୧୦ ଦିନରେ ୩,୪୮୮ ଫେରାର ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର,୧୬।୧୧(ବ୍ୟୁରୋ): ଓଡ଼ିଶା ପୋଲିସକୁ ବଡ଼ ସଫଳତା ମିଳିଛି। ୧୦ ଦିନ ଭିତରେ ୩ ହଜାର ୪୮୮ ଫେରାର ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ନଭେମ୍ବର ୫ରୁ ୧୪ ତାରିଖ ଭିତରେ ଫେରାରଙ୍କୁ ଧରିବା ଲାଗି ଓ ପୋଲିସ ପକ୍ଷରୁ ଏକ ସ୍ବତନ୍ତ୍ର ଡ୍ରାଇଭ ଲଞ୍ଚ ହୋଇଥିଲା। ଗିରଫଙ୍କ ମଧ୍ୟରୁ ୨୩୯୨ ଜଣଙ୍କ ବିରୋଧରେ ଜିଆର କେସ ଥିବାବେଳେ ୪୦୦ ଜଣ ସିଜନାଲ ଟ୍ରାଏଲ କେସ ଓ ୬୯୬ ଜଣଙ୍କ ବିରୋଧରେ ଅନ୍ୟାନ୍ୟ କେସ ରହିଛି। ତେବେ ବାଲେଶ୍ୱର ଜିଲାରୁ ସର୍ବାଧିକ ୫୯୨ ଜଣ ଓ୍ବାରେଣ୍ଟିଙ୍କୁୁ ଗିରଫ କରାଯାଇଥିବା ବେଳେ ଗଞ୍ଜାମରୁ ୫୫୧ ଜଣଙ୍କୁ ଗିରଫ କରାଯାଇଛି। ସେହିପରି ଖୋର୍ଦ୍ଧା ଜିଲାରୁ ୫୧୬ ଜଣ ଓ୍ବାରେଣ୍ଟିଙ୍କୁ ପୋଲିସ ଗିରଫ କରିବାରେ ସମର୍ଥ ହୋଇଛି। ବଡ଼ କଥା ହେଉଛି, ଗିରଫ ଓ୍ବାରେଣ୍ଟିଙ୍କ ମଧ୍ୟରୁ ୨୬୪୮ ଜଣଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ବାନା ଥିଲା
ତେବେ ଓ୍ବାରେଣ୍ଟିଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ସମ୍ପୃକ୍ତ ଜିଲା ପୋଲିସକୁ ରାଜ୍ୟ ପୋଲିସ ପକ୍ଷରୁ ପ୍ରଶଂସା କରାଯାଇଛି। ଡିଜିପି ଅଭୟ ସେମାନଙ୍କୁ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୌଶଳେନ୍ଦ୍ର ପୂର୍ବତଟ ରେଳପଥର ନୂତନ ଜନସମ୍ପର୍କ ଅଧିକାରୀ

ଭୁବନେଶ୍ୱର,୧୮।୮(ବ୍ୟୁରୋ): ପୂର୍ବତଟ ରେଳପଥର ମୁଖ୍ୟ ଜନସମ୍ପର୍କ ଅଧିକାରୀ ଭାବେ ଇ.କୌଶଳେନ୍ଦ୍ର କିଶୋର ଖାଡ଼ଙ୍ଗା କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ୨୦୧୦ ବ୍ୟାଚ୍‌ ଭାରତୀୟ ରେଳପଥ ମେକାନିକାଲ ଇଞ୍ଜିନିୟର...

ଲିଙ୍ଗରାଜରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୮।୨(ବ୍ୟୁରୋ): ଚମକୁଛି ଏକାମ୍ର କ୍ଷେତ୍ର । ଐତିହ୍ୟର ସଂରକ୍ଷଣ ସହ ଆଗେଇଛି ସୌନ୍ଦର୍ଯ୍ୟକରଣ । ଲିଙ୍ଗରାଜ ମନ୍ଦିର ନିକଟ ୬୬ ଏକର ଜମିରେ ଏକାମ୍ର ପ୍ରକଳ୍ପ...

ମୈଥାନ ଇସ୍ପାତ କାରଖାନାରେ ଶ୍ରମିକ ଅଶାନ୍ତି: ବକେୟା ଦରମା ଦାବିରେ ରାସ୍ତା ଅବରୋଧ

କଳିଙ୍ଗନଗର,୧୭।୧୦(ଡି.ଏନ୍‌.ଏ.): କଳିଙ୍ଗନଗରସ୍ଥିତ ମୈଇଥାନ ମେସ୍କୋ କାରଖାନାର ଶ୍ରମିକମାନେ ବକେୟା ଦରମା ଦାବିରେ ବୁଧବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି। କାରଖାନା ପକ୍ଷରୁ ଶ୍ରମିକଙ୍କୁ ୯ ମାସର ବକେୟା ପାଉଣା...

ମହାପ୍ରଭୁଙ୍କ ପ୍ରତି ଅସମ୍ମାନ:ତୁଳସୀ ମାଳ ପକାଇ ଶ୍ରୀମନ୍ଦିର ପ୍ରରିକ୍ରମା କଲେ ସାଧୁ

ପୁରୀ ଅଫିସ, ୨୮ା୭: ଶ୍ରୀକ୍ଷେତ୍ର ମାଟିରେ ପୁଣି ଶ୍ରମନ୍ଦିର ସମ୍ମୁଖରେ ମହାପ୍ରଭୁଙ୍କ ପ୍ରତି ଅସମ୍ମାନ। କଳା ଠାକୁରଙ୍କ ଶ୍ରୀମସ୍ତକରେ ଶୋଭା ପାଉଥିବା ତୁଳସୀ ମାଳକୁ ବେକରେ...

ପାଣିରେ ପଡ଼ିଲା ଓପିଟିସିଏଲ୍‌ର ୧୫ କୋଟି

ଭୁବନେଶ୍ୱର, ୧୦।୫ (ବ୍ୟୁରୋ): ସାମୁଦ୍ରିକ ଝଡ଼ ’ଫନୀ’କୁ ବର୍ଷେ ପୂରିଗଲା। ବର୍ଷକ ତଳେ ଏହି ଝଡ଼ ଉପକୂଳବର୍ତ୍ତୀ ଜିଲାଗୁଡ଼ିକର ବିଦ୍ୟୁତ୍‌ ଭିତ୍ତିଭୂମି ଉଜାଡି ଦେଇଥିଲା। ଶକ୍ତି...

ଆଦର୍ଶ ବିଦ୍ୟାଳୟରେ ଯୁକ୍ତ ଦୁଇ ଶ୍ରେଣୀ ଖୋଲିବାକୁ ମିଳିଲା ସ୍ବୀକୃତି: ଆରମ୍ଭ ହେବ ନାମଲେଖା

ପୁରୁଷୋତ୍ତମପୁର,୧୦।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକର ଭାଟକୁମରଡା ଆଦର୍ଶ ବିଦ୍ୟାଳୟକୁ ଯୁକ୍ତ ଦୁଇ ଶ୍ରେଣୀ ଖୋଲିବା ପାଇଁ ଓଡିଶା ସରକାରଙ୍କ ଆଦର୍ଶ ବିଦ୍ୟାଳୟ ସଂଗଠନ ପକ୍ଷରୁ...

ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ପାଇଁ ରାଜ୍ୟପାଳଙ୍କୁ ସ୍ମାରକପତ୍ର

ଭୁବନେଶ୍ୱର, ୨୩।୭(ବ୍ୟୁରୋ): ରାଜ୍ୟରେ କାର୍ଯ୍ୟରତ ଖବରଦାତାମାନଙ୍କୁ ବାରମ୍ବାର ଆକ୍ରମଣ ଓ ଦୁର୍ବ୍ୟବହାର କରାଯାଉଛି। ଏ ନେଇ ଦୃଢ ସୁରକ୍ଷା ଆଇନ ପ୍ରଣୟନ ନିମନ୍ତେ ସୋମବାର କଳିଙ୍ଗ...

ବ୍ୟାଙ୍କ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ୩୫ ଲକ୍ଷ ଲୁଟ୍‌

ବାଲିଅନ୍ତା,୧୫ା୬(ଡି.ଏନ୍‌.ଏ.): ବାଲିଅନ୍ତା ଥାନା ପାହଳ ଫାଣ୍ଡି ଅଧୀନ ଫୁଲନଖରା-ନିଆଳୀ ମାଧବ ରାସ୍ତାର ନଖରାସ୍ଥିତ ଖାରବେଳ ଇଷ୍ଟେଟର ଏକ ନିଛାଟିଆ ସ୍ଥାନରୁ ଶୁକ୍ରବାର ଅପରାହ୍ନରେ ବଡଧରଣର ଡକାୟତି...

Advertisement
Archives

Model This Week