ଶେହବାଜ ସରକାରଙ୍କ ସମସ୍ୟା ପୁଣି ବଢ଼ାଇବେ ଇମ୍ରାନ…

ଇସଲାମାବାଦ,୩୧।୧୨ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଶେହବାଜ ଶରିଫ ସରକାରଙ୍କ ବିରୋଧରେ ପୁଣିଥରେ ରାସ୍ତାକୁ ଓହ୍ଲାଇବାକୁ ଘୋଷଣା କରିଛନ୍ତି। ଫଳରେ ଶେହବାଜ ସରକାରଙ୍କ ସମସ୍ୟା ପୁଣି ବଢ଼ିବାର ଆଶଙ୍କା ସୃଷ୍ଟି ହୋଇଛି। ବର୍ତ୍ତମାନ ଇମ୍ରାନଙ୍କ ଦଳ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ମୁଦ୍ରାସ୍ଫୀତି ବିରୋଧରେ ଅଭିଯାନ ଆରମ୍ଭ କରିଛି।

ଇମ୍ରାନ ଏହି ଅଭିଯାନ ଏପରି ସମୟରେ ଆରମ୍ଭ କରିଛନ୍ତି ଯେଉଁ ଯେତେବେଳେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ଶରିଫଙ୍କ ନେତୃତ୍ୱାଧୀନ ପାକିସ୍ତାନ ଡେମୋକ୍ରାଟିକ ମୁଭମେଣ୍ଟ (ପିଡିଏମ) ସରକାରଙ୍କ ଉପରେ ଚାପ ବୃଦ୍ଧି କରିଛି।

ପାକିସ୍ତାନର ଅର୍ଥମନ୍ତ୍ରୀ ଇଶାକ ଡାର ଏହି ସପ୍ତାହରେ କହିଛନ୍ତି ଯେ ଆଇଏମଏଫର ସର୍ତ୍ତ ଗ୍ରହଣ କରିବା ବ୍ୟତୀତ ପାକିସ୍ତାନ ପାଖରେ କୌଣସି ବିକଳ୍ପ ନାହିଁ। ଏହି ସର୍ତ୍ତଗୁଡିକ ଅନୁସରଣ କଲେ ଦେଶରେ ମୁଦ୍ରାସ୍ଫୀତି ପୁଣି ବୃଦ୍ଧି ପାଇବ।

ଆଇଏମଏଫର ଏକ ମୁଖ୍ୟ ସର୍ତ୍ତ ହେଉଛି ସରକାର ଏହାର ଆର୍ଥିକ ନିଅଣ୍ଟ ହ୍ରାସ କରିବା ଉଚିତ। ସେଥିପାଇଁ ପେଟ୍ରୋଲିୟମ ସମେତ ଅନେକ ଜରୁରୀ ଜିନିଷ ଉପରେ ଦିଆଯାଉଥିବା ସବସିଡି ସରକାରଙ୍କୁ ହ୍ରାସ କରିବାକୁ ପଡିବ। ରାଜନୈତିକ ବିଶ୍ଳେଷକଙ୍କ ଅନୁଯାୟୀ, ଏହି ସମ୍ଭାବନାକୁ ଦେଖି ଇମ୍ରାନ ମୁଦ୍ରାସ୍ଫୀତିକୁ ଜାତୀୟ ଆଲୋଚନାର କେନ୍ଦ୍ରକୁ ଫେରାଇ ଆଣିବା ପାଇଁ ରଣନୀତି ଆପଣେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ି ଆସୁଛି ନୂଆ ମହାମାରୀ: ଚାଇନାରେ ଲୋକଙ୍କଠାରେ ଏଚ୍‌-୧୦-ଏନ୍‌-୩ ଭୁତାଣୁ ଚିହ୍ନଟ…

ବେଜିଂ,୧।୬: କରୋନା ମହାମାରୀର ଅନ୍ତୁଡ଼ିଶାଳ ଚାଇନାର ଉହାନ୍‌ ସହର ପାଲଟିଥିଲା। ଏହାଯୋଗୁୂ ପୃଥିବୀରେ ଦେଖାଦେଇଥିବା ଆତଙ୍କ ଏବେ ବି ଥମିନି। ଏପରିସ୍ଥଳେ ଚାଇନାରେ ପୁଣି ଏକ...

ଚାଇନାରେ ଘୂର୍ଣ୍ଣିବାୟୁର ତାଣ୍ଡବ: ୬ ମୃତ ଶତାଧିକ ଆହତ

ବେଜିଂ,୪।୭: ଚାଇନାର ଉତ୍ତର ପୂର୍ବରେ ଥିବା ଲିଓନଇଙ୍ଗ ଅଞ୍ଚଳରେ ବୁଧବାର ସନ୍ଧ୍ୟାରେ ହୋଇଥିବା ଘୂର୍ଣ୍ଣିବାୟୁରେ ୬ ଜଣଙ୍କ ମୃତ୍ୟୁ ହେବା ସହ ପ୍ରାୟ ୧୯୦ ଜଣ...

ଟ୍ରମ୍ପଙ୍କ ଘରେ ଚଢାଉ: ନ୍ୟୁକ୍ଲିୟର ତଥ୍ୟ ଖୋଜିବାକୁ ପହଞ୍ଚିଥିଲା ଏଫବିଆଇ!

ୱାଶିଂଟନ,୧୨ ।୮: ଆମେରିକା ଯାଞ୍ଚ ଏଜେନ୍ସି ଏଫବିଆଇ ଦ୍ୱାରା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫ୍ଲୋରିଡା ସ୍ଥିତ ଘରେ ଚଢାଉକୁ ନେଇ ଏକ ବଡ ତଥ୍ୟ...

ପାକିସ୍ତାନୀ ଖାଇପାରିବେନି ଅମଲେଟ୍‌: ଅଣ୍ଡା ଦାମ୍‌ ଆକାଶ ଛୁଆଁ

ଇସଲାମାବାଦ,୨୨।୧୨: ଏବେ ପାକିସ୍ତାନରେ ସାଧାରଣ ଲୋକଙ୍କ ପାଇଁ ଅମଲେଟ୍‌ ଖାଇବା ସାତ ସପନ ପାଲଟିବାକୁ ଯାଉଛି। ଦେଶରେ ଅଣ୍ଡା ଦାମ ଆକାଶ ଛୁଆଁ ହୋଇଛି। ଏଠାରେ...

ସୁଦାନରେ ରକ୍ତ ସଂଘର୍ଷ: ୧୭୦ ଲୋକଙ୍କ ଜୀବନ ଚାଲିଗଲା

ଖାରଟୋମ,୨୧।୧୦:ସୁଦାନରୁ ଆଦିବାସୀମାନଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି। ଗତ ଦୁଇ ଦିନ ମଧ୍ୟରେ ଦେଶର ଦକ୍ଷିଣ ବ୍ଲୁ ନାଇଲ୍‌ରେ ଆଦିବାସୀମାନଙ୍କ ମଧ୍ୟରେ ଜାତିଗତ ସଂଘର୍ଷରେ ୧୭୦...

ଆଝାର ପ୍ରସଙ୍ଗରେ ସମୟସୀମାକୁ ଚାଇନାର ଅଗ୍ରାହ୍ୟ

ବେଜିଂ,୧୮ା୪(ପି.ଟି): ପାକିସ୍ତାନଭିତ୍ତିକ ଜେଇଏମ୍‌ ମୁଖ୍ୟ ମାସୁଦ ଆଝାରଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବାରେ ଚାଇନା ବିଳମ୍ବ କରୁଛି। ଏପ୍ରିଲ ୨୩ ମଧ୍ୟରେ ଏ ସମ୍ପର୍କରେ ନିଷ୍ପତ୍ତି...

ତାଲିବାନ୍‌ର ମାଷ୍ଟର ପ୍ଲାନ୍‌, ୯୦ ଦିନରେ ଆଫଗାନିସ୍ତାନ ଦଖଲ ଲକ୍ଷ୍ୟ…

କାବୁଲ୍‌,୧୨।୮: ଆମେରିକାର ଗୁପ୍ତଚର ସଂସ୍ଥା ଚେତାବନୀ ଦେଇଛନ୍ତି ଯେ ତାଲିବାନ ଆତଙ୍କବାଦୀମାନେ ଆସନ୍ତା ୩୦ରୁ ୯୦ ଦିନ ମଧ୍ୟରେ ଆଫଗାନିସ୍ତାନ ଦଖଲ କରିବାକୁ ଯୋଜନା କରିଛନ୍ତି।...

ହାଇପରସୋନିକ୍‌ ମିଶାଇଲ ପ୍ରସ୍ତୁତ

ମସ୍କୋ,୫ା୧: ୟୁକ୍ରେନ୍‌ ଆକ୍ରମଣର ୩୧୫ ଦିନ ପରେ ମଧ୍ୟ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଯୁଦ୍ଧଖୋର ମନୋଭାବ ଯାଇନାହିଁ। ସେ ହାଇପରସୋନିକ୍‌ କ୍ରୁଜ୍‌ ମିଶାଇଲ ବୋଝେଇ...

Advertisement
Archives

Model This Week