‘ଆହାର’ ରିହାତି ଚଳୁ

କଟକ ଅଫିସ, ୨୩ା୬:ଗରିବ ଓ ନିରାଶ୍ରୟଙ୍କୁ ସ୍ବଳ୍ପ ମୂଲ୍ୟରେ ଖାଦ୍ୟ ଯୋଗାଇବାକୁ ରାଜ୍ୟ ସରକାର ବିଭିନ୍ନ ସହରାଞ୍ଚଳରେ ୨୦୧୫ ଏପ୍ରିଲ ୧ରୁ ଆହାର ଯୋଜନା ଆରମ୍ଭ କରିଛନ୍ତି। ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସ୍‌ୟୁ) ସହାୟତାରେ ଏହି ଖାଦ୍ୟ ଯୋଗାଇ ଦିଆଯାଉଛି। ୨୦ଟଙ୍କା ମୂଲ୍ୟର ଖାଦ୍ୟକୁ ଲୋକମାନେ ୫ଟଙ୍କା ଦେଇ ପାଉଥିବାବେଳେ ବଳକା ୧୫ଟଙ୍କା ପିଏସ୍‌ୟୁ ବହନ କରୁଛନ୍ତି। ହେଲେ ପ୍ରତ୍ୟେକ ଆହାର କେନ୍ଦ୍ରକୁ ଯେତିକି ସଂଖ୍ୟକ ଖାଦ୍ୟ ଯୋଗାଣ କରାଯିବା କଥା, ତା’ଠାରୁ କମ୍‌ ସଂଖ୍ୟକ ଦିଆଯାଇ ବଳକା ଖାଦ୍ୟର ରିହାତି ଟଙ୍କାକୁ ଯୋଗାଣକାରୀ ସଂସ୍ଥା ଲୁଟୁଥିବା ସାଧାରଣରେ ଅଭିଯୋଗ ହେଉଛି।
ସୂଚନା ମୁତାବକ, କଟକ, ଭୁବନେଶ୍ୱର ଆହାର କେନ୍ଦ୍ରକୁ ଖାଦ୍ୟ ଯୋଗାଣ ଦାୟିତ୍ୱ ଟଚ୍‌ ଷ୍ଟୋନ ଫାଉଣ୍ଡେଶନକୁ ମିଳିଛି। ହେଲେ ଏହି ସଂସ୍ଥା ଦୈନିକ ଦର୍ଶାଯାଉଥିବା ଭୋଜନ ସଂଖ୍ୟାଠାରୁ ଯଥେଷ୍ଟ କମ୍‌ ଆଣି ରିହାତି ଅର୍ଥକୁ ମିଳିମିଶି ହଡ଼ପ କରୁଥିବା ଅନୁସନ୍ଧାନରୁ ଜଣାପଡିଛି। ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଧରିତ୍ରୀ ପକ୍ଷରୁ ମଙ୍ଗଳବାର କଟକ ଶିଶୁ ଭବନ ଆହାର କେନ୍ଦ୍ରରେ ପୂର୍ବାହ୍ନ ସାଢେ ୧୦ଟାରୁ ସାଢ଼େ ୧୨ଟା ଖାଦ୍ୟ ସରିବା ପର୍ଯ୍ୟନ୍ତ ରହି ଅନୁଧ୍ୟାନ କରାଯାଇଥିଲା। ଏଠାରେ ଦୈନିକ ୫୦୦ମିଲ୍‌ ଦେବାର ବ୍ୟବସ୍ଥା ରହିଛି। ମିଲ୍‌ ଗାଡି ଠିକ୍‌ ୧୧ଟାରେ ପହଞ୍ଚତ୍ବାପରେ ମୋଟ ୪୩୩ଟି ୫ଟଙ୍କିଆ ଟୋକନ କଟାଯାଇଥିଲା। ମଧ୍ୟାହ୍ନ ୧୨ଟା ୨୦ବେଳକୁ ସତୀଚଉରାର କ୍ରିଷ୍ଣା ରାଓ, ବ୍ରଜବିହାରୀପୁରର ରାଜେଶ ସ୍ବାଇଁଙ୍କ ସମେତ ପ୍ରାୟ ୩୦ଜଣ ବ୍ୟକ୍ତିଙ୍କୁ ଖାଦ୍ୟ ନ ଥିବା କୁହାଯାଇ ଟୋକନ ମିଳି ନ ଥିଲା। ଏଠାରେ ଦୈନିକ ୫୦୦ ମିଲ୍‌ ଦେବାକୁ ନିର୍ଦ୍ଦେଶ ଥିବାବେଳେ ବାକି ମିଲ୍‌ କୁଆଡ଼େ ଗଲା ବୋଲି ଲୋକେ ପ୍ରଶ୍ନ କରିଥିଲେ। ଏନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲେ ସୁଦ୍ଧା ଯୋଗାଣକାରୀ ସଂସ୍ଥା କୌଣସି ପଦକ୍ଷେପ ନେଇ ନ ଥିଲେ।
ଅନୁରୂପଭାବେ ଗତ ୧୭ ତାରିଖ ୧୧ଟାବେଳେ ଭୁବନେଶ୍ୱର ମ୍ୟୁଜିୟମ ଛକସ୍ଥିତ ଆହାର କେନ୍ଦ୍ରରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରାଯାଇଥିଲା। ଦିନ ୧୧ଟାରେ ଖାଦ୍ୟ ଭ୍ୟାନ ପହଞ୍ଚତ୍ବାପରେ ଖାଦ୍ୟ ଜରିରେ ପ୍ୟାକିଂ ହୋଇଥିଲା। ଏଠାରେ ୩୫୦ ମିଲ୍‌ ଦେବାର ବ୍ୟବସ୍ଥା ରହିଥିବାବେଳେ ମାତ୍ର ୨୯୫ ମିଲ୍‌ ଦିଆଯାଇଥିଲା। ଏଠାରେ ୫୦ରୁ ଅଧିକ ମିଲ୍‌ ଦିଆଯାଇ ନ ଥିଲା। ସେହିପରି ଗତ ୧୬ ତାରିଖ ମଧ୍ୟ ଉକ୍ତ କେନ୍ଦ୍ରରେ ଅଧାରୁ ଖାଦ୍ୟ ସରିଯିବାରୁ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ପରେ ବଡଗଡ ଥାନା ପୋଲିସ ଆସିବାରୁ ପରିସ୍ଥିତି ଆୟତ୍ତ ହୋଇଥିଲା। ସରକାରୀ ତଥ୍ୟ ଅନୁସାରେ ଏବେ କଟକର ବିଭିନ୍ନ ଆହାର କେନ୍ଦ୍ରରେ ଦୈନିକ ୩୦୨୦ ଏବଂ ଭୁବନେଶ୍ୱରରେ ୪୦୫୦ ମିଲ୍‌ ଦିଆଯିବାକୁ ନିର୍ଦ୍ଦେଶ ରହିଛି। ହେଲେ ବିଭିନ୍ନ ଆହାର କେନ୍ଦ୍ରରେ ନିର୍ଦ୍ଧାରିତ ସଂଖ୍ୟାଠାରୁ କମ୍‌ ପରିମାଣର ମିଲ୍‌ ଦିଆଯାଇ ରିହାତି ଟଙ୍କାକୁ ଖାଦ୍ୟ ଯୋଗାଣକାରୀ ସଂସ୍ଥା ଆତ୍ମସାତ୍‌ କରୁଥିବା ଅଭିଯୋଗ ହେଉଛି। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ। ଏନେଇ ଟଚ୍‌ଷ୍ଟୋନ ଫାଉଣ୍ଡେଶନର ଅପରେଶନ ମ୍ୟାନେଜର ରବୀନ୍ଦ୍ର କୁମାର ଜେନା କହିଛନ୍ତି, ସ୍ଥିରୀକୃତ ବ୍ୟବସ୍ଥା ଅନୁସାରେ କଟକ ଓ ଭୁବନେଶ୍ୱରର ଆହାର କେନ୍ଦ୍ରକୁ ମିଲ୍‌ ପଠାଯାଉଛି। କମ୍‌ ସଂଖ୍ୟକ ମିଲ୍‌ ଯୋଗାଣ ନେଇ ହେଉଥିବା ଅଭିଯୋଗ ସମ୍ପର୍କରେ କୌଣସି ସୂଚନା ନ ଥିବା ସେ କହିଛନ୍ତି। ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ଯଦି କୌଣସି ଆହାର କେନ୍ଦ୍ରରେ ଧାର୍ଯ୍ୟ କରାଯାଇଥିବା ମିଲ୍‌ଠାରୁ କମ୍‌ ଦିଆଯାଉଥିବ, ତାହେଲେ ଏନେଇ ତଦନ୍ତ କରାଯିବ। ତଦନ୍ତରେ ଅନିୟମିତତା ହେଉଥିବା ନଜରକୁ ଆସିଲେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ଧାନ ଗଦା କରି ଚାଷୀଙ୍କ ଆନ୍ଦୋଳନ

ପଦ୍ମପୁର,୧୩।୧: ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ୨ମାସ ବିତିଯାଇଛି । ତେବେ ଜିଲାର ପଦ୍ମପୁର ଉପଖଣ୍ଡର ବିଭିନ୍ନ ମଣ୍ଡିରେ ଏହି ପ୍ରକ୍ରିୟା ଶୀଥିଳ...

ଖପ୍ରାଖୋଲରେ ବ୍ୟାପୁଛି ଝାଡାବାନ୍ତି

ଖପ୍ରଖୋଲ, ୩୦ା୯ (ଡି.ଏନ.ଏ.) : ବଲାଙ୍ଗୀର ଜିଲା ଖପ୍ରାଖୋଲ ସଦର ମହକୁମାରେ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ା ଶନିବାର ଆଠ ଜଣ ଆକ୍ରାନ୍ତ...

୨୦ ବର୍ଷ ପାକିସ୍ତାନ ଜେଲରେ ସଜା କାଟିଲେ ସୁନ୍ଦରଗଡ଼ର ବିରଜୁ

ସୁନ୍ଦରଗଡ,୨।୧୧(ଡି.ଏନ୍‌.ଏ)-୨୫ବର୍ଷ ଧରି ନିଖୋଜ ଥିବା ସୁନ୍ଦରଗଡ ଜିଲା କୁତ୍ରା ବ୍ଲକ କଟଙ୍ଗ ଜଙ୍ଗାଟୋଲିର ବିରଜୁ କୁଲୁ ପାକିସ୍ତାନ ଜେଲରେ ୨୦ବର୍ଷ ଧରି ସଜା କାଟି ସାରିବା...

ବିଶାଖା ଏକ୍ସପ୍ରେସ ଦୁଇଭାଗ ହୋଇ ଗଡ଼ିଲା: ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତିଲେ ଯାତ୍ରୀ

ବାଲୁଗଁ।,୩ା୧୧ (ଡି.ଏନ୍‌.ଏ.): ଖୋର୍ଦ୍ଧା ରେଳ ଡିଭିଜନ ଅଧୀନ ବାଲୁଗଁା-ଚିଲିକା ଷ୍ଟେଶନ ମଧ୍ୟସ୍ଥ ବଡକୁଳ ଲେଭଲ କ୍ରସିଂଠାରେ ଶନିବାର ପୂର୍ବାହ୍ନରେ ବିଶାଖା ଏକ୍ସପ୍ରେସ ଟ୍ରେନ ଚଳନ୍ତା ଅବସ୍ଥାରେ...

ଏମ୍‌ଏଲ୍‌ଓଏସ୍‌ରେ ପଞ୍ଜୀକୃତ ହେବେ ଡାକ୍ତର

ଭୁବନେଶ୍ୱର,୧୫ା୧୧(ବ୍ୟୁରୋ) : ରାଜ୍ୟରେ କାର୍ଯ୍ୟରତ ସମସ୍ତ ଡାକ୍ତରଙ୍କୁ ମେଡିକୋ ଲିଗାଲ ଓପିନିଅନ ସିଷ୍ଟମ୍‌ (ଏମ୍‌ଏଲ୍‌ଓଏସ୍‌)ରେ ପଞ୍ଜୀକୃତ କରିବା ଲାଗି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ...

ଅନ୍ୟ ରାଜ୍ୟରେ ଅଙ୍ଗୁର ଦାମ୍‌ରେ ବିକ୍ରି ହେଉଛି କେନ୍ଦୁଝର ଜାମୁକୋଳି

କେନ୍ଦୁଝର,୧୯ା୬(ସ୍ବ.ପ୍ର.): କେନ୍ଦୁଝର ଜିଲାର ଜାମୁକୋଳି ପଡ଼ୋଶୀ ରାଜ୍ୟରେ ଚାହିଦା ଅଧିକ। ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ଆଦି ରାଜ୍ୟରେ କେନ୍ଦୁଝର ଜାମୁକୋଳି ବହୁଳ ମାତ୍ରାରେ ବିକ୍ରି ହେଉଛି।...

ନିଆରା ହୋଲି: ପ୍ରାକୃତିକ ରଙ୍ଗରେ ସ୍ନେହ, ସୁସ୍ଥତା ବାର୍ତ୍ତା

ଚନ୍ଦାହାଣ୍ଡି,୧୦ା୩(ଡି.ଏନ୍‌.ଏ.): ସବୁଠି ଆନନ୍ଦର ସହ ପାଳନ କରାଯାଉଛି ରଙ୍ଗର ପର୍ବ ହୋଲି। ନବରଙ୍ଗପୁର ଜିଲାର ଚନ୍ଦାହାଣ୍ଡିଠାରେ ମଧ୍ୟ ଭାଇଚାରାର ଏହି ପର୍ବ ପାଳନ କରାଯାଉଛି। ଚାରିଆଡ଼େ...

ଚୋରା ମଦ ବେପାରୀ ଗିରଫ

ଢେଙ୍କିକୋଟ, ୧୯ା୧(ଡି.ଏନ୍‌.ଏ.)- ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ପିପିଳିଆ ଗ୍ରାମ ପଞ୍ଚାୟତ ପିପିଳିଆଠାରେ ଚୋରାରେ ଦେଶୀ ବିଦେଶୀ ମଦ ବିକ୍ରି ହେଉଥିବା ଢେଙ୍କିକୋଟ ଫାଣ୍ଡିରେ ଅଭିଯୋଗ ହୋଇଥିଲା।...

Advertisement


Archives

Model This Week