୨୦୨୨ରେ ସରକାରୀ କର୍ମଚାରୀଙ୍କୁ ମିଳିବ ୧୦୪ଦିନ ଛୁଟି

ଭୁବନେଶ୍ୱର, ୧୮।୧୧(ବ୍ୟୁରୋ): ସାନ୍ତାଳୀ ଭାଷାର ପ୍ରଚାର ତଥା ଅଲିଚିକି ଲିପିର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମ ଦିବସ ମେ ୧୬କୁ ସରକାରୀ ଛୁଟି ଘୋଷଣା କରାଯାଇଛି। ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଅନୁମୋଦନ କରିଛନ୍ତି। ମୁର୍ମୁଙ୍କ ଜନ୍ମ ବୈଶାଖ ପୂର୍ଣ୍ଣମୀରେ ପଡ଼ିଥାଏ। ତାଙ୍କର ଅବଦାନକୁ ସ୍ମରଣ କରିବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏଥିସହିତ ରାଜ୍ୟ ସରକାର ୨୦୨୨ କ୍ୟାଲେଣ୍ଡର ବର୍ଷ ପାଇଁ ସରକାରୀ ଛୁଟି ତାଲିକା ଘୋଷଣା କରିଛନ୍ତି। ରବିବାର, ଦ୍ୱିତୀୟ ଓ ଚତୁର୍ଥ ଶନିବାରକୁ ମିଶାଇ ଜଣେ କର୍ମଚାରୀ ନିଶ୍ଚିତ ୧୦୪ଦିନ ଛୁଟି ପାଇପାରିବେ। ଜଣେ କର୍ମଚାରୀ ଚାହିଁିଲେ ବ୍ୟକ୍ତିଗତ ଛୁଟି ଏହାଠାରୁ ମଧ୍ୟ ଅଧିକ ନେଇପାରିବେ। ଚଳିତବର୍ଷ ତୁଳନାରେ ଆସନ୍ତା ବର୍ଷ ଛୁଟି ସଂଖ୍ୟା ୨ଦିନ ହ୍ରାସ ପାଇଛି। ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୨୦୨୨ କ୍ୟାଲେଣ୍ଡର ବର୍ଷରେ ରାଜ୍ୟର ସମସ୍ତ ସରକାରୀ ଅଫିସ ତଥା ରାଜସ୍ବ ଏବଂ ମାଜିଷ୍ଟ୍ରେରିଆଲ କୋର୍ଟ(ଏକ୍‌ଜିକ୍ୟୁଟିଭ) ପାଇଁ ୨୭ ଏବଂ ବ୍ୟାଙ୍କଗୁଡ଼ିକ ପାଇଁ ୧୮ଟି ଛୁଟି ଦିବସ ଘୋଷଣା କରାଯାଇଛି। ଏହି ତାଲିକାରେ ୫ଟି ଇଚ୍ଛାଧୀନ ଛୁଟି ଘୋଷଣା କରାଯାଇଛି। ସେଥିମଧ୍ୟରୁ କେବଳ ଗୋଟିଏ ଛୁଟିକୁ କର୍ମଚାରୀମାନେ ନିଜ ସୁବିଧା ଅନୁସାରେ ନେଇପାରିବେ। ଅର୍ଥାତ୍‌ ୨୮(୨୭+୧)ଟି ଛୁଟି ଜଣେ କର୍ମଚାରୀଙ୍କୁ ମିଳୁଥିବାବେଳେ ୫୨ଟି ରବିବାର ଏବଂ ୨୪ଟି ଦ୍ୱିତୀୟ ଓ ଚତୁର୍ଥ ଶନିବାରକୁ ମିଶାଇ ମୋଟ ୧୦୪ଟି ଛୁଟି ମିଳିବ। ରାଜ୍ୟ ସରକାର ଯେଉଁ ୫ଟି ଛୁଟିଦିନକୁ ଇଚ୍ଛାଧୀନ ଛୁଟି ତାଲିକାରେ ସାମିଲ କରିଛନ୍ତି ସେଗୁଡ଼ିକ ହେଲା ଜାନୁୟାରୀ ୨୫ ବ୍ରହ୍ମସମାଜ ପ୍ରତିଷ୍ଠା ଦିବସ, ଏପ୍ରିଲ ୧୬ ଇଷ୍ଟର ଶନିବାର, ଏପ୍ରିଲ ୨୭ ଶବ୍‌-ଇ-କ୍ୱାଦର, ନଭେମ୍ବର ୨ ଅଁଳା ନବମୀ ଓ ନଭେମ୍ବର ୧୧ ପ୍ରଥମାଷ୍ଟମୀ। ରବିବାର ଏବଂ ଦ୍ୱିତୀୟ ଓ ଚତୁର୍ଥ ଶନିବାର ଛୁଟି ଦିନରେ ଆଉ କେତେକ ପର୍ବପର୍ବାଣି ପଡୁଥିବାରୁ ସେଦିନକୁ ସ୍ବତନ୍ତ୍ର ଭାବେ ଛୁଟି ଘୋଷଣା କରାଯାଇ ନାହିଁ। ଜାନୁୟାରୀ ୨୩ ସୁଭାଷ ଚନ୍ଦ୍ର ବୋଷ ଜୟନ୍ତୀ, ଏପ୍ରିଲ ୧୦ ରାମନବମୀ, ଜୁଲାଇ ୧୦ ଇଦ୍‌-ଉଲ୍‌-ଜୁହା, ସେପ୍ଟେମ୍ବର ୨୫ ମହାଳୟା, ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ, ଅକ୍ଟୋବର ୯ ମହମ୍ମଦ ଜୟନ୍ତୀ, ଡିସେମ୍ବର ୨୫ ଖ୍ରୀଷ୍ଟମାସ ଡେ’ ରବିବାର ପଡୁଥିବାରୁ, ଏଥିପାଇଁ ସ୍ବତନ୍ତ୍ର ଭାବେ ଛୁଟି ଘୋଷଣା କରାଯାଇନାହିଁ। ସେହିପରି ଗୁରୁଗୋବିନ୍ଦ ସିଂ ଜୟନ୍ତୀ, ରାଜାରାମ ମୋହନ ରାୟ ଜୟନ୍ତୀ, ବାହୁଡ଼ା ଓ ଖ୍ରୀଷ୍ଟମାସ ପାଇଁ ୪ ଦିନ ଇଚ୍ଛାଧୀନ ଛୁଟି ଭାବେ ବିବେଚନା ହେଉଥିଲେ ମଧ୍ୟ ଏସବୁ ରବିବାର ଓ ଶନିବାର ଛୁଟି ଦିନରେ ପଡୁଛି। ବିଜ୍ଞପ୍ତି ଅନୁଯାୟୀ, ଯେହେତୁ ରବିବାର, ଦ୍ୱିତୀୟ ଓ ଚତୁର୍ଥ ଶନିବାର କେତେଗୁଡିଏ ପର୍ବପର୍ବାଣି ଓ ଉତ୍ସବ ପାଳନ ହେଉଛି ତେଣୁ ସେଦିନଗୁଡ଼ିକୁ ନିର୍ଦ୍ଦିଷ୍ଟ ଭାବେ ଛୁଟି ଘୋଷଣା କରାଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମମିତା ମୃତ୍ୟୁ ମାମଲା: ଷ୍ଟାଟସ୍‌ ରିପୋର୍ଟ ମାଗିଲେ ହାଇକୋର୍ଟ

କଟକ ଅଫିସ,୧୮ା୧୧: ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ତଦନ୍ତ ନେଇ ସରକାରଙ୍କୁ ଷ୍ଟାଟସ ରିପୋର୍ଟ ମାଗିଛନ୍ତି ହାଇକୋର୍ଟ। ତଦନ୍ତ କେତେ ଦୂର ଆଗେଇଛି ସେନେଇ...

ମନ୍ତ୍ରୀ ପରିଷଦ ବୈଠକ: ତୃଣମୂଳସ୍ତରକୁ ଯାଇ ଲୋକଙ୍କ ସମସ୍ୟା ବୁଝିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୧୧।୭(ବ୍ୟୁରୋ): ଲୋକଙ୍କ ନିକଟତର ହୁଅ। ସେମାନଙ୍କ ସମସ୍ୟା ବୁଝି ବ୍ୟକ୍ତିଗତସ୍ତରରେ ସମାଧନ କରିବା ପାଇଁ ଚେଷ୍ଟାକର। ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଗସ୍ତକରି ନିଜ ବିଭାଗର କାର୍ଯ୍ୟ...

ପୁଣି ରେକର୍ଡ ଭାଙ୍ଗିଲା ମୃତ୍ୟୁସଂଖ୍ୟା: ଦିନକରେ କରୋନା ନେଲା ୩୫ ଜୀବନ

ଭୁବନେଶ୍ୱର,୩୧।୫(ବ୍ୟୁରୋ): ରାଜ୍ୟରେ ସୋମବାର କରୋନାରେ ୩୫ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୭୫୪ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ...

ଅନ୍‌ଲାଇନ୍‌ ପାଠପଢ଼ା ରିପୋର୍ଟ ଶିକ୍ଷକ ଦେବେ

ଭୁବନେଶ୍ୱର,୯।୧୦(ବ୍ୟୁରୋ): ଗତ ୬ମାସ ମଧ୍ୟରେ ହାଇସ୍କୁଲ୍‌ ଶିକ୍ଷୟିତ୍ରୀ, ଶିକ୍ଷକମାନେ ଅନ୍‌ଲାଇନରେ କିଭଳି ଓ କେତେ ପାଠ ପଢାଇଛନ୍ତି ତାହାର ରିପୋର୍ଟ ମାଗିଛି ବିଦ୍ୟାଳୟ ଓ ଗଣଶିକ୍ଷା...

ଛାତ୍ରୀଛାତ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ବର,୭।୨(ବ୍ୟୁରୋ): ପ୍ରାୟ ଦୁଇ ବର୍ଷ ପରେ ଆଜି ରାଜ୍ୟରେ ସ୍କୁଲ ଖୋଲିଛି। ଅଷ୍ଟମ ଠାରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିଥିବା ବେଳେ ପ୍ରଥମରୁ ସପ୍ତମ...

୨୯୮ ଅଭିଯୋଗର ଶୁଣାଣି

ଭୁବନେଶ୍ୱର, ୧୯।୨ (ବ୍ୟୁରୋ): ପୌର ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରକାଶ ପରେ ଏହାକୁ ନେଇ ଆପତ୍ତି ଅଭିଯୋଗ ସରିଛି। ବୁଧବାର ସୁଦ୍ଧା ଭୁବନେଶ୍ୱର ମହାନଗର...

କୋଭିଡ୍‌-୧୯ ପରୀକ୍ଷଣ: ରାଜଧାନୀର ୫ ସ୍କୁଲରେ ନମୁନା ସଂଗ୍ରହ ଆରମ୍ଭ

ଭୁବନେଶ୍ୱର, ୧୨।୪(ବ୍ୟୁରୋ): କରୋନା ଭାଇରସ୍‌ କୋଭିଡ୍‌-୧୯ ପରୀକ୍ଷଣ ପାଇଁ ଭୁବନେଶ୍ୱରର ୫ ସ୍କୁଲରେ ନମୁନା ସଂଗ୍ରହ କେନ୍ଦ୍ର ଖୋଲାଯାଇଛି। ଝାରପଡ଼ା ପ୍ରାଥମିକ ବିଦ୍ୟାଳୟ, ଚନ୍ଦ୍ରଶେଖରପୁର ସରକାରୀ...

କୃଷି ଯୋଜନା ଜଗିବେ ଯୁଗ୍ମ ସ୍କ୍ବାଡ୍‌

ଭୁବନେଶ୍ୱର,୧୦ା୭(ବ୍ୟୁରୋ): ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କୃଷିଭିତ୍ତିକ ଯୋଜନାର ସଫଳ ରୂପାୟନ, ଯାଞ୍ଚ ଏବଂ ତଦାରଖ ବ୍ୟବସ୍ଥା କଡ଼ାକଡ଼ି କରିବା ଲାଗି କୃଷି ଓ କୃଷକ...

Advertisement
Archives

Model This Week