ମଣିଷଠାରେ ଘୁଷୁରି ହୃତ୍‌ପିଣ୍ଡ ପ୍ରତିରୋପଣ

ଚଳିତବର୍ଷ ପ୍ରାରମ୍ଭରୁ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଆରମ୍ଭ ହୋଇଛି ଏକ ନୂଆ ଅଧ୍ୟାୟ। ଜାନୁୟାରୀ ୭ ତାରିଖରେ ପ୍ରଥମ ଥର ପାଇଁ ଓ୍ବାଶିଂଟନ୍‌ ନିକଟସ୍ଥ ‘ୟୁନିଭର୍ସିଟି ଅଫ୍‌ ମେରିଲ୍ୟାଣ୍ଡ ସ୍କୁଲ ଅଫ୍‌ ମେଡିସିନ୍‌’ର ଡାକ୍ତରମାନେ ଜଣେ ୫୭ ବର୍ଷ ବୟସ୍କ ହୃଦ୍‌ରୋଗୀଠାରେ ଏକ ଜିନ୍‌ ସମ୍ପାଦିତ ଘୁଷୁରିର ହୃତ୍‌ପିଣ୍ଡ ପ୍ରତିରୋପଣ କରିବାରେ ସଫଳତା ଅର୍ଜନ କରିଛନ୍ତି। ଏହାର ତିନି ଦିନ ପରେ ଅର୍ଥାତ୍‌, ଜାନୁୟାରୀ ୧୦ ତାରିଖରେ ସର୍ବସାଧାରଣଙ୍କୁ ଏ ସମ୍ପର୍କରେ ସୂଚନା ଦେବା ଅବସରରେ ଏହାର ଡାକ୍ତରୀ ଦଳର ମୁଖ୍ୟ ଡା. ବାର୍‌ଟଲେ ଗ୍ରିଫିଥ୍‌ ରୋଗୀଟିର ହୃତ୍‌ସ୍ପନ୍ଦନ ହାର ଏବଂ ରକ୍ତଚାପ ସ୍ଥିର ଥିବାର କହିଥିଲେ। ପୁନଶ୍ଚ ଅଙ୍ଗ ପ୍ରତିରୋପଣରେ ଦେଖାଦେଉଥିବା ମୁଖ୍ୟ ସମସ୍ୟା ‘ପ୍ରତ୍ୟାଖ୍ୟାନ’ (rejection)ର କୌଣସି ସଙ୍କେତ ଏଥିରେ ଦେଖାଦେଇ ନାହିଁ। ଅତଏବ ତାଙ୍କ ମତରେ ଭବିଷ୍ୟତରେ କେବଳ ହୃତ୍‌ପିଣ୍ଡ କାହିଁକି, ଅନ୍ୟସବୁ ଅଙ୍ଗମାନଙ୍କର ପ୍ରତିରୋପଣ ଲାଗି ବିଭିନ୍ନ ଜୀବମାନଙ୍କୁ ଅଙ୍ଗଦାତା ରୂପେ ବ୍ୟବହାର କରିବା କ୍ଷେତ୍ରରେ ଏହା ଏକ ମାଇଲଖୁଣ୍ଟ ରୂପେ କାର୍ଯ୍ୟ କରିବ।
ବିଭିନ୍ନ ପ୍ରଜାତିର ଜୀବମାନଙ୍କଠାରୁ ପ୍ରତିରୋପଣକ୍ଷମ ଅଙ୍ଗ ଆହରଣକୁ ଇଂଲିଶ୍‌ରେ ‘ଜେନୋ ଟ୍ରାନ୍ସପ୍ଲାଣ୍ଟେସନ୍‌’ (xeno transplantation) ବୋଲି କୁହାଯାଉଛି। ଏ ଦିଗରେ ୨୦୧୪ରେ ଏକ ସଫଳ ପଦକ୍ଷେପ ନେଇଥିଲେ ଜର୍ମାନୀ, ସ୍ବିଡେନ୍‌ ଏବଂ ସ୍ବିଜରଲାଣ୍ଡର କିଛି ବୈଜ୍ଞାନିକ। ସେମାନେ ଏକ ମାଙ୍କଡ଼ ଦେହରେ ଘୁଷୁରିର ହୃତ୍‌ପିଣ୍ଡକୁ ପ୍ରତିରୋପଣ କରି ତାକୁ ଛଅ ମାସରୁ ଊର୍ଦ୍ଧ୍ୱ କାଳ ଧରି ବଞ୍ଚାଇ ରଖିବାରେ ସକ୍ଷମ ହୋଇଥିଲେ। ଅତଏବ ପରବର୍ତ୍ତୀ ସମୟରେ ଏହା ମଣିଷଠାରେ କରାଯାଇପାରିବ ବୋଲି ଆଶା ସଞ୍ଚାର ହୋଇଥିଲା।
ମଣିଷଠାରେ ଭିନ୍ନ ଜୀବର ଅଙ୍ଗ ପ୍ରତିରୋପଣ ଚିନ୍ତାଧାରା ବେଶ୍‌ ପୁରାତନ। ସମ୍ଭବତଃ ଏ ଦିଗରେ ପ୍ରଥମ ଉଦ୍ୟମ ଆରମ୍ଭ ହୋଇଥିଲା ସପ୍ତଦଶ ଶତାବ୍ଦୀରେ। ସେତେବେଳେ ଇଂଲଣ୍ଡର ଜନ୍‌ ବାପ୍ଟିଷ୍ଟେ ଡେନ୍‌ସ ମଣିଷଠାରେ ବିଭିନ୍ନ ପଶୁମାନଙ୍କର ରକ୍ତ ପ୍ରତିରୋପଣ କରି ବ୍ୟାପକ ପରୀକ୍ଷାନିରୀକ୍ଷା ଚଳାଇଥିଲେ। ସେ ସମୟରେ ଜିନୀୟ ବିଜ୍ଞାନ ବିକଶିତ ହୋଇ ନ ଥିଲା। ତେଣୁ ସେ ଭାବୁଥିଲେ ହୁଏତ କୌଣସି ଗୋଟିଏ ପଶୁର ରକ୍ତ ମଣିଷ ଦେହରେ କାମ କରିପାରିବ। ଏହାପରେ ଊନବିଂଶ ଶତାବ୍ଦୀ ବେଳକୁ ୟୁରୋପରେ ବିଭିନ୍ନ ପଶୁଙ୍କ ଅଙ୍ଗ ବିଶେଷକରି ବେଙ୍ଗ ଚର୍ମକୁ ମଣିଷଠାରେ ପ୍ରତିରୋପଣ ଲାଗି ବହୁଳ ଭାବରେ ଉଦ୍ୟମ ହୋଇଥିଲା। କିନ୍ତୁ ତାହା ସମ୍ଭବ ହୋଇପାରି ନ ଥିଲା। ଇତିମଧ୍ୟରେ ଜଣେ ବିଟ୍ରିଶ୍‌ ସର୍ଜନ ଡା. ଜନ୍‌ ବ୍ରାଉନ୍‌ ମଣିଷଠାରେ ଘୁଷୁରିର କର୍ଣ୍ଣେୟ ପ୍ରତିରୋପଣ କରିଥିଲେ। ମଣିଷରୁ ମଣିଷ କ୍ଷେତ୍ରରେ ଏହା ସଫଳ ହେବାର ୬୫ବର୍ଷ ପୂର୍ବେ ତାଙ୍କ ଦ୍ୱାରା ଏହି ଉଦ୍ୟମ ହୋଇଥିଲା। କିନ୍ତୁ ଖୁବ୍‌ଶୀଘ୍ର ତାହା ଅକାମୀ ହୋଇପଡ଼ିଥିଲା। ୧୯୨୦ରେ ରୁଷିଆର ବୈଜ୍ଞାନିକ ସର୍ଜ ଭୋରୋନିଫ ଏକ ଅନୁରୂପ ପଦକ୍ଷେପ ନେଇଥିଲେ। ସେ ବୟସ୍କ ଲୋକଙ୍କଠାରେ ସିମ୍ପାଞ୍ଜିର ଅଣ୍ଡକୋଷମାନ ପ୍ରତିରୋପଣ ଆରମ୍ଭ କରିଦେଇଥିଲେ। ତାଙ୍କର ଲକ୍ଷ୍ୟ ଥିଲା ଏହାଦ୍ୱାରା ସେମାନଙ୍କୁ ପୁନର୍ବାର ଯୌନକ୍ଷମ କରାଇବା। ତେବେ ଏହାକୁ ନୈତିକତା-ବିରୋଧୀ ରୂପେ ଗଣନା କରାଯାଇ ତାଙ୍କୁ ସେଥିରୁ ନିବୃତ୍ତ କରାଯାଇଥିଲା। ଅନ୍ୟପକ୍ଷରେ, ଆମେରିକୀୟ ଡାକ୍ତର କେଇଥ୍‌ ରିମଟସ୍ମା ୧୯୬୩-୬୪ରେ ୧୩ ଜଣ ରୋଗୀଙ୍କଠାରେ ସିମ୍ପାଞ୍ଜିର କିଡ୍‌ନୀ ପ୍ରତିରୋପଣ କରିଥିଲେ। କିନ୍ତୁ ୪-୮ ସପ୍ତାହ ମଧ୍ୟରେ ସେଗୁଡ଼ିକ ଅଚଳ ହୋଇପଡ଼ିଥିଲା। କେବଳ ମାତ୍ର ଜଣେ ୯ ମାସ ପର୍ଯ୍ୟନ୍ତ ବଞ୍ଚତ୍ବାରେ ସକ୍ଷମ ହୋଇଥିଲେ। ସେହିପରି, ଆଉ ଜଣେ ଆମେରିକୀୟ ସର୍ଜନ ଟମ୍‌ ଷ୍ଟାରଜୀ ମଣିଷଠାରେ ସିମ୍ପାଞ୍ଜିର ଲିଭରକୁ ପ୍ରତିରୋପଣ କରି ବିଫଳ ହୋଇଥିଲେ। ଅନ୍ୟପକ୍ଷରେ ସେହି ଦେଶର ଲେଓନାର୍ଡ ବଇଲେ ୧୯୮୩ରେ ବାବୁନ୍‌ର ହୃତ୍‌ପିଣ୍ଡକୁ ଜଣେ ବାଳିକାଠାରେ ପ୍ରତିରୋପଣ କରିଥିଲେ ଏବଂ ସେହି ବାଳିକା ୨୦ ଦିନ ପର୍ଯ୍ୟନ୍ତ ବଞ୍ଚତ୍ଥିଲା।
ଏହା ପରେ ଷ୍ଟାରଜୀ ଏ ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଥିଲେ ୧୯୯୨ ମସିହାରେ। ସେ ଗୋଟିଏ ବାବୁନ୍‌ର ଯକୃତକୁ ମଣିଷଠାରେ ପ୍ରତିରୋପଣ କରି ରୋଗୀଟିକୁ ୭୦ ଦିନ ପର୍ଯ୍ୟନ୍ତ ବଞ୍ଚାଇ ରଖିବାକୁ ସମର୍ଥ ହୋଇଥିଲେ। ପୁନଶ୍ଚ ୧୯୯୭ ମସିହାରେ ଭାରତୀୟ ସର୍ଜନ ଡା. ଧନୀରାମ ବରୁଆ ମଣିଷ ଦେହରେ ଘୁଷୁରି ହୃତ୍‌ପିଣ୍ଡ ପ୍ରତିରୋପଣରେ ସଫଳକାମୀ ହୋଇପାରିଥିଲେ। ତେବେ, ଏଥର ରୋଗୀଟି ମାତ୍ର ଏକ ସପ୍ତାହ ବଞ୍ଚତ୍ଥିଲା ଏବଂ ତାଙ୍କର ଏ କାର୍ଯ୍ୟ ଆଇନ ବିରୋଧୀ ହୋଇଥିବାରୁ ତାଙ୍କୁ ଜେଲଦଣ୍ଡ ଭୋଗିବାକୁ ପଡ଼ିଥିଲା।
ବିଗତ ଡିସେମ୍ବର ୨୦୧୮ରେ ମ୍ୟୁନିକ୍‌ସ୍ଥିତ ଲୁଡ୍‌ଉଇଙ୍ଗ ମାକ୍‌ସମିଲାନ୍‌ ବିଶ୍ୱବିଦ୍ୟାଳୟଠାରେ ବ୍ରୁନୋ ରେଇଚାର୍ଟ୍‌ଙ୍କ ଦିଗ୍‌ଦର୍ଶନରେ ଗବେଷଣା ଚଳାଇଥିବା ଜର୍ମାନୀ, ସ୍ବିଡେନ୍‌, ସ୍ବିଜର୍‌ଲାଣ୍ଡର ବୈଜ୍ଞାନିକମାନେ ଏ ପ୍ରକାର ବିଫଳତା ଏଡ଼ାଇବା ପାଇଁ ଏକ ଆଧୁନିକ ବିଜ୍ଞାନର ସମ୍ମତ ପଦକ୍ଷେପ ନେଲେ।
କୌଣସି ଜୀବଠାରେ ଏ ପ୍ରକାର ଜିନୀୟ ପରିବର୍ତ୍ତନ ଆଣିବାକୁ କହନ୍ତି ‘ଜିନ୍‌ ସଂପାଦନା’। ଘୁଷୁରି କ୍ଷେତ୍ରରେ ଏହା ସଫଳ ପ୍ରୟୋଗ କରିବାର କଥା ପ୍ରଥମେ ସୂଚିତ କରିଥିଲେ କଲମ୍ବିଆ ବିଶ୍ୱବିଦ୍ୟାଳୟର ‘ଦ ଲାର୍ଜ ଆନିମଲ୍‌ ଜେନୋଟ୍ରାନ୍ସ ପ୍ଲାଣ୍ଟେଶନ୍‌ ଲାବୋରାଟାରୀ’ଠାରେ କାର୍ଯ୍ୟରତ ଡା. ଆଡାମ୍‌ ଗ୍ରୀଏସନାର ଏବଂ ତାଙ୍କ ସହଯୋଗୀମାନେ। ଗବେଷଣା ପତ୍ରିକା ‘ସାଇନ୍ସ’ର ୯ ଅଗଷ୍ଟ, ୨୦୧୭ ସଂଖ୍ୟାରେ ପ୍ରକାଶିତ ଏକ ନିବନ୍ଧ ଜରିଆରେ ଏ ବିଷୟରେ ପ୍ରକାଶିତ ହୋଇଥିଲା। ଫଳରେ ସେମାନେ ଭୂତାଣୁମୁକ୍ତ ଅଂଶବିଶିଷ୍ଟ ଘୁଷୁରି ଉତ୍ପାଦନ କରିବାକୁ ସମର୍ଥ ହୋଇଥିଲେ। ବିଭିନ୍ନ ଜୀବଙ୍କଠାରେ ପରୀକ୍ଷା କଲା ପରେ ମଣିଷଠାରେ ତାହା କରିବା ମଧ୍ୟ ଥିଲା ତାଙ୍କର ଲକ୍ଷ୍ୟ।
ମଣିଷ ହେଉ ଅବା ବାବୁନ୍‌, ସେମାନେ ଘୁଷୁରିଠାରୁ ଭିନ୍ନ ପ୍ରକାର ଜୀବ। ଏଣୁ ସେମାନଙ୍କ ଅଙ୍ଗପ୍ରତ୍ୟଙ୍ଗଗୁଡ଼ିକ ଅଲଗା ପ୍ରକାର ପ୍ରୋଟିନ୍‌ ଓ ଶର୍କରା ପ୍ରକଟିତ କରନ୍ତି। ଅନେକ ସମୟରେ ଏହି ପ୍ରଭେଦତା ଗ୍ରହୀତାଠାରୁ ଶକ୍ତିଶାଳୀ ପ୍ରତିରକ୍ଷିତ ପ୍ରତିକ୍ରିୟା ସୃଷ୍ଟି କରେ ଏବଂ ରୋପିତ ଅଂଶକୁ ତା’ ରକ୍ତ ସହିତ ତ୍ରୁଟିଶୂନ୍ୟ ଭାବେ ଆନ୍ତଃକ୍ରିୟା କରିବାରେ ବାଧାଦିଏ। ଫଳରେ ତାହା ପ୍ରତ୍ୟାଖ୍ୟାନର କାରଣ ହୋଇପାରେ। ସେଥିପାଇଁ ମ୍ୟୁନିକ୍‌ ବୈଜ୍ଞାନିକମାନେ ଘୁଷୁରିଠାରୁ କ୍ଷତିକାରକ ପ୍ରୋଟିନ୍‌ ଯୋଗ କରିବା ଉପରେ ଲକ୍ଷ୍ୟ କେନ୍ଦ୍ରିଭୂତ କରିଛନ୍ତି। ସେମାନେ ଏବଂ ଅନ୍ୟ କେତେକ ଗବେଷକ ଏବେ ଜିନ୍‌ ସମ୍ପାଦନା ପଦ୍ଧତିର ଉପଯୋଗ କରି ଘୁଷୁରିଠାରେ ଥିବା ରେଟ୍ରୋ ଭୂତାଣକୁ ସମ୍ପୂର୍ଣ୍ଣ ରୂପେ ନିଷ୍କାରିତ କରିବାକୁ ସମର୍ଥ ହୋଇଛନ୍ତି। ଏହାର ଲକ୍ଷ୍ୟ ହେଲା ପ୍ରତିରୋପଣରେ ଜୀବଟିର ଅଂଶଗ୍ରହଣକାରୀଠାରେ ସଂକ୍ରମଣ ଉତ୍ପନ୍ନ ହେବାର ସମ୍ଭାବନା ହ୍ରାସ କରିବା।

ପ୍ର.ରମେଶ ଚନ୍ଦ୍ର ପରିଡ଼ା
– ଉଷା ନିବାସ, ୧୨୪/୨୪୪୫, ଖଣ୍ଡଗିରି ବିହାର, ଭୁବନେଶ୍ୱର
ମୋ : ୯୯୩୭୯୮୫୭୬୭


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

କଂଗ୍ରେସ କରିବ ପୁଣି ବଡ଼ ଆନ୍ଦୋଳନ, କେବେ ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଲୋକଙ୍କ ଭୋଟ ଅଧିକାରକୁ ସୁରକ୍ଷା ଦେବା ପାଇଁ ଚାଲିଥିବା ଅଭିଯାନର ଏକ ଅଂଶ ଭାବରେ ଆସନ୍ତା ସୋମବାର ଦିଲ୍ଲୀରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୩ ପ୍ରାର୍ଥୀ 

ବଲାଙ୍ଗୀର, ୧୦ା୧୦ (ବୀରେନ୍ଦ୍ର କୁମାର ଝାଙ୍କର): କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ରାଜନୀତି ସରଗରମ ରହିଛି। ଶନିବାର ପ୍ରାର୍ଥୀ ପ୍ରତ୍ୟାହାର ସମୟ ସୀମା ଅତିକ୍ରାନ୍ତ…

ପର୍ତ୍ତୁଗାଲରୁ ରୋନାଲ୍ଡୋ ସସ୍‌ପେଣ୍ଡ

ଲିସ୍‌ବନ,୧୦ା୧୦: ପର୍ତ୍ତୁଗୀଜ ସକର ଫେଡେରେଶନ ପକ୍ଷରୁ ଦେଶର ଫୁଟବଲ ଆଇକନ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏଥିସହିତ ଦଳ ଛାଡ଼ି ଚାଲି ଯିବା ପାଇଁ ତାଙ୍କ ବିରୋଧରେ…

ଔଷଧ ଦୋକାନରେ ବଡ଼ ଧରଣର ଚଢ଼ାଉ, ଭୟରେ ବେପାରୀ

ନିରାକାରପୁର,୧୦।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଔଷଧ ଦୋକାନରେ ବେଆଇନ ଭାବେ ଡାକ୍ତରଙ୍କ ବିନା ପ୍ରେସ୍‌କ୍ରିପଶନରେ ନିଶା ବଟିକା ଏବଂ କଫ୍‌ ସିରପ୍‌ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଅବୈଧ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?