୨୦୨୦ରେ ପୃ୍‌ଥିବୀରେ କର୍କଟ ମୃତ୍ୟୁ ସଂଖ୍ୟା ୫୩ ଲକ୍ଷ…

ଓ୍ବାଶିଂଟନ,୨୮।୯ : ୨୦୨୦ ମସିହାରେ, କର୍କଟ କାରଣରୁ ଅକାଳ ମୃତ୍ୟୁ ଘଟିଥିବା ଲୋକଙ୍କ ମଧ୍ୟରୁ ୭୦ ପ୍ରତିଶତଙ୍କୁ ଜୀବିତ ରଖାଯାଇ ପାରିଥାନ୍ତା। ଏହି ରୋଗୀଙ୍କ ମଧ୍ୟରୁ ୩୦ ପ୍ରତିଶତ ଲୋକଙ୍କ ପାଇଁ ଚିକିତ୍ସା ଉପଲବ୍ଧ ଥିଲା। ଦ ଲାନସେଟ ଗ୍ଲୋବାଲ ହେଲଥରେ ପ୍ରକାଶିତ ଏକ ଡାକ୍ତରୀ ଅଧ୍ୟୟନରେ କୁହାଯାଇଛି ୨୦୨୦ ରେ ବିଶ୍ୱର ପ୍ରାୟ ୫୩ ଲକ୍ଷ ଲୋକଙ୍କର କର୍କଟରେ ମୃତ୍ୟୁ ଘଟିଛି।

ସେମାନଙ୍କ ମଧ୍ୟରୁ ୨୯ ଲକ୍ଷ ପୁରୁଷ ଏବଂ ୨୩ ଲକ୍ଷ ମହିଳା ଅଛନ୍ତି। ମୃତ୍ୟୁ ଘଟିଥିବା ମହିଳାଙ୍କ ମଧ୍ୟରୁ ପ୍ରାୟ ୧୩ଲକ୍ଷଙ୍କର ତମାଖୁ, ମଦ୍ୟପାନ, ମେଦବହୁଳତା ଏବଂ ସଂକ୍ରମଣ ଯୋଗୁ ଜୀବନ ଯାଇଛି। ଅନ୍ତର୍ଜାତୀୟ ଏଜେନ୍ସି ଫର ରିସର୍ଚ୍ଚ ଅନ କ୍ୟାନସରରୁ କର୍କଟ ମୃତ୍ୟୁହାର ଉପରେ ଗ୍ଲୋବୋକାନ ୨୦୨୦ତଥ୍ୟ ବ୍ୟବହାର କରି ଗବେଷକମାନେ ମତ ଦେଇଛନ୍ତି ଶୀଘ୍ର ଚିହ୍ନଟ ଏବଂ ଚିକିତ୍ସା ଦ୍ୱାରା ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁକୁ ରୋକା ହୋଇପାରିବ।

ମହିଳାମାନଙ୍କ କ୍ଷେତ୍ରରେ ବାର୍ଷିକ ପ୍ରାୟ ୧୫ଲକ୍ଷ ମୃତ୍ୟୁକୁ ଏଡାଯାଇପାରିବ । ମହିଳାମାନଙ୍କ କ୍ଷେତ୍ରରେ ସ୍ତନ ଏବଂ ଗର୍ଭାଶୟ କର୍କଟ ହୋଇଥାଏ। ପ୍ରତିବର୍ଷ ପ୍ରାୟ ୭୦ ବର୍ଷରୁ କମ ତିନି ଲକ୍ଷ ମହିଳା ଫୁସଫୁସ କର୍କଟରେ ପୀଡିତ ହେଉଛନ୍ତି। ଏମାନଙ୍କ ସହିତ ୧.୬୦ ଲକ୍ଷ ମହିଳାଙ୍କର କଲୋରେକ୍ଟାଲ କର୍କଟ କାରଣରୁ ମୃତ୍ୟୁ ଘଟୁଛି। ଅନେକ ଦଶନ୍ଧି ଧରି ଅନେକ ଉଚ୍ଚ ଆୟକାରୀ ଦେଶରେ ସ୍ତନ କର୍କଟ ମୃତ୍ୟୁ ଅପେକ୍ଷା ମହିଳାମାନଙ୍କ ମଧ୍ୟରେ ଫୁସଫୁସ କର୍କଟ ମୃତ୍ୟୁ ହାର ଅଧିକ ଥିଲା ।

ଅଧ୍ୟୟନରେ କୁହାଯାଇଛି ମହିଳାମାନଙ୍କଠାରେ କର୍କଟ ରୋଗର କାରଣ ଏବଂ ବିପଦ କାରଣଗୁଡ଼ିକ ଉପରେ ଅଧିକ ଅନୁସନ୍ଧାନର ଆବଶ୍ୟକତା ରହିଛି। କାରଣ ପୁରୁଷଙ୍କଠାରେ କର୍କଟ ରୋଗ ହେବାର ଆଶଙ୍କା କମ । ଏହା ସହିତ, ସ୍ତନ ପ୍ରତିରୋପଣ, ତ୍ୱଚାକୁ ସଫା କରୁଥିବା ଉତ୍ପାଦ ଏବଂ କେଶ ଉତ୍ପାଦ ମଧ୍ୟ କର୍କଟ ରୋଗର କାରଣ ସାଜୁଛି।

ନିକଟରେ ପ୍ରକାଶିତ ଲାନସେଟ ଆୟୋଗର ଏକ ନୂତନ ରିପୋର୍ଟରେ ଦର୍ଶାଯାଇଛି ଲିଙ୍ଗଗତ ଅସମାନତା ଏବଂ ଭେଦଭାବ ମହିଳାଙ୍କ ଅଧିକାର ତଥା କର୍କଟ ରୋଗର କାରଣକୁ ଏଡ଼ାଇବା ପାଇଁ ସୁଯୋଗ ଉପରେ ପ୍ରଭାବ ପକାଇଥାଏ। ଏହା ମଧ୍ୟ ସେମାନଙ୍କର ସମୟାନୁବର୍ତ୍ତୀ ଅନୁସନ୍ଧାନ ଏବଂ ଯତ୍ନରେ ବାଧା ସୃଷ୍ଟି କରିଥାଏ ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

ବୈଜ୍ଞାନିକଙ୍କ ଚମତ୍କାରିତା, ଭୂକମ୍ପ ଆସିଲେ ପବନରେ ଉଡ଼ିବ ଘର! ଜାଣନ୍ତୁ କେମିତି

ଟୋକିଓ,୧ା୧୦: ଭୂକମ୍ପ ଆସିଲେ ଘର ଦୋହଲିବ ନାହିଁ, ବରଂ ଜମିରୁ ପ୍ରାୟ ୩ ସେଣ୍ଟିମିଟର ଉପରକୁ ଉଠିଯିବ! ଜାପାନର ଏକ କମ୍ପାନୀ ବିକଶିତ କରିଥିବା ଏଭଳି ଭୂକମ୍ପ…

ଫ୍ଲାଏଦୁବାଇ ବିମାନର ନାୟକ ସ୍ମିତଙ୍କୁ ଇସ୍ରାଏଲ ପ୍ରଦାନ କରିବ ବୀରତ୍ୱ ପୁରସ୍କାର, ଆଉ ୪ ଇସ୍ରାଏଲ ନାଗରିକ ପାଇବେ…

ଜେରୁଜେଲମ,୧।୧୦: ଫ୍ଲାଏଦୁବାଇ ଫ୍ଲାଇଟ FZ1073 ରେ ପ୍ରାୟ 180 ଜଣ ଯାତ୍ରୀଙ୍କୁ ବଡ଼ ବିପଦରୁ ଉଦ୍ଧାର କରିଥିବା ଭାରତୀୟ ପାଇଲଟ କ୍ୟାପ୍ଟେନ ସ୍ମତ ମଚ୍ଛାରଙ୍କ ସାହସିକତା ଇସ୍ରାଏଲରେ…

ସ୍ମିତଙ୍କୁ କରାଗଲା ଏୟାର ଲିପ୍ଟ, ପରିବାରକୁ ଭେଟିଲେ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ,୧।୧୦: ଫ୍ଲାଏଦୁବାଇ ବିମାନରେ ଆକ୍ରମଣକାରୀଙ୍କ ମୁକାବିଲା ପାଇଁ ନିଜ ଜୀବନକୁ ବାଜି ଲଗାଇଥିବା ଭାରତୀୟ ପାଇଲଟ ସ୍ମିତ ମଚ୍ଛାରଙ୍କ ଅବସ୍ଥା ସ୍ଥିର ଅଛି। ଏହି ସମୟରେ, ୟୁଏଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?