Posted inଖେଳ

ୟୁରୋକପ୍‌ ଫୁଟ୍‌ବଲ: ବେଲ୍‌ଜିୟମର ହ୍ୟାଟ୍ରିକ ବିଜୟ

ସେଣ୍ଟ ପିଟର୍ସବର୍ଗ,୨୩।୬: ୟୁରୋକପ୍‌ରେ ବେଲ୍‌ଜିୟମ ତା’ର ଆଧିପତ୍ୟ ବଜାୟ ରଖିଛି। ଗ୍ରୁପ୍‌ ବି’ରେ ବେଲ୍‌ଜିୟମ ସବୁ ୩ଟି ଯାକ ମ୍ୟାଚ୍‌ରେ ବିଜୟୀ ହୋଇ ହ୍ୟାଟ୍ରିକ ଅର୍ଜନ କରିଛି। ମୋଟ ୯ ପଏଣ୍ଟ ହାସଲ କରି ବିଶ୍ୱର ଏହି ୧ ନମ୍ବର ଦଳ ଗ୍ରୁପ୍‌’ ବି ପଏଣ୍ଟ ତାଲିକାର ଶୀର୍ଷରେ ରହିଛି। ସୋମବାର ସ୍ଥାନୀୟ କ୍ରେସୋଭସ୍କି ଷ୍ଟାଡିୟମରେ ଖେଳାଯାଇଥିବା ମୁକାବିଲାରେ ବେଲ୍‌ଜିୟମ ୨-୦ ଗୋଲରେ ଫିନ୍‌ଲାଣ୍ଡକୁ ପରାସ୍ତ କରି ଗ୍ରୁପ୍‌ ଚାମ୍ପିୟନ ହୋଇ ପୂରା ଢଙ୍ଗରେ ନକ୍‌ଆଉଟ ପର୍ଯ୍ୟାୟରେ ପ୍ରବେଶ କରିଛି। ବେଲ୍‌ଜିୟମକୁ ବାଦ୍‌ ଦେଲେ ଇଟାଲୀ ଓ ନେଦରଲାଣ୍ଡ୍ସ ଯଥାକ୍ରମେ ଗ୍ରୁପ୍‌ ଏ ଓ ଗ୍ରୁପ୍‌ ସି’ରେ ସବୁ ମ୍ୟାଚ୍‌ ଜିତି ୯ ପଏଣ୍ଟ ହାସଲ କରି ନକ୍‌ଆଉଟ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି। ଅନ୍ୟପଟେ ପରାଜୟ ସହ ଫିନ୍‌ଲାଣ୍ଡ ୩ଟି ମ୍ୟାଚ୍‌ ଖେଳି ଗୋଟିଏ ବିଜୟ ଓ ଦୁଇଟି ପରାଜୟ ସହ ୩ ପଏଣ୍ଟ ହାସଲ କରି ତାଲିକାର ତୃତୀୟ ସ୍ଥାନରେ ରହିଛି। ଏବେ ଫିନ୍‌ଲାଣ୍ଡ ନକ୍‌ ଆଉଟକୁ ଉଠିବାର ସମ୍ଭାବନା କମ୍‌ ରହିଛି। ବିଭିନ୍ନ ଗ୍ରୁପ୍‌ରେ ତୃତୀୟ ସ୍ଥାନ ଅଧିକାର କରିବାକୁ ଥିବା ଶ୍ରେଷ୍ଠ ଦଳଗୁଡିକ ମଧ୍ୟ ନକ୍‌ ଆଉଟ ପ୍ରବେଶ କରିବେ।
ଫିନ୍‌ଲାଣ୍ଡ ବିପକ୍ଷରେ ବେଲ୍‌ଜିୟମ ପୂରା ଆଧିପତ୍ୟ ବିସ୍ତାର କରି ଖେଳିଥିଲା। ବଲ ପଜେଶନ, ପାସ୍‌ ଓ ପାସ୍‌ ଆକ୍ୟୁରେସିରେ ବେଲ୍‌ଜିୟମ ବହୁ ଆଗରେ ରହିଥିଲା। ତେବେ ପ୍ରଥମାର୍ଦ୍ଧରେ କଡ଼ା ସଂଘର୍ଷ ଦେଖିବାକୁ ମିଳିଥିଲା। ଦ୍ୱିତୀୟାର୍ଦ୍ଧରେ ୭୪ତମ ମିନିଟ୍‌ରେ ଫିନ୍‌ଲାଣ୍ଡ ଗୋଲକିପର ଲୁକାସ ରାଡେକିଙ୍କ ଦ୍ୱାରା ଦୁର୍ଭାଗ୍ୟଜନକ ଭାବେ ଏକ ଆତ୍ମଘାତୀ ଗୋଲ ହୋଇଥିଲା। ଫଳରେ ବେଲ୍‌ଜିୟମ ଅଗ୍ରଣୀ ହାସଲ କରିଥିଲା। ବେଲ୍‌ଜିୟମ ଡିଫେଣ୍ଡର ଥୋମାସ ଭେର୍ମାଲେନ ହେଡ୍‌ କରିଥିଲେ ଓ ବଲ୍‌ ପୋଷ୍ଟରେ ବାଜି ଫେରିଥିଲା ଏବଂ ଲୁକାସଙ୍କ ହାତରେ ବାଜି ପୋଷ୍ଟକୁ ଯାଇଥିଲା। ଏହାପରେ ୮୧ତମ ମିନିଟ୍‌ରେ ରୋମେଲୁ ଲୁକାକୁ ଗୋଲ ଦେଇ ବେଲ୍‌ଜିୟମକୁ ୨-୦ରେ ଅଗ୍ରଣୀ କରାଇଥିଲେ। ଏହି ପରାଜୟ ଦ୍ୱାରା ଫିନ୍‌ଲାଣ୍ଡ କୋଚ୍‌ ମାର୍କୁ କାନେର୍ଭା ଅସନ୍ତୋଷ ଜାହିର କରିଛନ୍ତି। ରବିବାର ରାଉଣ୍ଡ ଅଫ୍‌ ୧୬ରେ ବେଲ୍‌ଜିୟମ ତୃତୀୟ ସ୍ଥାନରେ ଥିବା ଶ୍ରେଷ୍ଠ ୪ଟି ଦଳ ମଧ୍ୟରୁ ଗୋଟିଏକୁ ଭେଟିବ। ଏହାପୂର୍ବରୁ ବେଲ୍‌ଜିୟମ ରୁଷିଆକୁ ୩-୦ରେ ଓ ଡେନ୍‌ମାର୍କକୁ ୨-୧ ଗୋଲରେ ହରାଇଥିଲା। ଗ୍ରୁପ ପର୍ଯ୍ୟାୟରେ ବେଲ୍‌ଜିୟମର ପ୍ରଦର୍ଶନ ଐତିହାସିକ ସାବ୍ୟସ୍ତ ହୋଇଛି। ତେବେ ବିଳମ୍ବିତ ଗୋଲ ବେଲ୍‌ଜିୟମ ପାଇଁ ଚିନ୍ତା ସୃଷ୍ଟି କରିଥିବ। ଏବେ ଲୁକାକୁ ମୋଟ ୩ଟି ଗୋଲ ସ୍କୋର କରି କ୍ରିଷ୍ଟିଆନୋ ରୋନାଲ୍ଡୋ, ଜିଓଜିନିଓ ଓ୍ବିଜନାଏଡମ ଓ ପାଟ୍ରିକ ସିକଙ୍କ ସମକକ୍ଷ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମାଞ୍ଚେଷ୍ଟରରେ ଭାରତଠାରୁ ପରାଜିତ ହୋଇଥିଲା ପାକିସ୍ତାନ: ସମାଲୋଚନା ଯୋଗୁଆତ୍ମହତ୍ୟା କରିବାକୁ ଚାହିଁଥିଲେ କୋଚ୍‌ ମିକି ଆର୍ଥର

ଲଣ୍ଡନ,୨୫ା୬ (ପି.ଟି.)-ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ନିକଟରୁ ପରାଜୟ ପରେ ପାକିସ୍ତାନ ମୁଖ୍ୟ କୋଚ୍‌ ମିକି ଆର୍ଥର ଆତ୍ମହତ୍ୟା କରିବା ଲାଗି ବିଚାରିଥିଲେ ବୋଲି ପ୍ରକାଶ କରିଛନ୍ତି।...

ବଜରଙ୍ଗଙ୍କଠାରୁ ଏବେ କେବଳ ବ୍ରୋଞ୍ଚ ଆଶା

ନୂଆଦିଲ୍ଲୀ,୬।୮: ଆଜି ଟୋକିଓ ଅଲିମ୍ପିକ୍ସର ୧୫ତମ ଦିନ। ଭାରତର ତାରକା ରେସଲର ବଜରଙ୍ଗ ପୁନିଆ ଫାଇନାଲ ପାଇଁ ଦୌଡ଼ରୁ ବାହାରି ଯାଇଛନ୍ତି। ସେମିଫାଇନାଲ ମ୍ୟାଚରେ ତାଙ୍କୁ...

ଗୋଟିଏ ଇନିଂସରେ ୧୦ ଉଇକେଟ ନେଲେ ଏଜାଜ ପଟେଲ

ମୁମ୍ବାଇ,୪।୧୨: ନ୍ୟୁଜିଲାଣ୍ଡ ସ୍ପିନର ଏଜାଜ ପଟେଲ ଓ୍ବାଙ୍ଖଡେ ଷ୍ଟାଡିୟମରେ ଚାଲିଥିବା ଭାରତ ବିପକ୍ଷ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଇନିଂସରେ ସମସ୍ତ ୧୦ ଉଇକେଟ ହାସଲ କରିଛନ୍ତି।...

୧୯ ବର୍ଷରୁ କମ୍‌ ଏସିଆ କପ୍‌ ଜିତିଲା ଭାରତ

ଦୁବାଇ,୩୧।୧୨: ୧୯ ବର୍ଷରୁ କମ୍‌ ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟକୁ ଜିତି ନେଇଛି ଭାରତୀୟ ଦଳ। ଶୁକ୍ରବାର ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ଫାଇନାଲକୁ ଭାରତ ଡିଏଲ୍‌ଏସ୍‌...

ପାକିସ୍ତାନ ଦଳ ସହ ରହିବେ ରିଜଓ୍ବାନ, ଆବିଦ୍‌

କରାଚି, ୨୮।୫(ପି.ଟି.)-ବ୍ୟାଟ୍ସମ୍ୟାନ ମହମ୍ମଦ ରିଜଓ୍ବାନ ଓ ଆବିଦ୍‌ ଅଲି ବିଶ୍ୱକପ୍‌ ପର୍ଯ୍ୟନ୍ତ ପାକିସ୍ତାନ ଦଳ ସହ ରହିବେ। ଜାତୀୟ ଟିମ୍‌ ମ୍ୟାନେଜମେଣ୍ଟଙ୍କ ଅନୁରୋଧକ୍ରମେ ମଙ୍ଗଳବାର ପାକିସ୍ତାନ...

‘ଇଂଲଣ୍ଡରେ ଭାରତ ୩-୨ରେ ସିରିଜ ଜିତିବ’

ନୂଆଦିଲ୍ଲୀ, ୧୦।୫: ଭାରତୀୟ କ୍ରିକେଟ ଦଳ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ଏବଂ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ପାଇଁ...

ହରମନ୍‌ପ୍ରୀତ୍‌ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟିକା

ମୁମ୍ବାଇ,୨ା୩(ପି.ଟି.): ଓମେନ୍ସ ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌)ର ଆଗାମୀ ସଂସ୍କରଣ ପାଇଁ ହରମନପ୍ରୀତ୍‌ କୌରଙ୍କୁ ଅଧିନାୟିକା ଘୋଷଣା କରାଯାଇଛି। ବୁଧବାର ଭାରତୀୟ ଦଳର ଅଧିନାୟିକାଙ୍କୁ ମୁମ୍ବାଇ ଏହାର...

ଭାରତ-ବାଂଲାଦେଶ ତୃତୀୟ ଟି-୨୦: ପ୍ରଥମେ ବ୍ୟାଟିଂ କରିବ ଭାରତ

ନାଗପୁର,୧୦।୧୧: ଭାରତ ଓ ବାଂଲାଦେଶ ମଧ୍ୟରେ ଟି-୨୦ ସିରିଜର ତୃତୀୟ ତଥା ନିର୍ଣ୍ଣାୟକ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦଳ ବାଂଲାଦେଶ ପ୍ରଥମେ ଟସ୍‌ ଜିତି ବୋଲିଂ...

Advertisement
Archives

Model This Week