ଇମ୍ରାନ୍‌ଙ୍କ ମନ୍ତବ୍ୟ

ସ୍ୱଳ୍ପ କପଡ଼ା ପିନ୍ଧୁଥିବା ଯୁବତୀ ଓ ମହିଳାଙ୍କ ଯୋଗୁ ଦେଶରେ ବଳାତ୍କାର ମାମଲା ବୃଦ୍ଧି ପାଉଛି ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ କହିଛନ୍ତି। ନିକଟରେ ଏକ ଅନ୍ତର୍ଜାତୀୟ ଇଂଲିଶ ଚ୍ୟାନେଲକୁ ସାକ୍ଷାତ୍‌କାର ଦେବା ଅବସରରେ ସେ କହିଛନ୍ତି ଯେ, ପୁରୁଷମାନେ ଏଭଳି ପୋଷାକ ପିନ୍ଧୁଥିବା ମହିଳାଙ୍କ ଦ୍ୱାରା ଆକର୍ଷିତ ହେଉଛନ୍ତି ଓ ସେମାନଙ୍କ ମନରେ କାମୋଦ୍ଦୀପକ ଭାବନା ସୃଷ୍ଟି ହେଉଛି। ଦେଖିବାକୁ ଗଲେ ଏଭଳି ଚିନ୍ତାଧାରାରେ ଭାରତୀୟମାନେ ଅନେକ ଥର ପ୍ରୋତ୍ସାହିତ ହୋଇଆସିଛନ୍ତି। ବହୁ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ତଥାକଥିତ ନେତୃବର୍ଗ ସବୁବେଳେ ମହିଳାଙ୍କ ଉପରେ ଦୋଷ ଲଦିଦେଇ ପୁରୁଷଙ୍କ ଚାରିଖୁରାକୁ କ୍ଷମା କରିଦିଅନ୍ତି। ଇମ୍ରାନ୍‌ଙ୍କ ଏହି ଉଚ୍ଚାରଣ ଦକ୍ଷିଣ ଏସୀୟ ଦେଶଗୁଡ଼ିକ ସକାଶେ ଏଇଥିପାଇଁ ନୂତନ ଲାଗୁ ନାହିଁ, କାରଣ ରାଜନୀତିରେ ଦେଶକୁ ନେତୃତ୍ୱ ଦେବାରେ ବିଫଳ ବ୍ୟକ୍ତିମାନେ ଏହିଭଳି ରକ୍ଷଣଶୀଳ ମତବ୍ୟକ୍ତ କରି ନିଜର ଗୋଷ୍ଠୀ ସୃଷ୍ଟି କରନ୍ତି। ଯେତେବେଳେ ସରକାରୀ ବ୍ୟବସ୍ଥାରେ ଦେଶବାସୀଙ୍କୁ ସୁରକ୍ଷା ଦେବା ପାଇଁ ବିଫଳ ହୁଅନ୍ତି, ସେତେବେଳେ ଇମ୍ରାନ୍‌ଙ୍କ ଭଳି ନେତା ନିଜର ଅପାରଗତା ପରିବର୍ତ୍ତେ ମହିଳାଙ୍କ ପୋଷାକକୁ ଦାୟୀ କରନ୍ତି।
ବିଦେଶରେ ପାଠ ପଢ଼ିଥିବା ଜଣେ ଅନ୍ତର୍ଜାତୀୟ ସ୍ତରର କ୍ରିକେଟ ଖେଳାଳି ତଥା ରାଜନେତା ଭାବେ ନିଜକୁ ପ୍ରତିଷ୍ଠିତ କରିଥିବା ଇମ୍ରାନଙ୍କ ମନ୍ତବ୍ୟ ନିଶ୍ଚିତ ଭାବେ ସମାଲୋଚନାଯୋଗ୍ୟ। ଏକ ତଥ୍ୟରୁ ଜଣାପଡ଼ିଛି ଯେ, ପାକିସ୍ତାନରେ ଦିନକ ମଧ୍ୟରେ ୧୧ ଜଣ ମହିଳା ବଳାତ୍କାରର ଶିକାର ହେଉଛନ୍ତି। ହେଲେ ସେଥିମଧ୍ୟରୁ ମାତ୍ର ୦.୦୩ ପ୍ରତିଶତ ଅଭିଯୁକ୍ତ ଦଣ୍ଡିତ ହେଉଛନ୍ତି। ଅପରାଧ କମାଇବା ପାଇଁ କୌଣସି ପଦକ୍ଷେପ ନେଇପାରୁ ନ ଥିବା ଜଣେ ପ୍ରଧାନମନ୍ତ୍ରୀ ଏଭଳି ମନ୍ତବ୍ୟ ଦେବା ଅତ୍ୟନ୍ତ ଅପ୍ରୀତିକର ସ୍ଥିତି ସୃଷ୍ଟି କରିଛି।
ଦେଖିବାକୁ ଗଲେ ୟୁରୋପୀୟ ମହିଳା ଜେମିମା ଗୋଲ୍ଡସ୍ମିଥ୍‌ଙ୍କୁ ଇମ୍ରାନ୍‌ ବିବାହ କରିଥିଲେ। ଆଜିର ସ୍ଥିତି ଦେଖିଲେ ଏକଦା ପ୍ରଗତିଶୀଳ ଚିନ୍ତାଧାରା ନେଇ ଜୀବନ ଜିଉଁଥିବା ଇମ୍ରାନ୍‌ ଗାଦି ରକ୍ଷା ପାଇଁ ମୌଳବାଦୀଙ୍କ ପଥ ଅନୁସରଣ କରିଛନ୍ତି। ସେମାନଙ୍କୁ ଖୁସି କରାଇବା ସକାଶେ ଏଭଳି ମନ୍ତବ୍ୟ ଦେଉଛନ୍ତି। ଏହା ଜଣାଶୁଣା ଯେ ତାଲିବାନ, ଅଲ୍‌କାଏଦା, ଲଶ୍କର-ଇ-ତୋଇବା ହେଉ ବା ଜମାତ୍‌-ଉଦ୍‌-ଦାଓ୍ବା ଭଳି ସଙ୍ଗଠନ ଇମ୍ରାନ୍‌ଙ୍କ ସରକାରଙ୍କୁ ପରୋକ୍ଷରେ ସମର୍ଥନ କରୁଥିବାରୁ ସମ୍ଭବତଃ ଚାପରେ ପଡ଼ି ସେ ଏଭଳି କହିଛନ୍ତି। ବର୍ତ୍ତମାନ ପାକିସ୍ତାନରେ ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଅତ୍ୟାବଶ୍ୟକ ସାମଗ୍ରୀ ଦର ବହୁ ଉଚ୍ଚକୁ ଚାଲିଯାଇଛି। ଅସଂଖ୍ୟ ଯୁବତୀଯୁବକ ବେକାର ହୋଇଯାଇଛନ୍ତି। ଏପରି କି ସରକାର ଚଳାଇବା ପାଇଁ ତହବିଲରେ ପାଣ୍ଠିର ଘୋର ଅଭାବ ଦେଖାଦେଇଛି। ଆତଙ୍କବାଦୀଙ୍କୁ ପାକିସ୍ତାନ ସରକାର ସିଧାସଳଖ ପ୍ରୋତ୍ସାହନ ଦେଉଛି ବୋଲି ଅନ୍ତର୍ଜାତୀୟ ସ୍ତରରେ ପ୍ରଚାର ହୋଇଯାଇଥିବାରୁ ତାହାକୁ ବିଦେଶରୁ ଆର୍ଥିକ ସହାୟତା ପୂର୍ବଭଳି ମିଳିପାରୁ ନାହିଁ। ଏଭଳି ପରିପ୍ରେକ୍ଷୀରେ ନାଗରିକଙ୍କର ସରକାର ବିରୋଧୀ ଅସନ୍ତୋଷ ଓ ପ୍ରତିବାଦଠାରୁ ନଜର ହଟାଇବା ପାଇଁ ଇମ୍ରାନ୍‌ ଏଭଳି ମନ୍ତବ୍ୟ ଦେଇଛନ୍ତି ବୋଲି କୁହାଯାଇପାରେ। ଯେତେବେଳେ ଶାସନ ଦୁର୍ବଳ ହୋଇଯାଏ ଓ ନେତୃତ୍ୱ ନେଉଥିବା ବ୍ୟକ୍ତିଙ୍କ କୌଣସି ଦିଗ୍‌ଦର୍ଶନ ନ ଥାଏ, ସେତେବେଳେ ନେତାମାନେ ବାଉଳିଚାଉଳି ହେଇଥାଆନ୍ତି। ଆଜି ଇମ୍ରାନ୍‌ ସେହିଭଳି ଏକ ଗାତରେ ପଡ଼ିଯାଇଛନ୍ତି। ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ନେତାମାନେ ବିଫଳ ହେଲେ ପୀଡ଼ିତଙ୍କୁ ଦୋଷ ଦେଇ ଖସିଯିବା ହେଉଛି ଏକ ସହଜ ଉପାୟ।


Enter your email to get our daily news in your inbox.

All Right Reserved By Dharitri.Com

ଏକ ଅତିମାନସ ଅନୁଭବ

ବିମଳ ପ୍ରସନ୍ନ ଦାସ ଆଜି ମହାପ୍ରଭୁଙ୍କ ଉଭାଯାତ୍ରା, କାଲି ରଥଯାତ୍ରା। ତେବେ ରଥଯାତ୍ରା କୌଣସି ମୂର୍ତ୍ତିପୂଜାରୁ ସୃଷ୍ଟି ହୋଇନାହିଁ ବରଂ ଏହା ଏକ ଅତିମାନସ ଅନୁଭବ।...

ସରକାରଙ୍କ ପାଇଁ ଆହ୍ବାନ

ଗତ ଏକ ମାସରୁ ଊର୍ଦ୍ଧ୍ୱ ହେବ ପୁଞ୍ଜି ବଜାର ରେକର୍ଡ ସ୍ତରରେ ପହଞ୍ଚିବା ପରେ ଏବେ ଅନିୟନ୍ତ୍ରିତ ଭାବେ ହ୍ରାସ ପାଇବାରେ ଲାଗିଛି। ଲଗାତର ୫...

କିସ କରିବା ଆଜ୍ଞା

ଦ୍ୱିତୀ ଚନ୍ଦ୍ର ସାହୁ ଡଙ୍ଗରିଆଙ୍କ ଚିତ୍ରକଳା ସମ୍ପର୍କରେ ଜାଣିବାକୁ ଆଗ୍ରହ ହେତୁ ଯିବାକୁ ପଡ଼ିଲା ଡଙ୍ଗରିଆ ଅଞ୍ଚଳ। ଅଙ୍କାବଙ୍କା ରାସ୍ତା ଦେଇ ପହଞ୍ଚତ୍ଲି ଡଙ୍ଗରିଆଙ୍କ ଅନ୍ୟତମ...

ଏଇ ଭାରତରେ

ଛାତ ଉପରେ ବଗିଚା ଦେଖିଥିବେ; ଯେଉଁଠି ୧୦୦ କିମ୍ବା ୨୦୦ ଯାଏ ଗଛ ଲଗାଯାଇଥିବ। ହେଲେ ଛାତ ଉପରେ ୪୦୦୦ କୁଣ୍ଡରେ ଗଛ ଲଗାଯାଇଥିବା ଦୃଶ୍ୟ...

ଓଡ଼ିଆ ଥାଳିକୁ କ’ଣ ବାହାରକୁ ନେଇପାରିବାନି

ଡ. ପ୍ରମୋଦ କୁମାର ପଣ୍ଡା   ବାସ୍ତବରେ ଓଡ଼ିଆ ଥାଳି ଏ ପର୍ଯ୍ୟନ୍ତ ଓଡ଼ିଶା ବାହାରକୁ ଯାଇପାରି ନାହିଁ, ଯଦିଓ ଓଡ଼ିଆ ଥାଳିରେ ସବୁପ୍ରକାର ଉପାଦାନ...

ବିକଳ୍ପ ଆବଶ୍ୟକ

ଜୁଲିଆ ଗିଲାର୍ଡ ଦେଢବର୍ଷରୁ ଉର୍ଦ୍ଧ୍ୱ ହେବ କୋଭିଡ୍‌-୧୯ ମହାମାରୀ ବିଶ୍ୱକୁ କବଳିତ କରି ରଖିଛି। ସ୍ବାସ୍ଥ୍ୟ ଉପରେ ଏହାର ଭୟଙ୍କର ପ୍ରଭାବକୁ ସାରା ବିଶ୍ୱ ଅନୁଭବ...

ଏଇ ଭାରତରେ

ବିଲୁପ୍ତି ପଥରେ ଥିବା ବିରଳ ପ୍ରଜାତିର ଜୀବଙ୍କ ସୁରକ୍ଷାକୁ ଗମ୍ଭୀରତାର ସହ ନେଇଛନ୍ତି ଅରୁଣିମା ସିଂହ। ସେ ଦୀର୍ଘ ୮ ବର୍ଷ ହେବ ଏକାକୀ ବିଭିନ୍ନ...

ଏଇ ଭାରତରେ

ଉତ୍ତରପ୍ରଦେଶର ଦୁଇ ଭାଇ ମୁକେଶ ଏବଂ ଚନ୍ଦ୍ରମୌଳି ପାଣ୍ଡେ ବର୍ଷକୁ ଦୁଇ ଶହ କୁଇଣ୍ଟାଲ ଗୋବର୍ଜ୍ୟ (ଗୋବର, ନଷ୍ଟ ହେଉଥିବା ନଡ଼ା ଓ ଘାସ)ରୁ ଜିଆଖତ...

Advertisement
Archives

Model This Week