନ ଆନ୍ଦୋଳନ କରିବାକୁ ପଡିବ। ପ୍ରଧାନମନ୍ତ୍ରୀ କହିଛନ୍ତି, ମୋର ପ୍ରିୟ ଦେଶବାସୀ, ଆଜି ସମଗ୍ର ବିଶ୍ୱରେ ବଡ଼ଦିନ ପର୍ବ ପାଳନ କରାଯାଉଛି। ଯୀଶୁ ଖ୍ରୀଷ୍ଟଙ୍କ ଜୀବନ ଏବଂ ଶିକ୍ଷାକୁ ମନେ ରଖିବାର ଏହା ଦିନ। ମୁଁ ସମସ୍ତଙ୍କୁ ଶୁଭ ବଡ଼ଦିନ କାମନା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?